Posted inଖେଳ

ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଏହି ଭାରତୀୟ କ୍ରିକେଟର୍‌ଙ୍କ ଜୀବନ

ରାୟପୁର,୭।୬: ଛତିଶଗଡ଼ ଏକ୍ସପ୍ରେସରେ ଏକ ଭୟଙ୍କର ଘଟଣା ଘଟିଛି। ପଞ୍ଜାବର ୩୮ ବର୍ଷୀୟ ଦିବ୍ୟାଙ୍ଗ କ୍ରିକେଟର ବିକ୍ରମ ସିଂହ ହ୍ବିଲଚେୟାର କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଦିଲ୍ଲୀରୁ ଗ୍ବାଲିୟର ଯାଉଥିବା ସମୟରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଯାତ୍ରା ସମୟରେ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯାଇଥିଲା। ତାଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଜରୁରୀକାଳୀନ କଲ କରାଯାଇଥିଲା କିନ୍ତୁ ସମୟ ମଧ୍ୟରେ ଡାକ୍ତରୀ ସହାୟତା ପହଞ୍ଚି ପାରି ନ ଥିଲା।

ସାହାଯ୍ୟ ପାଇଁ ବାରମ୍ବାର ଚେଷ୍ଟା କରାଯାଉଥିଲା କିନ୍ତୁ କୌଣସି ସାହାଯ୍ୟ ଆସି ନ ଥିଲା। ଟ୍ରେନ ମଥୁରା ଷ୍ଟେଶନରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା।

ସିଂହ ଏବଂ ତାଙ୍କ ସାଥୀମାନେ ହଜରତ ନିଜାମୁଦ୍ଦିନ ଷ୍ଟେଶନ୍‌ ଛତିଶଗଡ଼ ଏକ୍ସପ୍ରେସ୍‌ରେ ଚଢ଼ିଥିଲେ। ଟ୍ରେନ ଛାଡ଼ିବାର କିଛି ସମୟ ପରେ, ତାଙ୍କର ପ୍ରବଳ ଯନ୍ତ୍ରଣା ଆରମ୍ଭ ହୋଇଥିଲା ଏବଂ ଟ୍ରେନ ମଥୁରା ନିକଟରେ ପହଞ୍ଚିବା ପରେ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା।

ସକାଳ ୪.୫୮ରେ ରେଳବାଇ ହେଲ୍ପଲାଇନକୁ ଏକ ଜରୁରୀକାଳୀନ କଲ କରାଯାଇଥିଲା, ତୁରନ୍ତ ଡାକ୍ତରୀ ସହାୟତା ଦାବି କରାଯାଇଥିଲା। ଅନେକ ଥର ଫୋନ କରିବା ସତ୍ତ୍ୱେ କୌଣସି ସାହାଯ୍ୟ ମିଳି ନ ଥିଲା।

ଟ୍ରେନ ପ୍ରାୟ ୯୦ ମିନିଟ ବିଳମ୍ବ ହୋଇଥିଲା ଏବଂ ଶେଷରେ ସକାଳ ୮.୧୦ରେ ମଥୁରା ଷ୍ଟେଶନରେ ପହଞ୍ଚିଥିଲା। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ସେ ଆମ ଆଖି ସାମ୍ନାରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଆମେ ସାହାଯ୍ୟ ପାଇଁ ଡାକୁଥିଲୁ, କିନ୍ତୁ କେହି ଆସିଲେ ନାହିଁ ବୋଲି ତାଙ୍କ ଜଣେ ଶୋକସନ୍ତପ୍ତ ସାଥୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଦଶମ ଶ୍ରେଣୀ ପରୀକ୍ଷା ତାରିଖ: ଏହି ଦିନ ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ…

ଭୁବନେଶ୍ୱର, ୧୩।୧୧: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷର ଦଶମ ଶ୍ରେଣୀ (ମାଟ୍ରିକ୍) ବୋର୍ଡ ପରୀକ୍ଷା ପାଇଁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।…

ମହାକାଳପଡ଼ାରେ କଂଗ୍ରେସର ‘ଭୋଟ ବଞ୍ଚାଅ: ଦେଶ ବଞ୍ଚାଅ’ ଅଭିଯାନ: ଯୋଗଦେଲେ ୨୦୦ରୁ ଊର୍ଦ୍ଧ୍ୱ କର୍ମୀ

ମହାକାଳପଡ଼ା,୧୩।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ) ମହାକାଳପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନ ଆୟୋଜିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ତରାଇଙ୍କ…

ହୋଟେଲ ରୁମରେ ଲୁଚି ରହିଛି କି କ୍ୟାମେରା? ଜାଣନ୍ତୁ କିପରି ସ୍ମାର୍ଟଫୋନ୍ ମାଧ୍ୟମରେ ସହଜରେ କରିବେ ଯାଞ୍ଚ

କୌଣସି ହୋଟେଲରେ ରହିବା ସମୟରେ ଆମେ ସାଧାରଣତଃ କୋଠରୀର ପରିଷ୍କାର ପରିଚ୍ଛନ୍ନତା, ବେଡ୍ ଏବଂ ଅନ୍ୟାନ୍ୟ ସୁବିଧା ଉପରେ ଅଧିକ ଧ୍ୟାନ ଦେଇଥାଉ। କିନ୍ତୁ କେବେ ଆପଣ…

ପରକୀୟା ପ୍ରୀତିରୁ ବିଭତ୍ସ ହତ୍ୟାକାଣ୍ଡ: ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ମୋହନା, ୧୩।୧୧ (ମନ୍ମଥ ମିଶ୍ର): ପରକୀୟା ପ୍ରୀତିରୁ ଗଡ଼ିଲା ମୁଣ୍ଡ। ପତ୍ନୀଙ୍କ ସହ ଅନ୍ୟ ଜଣେ ବୃଦ୍ଧଙ୍କ ଅନୈତିକ ସମ୍ପର୍କକୁ ସହ୍ୟ କରିପାରିଲେନି ସ୍ୱାମୀ। ଶେଷରେ ପ୍ରତିଶୋଧ…

ଗଞ୍ଜାମ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍: ଶନିବାର-ରବିବାର ବି ଖୋଲା ରହିବ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।…

ଦିଗପହଣ୍ଡିରେ ୧୧୬୯ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ: ଶୁଭାରମ୍ଭ କଲେ ବିଧାୟକ ଡ. ସିଦ୍ଧାନ୍ତ

ଦିଗପହଣ୍ଡି, ୧୩।୧୧ (ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନସନ୍ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଏବଂ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ…

ପାକିସ୍ତାନର ବେଲୁଚିସ୍ତାନରେ ଭୟଙ୍କର ଆତ୍ମଘାତୀ କାର ବୋମା ବିସ୍ଫୋରଣ: ୫ ମୃତ, ୧୩ ଆହତ; ବିଏଲ୍ଏ ନେଲା ଦାୟିତ୍ବ

ବେଲୁଚିସ୍ତାନ,୧୩।୧୧: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ଏକ ସୁରକ୍ଷା ଚୌକି ଉପରେ ହୋଇଥିବା ଭୟଙ୍କର କାର ବୋମା ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ…

ଗିଡିପାବାଲି କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ: ଆରଡିସିଙ୍କ ଗସ୍ତ ପରେ ଜିଲାପାଳଙ୍କ ପଦକ୍ଷେପ

ଭଞ୍ଜନଗର, ୧୩ା୧୧ (ବାବୁଲା ପ୍ରଧାନ): ବନ୍ୟା ବିପର୍ଯ୍ୟୟରେ ସର୍ବସ୍ବ ହରାଇଥିବା ଗିଡିପାବାଲି ଓ ବାଉଁଶଲୁଣ୍ଡି ମଶାଣିସାହିର କ୍ଷତିଗ୍ରସ୍ତ ପରିବାରଙ୍କ ଥଇଥାନ ଓ ସହାୟତା ପାଇଁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?