Posted inଖେଳ

ଶ୍ରୀଲଙ୍କା ସିରିଜ ପରେ ସନ୍ୟାସ ନେଇପାରନ୍ତି ଏହି ଅଲରାଉଣ୍ଡର, ଏଭଳି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୩: ଜାତୀୟ ଦଳ ଭାରତ ପକ୍ଷରୁ ଖେଳିବାର ସ୍ବପ୍ନ ପ୍ରତିଟି କ୍ରିକେଟର ଦେଖିଥାନ୍ତି। ହେଲେ ବହୁତ କମ୍‌ ଖେଳାଳିଙ୍କୁ ଏହାର ସୁଯୋଗ ମିଳିଥାଏ। ନିକଟରେ ଅଧିନାୟକ ରୋହିତ ଶର୍ମା ଜଣେ ଅଲରାଉଣ୍ଡରଙ୍କୁ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ଦେଇଛନ୍ତି। ଏବେ ଉକ୍ତ ଖେଳାଳି ସିରିଜ ପରେ ସନ୍ୟାସ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଶ୍ରୀଲଙ୍କା ବିପକ୍ଷ ସିରିଜର ଦ୍ୱିତୀୟ ଟେଷ୍ଟରେ ଜୟନ୍ତ ଯାଦବଙ୍କୁ ସୁଯୋଗ ମିଳିନାହିଁ। କାରଣ ପ୍ରଥମ ମ୍ୟାଚ୍‌ରେ ତାଙ୍କ ପ୍ରଦର୍ଶନ ବେଶ ଖରାପ ଥିଲା। ଏପରିକି ସେ ଲଗାତାର ଭାବେ ଉଇକେଟ ନେବାରେ ଅସମର୍ଥ ହେଉଛନ୍ତି। ଏଥିଲାଗି ରୋହିତ ତାଙ୍କୁ ବାଦ୍‌ ଦେଇ ଅକ୍ଷର ପଟେଲଙ୍କୁ ସ୍ଥାନ ଦେଇଛନ୍ତି।

୨୦୧୬ରେ ଭାରତ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ ଜୟନ୍ତ। ଏହାକୁ ଅନେକ ବର୍ଷ ବିତିଥିଲେ ହେଁ ଭାରତୀୟ ଟିମ୍‌ରେ ସେ ନିଜ ସ୍ଥାନ ପକ୍କା କରିପାରିନାହାନ୍ତି। ୫ ବର୍ଷ ପରେ ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ତାଙ୍କୁ ସାମିଲ କରାଯାଇଥିଲା। ସିରିଜରେ ଦୁଇଟି ମ୍ୟାଚ୍‌ ଖେଳିବାର ସୁଯୋଗ ତାଙ୍କୁ ମିଳିଥିଲା। ହେଲେ ସେ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ। ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କୁ ସୁଯୋଗ ମିଳି ନ ଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତ ଏକାଦଶରେ ସ୍ଥାନ ମିଳିଥିଲା। ଏଥିରେ ବି ସେ ବିଫଳ ହୋଇଥିଲେ।

ଟିମ୍‌ ଇଣ୍ଡିଆରେ ଏବେ ଯୁବ ବୋଲର୍‌ଙ୍କ ଦବ୍‌ଦବା ବଢ଼ିବାରେ ଲାଗିଛି। ଭାରତୀୟ ମଇଦାନ ସର୍ବଦା ସ୍ପିନ ଅନୁକୂଳ ରହି ଆସିଛି। ଏଭଳି ସ୍ଥିତିରେ ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜା ମିଶି ଭାରତୀୟ ଦଳ ପାଇଁ ଭଲ ପ୍ରଦର୍ଶନ କରୁଛନ୍ତି। ଏମାନଙ୍କ ଛଡ଼ା ଦଳରେ ଅକ୍ଷର ପଟେଲ, କୁଲଦୀପ ଯାଦବ ପ୍ରମୁଖ ସୁଯୋଗ ଅପେକ୍ଷାରେ ଅଛନ୍ତି। ଏଭଳି ସ୍ଥିତିରେ ଜୟନ୍ତଙ୍କୁ ୩୨ ବର୍ଷ ହେଲାଣି। ଏଣୁ ଶ୍ରୀଲଙ୍କା ସିରିଜ ପରେ ଜୟନ୍ତ ସନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri