Posted inଖେଳ

ହାଇ-ଭୋଲଟେଜ ମ୍ୟାଚ୍‌ ପୂର୍ବରୁ ହଠାତ୍‌ ଟିମ୍‌ ଇଣ୍ଡିଆର ହାତ ଛାଡ଼ିଦେଲେ ଏହି କ୍ରିକେଟର୍‌: ଦଳ ଛାଡି ପଳାଇଲେ

ନୂଆଦିଲ୍ଲୀ,୧୨।୯: ଏସିଆ କପ ୨୦୨୫ରେ ଟିମ ଇଣ୍ଡିଆର ଆରମ୍ଭ ଭଲ ରହିଛି। ପ୍ରଥମ ମ୍ୟାଚରେ ଭାରତ ୯ ଉଇକେଟରେ UAE କୁ ପରାସ୍ତ କରିଛି। ଏବେ ଭାରତ ରବିବାର ପାକିସ୍ତାନ ବିପକ୍ଷରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳିବାକୁ ଯାଉଛି, କିନ୍ତୁ ଏହି ସମୟ ମଧ୍ୟରେ ଏକ ବଡ଼ ଖବର ଆସିଛି, ଦଳର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ହଠାତ୍‌ ଏସିଆ କପ ଦଳ ଛାଡି ଇଂଲଣ୍ଡ ଚାଲିଯାଇଛନ୍ତି।
ୱାଶିଂଟନ ସୁନ୍ଦରଙ୍କୁ ଏହି ଟୁର୍ନାମେଣ୍ଟ ପାଇଁ ରିଜର୍ଭ ଖେଳାଳି ଭାବରେ ଦଳରେ ସାମିଲ କରାଯାଇଥିଲା। ଏହି ଟୁର୍ନାମେଣ୍ଟରେ ତାଙ୍କର ଗୋଟିଏ ବି ମ୍ୟାଚ ଖେଳିବାର ସମ୍ଭାବନା ବହୁତ କମ ଥିଲା। ଏହି ମଧ୍ୟରେ, ତାଙ୍କୁ ଇଂରାଜୀ କାଉଣ୍ଟି ଦଳ ହାମ୍ପଶାୟାରରୁ ଖେଳିବା ପାଇଁ ପ୍ରସ୍ତାବ ମିଳିଥିଲା, ଯାହାକୁ ସେ ଗ୍ରହଣ କରିଥିଲେ। ସୁନ୍ଦର ଏବେ କାଉଣ୍ଟି ଚାମ୍ପିଅନସିପରେ ଦୁଇଟି ମ୍ୟାଚ ପାଇଁ ହାମ୍ପଶାୟାରର ଅଂଶ ହୋଇଛନ୍ତି।

ହାମ୍ପଶାୟାର କ୍ରିକେଟ କ୍ଲବ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏ ବିଷୟରେ ସୂଚନା ଦେଇ ସୁନ୍ଦରଙ୍କୁ ସ୍ବାଗତ କରିଛି ଏବଂ ଲେଖିଛନ୍ତି, ସ୍‌ଆମେ ସୁନ୍ଦରଙ୍କୁ ଦଳରେ ସାମିଲ କରିବା ବିଷୟରେ ଆତ୍ମବିଶ୍ୱାସୀ ଥିଲୁ। ସ୍ବାଗତ ଓ୍ବାସି! ଭାରତୀୟ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ରୋଜ ଏବଂ କ୍ରାଉନ ବିପକ୍ଷରେ ଶେଷ ଦୁଇଟି ମ୍ୟାଚ ପାଇଁ ହାମ୍ପଶାୟାର ପକ୍ଷରୁ ଖେଳିବେ।

ୱାଶିଂଟନ ସୁନ୍ଦରଙ୍କ ସାମ୍ପ୍ରତିକ ଇଂଲଣ୍ଡ ଗସ୍ତ ସ୍ମରଣୀୟ ଥିଲା। ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ, ସେ ବ୍ୟାଟ ଏବଂ ବଲ ଉଭୟରେ ଚମତ୍କାର ପ୍ରଦର୍ଶନ ଦେଖାଇଥିଲେ। ସେ ବ୍ୟାଟିଂରେ ୨୮୪ ରନ କରିଥିଲେ ଏବଂ ଏହି ସମୟରେ ତାଙ୍କର ହାର ୪୭ ଥିଲା। ଏହି ସିରିଜରେ, ସୁନ୍ଦର ଓଲ୍ଡ ଟ୍ରାଫୋର୍ଡରେ ଏକ ଚମତ୍କାର ଶତକ ମଧ୍ୟ କରିଥିଲେ।

ସୁନ୍ଦର ବୋଲିଂରେ ମଧ୍ୟ ଜବରଦସ୍ତ ଫର୍ମ ଦେଖାଇଥିଲେ। ସେ ୩୮.୫୭ ହାରରେ ୭ ଉଇକେଟ ନେଇଥିଲେ। ଏହି ଫର୍ମକୁ ଦେଖି, ହାମ୍ପଶାୟାର ତାଙ୍କୁ କାଉଣ୍ଟି ସିଜିନର ଶେଷ ଭାଗ ପାଇଁ ଚୟନ କରିଛି।

ସୁନ୍ଦରଙ୍କ ପ୍ରସ୍ଥାନ ଏସିଆ କପ ପାଇଁ ଟିମ ଇଣ୍ଡିଆର ପ୍ରସ୍ତୁତି ଉପରେ କୌଣସି ବଡ଼ ପ୍ରଭାବ ପକାଇବ ନାହିଁ। କାରଣ ସେ ରିଜର୍ଭ ଦଳରେ ଥିଲେ ଏବଂ ତାଙ୍କୁ ମ୍ୟାଚ ଖେଳିବାର ସୁଯୋଗ ମିଳି ନ ଥାନ୍ତା।

 


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ…

୧୩୨ କେଭି ଲାଇନ୍‌ରେ ଫଲ୍ଟ: ଅନ୍ଧାରରେ କନ୍ଧମାଳ

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ହେଲା କନ୍ଧମାଳ ଜିଲାରେ ବିଦ୍ୟୁତ ସେବା ବାରମ୍ବାର ବାଧାପ୍ରାପ୍ତ ହେଉଛି। ଗୁରୁବାର…

କେବଳ ଭାରତ ନୁହେଁ, ୧୧ ଦେଶରେ ବି ଲାଗିବ UPI ଚାର୍ଜ: ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୨୫।୯: ଭାରତରେ UPI ପେମେଣ୍ଟ ଉପରେ ପ୍ରସ୍ତାବିତ ନୂଆ Merchant Discount Rate (MDR)କୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ୧୫ ଅକ୍ଟୋବର ୨୦୨୬ରୁ ଲାଗୁ…

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?