Posted inଫୁରସତ

ସ୍ପୋର୍ଟସ୍‌ କାର୍‌ଠୁ ବି ଫାଷ୍ଟ୍‌ ଏଇ ଟ୍ରାକ୍ଟର

ଚାଷୀର ସାଥୀ ଟ୍ରାକ୍ଟର। କେବଳ ଚାଷରେ ଯେ ଏହା ସାହାଯ୍ୟ କରେ ତାହା ନୁହେଁ ବରଂ ଭାରି ଜିନିଷ ନେବା ଆଣିବାରେ ବି ଏହାକୁ ବ୍ୟବହାର କରାଯାଏ। ଏଇ ଟ୍ରାକ୍ଟର କିନ୍ତୁ ଦ୍ରୁତ ଗତିରେ ଯାଇପାରି ନ ଥାଏ। ବହୁତ ଧୀର ଗତିରେ ଯାଏ। ହେଲେ ଏବେ ଆସିଛି ଏମିତି ଏକ ଟ୍ରାକ୍ଟର ଯାହା ଏତେ ଦ୍ରୁତଗତିରେ ଯାଏ ଯେ, କୌଣସି ସ୍ପୋର୍ଟସ୍‌ କାର୍‌ ବି ଏତେ ଦ୍ରୁତ ଗତିରେ ଯାଇପାରିବ ନାହିଁ। ଟ୍ରାକ୍ଟର ନିର୍ମାଣକାରୀ କମ୍ପାନୀ ଜେସିବି ପୃଥିବୀର ଏହି ଦ୍ରୁତତମ ଟ୍ରାକ୍ଟରକୁ ତିଆରି କରିଛନ୍ତି। ଏହାର ଟପ୍‌ ସ୍ପିଡ୍‌ ଘଣ୍ଟା ପ୍ରତି ୨୪୭ କି.ମି.। କମ୍ପାନୀ ଗିନିଜ ଓ୍ବାର୍ଲଡ ରେକର୍ଡସରେ ନିଜ ଟ୍ରାକ୍ଟରକୁ ସବୁଠାରୁ ଦ୍ରୁତତମ ଭାବେ ସ୍ଥାନିତ କରିବାକୁ ଚାହୁଁଥିଲେ। ତେଣୁ ଏଭଳି ଏକ ଟ୍ରାକ୍ଟର ନିର୍ମାଣ କରିଥିଲେ। ୨୦୧୯ ଏହାର ଟେଷ୍ଟ କରାଯାଇଥିଲା। ଟ୍ରାକ୍ଟରଟି ୨ କି.ମି ଯାତ୍ରା କରିଥିଲା। ଯେଉଁଥିରେ ଏହାର ହାରାହାରି ଗତି ଘଣ୍ଟାପ୍ରତି ୨୧୭ କି.ମି. ଓ ସର୍ବାଧିକ ଗତି ଘଣ୍ଟାପ୍ରତି ୨୪୭ କି.ମି. ଥିଲା। ଏହି ଟ୍ରାକ୍ଟରରେ ୭.୨ ଲିଟର, ୬ ସିଲିଣ୍ଡର ବିଶିଷ୍ଟ ଡିଜେଲ ମ୍ୟାକ୍ସ ଇଞ୍ଜିନ ଅଛି। ଏହାର ପିକ୍‌ ପାଓ୍ବାର ୧୦୧୬ ହର୍ଷ ପାଓ୍ବାର। ଏହା ଏତେ ଦ୍ରୁତଗତିରେ ଯାଉଥିଲେ ହେଁ ଏହାର ଓଜନ କିଛି କମ୍‌ ନୁହେଁ। ୫ ଟନ୍‌ ହେଉଛି ଏହାର ଓଜନ। ଜେସିବିର ଚିଫ୍‌ ଇନୋଭେସନ୍‌ ଓ ଗ୍ରୋଥ ଅଫିସର ଟିମ୍‌ ବର୍ନହୋପ କୁହନ୍ତି, ଏତେ ଭାରି ଟ୍ରାକ୍ଟରକୁ ସୁରକ୍ଷିତଭାବେ ଟପ୍‌ ସ୍ପିଡ୍‌ ପର୍ଯ୍ୟନ୍ତ ପହଞ୍ଚାଇବା ଓ ପୁଣିଥରେ ତା’ର ସ୍ପିଡକୁ କମାଇବା ସହଜ କଥା ନୁହେଁ। ତଥାପି ଏହାକୁ ସମ୍ଭବ କରି ଦେଖେଇବା ସହ ଓ୍ବାର୍ଲଡ ରେକର୍ଡ କରିପାରି ଥିବାରୁ ବହୁତ ଖୁସି ଲାଗେ।’


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri