Odisha Elections 2024
Posted inଫୁରସତ

ମୁଣ୍ଡରେ ଫ୍ରିଜ୍‌ ରଖି ସାଇକେଲ ଚଳାଉଛନ୍ତି ଏହି ବ୍ୟକ୍ତି, ଭିଡିଓ ଦେଖିଲେ…

ଆଜିକାଲି ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବ୍ୟକ୍ତିଙ୍କ ବେକକୁ ଦେଖିଲେ ଅନୁଭବ କରିବେ ଏହା ଲୁହାରେ ତିଆରି। କେବେ ଭାଙ୍ଗିବ ନାହିଁ। ବ୍ୟକ୍ତି ଜଣକ ମୁଣ୍ଡରେ ଏକ ଫ୍ରିଜ୍‌ ରଖି ବେକକୁ ସନ୍ତୁଳିତ ରଖିଛନ୍ତି। ତାଙ୍କୁ ଦେଖି ଲୋକମାନେ ଦୁନିଆର ସବୁଠାରୁ ଶକ୍ତିଶାଳୀ ବେକ ଥିବା ବ୍ୟକ୍ତି କୁହନ୍ତି। ତଥାପି ତାଙ୍କ ନାମରେ ସେପରି କୌଣସି ରେକର୍ଡ ନାହିଁ।

 

 

View this post on Instagram

 

A post shared by Barstool Sports (@barstoolsports)


@barstoolsports ନାମକ ଏକ ଇନ୍‌ଷ୍ଟାଗ୍ରାମରେ ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡରେ ଫ୍ରିଜ୍‌ ରଖି ସନ୍ତୁଳନ ରଖି ଯାଉଛନ୍ତି। ସେ ସାଇକେଲ ଯୋଗେ ଏହି ସବୁ କାମ କରିଥିଲେ। ଭିଡିଓରେ ବ୍ୟକ୍ତି ଜଣକ ଏକ ଲେଡିଜ୍‌ ସାଇକେଲ ଚଲାଉଛନ୍ତି । ଯେଉଁ କାରଣରୁ ସାଇକେଲରେ ଯିବା ସହଜ ଅଟେ। ସେ ତାଙ୍କ ମୁଣ୍ଡରେ ଏକ ଫ୍ରିଜ ରଖିଛନ୍ତି ଏବଂ ଏହା ପରେ ପେଡିଂ କରୁଛନ୍ତି । ତାଙ୍କର ସନ୍ତୁଳନ ଆଶ୍ଚର୍ଯ୍ୟଜନକ। ଲୋକମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ତାଙ୍କର ଅନନ୍ୟ କୀର୍ତ୍ତିର  ଭିଡିଓ ମଧ୍ୟ ପ୍ରସ୍ତୁତ କରୁଛନ୍ତି।

ଏହି ଭିଡିଓକୁ ଲକ୍ଷାଧିକ ଲୋକ ଦେଖିସାରିଲେଣି। ଅନେକ ଲୋକ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହା ବାସ୍ତବ ହୋଇପାରିବ ନାହିଁ କାରଣ ଏହା ପାଗଳପଣ। ଜଣେ କହିଛନ୍ତି, ସେହି ବ୍ୟକ୍ତିଙ୍କ ବେକ ପ୍ରସିଦ୍ଧ କୁସ୍ତି ଯୋଦ୍ଧା ପରି। ଅନ୍ୟ ଜଣେ କହିଛନ୍ତି, ଆଫ୍ରିକାରେ ଏସବୁ ସ୍ବାଭାବିକ। ଆଉ ଜଣେ ୟୁଜର ମଜାଳିଆ ଭାବେ କମେଣ୍ଟ ଦେଇଛନ୍ତି, ମୁଁ ଚାହେଁ ମୋ ପ୍ରେମିକାଙ୍କ ସହିତ ମୋର ସମ୍ପର୍କ ଏହି ବ୍ୟକ୍ତିଙ୍କ ପରି ମଜବୁତ ହେଉ।


Enter your email to get our daily news in your inbox.

All Right Reserved By Dharitri.Com

ବାପା ମନାକଲେ, ଆଉ ବ୍ଲଗ୍‌ କରିବିନି

ଇସ୍‌ଲାମାବାଦ: ପାକିସ୍ତାନର ବେଶ୍‌ ପରିଚିତ ଶିଶୁ ୟୁଟ୍ୟୁବର ମହମ୍ମଦ ଶିରାଜ(୬) ତାଙ୍କର ଶେଷ ବ୍ଲଗ୍‌ ଶେୟାର କରିଛନ୍ତି। ସେ ଏହି ବ୍ଲଗରେ ତାଙ୍କ ପ୍ରଶଂସକ ଏବଂ...

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri