Posted inଜାତୀୟ

ଫେବୃୟାରୀ ୧ରୁ ପୂର୍ଣ୍ଣ କ୍ଷମତାରେ ଖୋଲିବ ସିନେମା ହଲ

ନୂଆଦିଲ୍ଲୀ, ୩୧।୧: ସିନେମା ହଲ ଖୋଲିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ସରକାର ସିନେମା ହଲ ଉପରେ ଜାରି ହୋଇଥିବା କଟକଣା ଉଠାଇ ନେଇଛନ୍ତି। ଏବେ ଫେବୃୟାରୀ ୧ଠାରୁ ସିନେମା ହଲ ଗୁଡ଼ିକ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିବ। ଅର୍ଥାତ୍‌ ହଲରେ ରହିଥିବା ସିଟ୍‌ ସଂଖ୍ୟକ ଦର୍ଶକ ଏବେ ବସି ଫିଲ୍ମ ଦେଖି ପାରିବେ। ଏସମ୍ପର୍କରେ କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ରବିବାର କହିଛନ୍ତି। ତେବେ ହଲରେ କରୋନା ମାର୍ଗଦର୍ଶିକାକୁ ପାଳନ କରିବାକୁ ପଡ଼ିବ। ସାମାଜିକ ଦୂରତା ବଜାୟ ରଖିବା, ମାସ୍କ୍‌ ପିନ୍ଧିବା, ସାନିଟାଇଜର ବ୍ୟବହାର, ଆରୋଗ୍ୟ ସେତୁ ଆପ୍‌ ଇନଷ୍ଟଲଲେଶନ୍‌ ଏବଂ ଥର୍ମାଲ ସ୍କ୍ରିନିଂ ଆଦିକୁ ପାଳନ କରାଯିବ ବୋଲି ସେ କହିଛନ୍ତି। ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ ଉପରେ ଗୁରୁତ୍ୱାରୋପ କରାଯିବା ସହିତ ଅନ୍ୟ ସମସ୍ତ ସୁରକ୍ଷା ବ୍ୟବସ୍ଥା ପାଳନ ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୨୦ ଅକ୍ଟୋବରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୦ ପ୍ରତିଶତ କ୍ଷମତାରେ ସିନେମା ହଲ ଖୋଲିବା ଲାଗି ଅନୁମତି ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟାସିନ ମଲିକଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୫ା୧୦(ପି.ଟି.): ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଜେକେଏଲ୍‌ଏଫ୍‌ ମୁଖ୍ୟ ୟାସିନ ମଲିକଙ୍କ ସମେତ ୫ ଜଣଙ୍କ ବିରୋଧରେ ଏନ୍‌ଆଇଏ ଦିଲ୍ଲୀ ଅଦାଲତରେ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ...

ସିଏଏ ହିଂସାରେ ମୃତ ବ୍ୟକ୍ତିଙ୍କ ପାଖକୁ ନୋଟିସ ପଠାଇଛି ଉତ୍ତରପ୍ରଦେଶ ପୋଲିସ

ଲକ୍ଷ୍ନୌ,୩।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଉତ୍ତରପ୍ରଦେଶ ବିକ୍ଷୋଭ ପ୍ରଦର୍ଶନ ସମୟରେ ହୋଇଥିବା ହିଂସା ଓ ଭଙ୍ଗାରୁଜା କରିଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ...

ଫାଶୀ ପାଇଁ ବାକି ଗୋଟିଏ ଦିନ: ୩ ଦୋଷୀଙ୍କ ପାଖରେ ଏବେ ବି ରହିଛି ଲାଇଫ୍‌ ଲାଇନ୍‌

ନୂଆଦିଲ୍ଲୀ,୩୦।୧: ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବା ପାଇଁ ଆଉ ବାକି ରହିଛି ଗୋଟିଏ ଦିନ। ଫେବୃୟାରୀ ୧ରେ ଫାଶୀଦଣ୍ଡ ଲାଗିଁ ମୃତ୍ୟୁ ଓ୍ବାରେଣ୍ଟ୍‌...

ବାହାରେ ପ୍ରଦର୍ଶନ, ଭିତରେ ହଟ୍ଟଗୋଳ, ଲୋକ ସଭା-ରାଜ୍ୟ ସଭା ଅଚଳ…

ନୂଆଦିଲ୍ଲୀ,୨୯।୧୧: ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହ ଅଚଳ ହୋଇପଡ଼ିଛି। ବାହାରେ ବିରୋଧୀଙ୍କ ପକ୍ଷରୁ ପ୍ରଦର୍ଶନ ଆରମ୍ଭ କରାଯିବା ସହିତ ଉଭୟ ରାଜ୍ୟ...

ଉଦ୍ଧବ ଠାକ୍‌ରେଙ୍କୁ ଭେଟିଲେ ଶରଦ ପାୱାର

ମୁମ୍ବାଇ,୨୭।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ପ୍ରାୟ ଏକ ଘଣ୍ଟା ଧରି...

ଇନ୍ଦୋରରେ ବଢ଼ିଲା କରୋନା କର୍ଫ୍ୟୁ

ଇନ୍ଦୋର,୧୭।୫: କରୋନା କଟକଣା ଯୋଗୁ ଦୈନିକ ସଂକ୍ରମଣ ହ୍ରାସ ପାଉଥିବାରୁ ମଧ୍ୟପ୍ରଦେଶ ଇନ୍ଦୋରରେ ମେ’ ୨୯ଯାଏ କରୋନା କର୍ଫ୍ୟୁ ଅବଧିକୁ ବଢ଼ାଇ ଦିଆଯାଇଛି। ଏନେଇ ସୋମବାର...

ତୃତୀୟ ଲହର ମୁକାବିଲା ପ୍ରସ୍ତୁତି: ୫ହଜାର ସ୍ବାସ୍ଥ୍ୟସହାୟକଙ୍କୁ ଦିଆଯିବ ତାଲିମ୍‌

ନୂଆଦିଲ୍ଲୀ,୧୬।୫: କରୋନାର ସମ୍ଭାବ୍ୟ ତୃତୀୟ ଲହର ସହ ମୁକାବିଲା ନେଇ ଦିଲ୍ଲୀ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଡାକ୍ତରୀ କର୍ମଚାରୀଙ୍କ ଅଭାବକୁ ଧ୍ୟାନରେ ରଖି...

ଯୋଗୀଙ୍କୁ ଭେଟିଲେ ଜିତେନ

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ଛାଡ଼ି ଭାଜପାରେ ସାମିଲ ହେବାର ୧୦ ଦିନ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ ପ୍ରସାଦ ଶନିବାର ଲକ୍ଷ୍ନୌଠାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week