ଅଜବ ଏହି ଚେୟାର୍‌

ଆରାମ ଦେବା ସହ ଘରର ଲୁକ୍‌ ବି ବଦଳାଇପାରେ ଚେୟାର୍‌ । ତେବେ ଆମେ ଏଠାରେ ଯେଉଁ ଚେୟାର୍‌ କଥା କହୁଛୁ ସେଗୁଡ଼ିକର ଡିଜାଇନ୍‌ ବହୁତ ଭିନ୍ନ ଓ ଅଜବ । ଯଦି ସେଥିରୁ କିଛିକୁ ଆପଣ ଘରେ ରଖିବେ ଘର ଲାଗିବ ବେଶ୍‌ ଟ୍ରେଣ୍ଡି । ତା’ସହ ଆପଣ ପାଲଟିଯିବେ ଚର୍ଚ୍ଚାର ବିଷୟ…

ଅକ୍ଟୋପସ୍‌ ଚେୟାର୍‌: ଏହି ଚେୟାର ଦେଖିବାକୁ ସତସତିକା ଅକ୍ଟୋପସ୍‌ ପରି। ତେଣୁ ଏହା ଉପରେ ବସିବାକୁ ଇଚ୍ଛା ନ ହୋଇପାରେ। ହେଲେ ଏହା ବହୁତ ଆରାମଦାୟକ। ଏହାକୁ ଡିଜାଇନ୍‌ କରିଛନ୍ତି ମାକ୍ସିମୋ ରିଏରା।

ସ୍ପ୍ଲାଶ୍‌ ଚେୟାର୍‌: ପଥରଟିଏ ପାଣିରେ ପକେଇଲେ ପାଣି ଚାରିଆଡକୁ ଗୋଲାକାର ଭାବେ ତରଙ୍ଗାୟିତ ହୋଇ ଛିଟ୍‌କିଥାଏ। ଏହି ଦୃଶ୍ୟର ସ୍ଲୋ ମୋଶନ୍‌ ଭିଡିଓ ଯଦି ଦେଖିଥିବେ ଜାଣିପାରିବେ ପଥର ପଡିଥିବା ଜଳର ସେହି ଅଂଶ କିଭଳି ଦେଖାଯାଏ। ଠିକ୍‌ ସେହିଭଳି ଆକାରର ହେଉଛି ଏହି ଚେୟାର। ମାଇକେଲ୍‌ ଓ୍ବେଣ୍ଡେଲ ହେଉଛନ୍ତି ଏହି ଚେୟାରର ଡିଜାଇନର୍‌।

ଦି କଟ୍‌ ଚେୟାର୍‌: ଏହି ଚେୟାରର ଥାଏ ମାତ୍ର ଗୋଟିଏ ଭଲ ଗୋଡ଼। ଅନ୍ୟ ତିନି ଗୋଡ଼ ଅଧାରୁ ଭଙ୍ଗା। ଅପ୍ଟିକାଲ ଇଲ୍ୟୁଜନ୍‌ ପରି ଏହି ଚେୟାର। ଲାଗେ ସତେ ଯେମିତି ଚେୟାରଟି ସାଙ୍ଗେ ସାଙ୍ଗେ ଭାଙ୍ଗି ପଡ଼ିଯିବ। ତେବେ ପ୍ରକୃତରେ ଚେୟାର ଯେଉଁ କାର୍ପେଟ୍‌ ଉପରେ ଅଛି, ତା’ତଳେ ଏକ ଶକ୍ତ ପ୍ଲେଟ୍‌ ଅଛି। ତାସହ ଏକ ରଡ୍‌ ଚେୟାର ସହ ସଂଯୁକ୍ତ ହୋଇ ଚେୟାରକୁ ସନ୍ତୁଳନ ରଖିବାରେ ସାହାଯ୍ୟ କରେ। ଏହାକୁ ଡିଜାଇନ୍‌ କରିଛନ୍ତି ପିଟର୍‌ ବ୍ରିଷ୍ଟଲ।

ଫିଶ୍‌ ରକିଂ ଚେୟାର: ଛୋଟ ଛୋଟ ମାଛରେ ତିଆରି ଏହି ଚେୟାର। ଭାବୁଥିବେ ଏହା ବହୁତ ଗନ୍ଧ ହେବା ସହ ବସିବା ଯୋଗ୍ୟ ହୋଇ ନ ଥିବ। କିନ୍ତୁ ପ୍ରକୃତରେ ସେଇୟା ନୁହେଁ। ଚେୟାର ତିଆରି ହୋଇଛି ଆଲୁମିନିୟମର ସାରଡାଇନ୍‌ ମାଛରେ। ଏହି ମାଛକୁ ଓ୍ବେଲି୍ଡଂ କରି ରକିଂ ଚେୟାର୍‌ ରୂପ ଦିଆଯାଇଛି। ଏହାର ଡିଜାଇନର୍‌ ହେଉଛନ୍ତି ତ୍ରିସ୍ତାନ କୋଚରେନ୍‌।

ଚେୟାର୍‌ ଫର୍‌ କାଫେ: ଏହି ଚେୟାର୍‌ କାଫେ ପାଇଁ ଉଦ୍ଦିଷ୍ଟ। କାରଣ ଉକ୍ତ ଚେୟାର୍‌ ଦେଖିବାକୁ ସମ୍ପୂର୍ଣ୍ଣ କଫି ମଗ୍‌ ପରି। ଏହାର ହ୍ୟାଣ୍ଡେଲକୁ ବ୍ୟାଗ୍‌ କିମ୍ବା ଜ୍ୟାକେଟ୍‌ ଝୁଲାଇ ରଖିବାକୁ ବ୍ୟବହାର କରିହେବ। ଏହାକୁ ଡିଜାଇନ୍‌ କରିଛନ୍ତି ସନହାନ୍‌ ଓନ୍‌।

ବ୍ଲୁମ୍‌ ଚେୟାର୍‌: ଏକ ଷ୍ଟିଲ୍‌ର ବେସ୍‌ ଉପରେ ହାତ ତିଆରି ମାଇକ୍ରୋ ଫାଇବର୍‌ ଫ୍ୟାବ୍ରିକ୍‌କୁ ଫୋଲ୍ଡ କରି କରି ସିଲାଇ କରାଯାଇ ଏହି ଚେୟାରକୁ ଦିଆଯାଇଛି ଫୁଲ ପରି ଆକୃତି। ଦେଖିଲେ ଲାଗେ ଏହା ସମ୍ପୂର୍ଣ୍ଣଭାବେ ଫୁଟି ଯାଇଥିବା ଏକ ଫୁଲ। ଲାଲ, ସବୁଜ ଓ ହଳଦିଆ ରଙ୍ଗରେ ଆସୁଥିବା ଏହି ଚେୟାରକୁ ଯେ କେହି ଘରେ ରଖିବାକୁ ଚାହିଁବେ। ଏହାକୁ ଡିଜାଇନ୍‌ କରିଛନ୍ତି କେନେଥ୍‌ କୋବୋନପୁଇ।

ହିମ୍‌ ଓ ହର୍‌ ଚେୟାର: ଫାବିଓ ନଭେମ୍ବ୍ରେ ଡିଜାଇନ୍‌ କରିଛନ୍ତି ଏହି ଚେୟାର୍‌। ପୁରୁଷ ଓ ନାରୀଙ୍କ ପାଇଁ ସ୍ବତନ୍ତ୍ରଭାବେ ତିଆରି ଉକ୍ତ ଚେୟାର୍‌ ପଲିଇଥାଇଲିନ୍‌ରେ ତିଆରି। ଏହାର ଡିଜାଇନ୍‌ ନଗ୍ନ ପୁରୁଷ ଓ ମହିଳାଙ୍କ ବସିବା ଭଳି ଅଟେ। ଆଉ ଏହାର ଶେପ୍‌କୁ ଦୁଇଟି ପ୍ଲାଷ୍ଟର୍‌ ସ୍କଲ୍‌ପଚର୍‌ର ଥ୍ରୀ ଡାଇମେନ୍ସନାଲ ସ୍କାନିଂ ଦ୍ୱାରା କରାଯାଇଛି।

ଟନେଲ୍‌ ଚେୟାର୍‌: ମେଟାଲ୍‌ ଟ୍ୟୁବ୍‌କୁ ମୋଡି ତା’ ଚାରିପଟେ କଳା ରଙ୍ଗର ଇଲାଷ୍ଟିକ୍‌ ବ୍ୟାଣ୍ଡ ଗୁଡାଯାଇ ତିଆରି କରାଯାଇଛି ଏହି ଚେୟାର। ଏହି ଚେୟାର୍‌ ଏକ ଟନେଲ ପରି ଦେଖାଯାଏ। ଏହାର ଡିଜାଇନର୍‌ ନୋଗା ବର୍ମନ ଅଟନ୍ତି।

ସ୍କଲ୍‌ ଚେୟାର୍‌: ସ୍କଲ ବା ଖପୁରି ଭଳି ଦେଖାଯାଉଥିବା ଏହି ଚେୟାର୍‌ ଭୟଙ୍କର ଲାଗିପାରେ। ହେଲେ ବସିବାକୁ ବେଶ୍‌ ଆରାମଦାୟକ।

ପଜ୍ଜଲ୍‌ ଚେୟାର୍‌: ଏଥିରେ ୧୦ଟି ଚେୟାର ଫ୍ରେମ୍‌ ଥାଏ। ଆଉ ପ୍ରତି ଫ୍ରେମ୍‌ କ୍ରମାନ୍ବୟଭାବେ ଛୋଟ ହୋଇଥାଏ। ସେଗୁଡ଼ିକୁ ଗୋଟିଏ ଉପରେ ଗୋଟିଏକୁ ବଡ଼ରୁ ସାନଭାବେ ଫିଟ୍‌ କରିହୁଏ। ଫିଟ୍‌ ହେଲା ପରେ ତାହା ଏକ ପଜ୍ଜଲ୍‌ ଭଳି ଦେଖାଯାଏ। ଉକ୍ତ ଚେୟାର୍‌କୁ ଡିଜାଇନ୍‌ କରିଛନ୍ତି ଭିଭିଆନ୍‌ ଚିଉ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ କାହିଁକି ବଢ଼େ ମାନସିକ ଅବସାଦ…

ଶୀତଦିନେ କେତେକଙ୍କଠାରେ ମାନସିକ ଅବସାଦ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଥାଏ। ଏହି ସମୟରେ ପରିବେଶ ଥଣ୍ଡା ରହିବା ଯୋଗୁ ଶରୀରରେ କ୍ଷରଣ ହେଉଥିବା କେତେକ ହରମୋନ୍‌...

ଘରେ କରନ୍ତୁ ପେଡିକିଓର

ତୁଳାରେ ରିମୁଭର ଲଗାଇ ପୁରୁଣା ନେଲପଲିସ୍‌କୁ ଛଡ଼ାଇ ଦିଅନ୍ତୁ। ଏହାପରେ ଉଷୁମ ପାଣିରେ ଅଳ୍ପ ସାମ୍ପୁ, ଲୁଣ ଓ ନଡିଆ ତେଲ ପକାଇ ସେଥିରେ ପାଦକୁ...

ଜାଣନ୍ତି ଅନ୍ୟ ବାସନ ଅପେକ୍ଷା ମାଟିପାତ୍ରରେ ଖାଇଲେ ମିଳିଥାଏ ଏସବୁ ଲାଭ

ଆଲୁମିନିୟମ, ଷ୍ଟିଲ୍‌ ବାସନରେ ରାନ୍ଧିବା ସମୟରେ ଖାଦ୍ୟ ଅନେକ ଥର ଜଳି ଯାଇଥାଏ। ଅବଶ୍ୟ ହଜମ ହେବା ସହଜ କିନ୍ତୁ ସ୍ବାଦ ଏବଂ ପୁଷ୍ଟିକର ଶୂନ୍ୟ...

ଏହି ୪ଟି ଜିନିଷରେ ଖର୍ଚ୍ଚ କରିବା ଦ୍ୱାରା ଧନ ବଢ଼େ: ଜାଣନ୍ତୁ କାହାକୁ ଏଭଳି କହିଛନ୍ତି ଚାଣକ୍ୟ

ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ଜୀବନର ବିଭିନ୍ନ ସ୍ଥିତିକୁ ନେଇ ନୂଆ ବିଚାରଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। କୁହାଯାଏ ଜୀବନ ସହ ଜଡ଼ିତ ସମସ୍ତ ବିଷୟର...

କ୍ଷୀରରେ ଏହାକୁ ମିଶାଇ ପିଅନ୍ତୁ, ଦୂରହେବ ଆଣ୍ଠୁଗଣ୍ଠି ସମସ୍ୟା

ଔଷଧୀୟ ଗୁଣରେ ଭରପୂର୍‌ ଡାଲଚିନ୍‌। ଅନେକ ପ୍ରକାର ରୋଗର ରାମବାଣ ଔଷଧ ଭାବେ ଏହା ପରିଚିତ। କ୍ଷୀରରେ ସାମାନ୍ୟ ଡାଲଚିନି ଗୁଣ୍ଡ ମିଶାଇ ପିଇଲେ ଶରୀରକୁ...

 ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି କରେ ତୁଳସୀ ଚେର

ଆୟୁର୍ବେଦ ଏବଂ ଚୀନ୍‌ ଔଷଧୀୟ ବିଜ୍ଞାନରେ ତୁଳସୀ ଚେରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମହୌଷଧି ଭାବେ ବିବେଚନା କରାଯାଇଛି। ଅଧିକାଂଶ ଲୋକେ ତୁଳସୀ ପତ୍ରର ଫାଇଦା ସମ୍ପର୍କରେ...

ଘରେ କ’ଣ ରଖିଲେ ବଢ଼ିଥାଏ ଧନ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଉତ୍ତର ତଥା ଉତ୍ତର-ପୂର୍ବ ଦିଗ ସହ ଆର୍ଥତ୍କ ଅଭିବୃଦ୍ଧିର ଅନେକ କିଛି ସମ୍ବନ୍ଧ ରହିଛି। ତେଣୁ ଏହି ଦିଗଗୁଡ଼ିକରେ କ’ଣ ରଖିଲେ...

ସୁନିଦ୍ରାକୁ ପ୍ରଭାବିତ କରେ ଅଧିକ ଚା’ ପିଇବା

କ୍ଳାନ୍ତ ମନକୁ ହାଲକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

Advertisement
Archives

Model This Week