Posted inଖେଳ

ଭାଙ୍ଗିବ ୧୭ ବର୍ଷର ରେକର୍ଡ! ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆର ବଡ଼ ଚାଲ, ଏଣ୍ଟ୍ରି କରିବେ ଏହି ଘାତକ ବୋଲର

ନୂଆଦିଲ୍ଲୀ,୨୬।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାଗଲେ ଓଭାଲରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ଯୁବ ଦ୍ରୁତ ବୋଲର ଗୁରନୁର ବ୍ରାରଙ୍କୁ ଡେବ୍ୟୁ କରିବାର ସୁଯୋଗ ଦେଇପାରେ । ରେଭ ସ୍ପୋର୍ଟସ (RevSportz) ର ରିପୋର୍ଟ ଅନୁଯାୟୀ, ଦଳ ପରିଚାଳନା ଦ୍ୱିତୀୟ ଟେଷ୍ଟରେ ବ୍ରାରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବା ନେଇ ବିଚାର କରୁଛି । ନିକଟରେ ଦିନିକିଆ ସିରିଜରେ ଚମତ୍କାର ପ୍ରଦର୍ଶନ କରି ପ୍ଲେୟାର ଅଫ ଦି ସିରିଜ ହୋଇଥିବା ବ୍ରାରଙ୍କୁ ଯଦି ସୁଯୋଗ ମିଳେ, ତେବେ ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଟେଷ୍ଟ ମ୍ୟାଚ ହେବ ।

ନ୍ୟୁଜିଲ୍ୟାଣ୍ଡରେ ଟେଷ୍ଟ ସିରିଜ ଜିତିବାର ୧୭ ବର୍ଷର ଦୀର୍ଘ ଅପେକ୍ଷାକୁ ଶେଷ କରିବା ଲକ୍ଷ୍ୟରେ ଭାରତ ଏହି ମୁକାବିଲାରେ ପଡ଼ିଆକୁ ଓହ୍ଲାଇବ । ୱେଲିଂଟନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର ରହିବା ପରେ ସିରିଜ ୦-୦ ରେ ବରାବର ଅଛି । ଏଭଳି ପରିସ୍ଥିତିରେ ହାଗଲେ ଓଭାଲରେ ହେବାକୁ ଥିବା ମୁକାବିଲା ଉଭୟ ଦଳ ପାଇଁ ର୍ନିଣ୍ଣାୟକ ସାବ୍ୟସ୍ତ ହୋଇପାରେ ।

ପ୍ରଥମ ଟେଷ୍ଟରେ ବ୍ୟାଟିଂ ପାଇଁ ଅନୁକୂଳ ପିଚରେ ଭାରତ ୭୦୦ ରୁ ଅଧିକ ରନ କରିଥିଲା । ପାଞ୍ଚ ଦିନରେ ମୋଟ ୪୦୭ ଓଭର ବୋଲିଂ ହୋଇଥିବା ବେଳେ ମାତ୍ର ୨୪ଟି ୱିକେଟ ପଡ଼ିଥିଲା । କେଏଲ ରାହୁଲ ଶତକ ହାସଲ କରିଥିବା ବେଳେ ଯଶପ୍ରୀତ ବୁମରା ଉଭୟ ଇନିଂସର ପ୍ରଥମ ଓଭରରେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଟମ ଲାଥମଙ୍କୁ ଆଉଟ କରି ନିଜର ପ୍ରଭାବ ବିସ୍ତାର କରିଥିଲେ । ଭାରତୀୟ ଦଳ ସମ୍ମୁଖରେ ସବୁଠାରୁ ବଡ଼ ପ୍ରଶ୍ନ ଦ୍ରୁତ ବୋଲିଂ ଆକ୍ରମଣକୁ ନେଇ ରହିଛି । ଦଳ ପରିଚାଳନା ’ହିଟ ଦି ଡେକ’ (hit-the-deck) ବୋଲରଙ୍କ ଭୂମିକା ପାଇଁ ଗୁରନୁର ବ୍ରାର ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କ ମଧ୍ୟରେ ଅନ୍ତିମ ନିଷ୍ପତ୍ତି ନେଇପାରେ । ଯଦି ବ୍ରାରଙ୍କୁ ସୁଯୋଗ ମିଳେ, ତେବେ ନ୍ୟୁଜିଲ୍ୟାଣ୍ଡର ପରିସ୍ଥିତିରେ ସେ କିଭଳି ପ୍ରଭାବ ପକାଉଛନ୍ତି ତାହା ଦେଖିବା ବେଶ ରୋଚକ ହେବ ।

ଅନ୍ୟପକ୍ଷରେ, ନ୍ୟୁଜିଲ୍ୟାଣ୍ଡ ମଧ୍ୟ କିଛି ଆହୱାନର ସାମ୍ନା କରୁଛି । ଦ୍ରୁତ ବୋଲର ବ୍ଲେୟାର ଟିକନର ହାମଷ୍ଟ୍ରିଙ୍ଗ ଆଘାତ କାରଣରୁ ସିରିଜରୁ ବାଦ ପଡ଼ିଛନ୍ତି ଏବଂ ତାଙ୍କ ସ୍ଥାନରେ ମ୍ୟାଟ ଫିସରଙ୍କୁ ଦଳରେ ସାମିଲ କରାଯାଇଛି । ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଶୂନରେ ଆଉଟ ହେବା ପରେ ଅଧିନାୟକ ଟମ ଲାଥମ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବାକୁ ଆଶା ରଖିବେ ।

ଆୟୋଜକ ଦଳର ନଜର ପୁଣି ଥରେ ମ୍ୟାଟ ହେନରୀଙ୍କ ଉପରେ ରହିବ, ଯାହାଙ୍କର ହାଗଲେ ଓଭାଲରେ ଚମତ୍କାର ରେକର୍ଡ ରହିଛି । ହେନରୀ ଏହି ପଡ଼ିଆରେ ଖେଳାଯାଇଥିବା ଆଠଟି ଟେଷ୍ଟ ମ୍ୟାଚରେ ୪୦ଟି ୱିକେଟ ନେଇଛନ୍ତି ଏବଂ ସେ ଘରୋଇ ପରିସ୍ଥିତିର ଫାଇଦା ଉଠାଇବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ମତରେ, ହାଗଲେ ଓଭାଲ ଏପରି ଏକ ପଡ଼ିଆ ଯେଉଁଠାରେ ବ୍ୟାଟର ଏବଂ ବୋଲର ଉଭୟଙ୍କୁ ସହାୟତା ମିଳିଥାଏ । ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ଭାରତର ଦ୍ରୁତ ବୋଲିଂ ଆକ୍ରମଣ ପ୍ରାରମ୍ଭିକ ମୁଭମେଣ୍ଟର ଫାଇଦା ଉଠାଇବ ବୋଲି ଭାରତ ଆଶା କରିବ । ସେହିପରି ବ୍ୟାଟିଂରେ କେଏଲ ରାହୁଲଙ୍କ ସମେତ ଶୀର୍ଷ କ୍ରମଠାରୁ ପୁଣି ଥରେ ବଡ଼ ଇନିଂସର ଆଶା ରହିବ ।

ପ୍ରଥମ ଟେଷ୍ଟ ଡ୍ର ରହିବା ପରେ ଦଳରେ ବଡ଼ ପରିବର୍ତ୍ତନର ସମ୍ଭାବନା କମ ରହିଛି, କିନ୍ତୁ ଗୁରନୁର ବ୍ରାରଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଦ୍ୱିତୀୟ ଟେଷ୍ଟ ପୂର୍ୱରୁ ଉତ୍ସୁକତା ବଢ଼ାଇ ଦେଇଛି । ଯଦି ଏହି ଯୁବ ଦ୍ରୁତ ବୋଲରଙ୍କୁ ଡେବ୍ୟୁ କ୍ୟାପ ମିଳେ, ତେବେ ଏହା ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସୁଯୋଗ ହେବ, ଅନ୍ୟପଟେ ଭାରତର ନଜର ନ୍ୟୁଜିଲ୍ୟାଣ୍ଡ ମାଟିରେ ଐତିହାସିକ ଟେଷ୍ଟ ସିରିଜ ବିଜୟ ହାସଲ କରିବା ଉପରେ ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୪ରେ ରିଙ୍କୁ ସିଂହଙ୍କ ରାଜକୀୟ ବିବାହ, ଯୋଗଦେବେ ମୋଦି-ରାହୁଲଙ୍କ ସମେତ ୨ ହଜାର ଅତିଥି, ସାମ୍‌ନାକୁ ଆସିଲା ଲିଷ୍ଟ

ନୂଆଦିଲ୍ଲୀ,୨୬।୧୧: ମଛଲିଶହରରୁ ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜ ଏବଂ ଲୋକପ୍ରିୟ କ୍ରିକେଟର୍‌ ରିଙ୍କୁ ସିଂହ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେମାନଙ୍କ ବିବାହ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ଚେତାବନୀ ଦେଲେ ଗାଙ୍ଗୁଲି, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୬।୧୧: କାତାରର ରାଜଧାନୀ ଦୋହାରେ ଖେଳାଯାଉଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ଟୁର୍ନାମେଣ୍ଟରେ ନଭେମ୍ବର ୨୪ ତାରିଖରେ ୟୁଏଇ ବିପକ୍ଷ ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚରେ…

ବିଶ୍ୱ ରାଙ୍କିଙ୍ଗରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ, ହାସଲ କଲା ଐତିହାସିକ ସଫଳତା

ନୂଆଦିଲ୍ଲୀ,୨୬।୧୧: ଭାରତର ମହିଳା ହକି ଦଳ ବିଶ୍ୱ ରାଙ୍କିଙ୍ଗରେ ଚତୁର୍ଥ ସ୍ଥାନରେ ପହଞ୍ଚି ଇତିହାସ ରଚିଛି । ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି ଯେତେବେଳେ…

ବଡ଼ ଘୋଷଣା: ଗୋଟିଏ ଟିମରେ ଖେଳିବେ ପୁରୁଷ-ମହିଳା କ୍ରିକେଟର! ଆରମ୍ଭ ହେବ ନୂଆ ଟି-୨୦ ଟୁର୍ନାମେଣ୍ଟ, ଜାଣନ୍ତୁ କେବେ…

ନୂଆଦିଲ୍ଲୀ,୨୬।୧୧: ଏଣିକି କ୍ରିକେଟ ପଡ଼ିଆରେ ପୁରୁଷ ଓ ମହିଳା କ୍ରିକେଟର ଗୋଟିଏ ଟିମରେ ଖେଳୁଥିବା ଦେଖିବାକୁ ମିଳିବେ। ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନଙ୍କ ସହ-ମାଲିକାନାରେ…

ଆରମ୍ଭ ହୋଇନି ଧାନ କିଣାବିକା, ମଣ୍ଡିରେ ଧାନ ପୂରାଇଲେ ଚାଷୀ

ବରଗଡ଼/ଅତାବିରା, ୨୬।୧୧(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ କାର୍ଯ୍ୟ ଜୋର୍‌ ଧରିଛି। ଚାଷୀଙ୍କ କ୍ଷେତ, ଖଳା ସମେତ ବିଭିନ୍ନ ରାସ୍ତାଘାଟରେ ତାହା ପଡ଼ିରହିଛି।…

ହଠାତ୍‌ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରି ଚମକାଇଦେଲେ ଏହି ଭାରତୀୟ କ୍ରିକେଟର, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୨୬।୧୧: ଭାରତୀୟ କ୍ରିକେଟର ବାବା ଅପରାଜିତ ହଠାତ୍‌ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଘରୋଇ କ୍ରିକେଟରେ ସେ ବେଶ ସକ୍ରିୟ ଥିଲେ। ଏପରିକି ଆଇପିଏଲ ଦଳରେ ମଧ୍ୟ…

ଦିନରେ ଟାୱାର ଚଢ଼ିଲେ, ରାତିରେ ମୋବାଇଲ ଜଳେଇ ପ୍ରତିବାଦ କଲେ

ଭୁବନେଶ୍ୱର, ୨୫୬ା ୧୧(ସୌମ୍ୟରଞ୍ଜନ ରାଉତ): ଦୀର୍ଘଦିନର ଦାବି ପୂରଣ ହେଉ ନ ଥିବାରୁ ଓଡ଼ିଶା ବିଦ୍ୟୁତ୍‌ ଠିକା କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ…

ଆମ ସମ୍ୱିଧାନକୁ ସୁଦୃଢ଼ କରିବାର ପ୍ରତିବଦ୍ଧତା

୯୪୯ ମସିହା ନଭେମ୍ୱର ୨୬ ତାରିଖରେ ସମ୍ୱିଧାନ ସଭା ଆମ ସମ୍ୱିଧାନକୁ ଗ୍ରହଣ କରିଥିଲା। ଆଜି ଆମେ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଡକ୍ଟର ବାବାସାହେବ ଆମ୍ୱେଡକର ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?