Posted inଖେଳ

ଭାରତ ପକ୍ଷରୁ ଟେନିସ ଖେଳିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ, ୨୨।୭: ଏକଦା ସୀମିତ ଓଭର କ୍ରିକେଟ୍‌ରେ ଭାରତୀୟ ଦଳର ଜଣେ ପ୍ରମୁଖ ସଦସ୍ୟ ରହିଥିବା ରବିନ୍‌ ଉଥ୍‌ପ୍ପା ମାର୍ଚ୍ଚ ୨୦୧୬ରେ ଶୀତଲ ଗୌତମଙ୍କୁ ଜୀବନ ସାଥୀ ରୂପେ ବାଛିଥିଲେ। ଜଣେ ଷ୍ଟାର୍‌ କ୍ରିକେଟର୍‌ଙ୍କ ସ୍ତ୍ରୀ ଭାବେ ପରିଚିତ ଲାଭ କରିବା ପୂର୍ବରୁ ଶୀତଲ ମଧ୍ୟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଅନେକ ହୁଏତ ଜାଣି ନ ଥିବେ ୪୦ ବର୍ଷୀୟା ଶୀତଲ ମଧ୍ୟ ଜଣେ ସଫଳ କ୍ରୀଡ଼ାବିତ୍‌। ୬ ଜୁନ୍‌ ୧୯୮୧ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିବା ଶୀତଲ ଜଣେ ପୂର୍ବତନ ଭାରତୀୟ ଟେନିସ ଖେଳାଳି। ସେ ଭାରତୀୟ ଦଳ ପକ୍ଷରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି ଖବରର ଶିରୋନାମାରେ ରହିଛନ୍ତି। ଶୀତଲଙ୍କୁ ଯେତେବେଳେ ୯ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଟେନିସ ଖେଳିବା ଆରମ୍ଭ କରିଥିଲେ। ଶୀତଲଙ୍କ ଭାଇ ମଧ୍ୟ ଜଣେ ଟେନିସ ଖେଳାଳି ହୋଇଥିବାରୁ ସେ ତାଙ୍କୁ ଟ୍ରେନିଂରେ ସହାୟତା କରୁଥିଲେ। ପିଲାଦିନୁ କ୍ରୀଡ଼ା ସହ ଜଡ଼ିତ ଥିବାରୁ ଶୀତଲ ସର୍ବଦା ଫିଟ୍‌ନେସର ମହତ୍ତ୍ୱ ଜାଣନ୍ତି। ତେଣୁ ଆଜି ମଧ୍ୟ ସେ ସ୍ବାମୀ ଉଥପ୍ପାଙ୍କ ସହ ଜିମ୍‌ରେ ଝାଳ ବୁହାଉ ଥିବାର ଦେଖିବାକୁ ମିଳେ। ସେହିଭଳି ଯେତେବେଳେ ୩୪ ବର୍ଷୀୟ ଉଥପ୍ପା ଭାରତୀୟ ଦଳରୁ ବାଦ୍‌ ପଡ଼ିଥିଲେ ସେତେବେଳେ ଶୀତଲ ମାନସିକସ୍ତରରେ ତାଙ୍କୁ ବେଶ୍‌ ସହାୟତା କରିଥିଲେ। ଫଳରେ ରବିନ ପୁଣିଥରେ ସଫଳତାର ସହ କ୍ରିକେଟ୍‌ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଗତ କିଛିବର୍ଷ ହେବ ଉଥ୍‌ପ୍ପା ଘରୋଇ କ୍ରିକେଟ୍‌ ଓ ଆଇପିଏଲ୍‌ରେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୋଧୀ ରାଜସ୍ଥାନର ସ୍ପିନ ବୋଲିଂ ପରାମର୍ଶଦାତା

ଜୟପୁର, ୨।୧ (ପି.ଟି.)- ଆଇପିଏଲ୍‌ ଆଗାମୀ ୨୦୨୦ ସଂସ୍କରଣ ଲାଗି ରାଜସ୍ଥାନ ରୟାଲ୍ସ ନ୍ୟୁଜିଲାଣ୍ଡ ଲେଗ୍‌-ସ୍ପିନର ଇଶ୍‌ ସୋଧୀଙ୍କୁ ଦଳର ସ୍ପିନ ବୋଲିଂ ପରାମର୍ଶଦାତା ଭାବେ...

ଭାରତୀୟ ବୋଲରଙ୍କ ଜାଲରେ କେତେଥର ଫସିଛୁ: ଲାବୁସ୍କାନ

ମେଲବୋର୍ନ,୨।୧(ପି.ଟି.): ଗତ ଦୁଇଟି ଟେଷ୍ଟରେ ଆମେ ଭାରତୀୟ ବୋଲରଙ୍କ ଜାଲରେ କେତେଥର ଫସିଛୁ ବୋଲି ଅଷ୍ଟ୍ରେଲିଆ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନ ସ୍ବୀକାର କରିଛନ୍ତି। ଭାରତୀୟ...

ବିମାନରେ ଭାରତୀୟ କ୍ରିକେଟରଙ୍କ ସହ ଦୁର୍ବ୍ୟବହାର; ମିଳିଲାନି ଖାଦ୍ୟ, ଜିନିଷପତ୍ର ବି ହରାଇଲେ…

ଢାକା,୩।୧୨: ଭାରତୀୟ ଟିମ୍‌ ଏବେ ବାଲାଂଦେଶ ଗସ୍ତରେ ଅଛି। ଏଠାରେ ଉଭୟ ଟିମ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ୨ ଟେଷ୍ଟ ମ୍ୟାଚ୍‌...

ଇଂଲଣ୍ଡ ଅଧିନାୟକ ମୋର୍ଗାନଙ୍କ ରେକର୍ଡ: ଗୋଟିଏ ଇନିଂସରେ ମାରିଲେ ୧୭ ଛକା

ମାଞ୍ଚେଷ୍ଟର, ୧୮।୬(ପି.ଟି.)- ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଦିନିକିଆ ଫର୍ମାଟରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ରେକର୍ଡ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ...

ଇଷ୍ଟ୍‌ ଇଣ୍ଡିଆ ସ୍ନୁକର: ଫାଇନାଲରେ ସୁବ୍ରତ

ଭୁବନେଶ୍ୱର,୧୬।୧୨(କ୍ରୀଡ଼ା ପ୍ରତିନିଧି)- ପାଟଣାରେ ଚାଲିଥିବା ଇଷ୍ଟ ଇଣ୍ଡିଆ ସ୍ନୁକର ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛନ୍ତି ଓଡ଼ିଶାର ସୁବ୍ରତ ଦାସ। ରବିବାର ଅନୁଷ୍ଠିତ ସେମିଫାଇନାଲରେ ସେ ବିହାରର...

ବିବାହ ମୁଦି ହାତରେ ନୁହେଁ, ଏଠାରେ ପିନ୍ଧିଥାନ୍ତି କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ୩ ବର୍ଷ ପୂରିଛି। ଏହି ଅବସରରେ ଉଭୟଙ୍କୁ ଚାରିଆଡ୍‌ୁ ଶୁଭେଚ୍ଛା...

ଜାବିରଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

କୋଚି, ୨।୭(ପି.ଟି.)-ଭାରତୀୟ ନେଭିର ତାରକା ଆଥ୍‌ଲେଟ ଏମ୍‌.ପି. ଜାବିର ଟୋକିଓ ଅଲିମ୍ପିକ୍ସର ୪୦୦ ମିଟର ହର୍ଡଲ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପଟିଆଲା ନିକଟରେ ଅନୁଷ୍ଠିତ...

ଓ୍ବାଶିଂଟନ ଓ ପଡିକାଲଙ୍କୁ ଅନୁବନ୍ଧିତ କଲା ପୁମା

ନୂଆଦିଲ୍ଲୀ, ୨୧।୪ (ପି.ଟି.)- ଗ୍ଲୋବାଲ ସ୍ପୋଟର୍‌ସ ବ୍ରାଣ୍ଡ୍‌ ପୁମା ଭାରତର ଦୁଇ ଉଦୀୟମାନ କ୍ରିକେଟର ଓ୍ବାଶିଂଟନ ସୁନ୍ଦର ଓ ଦେବଦୂତ ପଡ଼ିକାଲଙ୍କୁ ଅନୁବନ୍ଧିତ କରିଛନ୍ତି। ପୂର୍ବରୁ...

Advertisement
Archives

Model This Week