Posted inଖେଳ

ସୁନାମୀ ଇନିଂସର ବଡ଼ ପ୍ରଭାବ: ବୈଭବଙ୍କ ବ୍ୟାଟ ଦାମ୍‌ ୫୦୦% ବୃଦ୍ଧି, କୋହଲିଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୨୬।୧୧: ମଙ୍ଗଳବାର ଦିନ ୟୁଏଇ (UAE) ବିପକ୍ଷରେ ୨୦୪ ରନର ସୁନାମୀ ଇନିଂସ ପରେ ବିଶ୍ୱ କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି। କିନ୍ତୁ ବୈଭବ ଗତ ତିନି ବର୍ଷ ଧରି ମେରଠର ଏସଏସ (SS) ବ୍ୟାଟ ସାହାଯ୍ୟରେ ପଡ଼ିଆରେ ନିଆଁ ଲଗାଉଛନ୍ତି। ସୂଚନା ଅନୁଯାୟୀ, ଗତ କିଛି ବର୍ଷ ହେଲା ଅନେକ ବଡ଼ ବ୍ରାଣ୍ଡ ବୈଭବଙ୍କ ବ୍ୟାଟରେ ନିଜ କମ୍ପାନୀର ଷ୍ଟିକର ଲଗାଇବାକୁ ଚାହୁଁଛନ୍ତି, କିନ୍ତୁ କଥା ଆଗକୁ ବଢ଼ିପାରି ନଥିଲା। ତେବେ ୟୁଏଇ ବିପକ୍ଷ ଏହି ବିସ୍ଫୋରକ ଇନିଂସ ପରେ ବ୍ରାଣ୍ଡଗୁଡ଼ିକ ବୈଭବଙ୍କ ସର୍ତ୍ତ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇପାରନ୍ତି। ଆଉ ଯଦି ଏପରି ହୁଏ, ତେବେ ସେ ବ୍ୟାଟରେ ଲୋଗୋ ଫି’ ବାବଦକୁ ପୂର୍ୱ ତୁଳନାରେ ଛଅ ଗୁଣରୁ ଅଧିକ ଅର୍ଥ ଆଦାୟ କରିବେ।

Vaibhav Sooryavanshi’s bat logo new rate

ଆଇପିଏଲ (IPL) ୨୦୨୬ ରେ ବୈଭବଙ୍କ ଐତିହାସିକ ପ୍ରଦର୍ଶନ (୧୬ଟି ଇନିଂସରେ ୭୭୬ ରନ, ୨୩୭.୩୦ ଷ୍ଟ୍ରାଇକ ରେଟ, ଅରେଞ୍ଜ କ୍ୟାପ ଏବଂ MVP) ପରେ ଦିଗ୍ଗଜ କମ୍ପାନୀ ଏମଆରଏଫ (MRF) ବୈଭବଙ୍କ ପ୍ରତି ବେଶ ଆଗ୍ରହ ଦେଖାଇଥିଲା। କିନ୍ତୁ ଜୁନ ୨୦୨୬ ରେ ଆର୍ଥିକ ବ୍ୟାବହାରିକତା ଏବଂ ମୂଲ୍ୟ ଉପରେ ସହମତି ନ ହେବାରୁ ଏହି ଆଲୋଚନା ଅଟକି ଯାଇଥିଲା। ଖବର ଆସିଥିଲା ଯେ ବୈଭବଙ୍କ ମ୍ୟାନେଜର କମ୍ପାନୀଠାରୁ ବାର୍ଷିକ ୧୨ କୋଟି ଟଙ୍କା ଦାବି କରୁଥିଲେ, କିନ୍ତୁ କମ୍ପାନୀ ଏତେ ଟଙ୍କା ଦେବାକୁ ରାଜି ନଥିଲା। ଏହି କାରଣରୁ ସେବେଠାରୁ ଉଭୟ ପକ୍ଷ ମଧ୍ୟରେ ନିୟମିତ ବ୍ୟବଧାନରେ ଆଲୋଚନା ଜାରି ରହିବା ସତ୍ତ୍ୱେ ଡିଲ ଅଟକି ରହିଛି।

ସୂର୍ଯ୍ୟବଂଶୀ ବର୍ତ୍ତମାନ ମେରଠ ସ୍ଥିତ ଏସଏସ (SS) କମ୍ପାନୀର ବ୍ୟାଟ ବ୍ୟବହାର କରୁଛନ୍ତି। ଗୋଟିଏ ବ୍ୟାଟର ମୂଲ୍ୟ ପ୍ରାୟ ୧.୫୦ ରୁ ୨.୦୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥାଏ। ଜୁନ ୨୦୨୬ ରେ ବୈଭବ ଆୟର୍ଲାଣ୍ଡ ଗସ୍ତରେ ବିନା ଷ୍ଟିକର ବାଲା ବ୍ୟାଟରେ ଖେଳିଥିଲେ।

କିଛି ସମୟ ପାଇଁ ’ହିରୋ’ (Hero) ର ଷ୍ଟିକର ଲାଗିଥିଲା, କିନ୍ତୁ ପୁଣିଥରେ SS ବ୍ୟାଟର ଆଗ ଓ ପଛ ଭାଗରେ ନିଜ ସ୍ଥାନ ବନାଇ ନେଇଥିଲା। ଏହାର କାରଣ ଥିଲା ଯେ SS ବାର୍ଷିକ ୫୦ ଲକ୍ଷ ଟଙ୍କାରୁ ବଢ଼ାଇ ବୈଭବଙ୍କ ଫି’ ୨ କୋଟି ଟଙ୍କା କରିଦେଇଥିଲା। ତେବେ ଏ ବିଷୟରେ SS କମ୍ପାନୀର ଡାଇରେକ୍ଟର ଜତିନ ସରିନ କହିଛନ୍ତି, “ଆମ ଖେଳାଳିମାନଙ୍କ ସହ ଯେଉଁ ଏଭଳି ଚୁକ୍ତି ହୁଏ, ତାହା ନନ-ଡିସକ୍ଲୋଜର୍‌ ଏଗ୍ରିମେଣ୍ଟ (Non-Disclosure Agreement) ଅଧୀନରେ ହୋଇଥାଏ। ତେଣୁ ମୁଁ ଏହି ବିଷୟରେ କୌଣସି ମନ୍ତବ୍ୟ ଦେବି ନାହିଁ।”

ଏହା ସ୍ପଷ୍ଟ ଯେ ଗୋଟିଏ ଦିନ ପୂର୍ୱରୁ ଖେଳିଥିବା ସୁନାମୀ ଇନିଂସର ପରଦିନ ହିଁ କୌଣସି ଖେଳାଳିଙ୍କୁ ଚୁକ୍ତି ମିଳିଯାଏ ନାହିଁ, କିନ୍ତୁ ସମ୍ପୃକ୍ତ ଖେଳାଳିଙ୍କ ମୂଲ୍ୟ ନିଶ୍ଚିତ ଭାବେ ବଢ଼ିଯାଏ। ଯଦି ଏହି ଇନିଂସ ପରେ MRF ବୈଭବଙ୍କ ସର୍ତ୍ତ ଆଗରେ ମୁଣ୍ଡ ନୁଆଁଏ, ତେବେ ମେରଠ ସ୍ଥିତ SS (ସରିନ ସ୍ପୋର୍ଟସ) ପାଇଁ ଚୁକ୍ତିରେ ଆଗକୁ ବଢ଼ିବା କଷ୍ଟକର ହେବ, କାରଣ ବ୍ୟାଟ ର୍ନିମାତା କମ୍ପାନୀଗୁଡ଼ିକ ଖେଳାଳିଙ୍କୁ ଏକ ର୍ନିଦ୍ଦିଷ୍ଟ ସୀମାରୁ ଅଧିକ ଟଙ୍କା ଦେଇପାରନ୍ତି ନାହିଁ। ଏଭଳି ପରିସ୍ଥିତିରେ SS ପାଇଁ ୨ କୋଟି ଟଙ୍କାରୁ ଆଗକୁ ବଢ଼ିବା ମୁସ୍କିଲ ହେବ। ବର୍ତ୍ତମାନର ବଜାର ମାନଦଣ୍ଡ ଆଧାରରେ ସମ୍ଭାବ୍ୟ ବୃଦ୍ଧିର ଗଣିତ ନିମ୍ନରେ ଦିଆଗଲା:

ଯଦି ଏହି ଐତିହାସିକ ଇନିଂସ ପରେ ବାର୍ଷିକ ୧୨ କୋଟି ଟଙ୍କାର ପ୍ରସ୍ତାବ ହିଁ ପକ୍କା ହୋଇଯାଏ, ତେବେ ଏହା ତାଙ୍କର ବର୍ତ୍ତମାନର ଆୟଠାରୁ +୫୦୦% ରୁ +୨,୩୦୦% (୬ ରୁ ୨୪ ଗୁଣ) ର ଲମ୍ଫ ହେବ ଏବଂ ତାଙ୍କୁ ସିଧାସଳଖ ବିରାଟ କୋହଲିଙ୍କ ବ୍ୟାଟ ଚୁକ୍ତି ସ୍ତରର ନିକଟତର କରାଇବ। ଅନ୍ୟପଟେ, ଯଦି ବୈଭବଙ୍କ କ୍ୟାମ୍ପ ଏହି ବିଶ୍ୱ ରେକର୍ଡ ଇନିଂସ ବଳରେ ୧୫% ରୁ ୨୫% ଅତିରିକ୍ତ ପ୍ରିମିୟମ ହାସଲ କରିବାରେ ସଫଳ ହୁଏ, ତେବେ ଏହି ଡିଲ ବାର୍ଷିକ ୧୩.୮ କୋଟିରୁ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗୁରୁ ବୃହସ୍ପତିଙ୍କ ପଡିଲା ନଜର: ଆଜିଠୁ ଏହି ୪ ରାଶିଙ୍କ ଗୋଲଡେନ୍‌ ସମୟ ଆରମ୍ଭ, ଘରକୁ ଆସିବ ଖୁସିଖବର!

୨୬ ନଭେମ୍ବର ୨୦୨୬, ଗୁରୁବାର ଦିନ କିଛି ରାଶି ପାଇଁ ଖୁସି ଓ ସଫଳତା ନେଇ ଆସିପାରେ। ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତି ଅନୁସାରେ ୪ଟି ରାଶିର…

ଡିସେମ୍ବର ୪ରେ ରିଙ୍କୁ ସିଂହଙ୍କ ରାଜକୀୟ ବିବାହ, ଯୋଗଦେବେ ମୋଦି-ରାହୁଲଙ୍କ ସମେତ ୨ ହଜାର ଅତିଥି, ସାମ୍‌ନାକୁ ଆସିଲା ଲିଷ୍ଟ

ନୂଆଦିଲ୍ଲୀ,୨୬।୧୧: ମଛଲିଶହରରୁ ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜ ଏବଂ ଲୋକପ୍ରିୟ କ୍ରିକେଟର୍‌ ରିଙ୍କୁ ସିଂହ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେମାନଙ୍କ ବିବାହ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ଚେତାବନୀ ଦେଲେ ଗାଙ୍ଗୁଲି, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୬।୧୧: କାତାରର ରାଜଧାନୀ ଦୋହାରେ ଖେଳାଯାଉଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ଟୁର୍ନାମେଣ୍ଟରେ ନଭେମ୍ବର ୨୪ ତାରିଖରେ ୟୁଏଇ ବିପକ୍ଷ ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚରେ…

ବିଶ୍ୱ ରାଙ୍କିଙ୍ଗରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ, ହାସଲ କଲା ଐତିହାସିକ ସଫଳତା

ନୂଆଦିଲ୍ଲୀ,୨୬।୧୧: ଭାରତର ମହିଳା ହକି ଦଳ ବିଶ୍ୱ ରାଙ୍କିଙ୍ଗରେ ଚତୁର୍ଥ ସ୍ଥାନରେ ପହଞ୍ଚି ଇତିହାସ ରଚିଛି । ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି ଯେତେବେଳେ…

ଭାଙ୍ଗିବ ୧୭ ବର୍ଷର ରେକର୍ଡ! ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆର ବଡ଼ ଚାଲ, ଏଣ୍ଟ୍ରି କରିବେ ଏହି ଘାତକ ବୋଲର

ନୂଆଦିଲ୍ଲୀ,୨୬।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାଗଲେ ଓଭାଲରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ଯୁବ ଦ୍ରୁତ ବୋଲର ଗୁରନୁର ବ୍ରାରଙ୍କୁ…

ବଡ଼ ଘୋଷଣା: ଗୋଟିଏ ଟିମରେ ଖେଳିବେ ପୁରୁଷ-ମହିଳା କ୍ରିକେଟର! ଆରମ୍ଭ ହେବ ନୂଆ ଟି-୨୦ ଟୁର୍ନାମେଣ୍ଟ, ଜାଣନ୍ତୁ କେବେ…

ନୂଆଦିଲ୍ଲୀ,୨୬।୧୧: ଏଣିକି କ୍ରିକେଟ ପଡ଼ିଆରେ ପୁରୁଷ ଓ ମହିଳା କ୍ରିକେଟର ଗୋଟିଏ ଟିମରେ ଖେଳୁଥିବା ଦେଖିବାକୁ ମିଳିବେ। ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନଙ୍କ ସହ-ମାଲିକାନାରେ…

ଆରମ୍ଭ ହୋଇନି ଧାନ କିଣାବିକା, ମଣ୍ଡିରେ ଧାନ ପୂରାଇଲେ ଚାଷୀ

ବରଗଡ଼/ଅତାବିରା, ୨୬।୧୧(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ କାର୍ଯ୍ୟ ଜୋର୍‌ ଧରିଛି। ଚାଷୀଙ୍କ କ୍ଷେତ, ଖଳା ସମେତ ବିଭିନ୍ନ ରାସ୍ତାଘାଟରେ ତାହା ପଡ଼ିରହିଛି।…

ହଠାତ୍‌ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରି ଚମକାଇଦେଲେ ଏହି ଭାରତୀୟ କ୍ରିକେଟର, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୨୬।୧୧: ଭାରତୀୟ କ୍ରିକେଟର ବାବା ଅପରାଜିତ ହଠାତ୍‌ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଘରୋଇ କ୍ରିକେଟରେ ସେ ବେଶ ସକ୍ରିୟ ଥିଲେ। ଏପରିକି ଆଇପିଏଲ ଦଳରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?