କେନ୍ଦୁଝର, ୮ା୩ (ସ୍ବ.ପ୍ର.) ପାୈରନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲର ସୋମବାର ଥିଲା ଶେଷ ଦିନ। ଚଳିତ ନିର୍ବାଚନରେ ପାୈରାଧ୍ୟକ୍ଷ ନିର୍ବାଚନ ବହୁ ବର୍ଷ ପରେ ସିଧାସଳଖ ହେବାକୁ ଯାଉଛି। ଏଣୁ ଏନେଇ ଉତ୍କଣ୍ଠା ପ୍ରକାଶ ପାଇଛି। କେନ୍ଦୁଝରଗଡ଼ ପାୈରପାଳିକାର ଅଧ୍ୟକ୍ଷ ପଦବୀ ଅଣ ସଂରକ୍ଷିତ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ବହୁ ଆଶାୟୀ ନିରାଶ ହୋଇଛନ୍ତି। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ସମେତ ଆମ ଆଦମୀ ପାର୍ଟି ଏବଂ ବିଏସ୍ପି ଦଳର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଥିବା କୁହାଯାଉଛି। ଅନ୍ୟପକ୍ଷରେ ରାଜନୀତିରେ ଅଭିଜ୍ଞତା ନ ଥାଇ ମହିଳାମାନେ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବାରୁ ପରିବାର ବା ଦଳର ସ୍ଥିତି ସେମାନଙ୍କ ଜିତହାର ନିର୍ଦ୍ଧାରଣ କରିବ ବୋଲି ମତପ୍ରକାଶ ପାଉଛି।
୪ଥର କାଉନ୍ସିଲର ହୋଇଥିବା କୃଷ୍ଣଚନ୍ଦ୍ର ରାଉତଙ୍କ ସ୍ତ୍ରୀ ଅର୍ଚ୍ଚନା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଅର୍ଚ୍ଚନାଙ୍କ ବାପା ଯାଜପୁରରୋଡ୍ ପୌରପାଳିକାର ଉପାଧ୍ୟକ୍ଷ ଥିଲେ। ଏଣୁ ସିଧାସଳଖ ରାଜନୀତିରେ ସଂଶ୍ଳିଷ୍ଟ ନ ଥିଲେ ହେଁ ପରିବାରର ରାଜନୈତିକ ଅଭିଜ୍ଞତା ତାଙ୍କ ପାଇଁ ସୁବିଧାଜନକ ହେବ। ଏହା ବ୍ୟତୀତ ଜିଲା ପରିଷଦ ନିର୍ବାଚନରେ ବିଜେଡି ଏକତରଫା ବିଜୟ ହାସଲ କରି କର୍ମୀଙ୍କୁ ଉତ୍ସାହିତ କରିଥିବା ବେଳେ ଏହି ନିର୍ବାଚନରେ ପୁଣି ବାଜିମାତ କରିବା ନିଶ୍ଚିତ ଭାବରେ ସହାୟକ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତବ୍ୟକ୍ତ କରୁଛନ୍ତି। ଅର୍ଚ୍ଚନାଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ବିଜେଡିରେ ବହୁ ଆଶାୟୀଙ୍କ ମୁହଁ ଚୁପ ହୋଇଯାଇଛି ା କେତେକ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ପ୍ରତିବାଦ କରିଥିଲେ ହେଁ ନିର୍ବାଚନରେ ସେମାନଙ୍କ ଭୂମିକା କ’ଣ ହେବ ସେ ନେଇ ବିଜେଡି ଦଳ ତଥା ବିରୋଧୀ ଅନେଇ ରହିଛନ୍ତି। ଭାଜପା ସେଭଳି ଦୃଢ ରାଜନୈତିକ ଅଭିଜ୍ଞତା ନ ଥିବା ପରିବାରର ସଦସ୍ୟା ତଥା ବ୍ୟବସାୟୀ ସ୍ବର୍ଗତ ବାଇଧର ସାହୁଙ୍କ ବୋହୂ ନିକୁ ସାହୁଙ୍କୁ ପ୍ରାର୍ଥୀ କରିଛି। ଜିଲା ପରିଷଦ ନିର୍ବାଚନରେ ଭାଜପାର ଶୋଚନୀୟ ପରାଜୟ ପରେ ନିରୁତ୍ସାହିତ କର୍ମୀ ଓ ନେତାଙ୍କ ମଧ୍ୟରେ ନୂଆ ସେଭଳି ପ୍ରଭାବ ନାହିଁ। ତେବେ ସେମାନେ ଶୃଙ୍ଖଳିତ ଦଳର ନେତା ଓ କର୍ମୀ ଭାବେ କାମ କରିବେ ବୋଲି କହିଛନ୍ତି। କଂଗ୍ରେସ ଦଳ ପୂର୍ବତନ ପାୈରାଧ୍ୟକ୍ଷ ତଥା ସ୍ବର୍ଗତ ଡକ୍ଟର ଉଦୟନାଥ ସାହୁଙ୍କ ବୋହୂ ତଥା ସାମାଜିକକର୍ମୀ ଦିଲୀପ ସାହୁଙ୍କ ସ୍ତ୍ରୀ ପ୍ରାଚୀବାଳା ସାହୁଙ୍କୁ ପ୍ରାର୍ଥୀ କରିଛି। ଜଣେ ଉଚ୍ଚ ଶିକ୍ଷିତା ପ୍ରାଚୀବାଳାଙ୍କ ମଧ୍ୟ ସିଧାସଳଖ ରାଜନୀତିରେ ଅଭିଜ୍ଞତା ନ ଥିଲେ ହେଁ ପ୍ରଥମ ଥର ପାଇଁ ସିଧାସଳଖ ପାୈରାଧ୍ୟକ୍ଷ ନିର୍ବାଚନ ଜିତିଥିବା ତାଙ୍କ ଶ୍ୱଶୁରଙ୍କ କାମକାର୍ଯ୍ୟ ଓ ଲୋକାଦୃତ ସେବାର ଫାଇଦା କେତେଦୂର ଉଠାଇପାରିବେ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି।
ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ
ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…
କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….
ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି
ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…
ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…
ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,
ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…
ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ
ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…
‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା
ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସ୍ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…
ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…
ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

