ଏଥର ହୋଇପାରେ ଖଣ୍ଡଗିରି-ଉଦୟଗିରି ମହୋତ୍ସବ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଆସନ୍ତା ମାଘସପ୍ତମୀଠାରୁ ଖଣ୍ଡଗିରିରେ କୁମ୍ଭମେଳା ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ସପ୍ତମୀ ଓ ଅଷ୍ଟମୀ ତିଥି ଗୋଟିଏ ଦିନରେ ପଡ଼ୁଥିବାରୁ ୨୮ ତାରିଖରେ ବାରଭୁଜା ପୀଠରେ ଏବଂ ଅନନ୍ତ ଗୁମ୍ଫା ସମ୍ମୁଖରେ ଯଜ୍ଞବିଧି ଆରମ୍ଭ ହେବ। ତେବେ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ୨୯ ତାରିଖଠାରୁ ମିନାବଜାର ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଅନୁମତି ମିଳିବ। ୩୦ ତାରିଖରୁ ୫ଟି ପେଣ୍ଡାଲରେ ଯାତ୍ରା ପାର୍ଟି ନାଟକ ପରିବେଷଣ କରିବେ। ଅନ୍ୟପଟେ ଦୀର୍ଘ ୫ବର୍ଷ ଧରି ବନ୍ଦ ରହିଥିବା ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଚଳିତ ବର୍ଷ ୩ ଦିନ ପାଇଁ ଆୟୋଜନ ହେବ ବୋଲି ଆଲୋଚନା ହେଉଛି।
ସୂଚନା ଅନୁଯାୟୀ, ୨୮ରେ ବାରଭୁଜା ପୀଠରେ ପାରାୟଣ ପୂଜା ସହ ପରମ୍ପରା ମୁତାବକ ହୋମ ଯଜ୍ଞ ଆରମ୍ଭ ହେବ। ୯ଦିନ ଧରି ଏଠାରେ ରାମଚରିତ ମାନସ ପାଠ କରାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅନନ୍ତ ଗୁମ୍ପା ନିକଟରେ ଅନୁଷ୍ଠିତ ହେବାକୁ ଥିବା ହୋମଯଜ୍ଞ ପାଇଁ ଜାଗମରା ବଡ଼ ପୋଖରୀକୁ କଳସଯାତ୍ରା କରାଯିବା ସହ ଧୂନି ସ୍ଥାପନ କରାଯିବ। ଅନ୍ୟପଟେ ଜାଗମରା ଗ୍ରାମର ଆରାଧ୍ୟ ଦେବତା ଅନନ୍ତ କେଶରୀ ଦେବ ଶୋଭାଯାତ୍ରାରେ ଉଦୟଗିରିସ୍ଥିତ ରାଣୀ ହଂସପୁର ଆସିବା ପରେ ଅନ୍ୟାନ୍ୟ ପୂଜା ବିଧି ଆଗେଇବ। ଭୋର ୪ଟାରୁ ମା’ ବାରଭୁଜାଙ୍କ ନିକଟରେ ଖଣ୍ଡଖିରି ଭୋଗ କରାଯିବ। ଆଳତି ପରେ ପ୍ରାୟ ୪ହଜାର ଶ୍ରଦ୍ଧାଳୁଙ୍କୁ ଖଣ୍ଡଖିରି ପ୍ରସାଦ ବଣ୍ଟନ କରାଯିବ। ଗତ ୨ବର୍ଷ ଧରି କରୋନା କଟକଣା ମଧ୍ୟରେ ପୂଜା ବିଧି ଅନୁଷ୍ଠିତ ହୋଇଥିବାବେଳେ ଚଳିତ ବର୍ଷ ଦୈନିକ ୫୦ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ଚଳିତବର୍ଷ କାଶୀ, ହରିଦ୍ୱାର ଆଦି ସ୍ଥାନରୁ ପ୍ରାୟ ୨୫ ଜଣ ନାଗାସାଧୁଙ୍କ ସମେତ ରାଜ୍ୟର ଶତାଧିକ ସାଧୁସନ୍ଥ ଯୋଗଦେବେ। ଫେବୃୟାରୀ ୪ରେ ସାଧୁ ସମ୍ମିଳନୀ ତଥା ଧର୍ମସଭାରେ ରାଜ୍ୟର ବିଭିନ୍ନ ଆଶ୍ରମରୁ ସନ୍ନ୍ୟାସୀମାନେ ଯୋଗ ଦେଇ ଧାର୍ମିକ ତତ୍ତ୍ୱ ଉପରେ ଆଲୋଚନା କରିବେ। ଫେବୃୟାରୀ ୫ରେ ପୂର୍ଣ୍ଣାହୂତି ସହ ଅଗ୍ନିଉସତ୍ବ ଆୟୋଜନ ହେବ ବୋଲି ମା’ ବାରଭୁଜା ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି। ଡ. ହରେକୃଷ୍ଣ ମହତାବ ପଡ଼ିଆରେ ୨ଟି ଓ ଜାଗମରା କ୍ରିକେଟ ପଡ଼ିଆରେ ୩ଟି ଯାତ୍ରା ପେଣ୍ଡାଲର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇସାରିଛି। ଚଳିତବର୍ଷ ସେଣ୍ଟ ଜାଭିୟର୍‌ ହାଇସ୍କୁଲ ପାର୍ଶ୍ୱରେ ସ୍ଥାନ ଅଭାବରୁ ଅପେରା ପାର୍ଟି ପଡ଼ିବ ନାହିଁ। ସେହିପରି ଖଣ୍ଡଗିରିବାରିରେ ଯାତ୍ରାର ଆୟୋଜନ ପାଇଁ ଜାଗମରା ଯୁବକ ସଂଘ ପକ୍ଷରୁ ବିଏମ୍‌ସିକୁ ଅନୁମତି ମଗାଯାଇଛି। ଯଦି ଅନୁମତି ମିଳେ ତା’ହେଲେ ଦର୍ଶକ ଚଳିତ ବର୍ଷ ୬ଟି ପେଣ୍ଡାଲରେ ଯାତ୍ରା ଦେଖିବାର ସୁଯୋଗ ପାଇବେ।
ଅନ୍ୟପଟେ ଦୀର୍ଘବର୍ଷର ବ୍ୟବଧାନ ପରେ ମେଳାରେ ଲୋକେ ଖଣ୍ଡଗିରି-ଉଦୟଗିରି ମହୋତ୍ସବର ମଜା ନେବେ ବୋଲି ଆଲୋଚନା ହେଉଛି। ପୂର୍ବରୁ କାଳୁ ନନ୍ଦ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଖାରବେଳ ମହୋତ୍ସବ ଭାବେ ଏହି ଉତ୍ସବ ଆୟୋଜିତ ହେଉଥିତ୍ଲା। ପରବର୍ତ୍ତୀ ସମୟରେ ସ୍ଥାନ ଅଭାବରୁ କାର୍ଯ୍ୟକ୍ରମ ଆୟୋଜନରେ ସମସ୍ୟା ଦେଖାଦେଇଥିଲା। ବର୍ତ୍ତମାନର ବିଜୁ ପଟ୍ଟନାୟକ ଶକ୍ତି ଉଦ୍ୟାନରେ ଗୋଟିଏ ବର୍ଷ ପାଇଁ ଏହି ଉତ୍ସବର ଆୟୋଜନ କରାଯାଇଥିଲା। ଏହାପରେ କରୋନା ମହାମାରୀ ପୂର୍ବରୁ ୨ ବର୍ଷ ପାଇଁ ବର୍ତ୍ତମାନର ଗାନ୍ଧୀ ଶାନ୍ତି କେନ୍ଦ୍ରଠାରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ଏହାକୁ ଖାରବେଳ ମହୋତ୍ସବ ପରିବର୍ତ୍ତେ ଖଣ୍ଡଗିରି-ଉଦୟଗିରି ମହୋତ୍ସବ ନାମ ରଖାଯାଇଥିଲା। ସାରା ଦେଶର କଳାକାର ଏହି ମଞ୍ଚରେ ନୃତ୍ୟ ପରିବେଷଣ କରୁଥିବାବେଳେ ଦର୍ଶକଙ୍କ ଆଦୃତି ମିଳିଥିଲା। ତେବେ ଚଳିତ ବର୍ଷ ପୁଣି ଥରେ ଏହି ମହୋତ୍ସବର ଆୟୋଜନ ହେବ ବୋଲି ସୂଚନା ରହିଥିଲେ ମଧ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri