Posted inଖେଳ

ଆଇପିଏଲ୍‌ ଇତିହାସରେ ତୃତୀୟଥର ଘଟିଲା ଏମିତି ଘଟଣା

ଆଇପିଏଲ ଇତିହାସରେ ଅନେକ ନିଆରା ଘଟଣା ଘଟିଛି, ଯେତେବେଳେ ବ୍ୟାଟ୍ସମ୍ୟାନ୍‌ ୯୯ ରନରେ ଆଉଟ୍‌ ହୋଇଛନ୍ତି ଏବଂ ମାତ୍ର ଗୋଟିଏ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି। ଆଇପିଏଲରେ ବିରାଟ କୋହଲି ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ ଯିଏକି ୯୯ ରନରେ ଅରାଉଟ୍‌ ହୋଇଥିଲେ। ୨୦୧୩ରେ ଦିଲ୍ଲୀ ଡେୟାର ଡିଭିଲିୟର୍ସ (ଏବେ ଦିଲ୍ଲୀ କ୍ୟାପିଟାଲ୍ସ) ବିପକ୍ଷରେ ତାଙ୍କ ସହ ଏହା ଘଟିଥିଲା। କିନ୍ତୁ ଆଇପିଏଲ ଇତିହାସରେ ଚଳିତବର୍ଷ ତୃତୀୟ ଥର ପାଇଁ ଏହା ଘଟିଛି। ବ୍ୟାଟ୍ସମ୍ୟାନଙ୍କୁ ଅପରାଜିତ ୯୯ ରନ୍‌ରେ ପଡିଆରୁ ଫେରିବାକୁ ପଡିଲା।
ଆଇପିଏଲ ଇତିହାସରେ ମୟଙ୍କ ଅଗ୍ରୱାଲ ହେଉଛନ୍ତି ତୃତୀୟ ବ୍ୟାଟ୍ସମ୍ୟାନ ଯିଏକି ଗୋଟିଏ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି। ଆଇପିଏଲର ୧୪ତମ ସିଜିନର୨୯ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୍ଅପରାଜିତ ୯୯ ରନ୍‌ରେ ଶେଷ ବଲ୍‌ ପର୍ଯ୍ୟନ୍ତ ଅପରାଜିତ ରହିଛନ୍ତି। ତାଙ୍କ ବ୍ୟତୀତ ଆଇପିଏଲ ଇତିହାସରେ ସୁରେଶ ରାଇନା ଏବଂ କ୍ରିସ ଗେଲ ଦୁଇ ବ୍ୟାଟ୍ସମ୍ୟାନ ଯିଏକି ୯୯ ରନରେ ଅପରାଜିତ ରହିଥିଲେ।
ଆଇପିଏଲ ୨୦୧୩ ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳି ଚେନ୍ନାଇ ସୁପର କିଙ୍ଗ୍ସ ତାରକା ସୁରେଶ ରାଇନା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇ ଗୋଟିଏ ଶତକ ହାସଲ କରିଛନ୍ତି। ସେ ୫୨ ବଲରୁ ଅପରାଜିତ ୯୯ ରନ ସ୍କୋର କରିଥିଲେ। ୯୯ ରନ୍‌ରେ ଅପରାଜିତ ରହିଥିବା ବ୍ୟାଟ୍ସମ୍ୟାନ ତାଲିକାରେ କାରିବିଆନ ତାରକା କ୍ରିସ ଗେଲ ଦ୍ୱିତୀୟ ନାମ। ୨୦୧୯ରେ ମୋହାଲିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ କ୍ରିସ ଗେଲ ୯୯ରେ ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ସେରେନା, ଓସାକାଙ୍କ ବିପର୍ଯ୍ୟୟ

ମେଲବୋର୍ନ,୨୫।୧ (ଏଏଫ୍‌ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟରେ ଶୁକ୍ରବାର ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଏକାଧିକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଅଭିଜ୍ଞ...

ଧୋନୀଙ୍କ ପ୍ରଶଂସା କରୁ କରୁ ଏମିତି ଭୁଲ୍‌ କରିଦେଲେ ଏହି କ୍ରିକେଟର୍‌

ଦୁବାଇ,୩୧।୮: ୟୁଏଇରେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଝଟ୍‌କା ଲାଗିଛି। ଉପଅଧିନାୟକ ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଭାରତକୁ ଫେରିବା...

ଫାଷ୍ଟ ଆଣ୍ଡ ଫ୍ୟୁରିୟସ ହେଲେ ଏହି କ୍ରିକେଟର

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଏବେ ପୁଣି ଥରେ ଚର୍ଚ୍ଚାରେ। ସୟଦ ମୁସ୍ତାକ ଅଲି ଟ୍ରଫିରେ ଯୁବରାଜଙ୍କୁ ସାମିଲ କରାଯାଇଥିଲେ ମଧ୍ୟ ବିସିସିଆଇ ତାଙ୍କୁ...

ଲଗାତାର ୪ ମ୍ୟାଚ୍‌ରେ ହାରିବା ପରେ ବିରାଟଙ୍କୁ କରାଯାଉଛି କଟାକ୍ଷ, ସମର୍ଥନରେ ବାହାରିଲେ ରୁଟ୍‌

ଚେନ୍ନାଇ,୧୨।୨: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାଜୟ ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରାଯାଉଛି। ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ରେ ଖେଳାଯାଇଥିବା ମ୍ୟାଚ୍‌ ପରେ...

ବିରାଟ କୋହଲିଙ୍କ ଭଳି ହେବାକୁ ଚାହୁଁଛନ୍ତି ଏହି ପାକିସ୍ତାନ କ୍ରିକେଟର୍‌

ଲାହୋର, ୧୭।୧୨: ପାକିସ୍ତାନ ରନ୍‌ ମେଶିନ୍‌ କୁହାଯାଉଥିବା ବାବର ଆଜମ୍‌ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ପହଞ୍ଚିବାକୁ ଚାହୁଁଛନ୍ତି। ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ...

ସିଜନ ଶେଷ ଗ୍ରାଁ ପ୍ରି ଜିତିଲେ ଭର୍ଷ୍ଟାପେନ୍‌

ୟାସ୍‌ ଆଇଲାଣ୍ଡ (ଆବୁଧାବି), ୧୪ା୧୨ (ଏପି)-ରେଡବୁଲ୍‌ ଡ୍ରାଇଭର ମାକ୍ସ ଭର୍ଷ୍ଟାପେନ୍‌ ସିଜନ ଶେଷ ଆବୁଧାବି ମୋଟର ରେସ୍‌ ଗ୍ରାଁ ପ୍ରି ଜିତିଛନ୍ତି। ରବିବାର ରେସ୍‌ରେ ସେ...

ଆଶେସ୍‌ ପଞ୍ଚମ ଟେଷ୍ଟ: ଇଂଲଣ୍ଡ ସ୍ଥିତ ଦୃଢ଼

ଲଣ୍ଡନ, ୧୫।୯- ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଆଶେସ ଟେଷ୍ଟରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଥିବା...

ଟେବୁଲ ଟେନିସ ବିଶ୍ୱ ଚାମ୍ପିୟନଶିପ୍‌: ନୂଆ ତାରିଖ ଘୋଷଣା କଲା ଆଇଟିଟିଏଫ୍‌

ଲାଉସାନେ, ୭।୪(ପି.ଟି.): ଟେବୁଲ ଟେନିସ (ଟିଟି) ବିଶ୍ୱ ଚାମ୍ପିୟନଶିପ୍‌ର ନୂଆ ତାରିଖ ଘୋଷଣା ହୋଇଛି। ବିଶ୍ୱ ଟିଟିର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ ଟେବୁଲ ଟେନିସ...

Ten Cric Info
Advertisement


Archives

Model This Week

Why Dharitri