ଏଥର ଆୟ ସହ ବ୍ୟୟ ବଢ଼ାଇବାକୁ ଲକ୍ଷ୍ୟ

ଭୁବନେଶ୍ୱର, ୨୯।୧ (ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଏମ୍‌ସି ପକ୍ଷରୁ ପ୍ରାୟ ୬୯୦ କୋଟି ୨ଲକ୍ଷ ଟଙ୍କାର ବଜେଟ ଚିଠା ପ୍ରସ୍ତୁତ କରାଯାଇଛି। ଗତ ବର୍ଷ ତୁଳନାରେ ଏଥର ବଜେଟ୍‌ ଅଟକଳ ବୃଦ୍ଧି ପାଇଛି। ସେହିପରି ପୂର୍ବ ବର୍ଷ ଅପେକ୍ଷା ଏଥର ଆୟ ମଧ୍ୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ଆର୍ଥତ୍କ ବର୍ଷରେ ବିଭିନ୍ନ ସୂତ୍ରରୁ ବିଏମ୍‌ସି ମୋଟ ୭୦୮କୋଟି ୫୩ଲକ୍ଷ ୮୭ହଜାର ୪୦୭ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଛି। ସେଥି ମଧ୍ୟରେ ୨୦୨୩-୨୪ରେ ୧୦୫କୋଟି ୮୪ଲକ୍ଷ ୯୭ହଜାର ଟଙ୍କାର ଟିକସ ରାଜସ୍ବ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯାହାକି ମୋଟ ଆୟର ୧୪.୯୪%। ସେହିପରି ପର୍ଯ୍ୟାୟକ୍ରମେ ଆସିବାକୁ ଥିବା ରାଜସ୍ବ ବାବଦକୁ ୮୪କୋଟି ୯୯ଲକ୍ଷ ୫୨ହଜାର ଟଙ୍କା (୧୨%), ମ୍ୟୁନିସିପାଲ ସମ୍ପତ୍ତି ଯଥା, ମାର୍କେଟରୁ ଆଦାୟ ଭଡ଼ା, ଶପିଂ କମ୍ପ୍ଲେକ୍ସ, କମ୍ୟୁନିଟି ହଲ, ଯାତ୍ରୀ ନିବାସ, କଲ୍ୟାଣ ମଣ୍ଡପ, ଅଫିସ ବିଲ୍ଡିଂ ଏବଂ ଓପେଲଫେଡ ଓ ଓମ୍‌ଫେଡ୍‌ ପଏଣ୍ଟରୁ ଆଦାୟ ଭଡ଼ା ବାବଦରେ ମୋଟ୍‌ ୭କୋଟି ୪୬ଲକ୍ଷ ୧୧ହଜାର ୫୭୮ ଟଙ୍କା (୧.୦୫%) ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅପରପକ୍ଷେ ଫି’ ଏବଂ ୟୁଜର୍ସ ଚାର୍ଜ ବାବଦକୁ ମୋଟ ୧୦୬ କୋଟି ୯୬ଲକ୍ଷ ୮ହଜାର ୭୩୭ ଟଙ୍କା (୧୫.୧୦%) ଆଦାୟ କରାଯିବ। ସେହିପରି ବିକ୍ରି ଏବଂ ନିଯୁକ୍ତି (ସେଲ୍ସ ଆଣ୍ଡ ହାୟର) ଦେୟ ବାବଦରେ ୪କୋଟି ୫୫ଲକ୍ଷ ୫୦ହଜାର ୭୮୮ଟଙ୍କା (୦.୬୪%), ଇନ୍‌କମ୍‌ ଫ୍ରମ ଇନ୍‌ଭେଷ୍ଟମେଣ୍ଟ ୧୭କୋଟି ୯ଲକ୍ଷ ୮୧ହଜାର ୪୨୭ ଟଙ୍କା (୨.୪୧%), ସୁଧ ଆୟ ବାବଦ ୧୧କୋଟି ୮୪ଲକ୍ଷ ୪୭୪ଟଙ୍କା (୧.୬୭%) ଏବଂ ଅନ୍ୟାନ୍ୟ ଆୟ ବାବଦରେ ୩କୋଟି ୩୦ଲକ୍ଷ ୮୫ହଜାର ୩୩୬ ଟଙ୍କା (୦.୪୭%) ଆଦାୟ ଲକ୍ଷ୍ୟ ରଖାଯାଇଛି।
ସେହିପରି ମୋଟ ରାଜସ୍ବ ବ୍ୟୟର ପରିମାଣ ୪ଶହ କୋଟି ୧୦ଲକ୍ଷ ୪୧ହଜାର ୭୩୬ ଟଙ୍କା ରହିଛି। ଯାହାକି ମୋଟ ବ୍ୟୟର ୫୭.୯୮%। ଏଥିରେ ଏଷ୍ଟାବ୍ଲିସ୍‌ମେଣ୍ଟ ଖର୍ଚ୍ଚ ବାବଦରେ ୯୫କୋଟି ୧୫ଲକ୍ଷ ୧୮ହଜାର ୭୪ ଟଙ୍କା ବ୍ୟୟ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଅନ୍ତର୍ଗତ ବକେୟା ଦେୟ ସଂଶୋଧନ ବାବଦରେ ୨କୋଟି ୯୯ଲକ୍ଷ ୮୨ହଜାର ୧୪୩ ଟଙ୍କା, କର୍ମଚାରୀଙ୍କ ମଜୁରି ବାବଦରେ ୫କୋଟି ୫୨ଲକ୍ଷ ୭୮୧ଟଙ୍କା, ଷ୍ଟାଫ୍‌ ଟ୍ରେନିଂ ପାଇଁ ୧୧ଲକ୍ଷ ୧୪ହଜାର ୫୬୫ଟଙ୍କା, ଛୁଟି ଦରମାରେ ୩୭ଲକ୍ଷ ୨୫ହଜାର ୩୯୮ଟଙ୍କା ଆଦି ବିଭିନ୍ନ ବର୍ଗରେ ଟଙ୍କା ବ୍ୟୟ କରାଯିବ। ସେହିପରି ପ୍ରଶାସନିକ ଖର୍ଚ୍ଚ ବାବଦକୁ ୧୫କୋଟି ୧୨ଲକ୍ଷ ୫୯ହଜାର ୩୨୯ ଟଙ୍କା ରହିଛି। ଏହା ଅନ୍ତର୍ଗତ ଅଡିଟ୍‌ ଫି’ରେ ୧ଲକ୍ଷ ଟଙ୍କା, ଲିଗାଲ୍‌ ଫି’ ବାବଦରେ ୧କୋଟି ୧୫ଲକ୍ଷ ୨ହଜାର ୯୫୪ଟଙ୍କା, ବୈଷୟିକ ଫି’ ବାବଦରେ ୧୭ଲକ୍ଷ ୮୪ହଜାର ୧୮୬ ଟଙ୍କା, ବିଜ୍ଞାପନ ଖର୍ଚ୍ଚ ବାବଦରେ ୧କୋଟି ୧୭ଲକ୍ଷ ୪୪ହଜାର ୨୧୩ ଟଙ୍କା ପ୍ରମୁଖ ରହିଛି। ଅପରପକ୍ଷେ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବାବଦରେ ୨ଶହ ୩କୋଟିା ୬୪ଲକ୍ଷ ୬୦ହଜାର ୬୪୭ଟଙ୍କା (୨୯.୫୧%) ଖର୍ଚ୍ଚ କରାଯିବାକୁ ଥିବାବେଳେ ସୁଧ ଏବଂ ଅର୍ଥଦେୟ ପାଇଁ ୩କୋଟି ୬୨ଲକ୍ଷ ୮ହଜାର ୧୯ଟଙ୍କା (୦.୫୨%), କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୪କୋଟି ୭୭ଲକ୍ଷ ୧୦ହଜାର ୩୯୭ ଟଙ୍କା (୦.୬୯%) ଏବଂ ଅନ୍ୟାନ୍ୟ ବାବଦରେ ଟଙ୍କା ଖର୍ଚ୍ଚ କରାଯିବ। ଏହାବାଦ୍‌ ପୁଞ୍ଜିଗତ ବ୍ୟୟର ପରିମାଣ ୨ଶହ୮୯କୋଟି ୯୧ଲକ୍ଷ ୫୬ହଜାର ୨୦୪ଟଙ୍କା ଲକ୍ଷ୍ୟ ରଖାଯାଇଛି। ତେବେ ଏହା ଚିଠା ବଜେଟ୍‌ ହୋଇଥିବାରୁ ମାର୍ଚ୍ଚ ୧ତାରିଖ ପୂର୍ବରୁ ହେବାକୁ ଥିବା କର୍ପୋରେଶନ୍‌ ବୈଠକରେ ଏହାକୁ ଆଗତ କରାଯିବ। କର୍ପୋରେଟରଙ୍କ ଅନୁମୋଦନ ପରେ ଏହାକୁ ବଜେଟ୍‌ ଗୃହୀତ ପାଇଁ ସରକାରଙ୍କ ନିକଟକୁ ପଠାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri