ଏଥର ଆୟ ସହ ବ୍ୟୟ ବଢ଼ାଇବାକୁ ଲକ୍ଷ୍ୟ

ଭୁବନେଶ୍ୱର, ୨୯।୧ (ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଏମ୍‌ସି ପକ୍ଷରୁ ପ୍ରାୟ ୬୯୦ କୋଟି ୨ଲକ୍ଷ ଟଙ୍କାର ବଜେଟ ଚିଠା ପ୍ରସ୍ତୁତ କରାଯାଇଛି। ଗତ ବର୍ଷ ତୁଳନାରେ ଏଥର ବଜେଟ୍‌ ଅଟକଳ ବୃଦ୍ଧି ପାଇଛି। ସେହିପରି ପୂର୍ବ ବର୍ଷ ଅପେକ୍ଷା ଏଥର ଆୟ ମଧ୍ୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ଆର୍ଥତ୍କ ବର୍ଷରେ ବିଭିନ୍ନ ସୂତ୍ରରୁ ବିଏମ୍‌ସି ମୋଟ ୭୦୮କୋଟି ୫୩ଲକ୍ଷ ୮୭ହଜାର ୪୦୭ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଛି। ସେଥି ମଧ୍ୟରେ ୨୦୨୩-୨୪ରେ ୧୦୫କୋଟି ୮୪ଲକ୍ଷ ୯୭ହଜାର ଟଙ୍କାର ଟିକସ ରାଜସ୍ବ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯାହାକି ମୋଟ ଆୟର ୧୪.୯୪%। ସେହିପରି ପର୍ଯ୍ୟାୟକ୍ରମେ ଆସିବାକୁ ଥିବା ରାଜସ୍ବ ବାବଦକୁ ୮୪କୋଟି ୯୯ଲକ୍ଷ ୫୨ହଜାର ଟଙ୍କା (୧୨%), ମ୍ୟୁନିସିପାଲ ସମ୍ପତ୍ତି ଯଥା, ମାର୍କେଟରୁ ଆଦାୟ ଭଡ଼ା, ଶପିଂ କମ୍ପ୍ଲେକ୍ସ, କମ୍ୟୁନିଟି ହଲ, ଯାତ୍ରୀ ନିବାସ, କଲ୍ୟାଣ ମଣ୍ଡପ, ଅଫିସ ବିଲ୍ଡିଂ ଏବଂ ଓପେଲଫେଡ ଓ ଓମ୍‌ଫେଡ୍‌ ପଏଣ୍ଟରୁ ଆଦାୟ ଭଡ଼ା ବାବଦରେ ମୋଟ୍‌ ୭କୋଟି ୪୬ଲକ୍ଷ ୧୧ହଜାର ୫୭୮ ଟଙ୍କା (୧.୦୫%) ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅପରପକ୍ଷେ ଫି’ ଏବଂ ୟୁଜର୍ସ ଚାର୍ଜ ବାବଦକୁ ମୋଟ ୧୦୬ କୋଟି ୯୬ଲକ୍ଷ ୮ହଜାର ୭୩୭ ଟଙ୍କା (୧୫.୧୦%) ଆଦାୟ କରାଯିବ। ସେହିପରି ବିକ୍ରି ଏବଂ ନିଯୁକ୍ତି (ସେଲ୍ସ ଆଣ୍ଡ ହାୟର) ଦେୟ ବାବଦରେ ୪କୋଟି ୫୫ଲକ୍ଷ ୫୦ହଜାର ୭୮୮ଟଙ୍କା (୦.୬୪%), ଇନ୍‌କମ୍‌ ଫ୍ରମ ଇନ୍‌ଭେଷ୍ଟମେଣ୍ଟ ୧୭କୋଟି ୯ଲକ୍ଷ ୮୧ହଜାର ୪୨୭ ଟଙ୍କା (୨.୪୧%), ସୁଧ ଆୟ ବାବଦ ୧୧କୋଟି ୮୪ଲକ୍ଷ ୪୭୪ଟଙ୍କା (୧.୬୭%) ଏବଂ ଅନ୍ୟାନ୍ୟ ଆୟ ବାବଦରେ ୩କୋଟି ୩୦ଲକ୍ଷ ୮୫ହଜାର ୩୩୬ ଟଙ୍କା (୦.୪୭%) ଆଦାୟ ଲକ୍ଷ୍ୟ ରଖାଯାଇଛି।
ସେହିପରି ମୋଟ ରାଜସ୍ବ ବ୍ୟୟର ପରିମାଣ ୪ଶହ କୋଟି ୧୦ଲକ୍ଷ ୪୧ହଜାର ୭୩୬ ଟଙ୍କା ରହିଛି। ଯାହାକି ମୋଟ ବ୍ୟୟର ୫୭.୯୮%। ଏଥିରେ ଏଷ୍ଟାବ୍ଲିସ୍‌ମେଣ୍ଟ ଖର୍ଚ୍ଚ ବାବଦରେ ୯୫କୋଟି ୧୫ଲକ୍ଷ ୧୮ହଜାର ୭୪ ଟଙ୍କା ବ୍ୟୟ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଅନ୍ତର୍ଗତ ବକେୟା ଦେୟ ସଂଶୋଧନ ବାବଦରେ ୨କୋଟି ୯୯ଲକ୍ଷ ୮୨ହଜାର ୧୪୩ ଟଙ୍କା, କର୍ମଚାରୀଙ୍କ ମଜୁରି ବାବଦରେ ୫କୋଟି ୫୨ଲକ୍ଷ ୭୮୧ଟଙ୍କା, ଷ୍ଟାଫ୍‌ ଟ୍ରେନିଂ ପାଇଁ ୧୧ଲକ୍ଷ ୧୪ହଜାର ୫୬୫ଟଙ୍କା, ଛୁଟି ଦରମାରେ ୩୭ଲକ୍ଷ ୨୫ହଜାର ୩୯୮ଟଙ୍କା ଆଦି ବିଭିନ୍ନ ବର୍ଗରେ ଟଙ୍କା ବ୍ୟୟ କରାଯିବ। ସେହିପରି ପ୍ରଶାସନିକ ଖର୍ଚ୍ଚ ବାବଦକୁ ୧୫କୋଟି ୧୨ଲକ୍ଷ ୫୯ହଜାର ୩୨୯ ଟଙ୍କା ରହିଛି। ଏହା ଅନ୍ତର୍ଗତ ଅଡିଟ୍‌ ଫି’ରେ ୧ଲକ୍ଷ ଟଙ୍କା, ଲିଗାଲ୍‌ ଫି’ ବାବଦରେ ୧କୋଟି ୧୫ଲକ୍ଷ ୨ହଜାର ୯୫୪ଟଙ୍କା, ବୈଷୟିକ ଫି’ ବାବଦରେ ୧୭ଲକ୍ଷ ୮୪ହଜାର ୧୮୬ ଟଙ୍କା, ବିଜ୍ଞାପନ ଖର୍ଚ୍ଚ ବାବଦରେ ୧କୋଟି ୧୭ଲକ୍ଷ ୪୪ହଜାର ୨୧୩ ଟଙ୍କା ପ୍ରମୁଖ ରହିଛି। ଅପରପକ୍ଷେ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବାବଦରେ ୨ଶହ ୩କୋଟିା ୬୪ଲକ୍ଷ ୬୦ହଜାର ୬୪୭ଟଙ୍କା (୨୯.୫୧%) ଖର୍ଚ୍ଚ କରାଯିବାକୁ ଥିବାବେଳେ ସୁଧ ଏବଂ ଅର୍ଥଦେୟ ପାଇଁ ୩କୋଟି ୬୨ଲକ୍ଷ ୮ହଜାର ୧୯ଟଙ୍କା (୦.୫୨%), କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୪କୋଟି ୭୭ଲକ୍ଷ ୧୦ହଜାର ୩୯୭ ଟଙ୍କା (୦.୬୯%) ଏବଂ ଅନ୍ୟାନ୍ୟ ବାବଦରେ ଟଙ୍କା ଖର୍ଚ୍ଚ କରାଯିବ। ଏହାବାଦ୍‌ ପୁଞ୍ଜିଗତ ବ୍ୟୟର ପରିମାଣ ୨ଶହ୮୯କୋଟି ୯୧ଲକ୍ଷ ୫୬ହଜାର ୨୦୪ଟଙ୍କା ଲକ୍ଷ୍ୟ ରଖାଯାଇଛି। ତେବେ ଏହା ଚିଠା ବଜେଟ୍‌ ହୋଇଥିବାରୁ ମାର୍ଚ୍ଚ ୧ତାରିଖ ପୂର୍ବରୁ ହେବାକୁ ଥିବା କର୍ପୋରେଶନ୍‌ ବୈଠକରେ ଏହାକୁ ଆଗତ କରାଯିବ। କର୍ପୋରେଟରଙ୍କ ଅନୁମୋଦନ ପରେ ଏହାକୁ ବଜେଟ୍‌ ଗୃହୀତ ପାଇଁ ସରକାରଙ୍କ ନିକଟକୁ ପଠାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?