ଏଥର ହୋଇପାରେ ଖଣ୍ଡଗିରି-ଉଦୟଗିରି ମହୋତ୍ସବ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଆସନ୍ତା ମାଘସପ୍ତମୀଠାରୁ ଖଣ୍ଡଗିରିରେ କୁମ୍ଭମେଳା ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ସପ୍ତମୀ ଓ ଅଷ୍ଟମୀ ତିଥି ଗୋଟିଏ ଦିନରେ ପଡ଼ୁଥିବାରୁ ୨୮ ତାରିଖରେ ବାରଭୁଜା ପୀଠରେ ଏବଂ ଅନନ୍ତ ଗୁମ୍ଫା ସମ୍ମୁଖରେ ଯଜ୍ଞବିଧି ଆରମ୍ଭ ହେବ। ତେବେ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ୨୯ ତାରିଖଠାରୁ ମିନାବଜାର ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଅନୁମତି ମିଳିବ। ୩୦ ତାରିଖରୁ ୫ଟି ପେଣ୍ଡାଲରେ ଯାତ୍ରା ପାର୍ଟି ନାଟକ ପରିବେଷଣ କରିବେ। ଅନ୍ୟପଟେ ଦୀର୍ଘ ୫ବର୍ଷ ଧରି ବନ୍ଦ ରହିଥିବା ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଚଳିତ ବର୍ଷ ୩ ଦିନ ପାଇଁ ଆୟୋଜନ ହେବ ବୋଲି ଆଲୋଚନା ହେଉଛି।
ସୂଚନା ଅନୁଯାୟୀ, ୨୮ରେ ବାରଭୁଜା ପୀଠରେ ପାରାୟଣ ପୂଜା ସହ ପରମ୍ପରା ମୁତାବକ ହୋମ ଯଜ୍ଞ ଆରମ୍ଭ ହେବ। ୯ଦିନ ଧରି ଏଠାରେ ରାମଚରିତ ମାନସ ପାଠ କରାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅନନ୍ତ ଗୁମ୍ପା ନିକଟରେ ଅନୁଷ୍ଠିତ ହେବାକୁ ଥିବା ହୋମଯଜ୍ଞ ପାଇଁ ଜାଗମରା ବଡ଼ ପୋଖରୀକୁ କଳସଯାତ୍ରା କରାଯିବା ସହ ଧୂନି ସ୍ଥାପନ କରାଯିବ। ଅନ୍ୟପଟେ ଜାଗମରା ଗ୍ରାମର ଆରାଧ୍ୟ ଦେବତା ଅନନ୍ତ କେଶରୀ ଦେବ ଶୋଭାଯାତ୍ରାରେ ଉଦୟଗିରିସ୍ଥିତ ରାଣୀ ହଂସପୁର ଆସିବା ପରେ ଅନ୍ୟାନ୍ୟ ପୂଜା ବିଧି ଆଗେଇବ। ଭୋର ୪ଟାରୁ ମା’ ବାରଭୁଜାଙ୍କ ନିକଟରେ ଖଣ୍ଡଖିରି ଭୋଗ କରାଯିବ। ଆଳତି ପରେ ପ୍ରାୟ ୪ହଜାର ଶ୍ରଦ୍ଧାଳୁଙ୍କୁ ଖଣ୍ଡଖିରି ପ୍ରସାଦ ବଣ୍ଟନ କରାଯିବ। ଗତ ୨ବର୍ଷ ଧରି କରୋନା କଟକଣା ମଧ୍ୟରେ ପୂଜା ବିଧି ଅନୁଷ୍ଠିତ ହୋଇଥିବାବେଳେ ଚଳିତ ବର୍ଷ ଦୈନିକ ୫୦ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଚଳିତବର୍ଷ କାଶୀ, ହରିଦ୍ୱାର ଆଦି ସ୍ଥାନରୁ ପ୍ରାୟ ୨୫ ଜଣ ନାଗାସାଧୁଙ୍କ ସମେତ ରାଜ୍ୟର ଶତାଧିକ ସାଧୁସନ୍ଥ ଯୋଗଦେବେ। ଫେବୃୟାରୀ ୪ରେ ସାଧୁ ସମ୍ମିଳନୀ ତଥା ଧର୍ମସଭାରେ ରାଜ୍ୟର ବିଭିନ୍ନ ଆଶ୍ରମରୁ ସନ୍ନ୍ୟାସୀମାନେ ଯୋଗ ଦେଇ ଧାର୍ମିକ ତତ୍ତ୍ୱ ଉପରେ ଆଲୋଚନା କରିବେ। ଫେବୃୟାରୀ ୫ରେ ପୂର୍ଣ୍ଣାହୂତି ସହ ଅଗ୍ନିଉସତ୍ବ ଆୟୋଜନ ହେବ ବୋଲି ମା’ ବାରଭୁଜା ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି। ଡ. ହରେକୃଷ୍ଣ ମହତାବ ପଡ଼ିଆରେ ୨ଟି ଓ ଜାଗମରା କ୍ରିକେଟ ପଡ଼ିଆରେ ୩ଟି ଯାତ୍ରା ପେଣ୍ଡାଲର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇସାରିଛି। ଚଳିତବର୍ଷ ସେଣ୍ଟ ଜାଭିୟର୍‌ ହାଇସ୍କୁଲ ପାର୍ଶ୍ୱରେ ସ୍ଥାନ ଅଭାବରୁ ଅପେରା ପାର୍ଟି ପଡ଼ିବ ନାହିଁ। ସେହିପରି ଖଣ୍ଡଗିରିବାରିରେ ଯାତ୍ରାର ଆୟୋଜନ ପାଇଁ ଜାଗମରା ଯୁବକ ସଂଘ ପକ୍ଷରୁ ବିଏମ୍‌ସିକୁ ଅନୁମତି ମଗାଯାଇଛି। ଯଦି ଅନୁମତି ମିଳେ ତା’ହେଲେ ଦର୍ଶକ ଚଳିତ ବର୍ଷ ୬ଟି ପେଣ୍ଡାଲରେ ଯାତ୍ରା ଦେଖିବାର ସୁଯୋଗ ପାଇବେ।
ଅନ୍ୟପଟେ ଦୀର୍ଘବର୍ଷର ବ୍ୟବଧାନ ପରେ ମେଳାରେ ଲୋକେ ଖଣ୍ଡଗିରି-ଉଦୟଗିରି ମହୋତ୍ସବର ମଜା ନେବେ ବୋଲି ଆଲୋଚନା ହେଉଛି। ପୂର୍ବରୁ କାଳୁ ନନ୍ଦ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଖାରବେଳ ମହୋତ୍ସବ ଭାବେ ଏହି ଉତ୍ସବ ଆୟୋଜିତ ହେଉଥିତ୍ଲା। ପରବର୍ତ୍ତୀ ସମୟରେ ସ୍ଥାନ ଅଭାବରୁ କାର୍ଯ୍ୟକ୍ରମ ଆୟୋଜନରେ ସମସ୍ୟା ଦେଖାଦେଇଥିଲା। ବର୍ତ୍ତମାନର ବିଜୁ ପଟ୍ଟନାୟକ ଶକ୍ତି ଉଦ୍ୟାନରେ ଗୋଟିଏ ବର୍ଷ ପାଇଁ ଏହି ଉତ୍ସବର ଆୟୋଜନ କରାଯାଇଥିଲା। ଏହାପରେ କରୋନା ମହାମାରୀ ପୂର୍ବରୁ ୨ ବର୍ଷ ପାଇଁ ବର୍ତ୍ତମାନର ଗାନ୍ଧୀ ଶାନ୍ତି କେନ୍ଦ୍ରଠାରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ଏହାକୁ ଖାରବେଳ ମହୋତ୍ସବ ପରିବର୍ତ୍ତେ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ନାମ ରଖାଯାଇଥିଲା। ସାରା ଦେଶର କଳାକାର ଏହି ମଞ୍ଚରେ ନୃତ୍ୟ ପରିବେଷଣ କରୁଥିବାବେଳେ ଦର୍ଶକଙ୍କ ଆଦୃତି ମିଳିଥିଲା। ତେବେ ଚଳିତ ବର୍ଷ ପୁଣି ଥରେ ଏହି ମହୋତ୍ସବର ଆୟୋଜନ ହେବ ବୋଲି ସୂଚନା ରହିଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?