Posted inଫୁରସତ

ଏଥର ଶୁଭିଲାନି ବୋଲ୍‌ ବମ୍‌

ପୁଣି ଶ୍ରାବଣ ମାସ ଆସିଛି, ବର୍ଷା ପାଣିରେ ଶୁଖିଲା ନଈ ଭରିଯାଇଛି, ଚାରିଆଡ଼େ ଶୈବପୀଠ ବି ଅଛି। ହେଲେ ନା ଅଛି ଦଳଦଳ ହୋଇ ବାହୁଙ୍ଗିରେ ପାଣିଭାର କାନ୍ଧେଇ ଶିବାଳୟ ଅଭିମୁଖେ ଯାଉଥିବା ଗେରୁଆବସ୍ତ୍ର ପିନ୍ଧା ମାନସିକଧାରୀ କାଉଡ଼ିଆଙ୍କ ଭିଡ଼, ନା ଚତୁର୍ଦିଗ ଗୁଞ୍ଜରି ଉଠୁଛି ବୋଲ୍‌ ବମ୍‌ ହର ହର ବମ୍‌ ଶବ୍ଦରେ । କରୋନା ମହାମାରୀ ଯେମିତି ଭକ୍ତ ଆଉ ଭଗବାନଙ୍କ ମଝିରେ ପାଚେରି ହୋଇ ଠିଆ ହୋଇଛି…

ଦିନକୁ ଦିନ ବ୍ୟାପୁଥିବା କରୋନା ସଂକ୍ରମଣକୁ ରୋକିବା ଲାଗି ଏବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବୋଲବମ୍‌ ଯାତ୍ରା ଉପରେ କଟକଣା ଜାରି କରାଯାଇଛି। କାରଣ ଜଳଭାର ଉଠାଇବା ଲାଗି ଲକ୍ଷ ଲକ୍ଷ ଭକ୍ତ ଏକାଠି ହେବା ଦ୍ୱାରା ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ତେବେ ସରକାରଙ୍କ ଏହି ନିଷ୍ପତ୍ତି ମାନସିକଧାରୀ ବୋଲବମ୍‌ ଭକ୍ତଙ୍କୁ ନିରାଶ କରିଥିଲେ ହେଁ ସୁରକ୍ଷା ଦୃଷ୍ଟିରୁ ସେମାନେ ଏହାକୁ ମାନିବାକୁ ବାଧ୍ୟ। ଏଭଳି ପରିସ୍ଥିତିରେ କ’ଣ କରୁଛନ୍ତି ସେ ସମ୍ପର୍କରେ ଯାହା କୁହନ୍ତି ଏମାନେ…

ଗାଁ ମନ୍ଦିରରେ ପାଣି ଢାଳିବି
୧୨ ବର୍ଷ ବୟସରୁ ବାବାଙ୍କ ପାଖକୁ ଜଳାଭିଷେକ କରିବାକୁ ଯାଉଛି। ବୋଧହୁଏ ସେଥିପାଇଁ ଶ୍ରାବଣମାସ ମୋତେ ଖୁବ୍‌ ଭଲଲାଗେ। ପରିବାରର ମଙ୍ଗଳ କାମନାକରି ମନରେ ମାନସିକ ରହି ବାବାଙ୍କୁ ଯାହା ମାଗିଛି ସେ ସବୁବେଳେ ମୋତେ ସାହା ହୋଇଛନ୍ତି। ମହାଦେବଙ୍କ ପ୍ରତି ଥିବା ଶ୍ରଦ୍ଧା ଆଉ ଭକ୍ତି ଲାଗି କଟକ ଗଡ଼ଗଡ଼ିଆ ଘାଟରୁ ଢେଙ୍କାନାଳ କପିଳାସ ପର୍ଯ୍ୟନ୍ତ ପାଣିଭାର ନେଇ ଯିବା କେବେ ବାଧେନି। ସେହି ଯାତ୍ରାରେ ବି ଏକ ଅପୂର୍ବ ଆନନ୍ଦ ଥାଏ। ହେଲେ ଏହିବର୍ଷ କରୋନା ଯୋଗୁ ଏଥିରେ ବାଧା ଉପୁଜୁଛି। ପ୍ରଥମ ଥର ପାଇଁ ଏଭଳି ସମୟ ଆସିଛି ନା ପ୍ରଭୁଙ୍କର ଦର୍ଶନ କରିହେବ ନା ପାଣି ଢାଳି ହେବ। ତଥାପି ବିଶ୍ୱାସ ରହିଛି। ଅନ୍ୟ ଶୈବପୀଠ ନ ହେଲେ ଗାଁ ମନ୍ଦିରରେ ଯାଇ ପାଣି ଢାଳିବି ।
– ସିଦ୍ଧେଶ୍ୱର ରାଉଳ, କଟକ

ଚାଲିବା କଷ୍ଟ ଜଣାପଡ଼େନି
ପିଲାଦିନରୁ ଦେଖିଛି କାଉଡ଼ିଆମାନେ କିଭଳି ଲମ୍ବାଧାଡ଼ିରେ ଶିବ ମନ୍ତ୍ର ଜପ କରି ଖାଲି ପାଦରେ ଚାଲି ଚାଲି ଯାଆନ୍ତି। ସେମାନଙ୍କୁ ଦେଖିଲେ କେମିତି ଗୋଟେ ଭାରି ଖୁସି ଲାଗେ ଆଉ ନିଜେ ବି ବାହୁଙ୍ଗି କାନ୍ଧେଇ ମହାଦେବଙ୍କ ପାଖେ ପାଣି ଢାଳିବାକୁ ଇଚ୍ଛା ହୁଏ। ତେବେ ୬ ବର୍ଷ ତଳେ ପ୍ରଥମ ଥର ଲାଗି ପ୍ରଭୁଙ୍କ କୃପାରୁ ଏହି ସୁଯୋଗ ମିଳିଲା। ପରିବାର ଲୋକଙ୍କ ମଙ୍ଗଳକାମନା କରି କଟକ ଦେବୀଗଡ଼ାରୁ ପାଣିଭାର ନେଇ ମହାଦେବଙ୍କ ଉପରେ ଜଳାଭିଷେକ କରିବାକୁ ଲିଙ୍ଗରାଜ ମନ୍ଦିର ଯାଇଥିଲି। କେଜାଣି କିଭଳି ଖାଲି ପାଦରେ ପୂରା ବାଟ ଚାଲିଗଲେ ବି ଏତେ ଦୂରତା ଜଣାପଡୁ ନ ଥିଲା, ସବୁ କଷ୍ଟ ଯେପରି ମୋର ଲାଘବ ହୋଇଯାଉଥିଲା। ସେବେଠୁ ପ୍ରତିବର୍ଷ ବୋଲ୍‌ବମ୍‌ ଯାଉଛି। ହେଲେ ଏ ବର୍ଷ କରୋନା ପାଇଁ ପ୍ରଭୁଙ୍କ ସେବାରୁ ବଞ୍ଚତ୍ତ ହୋଇ ଭାରି ମନକଷ୍ଟ ହେଉଛି। ମନରେ ଦୁଃଖ ଥିଲେ ନିଜ ସହ ପରିବାରର ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଆମର କର୍ତ୍ତବ୍ୟ। ତେଣୁ ଘରେ ରହି ବାବାଙ୍କର ପୂଜାର୍ଚ୍ଚନା କରିବା ସହ ମାନସିକ ରଖିଛି ।
– ମାମା ଭୂୟାଁ, କାଉଡ଼ିଆ, କଟକ

ବାବାଙ୍କ ନାମ ଉଚ୍ଚାରଣରେ ଜୋସ୍‌ ଆସିଯାଏ
– ଶ୍ରାବଣ ମାସ ପାଖେଇ ଆସିଲେ ମନରେ ଉତ୍କଣ୍ଠା ବଢ଼ିଯାଏ। କେଉଁ ସୋମବାର ପାଣିଭାର କାନ୍ଧେଇ ମହାଦେବଙ୍କ ଜଳାଭିଷେକ କରିବି ସେଥିପାଇଁ ସମସ୍ତ ପ୍ଲାନିଂ ବି କରିନିଏ। ନୂଆ ଗେରୁଆ ବସ୍ତ୍ର, ବାହୁଙ୍ଗି, ଏହାକୁ ସଜାଇବା ଲାଗି ବିଭିନ୍ନ ସାମଗ୍ରୀ ସହ ଆବଶ୍ୟକ ପୂଜା ସାମଗ୍ରୀ କିଣେ। ଆମେ ୭ ଜଣ ସାଙ୍ଗ ଏକାଠି ଚନ୍ଦନପୁରରୁ ପାଣି ନେଇ ବେଲେଶ୍ୱର ମନ୍ଦିର ଯାଉ। ବଡ଼ ପାଟିରେ ବାବାଙ୍କ ନାମ ଉଚ୍ଚାରଣ କରି ଚାଲିବା ବେଳେ ଦେହରେ ଏତେ ଜୋସ୍‌ ଆସିଯାଏ ଯେ, ନା ୨୫ କି.ମି. ଚାଲିବାର କଷ୍ଟ ଜଣାପଡ଼େ ନା ସମୟ ଜଣାପଡ଼େ। ପ୍ରଭୁଙ୍କ ଦୟାରୁ ପ୍ରାୟ ୮ ବର୍ଷ ହେଲାଣି ଯାହା ମାନସିକ କରି ବୋଲ୍‌ବମ୍‌ ଯାଇଛି ମୋତେ ସୁଫଳ ମିଳିଛି। ଏ ବର୍ଷ କରୋନା ଲାଗି ଇଚ୍ଛାଥିଲେ ସୁଦ୍ଧା ବୋଲ୍‌ବମ୍‌ ଯାଇ ହେବନି। ତଥାପି ସବୁ ନିୟମ ମାନୁଛି। ମାସ ସାରା ଆମିଷ ଖାଉ ନ ଥିବା ବେଳେ ପ୍ରତି ସୋମବାର ଅରୁଆ ଖାଉଛି ଏବଂ ଘରେ ପାଣି, ଫୁଲ, ବେଲପତ୍ର ଦେଇ ମହାଦେବଙ୍କ ପୂଜା କରୁଛି।
-ଅମୀୟ ସାହୁ, ବରମୁଣ୍ଡା ହାଉସିଂବୋର୍ଡ କଲୋନୀ, ଭୁବନେଶ୍ୱର

ସୁରକ୍ଷା ଲାଗି କଟକଣା ମାନିବା ବାଧ୍ୟ
ସେ ଭୋଳାବାବା। ତାଙ୍କୁ ଭକ୍ତିରେ ଡାକିଲେ ସେ ମନସ୍କାମନା ପୂର୍ଣ୍ଣ କରନ୍ତି। ଏ କଥା ନିଜେ ଅଙ୍ଗେ ନିଭେଇଛି। ସେଥିପାଇଁ ପ୍ରାୟ ୭ ବର୍ଷ ହେବ ଓଡ଼ିଶାର ହରିଶଙ୍କର, ଧବଳେଶ୍ୱର, କପିଳାସ, ପଞ୍ଚଲିଙ୍ଗେଶ୍ୱର, ଲଡୁବାବା, ଲିଙ୍ଗରାଜ ଆଦି ସମେତ ଛତିଶଗଡ଼ର କେତେକ ପ୍ରସିଦ୍ଧ ଶୈବପୀଠକୁ ପାଣିଭାର ନେଇ ଯାଉଛି। ସଂକଳ୍ପ କରି ମହାଦେବଙ୍କ ନାଁ ଡାକିଡାକି ଖାଲିପାଦରେ ଚାଲିଚାଲି ଯିବାରେ ଯେଉଁ ଆନନ୍ଦ ଅଛି ତାହା ସତରେ ନିଆରା। ଏତେ ଦୂର ଚାଲିବା ତ ନିଶ୍ଚିତ ଭାବେ କଷ୍ଟ, ହେଲେ ଯେତେବେଳେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ପ୍ରଭୁଙ୍କ ମଥାରେ ପାଣି ଢାଳିବାର ସୁଯୋଗ ମିଳେ ସେ କଷ୍ଟ ଯେମିତି କେଉଁଆଡ଼େ ଉଭେଇ ଯାଏ। ଏ ବର୍ଷ କରୋନା ସଂକ୍ରମଣକୁ ଆଖିଆଗରେ ରଖି ସରକାରଙ୍କ ଦ୍ୱାରା ବୋଲ୍‌ବମ୍‌ ଯାତ୍ରା ବନ୍ଦ କରାଯାଇଛି, ତେଣୁ ଦୁଃଖ ଲାଗୁଥିଲେ ବି ସୁରକ୍ଷା ଦୃଷ୍ଟିରୁ କଟକଣା ମାନିବାକୁ ପଡୁଛି। ତେଣୁ ଘରେ ପୂଜା କରୁଛି।
– ଉପେନ୍ଦ୍ର କୁମାର ସାହୁ, ନୟାଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?