Posted inଜାତୀୟ

କେଜରିଓ୍ବାଲ, ସଞ୍ଜୟ ସିଂଙ୍କ ପାଇଁ ଦେବଦୂତ ସାଜିଲେ କଂଗ୍ରେସର ଏହି ନେତା

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି। ସେହିଭଳି ସଞ୍ଜୟ ସିଂଙ୍କୁ ଦିଲ୍ଲୀ ଲିକର୍‌ ପଲିସି ମାମଲାରେ ମଧ୍ୟ ଜାମିନ ମିଳିଛି। ତେବେ ଏହି ଆମ ଆଦମୀ ପାର୍ଟି (ଏଏପି) ନେତାମାନଙ୍କୁ ଜେଲରୁ ବାହାରକୁ ଆଣିବାରେ ଜଣେ କଂଗ୍ରେସ ନେତା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆମେ ଅଭିଷେକ ମନୁ ସିଂଭିଙ୍କ ବିଷୟରେ କହୁଛୁ, ଯିଏ ସୁପ୍ରିମକୋର୍ଟରେ ଉଭୟ ନେତାଙ୍କ ପାଇଁ ଯୁକ୍ତି କରିଥିଲେ ଏବଂ ସେମାନଙ୍କୁ ଜାମିନ ମିଳିଥିଲା।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଚଳିତ ମାସରେ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟର ଜଷ୍ଟିସ ବି.ଆର ଗଭାଇ ସିଂଭିଙ୍କୁ ତାଙ୍କ ସମୟାନୁବର୍ତ୍ତୀତା ପାଇଁ ପ୍ରଶଂସା କରିଥିଲେ। ଜଷ୍ଟିସ କହିଛନ୍ତି ଯେ ଡକ୍ଟର ଅଭିଷେକ ମନୁ ସିଂଭିଙ୍କ ଠାରୁ ସମସ୍ତେ ଠିକ ସମୟରେ ସମସ୍ତ କୋର୍ଟରେ କିପରି ଉପସ୍ଥିତ ରହିବେ ତାହା ଶିଖିବା ଉଚିତ। ଏହା ଉପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ କଂଗ୍ରେସ ନେତାଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ଡ. ସିଂହଭି କୌଣସି ଛୁଟି ନେଇ ନାହାଁନ୍ତି।

ସୁପ୍ରିମକୋର୍ଟରେ କେଜରିୱାଲଙ୍କ ପକ୍ଷରୁ ଯୁକ୍ତି ଦର୍ଶାଇ ଅଭିଷେକ ମନୁ ସିଂହଭି ମଦ ନୀତି ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଙ୍କ ଅଭିଯୋଗକୁ ଭଲ ଜବାବ ଦେଇଥିଲେ। ଆଚରଣ ସଂହିତା ଲାଗୁ ହେବାର ମାତ୍ର ପାଞ୍ଚ ଦିନ ପରେ କେଜରିୱାଲଙ୍କୁ କିପରି ଗିରଫ କରାଯାଇଥିଲା ସିଂଭି କୋର୍ଟଙ୍କୁ କହିଛନ୍ତି। ଯେତେବେଳେ ସିଂହଭି ଏହି ପ୍ରସଙ୍ଗ ଉଠାଇଥିଲେ, ସେତେବେଳେ କେଜରିୱାଲଙ୍କୁ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ସୂଚନା ଦେଇଛନ୍ତି। ଶୁକ୍ରବାର ଯେତେବେଳେ ସେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଥିଲେ ସେତେବେଳେ ମଧ୍ୟ ଏହା ଦେଖିବାକୁ ମିଳିଥିଲା।
ଏଥିସହିତ ସଞ୍ଜୟ ସିଂଙ୍କ କ୍ଷେତ୍ରରେ ଅଭିଷେକ ମନୁ ସିଂଭି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ପାଞ୍ଚ ମାସ ଜେଲରେ ରହିବା ପରେ ମଧ୍ୟ ଏହି ନେତାଙ୍କ ବିରୋଧରେ କୌଣସି ପ୍ରମାଣ ଉପସ୍ଥାପନ କରିପାରିବ ନାହିଁ। ଇଡି ଏବଂ ସିବିଆଇର ସରକାରୀ ସାକ୍ଷୀ ହୋଇଥିବା ବ୍ୟବସାୟୀ ଦୀନେଶ ଆରୋରାଙ୍କ ବିବୃତ୍ତି ଆଧାରରେ ସଞ୍ଜୟ ସିଂଙ୍କୁ ଗିରଫ କରାଯାଇଥିଲା। ସିଂହଭି କୋର୍ଟଙ୍କୁ କହିଛନ୍ତି ଯେ ଆରୋରାଙ୍କ ୯ ଟି ବିବୃତ୍ତିରେ ସଞ୍ଜୟ ସିଂଙ୍କ ବିଷୟରେ କୌଣସି ଉଲ୍ଲେଖ ନାହିଁ, ଯେତେବେଳେ କି ଦଶମ ବିବୃତ୍ତିରେ ଏଏପି ନେତାଙ୍କ ନାମ ନେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ୪ ଏପ୍ରିଲରେ ସଞ୍ଜୟ ସିଂଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri