Posted inଖେଳ

ଚମତ୍କାର କ୍ୟାଚ୍‌ ଧରିଲେ ଏହି କ୍ରିକେଟର୍‌, ସମସ୍ତେ ଦେଖି ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ଆଣ୍ଟିଗୁଆ,୨।୨: ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ଅଣ୍ଡର -୧୯ ବିଶ୍ୱକପରେ ଅନେକ ମହାନ ମ୍ୟାଚ ଦେଖିବାକୁ ମିଳିଥିଲା। ଟୁର୍ନାମେଣ୍ଟ ବର୍ତ୍ତମାନ ଶେଷ ହେବାକୁ ଯାଉଛି ଏବଂ ମଙ୍ଗଳବାରଠାରୁ ସେମିଫାଇନାଲ ପର୍ଯ୍ୟାୟ ଆରମ୍ଭ ହେଉଛି। ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ଏବଂ ଆଫଗାନିସ୍ତାନର ଦଳ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ମୁକାବିଲା କରିବେ।
ଏହି ସମୟରେ, ଜାନୁଆରୀ ୩୦ରେ, ଆଉ ଏକ ରୋମାଞ୍ଚକର ମ୍ୟାଚ ଖେଳାଯାଇଥିଲା। ଏଥିରେ ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକାର ଅଣ୍ଡର -୧୯ ଦଳ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଦକ୍ଷିଣ ଆଫ୍ରିକାକୁ ୬୫ ରନରେ ପରାସ୍ତ କରିଛି। ପରାଜୟ ସତ୍ତ୍ୱେ ଆଫ୍ରିକୀୟ ଦଳ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଏହି ମ୍ୟାଚରେ ଆଫ୍ରିକାର ଆଣ୍ଡାଇଲ ସିମିଲାନେ ଦ୍ୱିତୀୟ ସ୍ଲି ରେ ସାକୁନା ଲିଆନେଜଙ୍କ କ୍ୟାଚ ଧରିଥିଲେ। ଏହା ଏକ ଚମତ୍କାର କ୍ୟାଚ୍‌ ଥିଲା। ଶ୍ରୀଲଙ୍କା ଇନିଂସର ନବମ ଓଭରରେ ଏହା ଘଟିଛି। ମାଥ୍ୟୁ ବୋଷ୍ଟ ସେହି ସମୟରେ ବୋଲିଂ କରୁଥିଲେ। ଲିଆନେଜ ଓଭରର ତୃତୀୟ ବଲକୁ ଭଲ ଭାବରେ ପଢି ନ ପାରି କଟ କରିବା ପ୍ରୟାସରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ସିମିଲାନ ସ୍ଲିପ୍‌ ଚମତ୍କାର କ୍ୟାଚ ଧରିଥିଲେ। ପ୍ରଥମେ ବଲଟି ତାଙ୍କ ହାତରୁ ଖସି ପଡିଥିଲା, କିନ୍ତୁ ସେ ଏହାକୁ ଛାଡି ନ ଥିଲେ। ଏହି କ୍ୟାଚ୍‌ ପାଇଁ ସିମିଲାନଙ୍କୁ ବହୁତ ପ୍ରଶଂସା କରାଯାଉଛି। ତାଙ୍କ କ୍ୟାଚ୍‌ରଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆର ଲଜ୍ଜାଜନକ ପରାଜୟ ପରେ ‘ସ୍ତବ୍ଧ’ ଏହି ପ୍ରସିଦ୍ଧ କ୍ରିକେଟର୍‌

ବ୍ରିସବେନ୍‌,୨୦।୧: ବ୍ରିସ୍‌ବେନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ବର୍ଡର-ଗାଭାସ୍କର ଟ୍ରଫି ବିଜୟୀ ହୋଇଛି। ଏଥିରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ସ୍ତବ୍ଧ ହୋଇଯାଇଛନ୍ତି। ଭାରତୀୟ...

ରୌପ୍ୟରେ ସନ୍ତୁଷ୍ଟ ମଞ୍ଜୁ ରାଣୀ

ଉଲାନ-ଉଡେ(ରୁଷିଆ),୧୩।୧୦(ପି.ଟି.)- ଭାରତୀୟ ବକ୍ସର ମଞ୍ଜୁ ରାଣୀଙ୍କ ପ୍ରଥମ ବିଶ୍ୱ ଚାମ୍ପିୟନଶିପ୍‌ ଅଭିଯାନ ରୌପ୍ୟ ପଦକ ସହ ଶେଷ ହୋଇଛି। ରବିବାର ଅନୁଷ୍ଠିତ ୪୮ କେଜି ଓଜନ...

ଯୁବରାଜଙ୍କୁ ଦେଖି ଷ୍ଟାଡିୟମ୍‌ରେ ଡେଇଁବାକୁ ଲାଗିଲେ ଏହି ଶିଶୁ: କହିଲେ…

ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ରେ ଇଣ୍ଡିଆ ଲିଜେଣ୍ଡ୍ସ୍‌ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଇଣ୍ଡିଆ ୧୪ ରନ୍‌ରେ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ପରାସ୍ତକରି ଟାଇଟେଲ...

ମଞ୍ଜୁଳାମଣି ରାଜ୍ୟ ଓପନ ବ୍ଲିଜ୍‌ ଚେସ୍‌: ସ୍ବୟମ୍ସ ଚାମ୍ପିୟନ

ଭୁବନେଶ୍ୱର, ୧୬।୧୨(କ୍ରୀଡ଼ା ପ୍ରତିନିଧି)- ଏସଆର ଚେସ୍‌ ସେଣ୍ଟର ଓ ଆମ ପରିବାରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜାଭିୟର ଛକସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ...

କଳାହାଣ୍ଡି କପ୍‌: କଟକ ‘ଏ’ ଚାମ୍ପିୟନ

ଭୁବନେଶ୍ୱର,୯ା୬ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ୍‌ (ଓସିଏ) ଆନୁକୂଲ୍ୟରେ କଟକର ରେଭେନ୍ସା-୧ ଗ୍ରାଉଣ୍ଡରେ ଅନୁଷ୍ଠିତ ଆନ୍ତଃଜିଲା କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ଚାମ୍ପିୟନ୍‌ ହୋଇଛି...

କିମ୍ବଦନ୍ତୀ ଚେସ୍‌ ଖେଳାଳି ଅରାତିଙ୍କ ବିୟୋଗ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟର କିମ୍ବଦନ୍ତୀ ଚେସ୍‌ ଖେଳାଳି ତଥା ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ)ର ଉପସଭାପତି ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନ (ସିବିଏ)ର...

ଖେଳରତ୍ନ ପାଇଁ ହିମାଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୬ା୬ (ପି.ଟି.)- ଆସାମ ରାଜ୍ୟ ସରକାର ଦେଶର ଟପ୍‌ ସ୍ପ୍ରିଣ୍ଟର ହିମା ଦାସଙ୍କ ନାମ ଖେଳରତ୍ନ ପୁରସ୍କାର ପାଇଁ ସୁପାରିସ କରିଛନ୍ତି। ଚଳିତ ବର୍ଷ...

ପିଇବା ପାଣିରେ କାର୍‌ ଧୋଇ ଦଣ୍ଡିତ କୋହଲି

ନୂଆଦିଲ୍ଲୀ, ୮ା୬- ପିଇବା ପାଣି ନଷ୍ଟ କରିବାରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଜରିମାନା ଦେବାକୁ ପଡ଼ିଛିି। ଗୁରୁଗ୍ରାମସ୍ଥିତ ବାସଭବନ ଡିଏଲ୍‌ଏଫ୍‌ ଫେଜ...

Advertisement
Archives

Model This Week