ଏଥର ନବାଗତ, ପୁରୁଖାଙ୍କ ମଧ୍ୟରେ ଲଢ଼େଇ

ଆଳି,୭ା୪(ବନମାଳୀ ସେନାପତି)କେନ୍ଦ୍ରାପଡ଼ା ଜିଲା ଆଳି ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ଉଷ୍ଣ ହୋଇଛି। ପ୍ରମୁଖ ରାଜନୈତିକ ଦଳମାନେ ସେମାନଙ୍କ ଅଧିକାଂଶ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। ଆଳି ନିର୍ବାଚନମଣ୍ଡଳୀରେ ପ୍ରତି ନିର୍ବାଚନରେ ସାଧାରଣତଃ କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ୱିତା ହୋଇଥାଏ । କିନ୍ତୁ ଚଳିତ ନିର୍ବାଚନରେ ଭାଜପା ତା’ର ସଙ୍ଗଠନକୁ ସୁଦୃଢ କରି ଜଣେ ସକ୍ରିୟ ନେତାଙ୍କୁ ଟିକେଟ ଦେଇଛି। ସେଥିପାଇଁ ଚଳିତ ଥର ରାଜନୈତିକ ପାଣିପାଗ ଅନ୍ୟାନ୍ୟ ନିର୍ବାଚନଠାରୁ ଟିକେ ଅଲଗା ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।
ଚଳିତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ଆଳିର ବିଧାୟକ ତଥା ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଷଷ୍ଠ ଥର ପାଇଁ ଟିକେଟ ପ୍ରଦାନ କରିଛି। ପ୍ରତାପ ହେଉଛନ୍ତି ଆଳିର ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ, ଏମ୍‌ପି, ବିରୋଧୀ ଦଳ ନେତା ସ୍ବର୍ଗତ ଶରତ କୁମାର ଦେବଙ୍କ ପୁଅ। ତାଙ୍କ ମାଆ ସ୍ବର୍ଗତ ସୁଶ୍ରୀ ଦେବୀ ମଧ୍ୟ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଆଳିର ବିଧାୟିକା ଥିଲେ। ପରେ ସେ ରାଜ୍ୟ ସଭା ସଦସ୍ୟା ଥିଲେ। ପ୍ରତାପ କେଶରୀଙ୍କ ସବୁଠାରୁ ବଡ଼ ପରିଚୟ ସେ ଆଳି ରାଜ ପରିବାରର ସଦସ୍ୟ। କଂଗ୍ରେସ ଯଦିଓ ଏ ପର୍ଯ୍ୟନ୍ତ ଆଳି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ କିନ୍ତୁ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଝିଅ ଡାକ୍ତର ଦେବସ୍ମିତା ଶର୍ମା ଏଥର ଟିକେଟ୍‌ ପାଇବା ପାଇଁ ନିର୍ବାଚନ ପ୍ରଚାରରେ ବାହାରିଛନ୍ତି। ଡାକ୍ତର ଦେବସ୍ମିତା କିଛିଦିନ ପୂର୍ବରୁ ସରକାରୀ ଚାକିରି ଛାଡ଼ି ରାଜନୀତିରେ ସକ୍ରିୟ ଭାବେ ପ୍ରବେଶ କରିଛନ୍ତି। ପୂର୍ବ ଦୁଇ ନିର୍ବାଚନରେ ନିଜ ବାପା ଦେବେନ୍ଦ୍ର ଶର୍ମାଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟରେ ସେ ସହଯୋଗ କରି ଆସୁଥିଲେ। ସେଥିପାଇଁ ତାଙ୍କର ରାଜନୀତିରେ ଅଭିଜ୍ଞତା ରହିଛି । ସେହିପରି ଦୀର୍ଘଦିନ ହେବ ଆଳି ନିର୍ବାଚନ ମଣ୍ଡଳୀରେ ଭାଜପା ସଙ୍ଗଠନକୁ ତୃଣମୂଳସ୍ତରରୁ ଦୃଢ଼ କରିଥିବା ଜିଲା ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ଏଥିର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ। କଂଗ୍ରେସ ଓ ଭାଜପାର ୨ ନବାଗତଙ୍କ ସହ ଅଭିଜ୍ଞ ରାଜନୀତିଜ୍ଞ ତଥା ପୁରୁଖା ବିଜେଡି ନେତା ପ୍ରତାପ କେଶରୀ ଦେବଙ୍କ ଲଢ଼େଇ ହେବ। ପ୍ରତାପ କେଶରୀ ଦେବ ଦୀର୍ଘ ଦିନ ହେବ ରାଜନୀତିରେ ରହି ଆଳି ଅଞ୍ଚଳର ଯେଉଁ ବିକାଶ କରିଛନ୍ତି ତାହା ତାଙ୍କୁ ନିର୍ବାଚନ ବୈତରଣୀ ପା କରିିବାକୁ ସାହସ ଜୁଟାଇଛି। ବିଜେଡିରେ କେତେଜଣ ଅସନ୍ତୁଷ୍ଟ ନେତା ଥିଲେ ବି ସେମାନଙ୍କୁ ସନ୍ତୁଷ୍ଟ କରିବାରେ ସେ ସିଦ୍ଧହସ୍ତ। ଏଥର ନିର୍ବାଚନରେ ସେ ନିଶ୍ଚିତ ବିଜୟ ହେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଆଳି ଓ ରାଜକନିକା ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ସମୁଦାୟ ୬୩ ଗ୍ରାମ ପଞ୍ଚାୟତ ରହିଛି। ୧୯୭୧ ନିର୍ବାଚନରୁ ଅଦ୍ୟାବଧି କଂଗ୍ରେସ ଏଠାରେ ୧୯୮୫ ରୁ ୧୯୯୦,୧୯୯୫ରୁ ୨୦୦୦ ଓ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ତିନି ଥର ବିଜୟ ଲାଭ କରିଛି। ଅପରପକ୍ଷେ ଅନ୍ୟ ସବୁ ସମୟ ଆଳି ରାଜ ପରିବାର ହାତରେ ଶାସନ ଡୋରି ରହିଛି। ୧୯୮୫ ପର୍ଯ୍ୟନ୍ତ ଶରତ କୁମାର ଦେବ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ା ତା’ପରେ ୧୯୮୫ର ପରାଜୟ ପରେ ସେ ଏକ ଉପନିର୍ବାଚନରେ କେନ୍ଦ୍ରାପଡ଼ା ଲୋକ ସଭା ଆସନରୁ ବିଜୟୀ ହୋଇଥିଲେ। ୧୯୮୮ରେ ତାଙ୍କର ପରଲୋକ ଘଟିଥିଲା। ପରେ ତାଙ୍କ ସ୍ତ୍ରୀ ସୁଶ୍ରୀ ଦେବୀ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଆଳିର ବିଧାୟିକା ଥିଲେ। ଏହା ପରେ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ପ୍ରତାପ କେଶରୀ ଦେବ ସର୍ବାଧିକ ୧୯ ବର୍ଷ ବିଧାୟକ ରହିଛନ୍ତି। ଏଥର ସେ ବିକାଶର ଚିତ୍ର ବାଢୁଥିବା ବେଳେ ତାଙ୍କ ବିପକ୍ଷରେ ଲଢେଇ କରିବାକୁ ପ୍ରସ୍ତୁତ ଥିବା ୨ ପ୍ରାର୍ଥୀ ଦୁର୍ନୀତିକୁ ଅସ୍ତ୍ର କରି ନିର୍ବାଚନମଣ୍ଡଳୀରେ ପ୍ରଚାର ଆରମ୍ଭ କରିଛନ୍ତି। ଭାଜପା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ପୋଲିସ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ଭାଜପାରେ ସାମିଲ ହୋଇଥିଲେ l ଏପରି କି ସେ ଜଣେ ଭଲ ଖେଳାଳି। ଏହା ଛଡ଼ା କୌଣସି ଲୋକ ଅସୁବିଧାରେ ପଡ଼ିବା ଖବର ପାଇଲେ ସେ ସହଯୋଗର ହାତ ବଢ଼ାଇଥାଆନ୍ତି ା ତେଣୁ ତାଙ୍କର ଲୋକସମ୍ପର୍କ ରହିଛି ା ସେହି ଲୋକସମ୍ପର୍କକୁ ପୁଞ୍ଜି କରି ସେ ନିର୍ବାଚନ ରଣାଙ୍ଗନ ପାରିହେବା ପାଇଁ ବଦ୍ଧପରିକର। ସେହିଭଳି କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ଆବେଦନ କରିଥିବା ଡାକ୍ତର ଦେବସ୍ମିତା ଶର୍ମା ଆଳି ନିର୍ବାଚନମଣ୍ଡଳୀର ବିଭିନ୍ନ ସରକାରୀ ଡାକ୍ତରଖାନାରେ ରୋଗୀସେବା କରି ଜଣେ ଭଲ ଡାକ୍ତର ଭାବେ ପରିଚିତ ା କେବଳ ସେତିକି ନୁହେଁ ତାଙ୍କର ବଡ଼ ପରିଚୟ ସେ ହେଉଛନ୍ତି ଆଳିର ସୁନାମଧନ୍ୟ ଡାକ୍ତର ତଥା ପୂର୍ବତନ ବିଧାୟକ ସ୍ବର୍ଗତ ଦିବାକର ନାଥ ଶର୍ମାଙ୍କ ନାତୁଣୀ। ଏହି ପରିପ୍ରେକ୍ଷୀରେ ଏଥର ଆଳି ନିର୍ବାଚନମଣ୍ଡଳୀରେ ନବାଗତ ଓ ପ୍ରବୀଣଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ସ୍ପଷ୍ଟ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?