Posted inଫୁରସତ

୧୩୦ ବର୍ଷ ପରେ ଦେଖିବାକୁ ମିଳିଲା ଏହି ଦୁର୍ଲଭ ପେଚା

ନ୍ୟୁୟର୍କର ସେଣ୍ଟ୍ରାଲ ପାର୍କରେ ୨୯ ତାରିଖରେ ଏକ ବିରଳ ପେଚା ଦେଖିବାକୁ ମିଳିଛି। ଦୀର୍ଘ ୧୩୦ ବର୍ଷ ପରେ ଏହି ଧଳାରଙ୍ଗର ପେଚାଟି ଦେଖିବାକୁ ମିଳିଛି। ଏହା ଏକ ଦୁର୍ଲଭ ପକ୍ଷୀ। ଏହା ଦେଖିବାକୁ ଲୋକଙ୍କ ମଧ୍ୟରେ ବେଶ୍‌ କୌତୂହଳ ପ୍ରକାଶ ପାଇଛି। ଲୋକେ ଏହି ପେଚାର ଫଟୋ ଉଠାଇବା ସହ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।

ମ୍ୟାନହାଟନ ବାର୍ଡ ଆର୍ଲଟ ଟୁଇଟର୍‌ ପେଜରେ ପେଚାର ଫଟୋଟି ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ସେଣ୍ଟ୍ରାଲ ପାର୍କରେ ଏହି ଦୁର୍ଲଭ ପେଚା ଦେଖିବାକୁ ମିଳିଛି। ୩୦ ସେକେଣ୍ଡର ଏହି ଭିଡିଓରେ ପେଚାଟି କିପରି କାଉମାନଙ୍କ ସହ ମଜା କରୁଛି ତାହା ନଜର ଆସିଛି। ଏହା ପୂର୍ବରୁ ୧୮୯୦ ମସିହାର ଏପରି ପେଚା ଦେଖିବାକୁ ମିଳିଥିଲା। ଭିଡିଓଟି ଶେୟାର ହେବା କିଛି ସମୟ ମଧ୍ୟରେ ୮୫ ହଜାର ଲୋକ ଏହାକୁ ଦେଖିସାରିଲେଣି। ୨୪୦୦ ୟୁଜର ଲାଇକ୍‌ କରିଛନ୍ତି। ସେହିପର ୫୯୦ଟି ରିଟୁଇଟ୍‌ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ପେଚାଟି ଚାରିପଟକୁ ବେକ ବୁଲାଇ ଆଖପାଖକୁ ଚାହୁଁଛି। ଏହି ପେଚାର ବୈଜ୍ଞାନିକ ନାମ ବୁବୋ ସ୍କାଣ୍ଡିଆକସ୍‌। ଏହା ସାଧାରଣତଃ ଆର୍କଟିକ୍‌ ଅଞ୍ଚଳରେ ଦେଖିବାକୁ ମିଳିଥାଏ। କିଛି ପ୍ରଜାତିର ପେଚା ଆମେରିକାର ବରଫାବୃତ୍ତ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ପେଚାର ଶରୀର ବରଫ ପରି ଧଳା, କଳା ଏବଂ ଧୂସରିଆ ରଙ୍ଗର ହୋଇଥାଏ। ପେଚା ଦିନରେ ଶୋଇଥାଏ। ରାତିରେ ଶିକାର ପାଇଁ ବାହାରେ। ଏହା ବର୍ଷରେ ଥରେ ପ୍ରଜନନ କରିବା ପାଇଁ ଯାଇଥାଏ। ଅନ୍ୟ ସମୟରେ ଥଣ୍ଡା ସ୍ଥାନରେ ଦେଖିବାକୁ ମିଳେ। ଏହାର ସ୍ବର ପ୍ରାୟ ୧୧ କିଲୋମିଟର ପର୍ଯ୍ୟନ୍ତ ଶୁଣିବାକୁ ମିଳେ। ମାଈ ଧଳାପେଚାର ଶବ୍ଦ ଏହାଠାରୁ ଆହୁରି ଅଧିକ ବାଟ ପର୍ଯ୍ୟନ୍ତ ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ବଡ଼ ବୋଟ୍‌: ଏଥିରେ ତିଆରି ହେବ ୩୯ ଆପାର୍ଟମେଣ୍ଟ, ଦାମ୍‌ ରହିବ…

ଦୁନିଆର ସବୁଠୁ ବିଶାଳକାୟ ବୋଟ୍‌ ତିଆରି ଯୋଜନା ଖୁବ୍‌ ଦ୍ରୁତ ଗତିରେ ଆଗକୁ ବଢୁଛି। ଏହି ବୋଟ୍‌ରେ ୬ଟି ଫ୍ଲୋର ରହିବ ଏବଂ ୩୯ ଆପାର୍ଟମେଣ୍ଟ...

ସମୁଦ୍ର ମଧ୍ୟରେ ଖାଦ୍ୟ ଦେଉଥିଲେ ବ୍ୟକ୍ତି: ପାଖରେ ପହଞ୍ଚିଲା ଏହି ମାଛ, ଘଟଲା ଏମିତି

ମଣିଷ ଓ ସିଲ୍‌କୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଡରିଯିବେ। ଜଣେ ବ୍ୟକ୍ତି ସମୁଦ୍ର...

ଯେଉଁଠି ହୁଏ ଅସରପା ଚାଷ…

ପୃଥିବୀର ବିଭିନ୍ନ ଅଞ୍ଚଳର ଲୋକଙ୍କର ଖାଦ୍ୟାଭ୍ୟାସ ଭିନ୍ନ ଭିନ୍ନ। ଲୋକଙ୍କ ଚାହିଦା ଅନୁସାରେ ବିଭିନ୍ନ ଅଞ୍ଚଳରେ ନାନା ପ୍ରକାର ଚାଷ ହୋଇଥାଏ। ତେବେ ଅସରପା ଚାଷ...

ଘରେ ପୁରୁଣା ୨୫ ପଇସା ରଖିଛନ୍ତି କି, ହେବେ ମାଲାମାଲ୍‌

ପୁରୁଣା ମୁଦ୍ରା ବିକ୍ରି କରି ଲକ୍ଷପତି ହେବାର ଏକ ଭଲ ସୁଯୋଗ ଅଛି। ଏହି ମୁଦ୍ରାଗୁଡ଼ିକ ଦେଇ ସହଜରେ ଲକ୍ଷପତି ହୋଇପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା...

ଚଢ଼େଇଙ୍କ ପାଇଁ ବହୁତଳ ପ୍ରାସାଦ

ମଣିଷ ନିଜ ପାଇଁ ନିର୍ମାଣ କରିଛି ଅନେକ ବହୁତଳ ପ୍ରାସାଦ। କାଟୁଛି ବିଳାସମୟ ଜୀବନ। କିଛି ପ୍ରାଣୀ ବି ନିଜ ପାଇଁ ଛୋଟିଆ ଆବାସଟିଏ ତିଆରି...

ପିମ୍ପୁଡ଼ିିଠୁ ଛୋଟ ରୋବଟ୍‌ ଶରୀର ଭିତରେ ଚିକିତ୍ସା କରିବ

ଓ୍ବାଶିଂଟନ,୨୧।୭: ଚିକିତ୍ସା କ୍ଷେତ୍ରରେ ରୋବଟ୍‌ର ଉପଯୋଗ ବୃଦ୍ଧି ପାଉଥିବାରୁ ଏବେ ବୈଜ୍ଞାନିକମାନେ ନୂଆ ନୂଆ ରୋବଟ ବିକାଶ କରିବାରେ ଲାଗିଛନ୍ତି। ଏବେ ବୈଜ୍ଞାନିକମାନେ ବିକାଶ କରିଥିବା...

୭୫ ବର୍ଷ ବୟସ୍କ ବୃଦ୍ଧ କଲେ ଏପରି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲୁଧିଆନା,୧୫।୮: ପଞ୍ଜାବରେ ନିଶାର ମାୟା ଜାଲରେ ଯୁବଗୋଷ୍ଠୀ ପଡ଼ିଛନ୍ତି। ଦିନକୁ ଦିନ ଏଠାରେ ଡ୍ରଗ୍ସ୍‌ ଚୋରା କାରବାର ବଢ଼ିବା ସହିତ ନାନା ପ୍ରକାର ଅପରାଧ ବୃଦ୍ଧି...

ପ୍ରେମିକାଙ୍କ ସହ ରୋମାଣ୍ଟିକ୍‌ ଡିନର୍‌ କଲେ ଯୁବକ, ବିଲ୍‌ ୧୮ ହଜାର ଆସିବାରୁ…

ଭାଲେଣ୍ଟାଇନ୍‌ ଡେ’ ଅବସରରେ ଏକ ପ୍ରେମୀ ଯୁଗଳ ରୋମାଣ୍ଟିକ୍‌ ଡେଟ୍‌ରେ ରେଷ୍ଟୁରାଣ୍ଟ ଯାଇଥିଲେ। ସେଠାରେ ଖାଦ୍ୟ ଖାଇବା ସହ ମଦ ମଧ୍ୟ ପିଇଥିଲେ। ଏହାର ବିଲ୍‌...

Advertisement
Archives

Model This Week