Posted inଖେଳ

୧୪୪ ବର୍ଷ କ୍ରିକେଟ୍‌ ଇତିହାସରେ ମାତ୍ର ଥରେ ଏପରି ଘଟିଥିଲା

ଟେଷ୍ଟ କ୍ରିକେଟ ହେଉଛି ଖେଳର ସର୍ବପୁରାତନ ଫର୍ମାଟ। କିନ୍ତୁ ଦିନିକିଆ, ଟି-୨୦ର ଆଗମନ ପରଠାରୁ ଏହାର ରୋମାଞ୍ଚକ ପୂର୍ବ ଅପେକ୍ଷା କମ ରହିଛି। କିନ୍ତୁ ୭୩ ବର୍ଷ ପୂର୍ବେ, ୧୯୪୮ରେ, ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା ଯାହା ଟି୨୦ ଏବଂ ଦିନିକିଆ ଅପେକ୍ଷା ଅଧିକ ରୋମାଞ୍ଚକର ଥିଲା। ଏହାର କାରଣ ହେଉଛି ଏହି ଟେଷ୍ଟର ଫଳାଫଳ ଶେଷ ବଲରେ ଆସିଥିଲା ଏବଂ ଟେଷ୍ଟର ୧୪୪ ବର୍ଷର ଇତିହାସରେ ଏହା ହେଉଛି ଏକମାତ୍ର ମ୍ୟାଚ, ଯେଉଁଥିରେ ଶେଷ ବଲରେ ବିଜୟ କିମ୍ବା ପରାଜୟ ସ୍ଥିର ହୋଇଥିଲା। ଏହି ଟେଷ୍ଟ ୧୯୪୮ମସିହାରେ ଡର୍ବାନରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା ଏବଂ ଫଳାଫଳ ଏହି ଦିନ ଅର୍ଥାତ୍‌ ୨୦ ଡିସେମ୍ବରରେ ଆସିଥିଲା।
ଏହି ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଆୟୋଜକ ଦେଶର ସମଗ୍ର ଦଳ ୧୬୧ ରନରେ ଅଲଆଉଟ ହୋଇଥିଲେ। ଏହାର ଜବାବରେ ଲେନ ହାଟନ ଏବଂ ଡେନିସ କମ୍ପପଟନଙ୍କ ଅର୍ଦ୍ଧଶତକ ଯୋଗୁ ଇଂଲଣ୍ଡ ୨୫୩ ରନ ସ୍କୋର କରିଥିଲା। ଅର୍ଥାତ୍‌ ପ୍ରଥମ ଇନିଂସ ଆଧାରରେ ଭ୍ରମଣକାରୀ ଦଳ ୯୨ ରନର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ମଧ୍ୟ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରି ନ ଥିଲେ ଏବଂ ଟିମ୍‌ ୨୧୯ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଜିତିବା ପାଇଁ ଇଂଲଣ୍ଡ ୧୨୮ ରନ ସଂଗ୍ରହ କରିଥିଲା। ଟାର୍ଗେଟ ସାମାନ୍ୟ ଥିଲା । କିନ୍ତୁ ଇଂଲଣ୍ଡକୁ ଏହା ହାସଲ କରିବାରେ ସଂଘର୍ଷ କରିବାକୁ ପଡିଥିଲା। ୧୧୬ ରନରେ ଇଂଲଣ୍ଡ ୮ ଉଇକେଟ ହରାଇଥିଲା ଏବଂ ଜିତିବା ପାଇଁ ଇଂଲଣ୍ଡକୁ ଆଉ ୧୨ ରନ ଆବଶ୍ୟକ ଥିଲା। ଆଲେକ ବେଡସର୍‌ ଏବଂ କ୍ଲିଫ ଗ୍ଲାଡୱିନ କ୍ରିଜରେ ଥିଲେ। ଉଭୟ ଧୀରେ ଧୀରେ ବିଜୟର ଲକ୍ଷ୍ୟ ଆଡକୁ ଗଲେ । ମ୍ୟାଚର ଶେଷ ଓଭରରେ ଇଂଲଣ୍ଡ ଜିତିବା ପାଇଁ ୮ ବଲରୁ ୮ ରନ ଆବଶ୍ୟକ ଥିଲା ଏବଂ ୨ ଉଇକେଟ ବାକି ଥିଲା। ସେତେବେଳେ ଓଭର ପିଛା ୮ଟି ବଲ୍‌ ଥିଲା। ଦକ୍ଷିଣ ଆଫ୍ରିକା ପାଇଁ ଲିଣ୍ଡସେ ଟକେଟ ଶେଷ ଓଭର ବୋଲିଂ କରିଥିଲେ। ଟକେଟଙ୍କ ଷଷ୍ଠ ବଲରୁ ୧ ରନ ନେଇ ବେଡସର ସ୍କୋରକୁ ସମାନ କରିଥିଲେ। ଏପରିକି ଏହି ସମୟରେ ମ୍ୟାଚ ଡ୍ର, ଟାଇ ହୋଇପାରିଥାନ୍ତା କିମ୍ବା ଉଭୟେ ଜିତିଥାନ୍ତେ। ଏହି ସମୟରେ ଶେଷ ବଲ୍‌ରେ ଗ୍ଲାଡଓ୍ବିନ୍‌ ବିଜୟ ସୂଚକ ସଟ୍‌ ଖେଳି ମ୍ୟାଚ୍‌ ଜିତାଇଥିଲେ। ଫଳରେ ଇଂଲଣ୍ଡ ୨ ଉଇକେଟ୍‌ ମ୍ୟାଚ୍‌ ଜିତି ଇତିହାସ ପୃଷ୍ଠାରେ ନିଜ ନଁା ରେକର୍ଡ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri