Posted inଖେଳ

୧୪୪ ବର୍ଷ କ୍ରିକେଟ୍‌ ଇତିହାସରେ ମାତ୍ର ଥରେ ଏପରି ଘଟିଥିଲା

ଟେଷ୍ଟ କ୍ରିକେଟ ହେଉଛି ଖେଳର ସର୍ବପୁରାତନ ଫର୍ମାଟ। କିନ୍ତୁ ଦିନିକିଆ, ଟି-୨୦ର ଆଗମନ ପରଠାରୁ ଏହାର ରୋମାଞ୍ଚକ ପୂର୍ବ ଅପେକ୍ଷା କମ ରହିଛି। କିନ୍ତୁ ୭୩ ବର୍ଷ ପୂର୍ବେ, ୧୯୪୮ରେ, ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା ଯାହା ଟି୨୦ ଏବଂ ଦିନିକିଆ ଅପେକ୍ଷା ଅଧିକ ରୋମାଞ୍ଚକର ଥିଲା। ଏହାର କାରଣ ହେଉଛି ଏହି ଟେଷ୍ଟର ଫଳାଫଳ ଶେଷ ବଲରେ ଆସିଥିଲା ଏବଂ ଟେଷ୍ଟର ୧୪୪ ବର୍ଷର ଇତିହାସରେ ଏହା ହେଉଛି ଏକମାତ୍ର ମ୍ୟାଚ, ଯେଉଁଥିରେ ଶେଷ ବଲରେ ବିଜୟ କିମ୍ବା ପରାଜୟ ସ୍ଥିର ହୋଇଥିଲା। ଏହି ଟେଷ୍ଟ ୧୯୪୮ମସିହାରେ ଡର୍ବାନରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା ଏବଂ ଫଳାଫଳ ଏହି ଦିନ ଅର୍ଥାତ୍‌ ୨୦ ଡିସେମ୍ବରରେ ଆସିଥିଲା।
ଏହି ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଆୟୋଜକ ଦେଶର ସମଗ୍ର ଦଳ ୧୬୧ ରନରେ ଅଲଆଉଟ ହୋଇଥିଲେ। ଏହାର ଜବାବରେ ଲେନ ହାଟନ ଏବଂ ଡେନିସ କମ୍ପପଟନଙ୍କ ଅର୍ଦ୍ଧଶତକ ଯୋଗୁ ଇଂଲଣ୍ଡ ୨୫୩ ରନ ସ୍କୋର କରିଥିଲା। ଅର୍ଥାତ୍‌ ପ୍ରଥମ ଇନିଂସ ଆଧାରରେ ଭ୍ରମଣକାରୀ ଦଳ ୯୨ ରନର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରି ନ ଥିଲେ ଏବଂ ଟିମ୍‌ ୨୧୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଜିତିବା ପାଇଁ ଇଂଲଣ୍ଡ ୧୨୮ ରନ ସଂଗ୍ରହ କରିଥିଲା। ଟାର୍ଗେଟ ସାମାନ୍ୟ ଥିଲା । କିନ୍ତୁ ଇଂଲଣ୍ଡକୁ ଏହା ହାସଲ କରିବାରେ ସଂଘର୍ଷ କରିବାକୁ ପଡିଥିଲା। ୧୧୬ ରନରେ ଇଂଲଣ୍ଡ ୮ ଉଇକେଟ ହରାଇଥିଲା ଏବଂ ଜିତିବା ପାଇଁ ଇଂଲଣ୍ଡକୁ ଆଉ ୧୨ ରନ ଆବଶ୍ୟକ ଥିଲା। ଆଲେକ ବେଡସର୍‌ ଏବଂ କ୍ଲିଫ ଗ୍ଲାଡୱିନ କ୍ରିଜରେ ଥିଲେ। ଉଭୟ ଧୀରେ ଧୀରେ ବିଜୟର ଲକ୍ଷ୍ୟ ଆଡକୁ ଗଲେ । ମ୍ୟାଚର ଶେଷ ଓଭରରେ ଇଂଲଣ୍ଡ ଜିତିବା ପାଇଁ ୮ ବଲରୁ ୮ ରନ ଆବଶ୍ୟକ ଥିଲା ଏବଂ ୨ ଉଇକେଟ ବାକି ଥିଲା। ସେତେବେଳେ ଓଭର ପିଛା ୮ଟି ବଲ୍‌ ଥିଲା। ଦକ୍ଷିଣ ଆଫ୍ରିକା ପାଇଁ ଲିଣ୍ଡସେ ଟକେଟ ଶେଷ ଓଭର ବୋଲିଂ କରିଥିଲେ। ଟକେଟଙ୍କ ଷଷ୍ଠ ବଲରୁ ୧ ରନ ନେଇ ବେଡସର ସ୍କୋରକୁ ସମାନ କରିଥିଲେ। ଏପରିକି ଏହି ସମୟରେ ମ୍ୟାଚ ଡ୍ର, ଟାଇ ହୋଇପାରିଥାନ୍ତା କିମ୍ବା ଉଭୟେ ଜିତିଥାନ୍ତେ। ଏହି ସମୟରେ ଶେଷ ବଲ୍‌ରେ ଗ୍ଲାଡଓ୍ବିନ୍‌ ବିଜୟ ସୂଚକ ସଟ୍‌ ଖେଳି ମ୍ୟାଚ୍‌ ଜିତାଇଥିଲେ। ଫଳରେ ଇଂଲଣ୍ଡ ୨ ଉଇକେଟ୍‌ ମ୍ୟାଚ୍‌ ଜିତି ଇତିହାସ ପୃଷ୍ଠାରେ ନିଜ ନଁା ରେକର୍ଡ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?