ଶନିଙ୍କ ପ୍ରିୟ ହେଉଛି ଏହି ଲତା; ଧନ ଲାଭ ସାଙ୍ଗକୁ ବିବାହରେ ଉପୁଜୁଥିବା ବାଧା ହେବ ଦୂର…

ବାସ୍ତୁ ଶାସ୍ତ୍ରରେ ଘରେ ସୁଖ ସମୃଦ୍ଧି ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିରୁ ଗୋଟିଏ ହେଉଛି ବୃକ୍ଷଲତା ସମ୍ବନ୍ଧୀୟ। ଆଜିକାଲି ସମୟରେ ଅଧିକ ଲୋକ ନିଜ ଘରେ ଏଗୁଡ଼ିକୁ ଲଗାଇବାକୁ ପସନ୍ଦ କରୁଛନ୍ତି। ହେଲେ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଲଗାଯାଉଥିବା ଲତାର ଚୟନ ବହୁତ ଭାବି ବିଚାରି କରିବା ଉଚିତ। କାହିଁକି ନା ଏହି ଲତା ଘରେ ଖୁସି ଆଣିଥାଏ। ଆଜି ଆମେ ସେଭଳି ଏକ ଲତା ବିଷୟରେ କଥା ହେବୁ ଯାହା ଶନି ଦେବଙ୍କର ଅତି ପ୍ରିୟ। ଏହାକୁ ଘରେ ଲଗାଇଲେ ଧନସମ୍ପଦର ଅଭାବ ପଡ଼ି ନ ଥାଏ। ଏହା ହେଉଛି ଲାଜକୁଳି।

ଲାଜକୁଳି ଲତାକୁ ଲଗାଇବାର ଲାଭ: ଜ୍ୟୋତିଷଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ର ଅନୁସାରେ ଶନି ଦେବଙ୍କ କୃପା ଦୃଷ୍ଟି ପାଇବା ଲାଗି ଏହି ଲତାର ଉପାସନା କରିବା ଉଚିତ। ମାନ୍ୟତା ଅଛି କି ଏହି ଗଛକୁ ଲଗାଇବା ପରେ ଘରେ ସକରାତ୍ମକତା ବୃଦ୍ଧି ପାଏ। ଏହା ଭଗବାନ ଶିବଙ୍କ ଅତି ପ୍ରିୟ ମଧ୍ୟ। ଏହାକୁ ଲଗାଇବା ଯୋଗୁ ଘରେ ଧନର ଅଭାବ ଦେଖାଦେଇ ନ ଥାଏ। ଯେଉଁ ଲୋକଙ୍କ ଶନି ଦଶା ପଡ଼ିଥାଏ ସେମାନେ ଏହି ଲତାକୁ ବିଶେଷ ଭାବେ ପୂଜିବା ଉଚିତ। ଏହି ଲତାକୁ ପୂଜା କରିବା ଦ୍ୱାରା ବିବାହରେ ଉପୁଜୁଥିବା ବାଧା ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି।

କେବେ ଲଗାଇବେ ଲାଜକୁଳି ଲତା: ଏହି ଲତାକୁ ଲଗାଇବା ଲାଗି ଶନିବାର ଦିନ ବହୁତ ଶୁଭ। ଆସନ୍ତା ନୂଆବର୍ଷ ଶନିବାର ପଡ଼ୁଥିବାରୁ ଏଣୁ ଆପଣ ୨୦୨୨ର ପ୍ରଥମ ଦିନ ଏହି ଲତା ଲଗାଇପାରିବେ। ଏହି ଲତାକୁ ଘରର ମୁଖ୍ୟ ଦ୍ୱାରର ବାମ ପଟେ ଲଗାଇବା ଉଚିତ। ଏହାକୁ କୁଣ୍ଡରେ ନଚେତ ସିଧା ମାଟିରେ ଲଗାଇପାରିବେ। ଯଦି ଘରର ମୁଖ୍ୟ ଦ୍ୱାରର ଆଖାପାଖରେ ଉଚିତ ସ୍ଥାନ ନାହିଁ ତେବେ ଏହାକୁ ଘର ଛାତର ଦକ୍ଷିଣ ଦିଗ ନଚେତ ପୂର୍ବ ଦିଗରେ ମଧ୍ୟ ଲଗାଇପାରିବେ।

ଏହି ଲତା ଲଗାଇବା ବେଳେ କେଉଁ ବିଷୟକୁ ଧ୍ୟାନରେ ରଖିବେ: ଲାଜକୁଳି ଲତା ଏପରି ସ୍ଥାନରେ ଲଗାଇବେ ଯେଉଁଠାରେ ନଳାପାଣି କିମ୍ବା ଅଳିଆଅସନା ପଡ଼ି ନ ଥିବ। ଏହାକୁ ପୂଜା କରିବା ସମୟରେ ଆଖପାଖ ସଫା କରିବା ଉପରେ ବିଶେଷ ଧ୍ୟାନ ଦେବେ। ଯେଉଁ ମାଟିରେ ଏହାକୁ ପୋତିବେ ତାହା ସଫା ସୁତୁରା ହେବା ଉଚିତ। ସନ୍ଧ୍ୟାରେ ଏହି ଲତା ସାମ୍ନାରେ ସୋରିଷ ତେଲର ଦୀପ ଜଳାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri