Posted inଜାତୀୟ

୨୦୨୧ରେ ୧୩ ହଜାର ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି

ନୂଆଦିଲ୍ଲୀ ,୧୯।୧୨(ଆଇଏଏନ୍‌ଏସ୍‌): ରାଜସ୍ଥାନର କୋଟାସ୍ଥିତ କୋଚିଂ ସେଣ୍ଟରର ୩ ଜଣ ମେଡିକାଲ ଓ ଇଞ୍ଜିନିୟରିଂ କ୍ୟାରିୟର ଆଶାୟୀଙ୍କ ଆତ୍ମହତ୍ୟା ଘଟଣା ବିତର୍କର ବିଷୟ ହୋଇଛି। ଜଟିଳ ପ୍ରତିଯୋଗିତା ଏବଂ ଅତ୍ୟଧିକ ଚାପକୁ ଏଥିପାଇଁ ଦାୟୀ କରାଯାଉଥିବା ବେଳେ ଦେଶରେ ପ୍ରତିବର୍ଷ ଏଭଳି ଅନେକ ଆତ୍ମହତ୍ୟା ଘଟୁଛି। ଶିକ୍ଷା କ୍ୟାରିୟରରେ ବିଫଳ ହେବା ଭୟରେ ଗତବର୍ଷ ୧୩,୦୮୯ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟରୁ ଜଣାପଡ଼ିଛି। ଏଥିରେ ମହାରାଷ୍ଟ୍ର ଶୀର୍ଷରେ ରହିଛି।
ଗତ କିଛିବର୍ଷ ହେବ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ୨୦୨୦ ତୁଳନାରେ ୨୦୨୧ରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ପାଖାପାଖି ୪.୫ ପ୍ରତିଶତ ବଢ଼ିଛି। ମୋଟ ଆତ୍ମହତ୍ୟାର ପ୍ରାୟ ୫୦ ପ୍ରତିଶତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ନାଟକ ଏବଂ ଓଡ଼ିଶାରେ ଘଟିଥିଲା।

ତଥ୍ୟ ଅନୁଯାୟୀ ମୋଟ ଛାତ୍ରୀଛାତ୍ର ଆତ୍ମହତ୍ୟା ମଧ୍ୟରୁ ୧,୮୩୪ (୧୪%) ମହାରାଷ୍ଟ୍ରରେ ଘଟିଥିବାବେଳେ ମଧ୍ୟପ୍ରଦେଶରେ ୧,୩୦୮(୧୦%), ତାମିଲନାଡୁରେ ୧,୨୪୫ (୯.୫%) ଏବଂ କର୍ନାଟକରେ ୮୫୫ (୬.୫%) ଘଟିଛି। ଆତ୍ମହତ୍ୟାର କାରଣ ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ ନ ଥିଲେ ହେଁ ପରୀକ୍ଷାରେ ବିଫଳତା ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଇଛି। ଏନ୍‌ଇଇଟି-ୟୁଜି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନ ପାରିବାରୁ ଗତ ସେପ୍ଟେମ୍ବର ୮ରେ ଗ୍ରେଟର ନୋଏଡା ଜେପି ଅମନ ସୋସାଇଟିର ଜଣେ ୨୨ ବର୍ଷୀୟ ଛାତ୍ରୀ ୯ମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ।

ଏନ୍‌ଇଇଟିରେ ଫେଲ୍‌ ହୋଇଥିବା ଚେନ୍ନାଇର ଜଣେ ଛାତ୍ରୀ ଜୁନ୍‌ ୩୦ରେ ଆତ୍ମହତ୍ୟା କରିଥିଲେ। ମଧ୍ୟପ୍ରଦେଶର ୨ ଜଣ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଏପ୍ରିଲ ୩୦ରେ ଅନୁରୂପ କାରଣରୁ ଜୀବନ ଦେଇଥିଲେ।
ଛାତ୍ରୀଛାତ୍ରଙ୍କ ଦୁଶ୍ଚିନ୍ତା ଓ ଭେଦଭାବ ଦୂର ଲାଗି ସରକାର ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ବିଭିନ୍ନ ପଦକ୍ଷେପ ନେଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି। ସେମାନଙ୍କ ସ୍ବାର୍ଥର ସୁରକ୍ଷା ଲାଗି ୟୁଜିସି (ଅଭିଯୋଗ ସମାଧାନ)ନିୟମାବଳୀ, ୨୦୧୯ ପ୍ରଣୟନ ହୋଇଛି। ଉଚ୍ଚ ଶିକ୍ଷାନୁଷ୍ଠାନରେ ରାଗିଂ ବନ୍ଦ ଲାଗି ୨୦୦୯ରେ ୟୁଜିସି ନିୟମାବଳୀ ଆଣିଥିଲା। ଏହା ବ୍ୟତୀତ ଶିକ୍ଷା ଚାପ କମାଇବା ପାଇଁ ସହକର୍ମୀଙ୍କ ସହାୟତାରେ ଶିକ୍ଷା, ପିଲାଙ୍କ ପାଇଁ ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷାଦାନ ଆଦି ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

ଆମେଠୀରୁ ଲଢିବେ ରର୍ବଟ ଭଦ୍ରା! ପୋଷ୍ଟରକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଅନ୍ୟପଟେ ଉତ୍ତରପ୍ରଦେଶର ଆମେଠୀ ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ।...

ଯଦି କଂଗ୍ରେସ କିଛି ନୁହେଁ ତେବେ ମୋଦି ଡରୁଛନ୍ତି କାହିଁକି: ଖାର୍ଗେ

ଥିରୁଭାନନ୍ତପୁରମ,୨୪।୪: ବୁଧବାର କେରଳର ଥିରୁଭାନନ୍ତପୁରମରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତ କିଛି ଦିନ...

ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଗୋଟିଏ ବୟାନ ବଢାଇଲା କଂଗ୍ରେସର ଟେନସନ!

ନୂଆଦିଲ୍ଲୀ,୨୪।୪: ବର୍ତ୍ତମାନ ସମ୍ପତ୍ତି ବଣ୍ଟନ ଏବଂ ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଦେଶରେ ଅନେକ ରାଜନୈତିକ ବାକ୍‌ଯୁଦ୍ଧ ଚାଲିଛି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ...

ପୁଣିଥରେ କ୍ଷମା ମାଗିଲେ ବାବା ରାମଦେବ, କହିଲେ ଆଉଥରେ ହେବନି ଭୁଲ

ନୂଆଦିଲ୍ଲୀ,୨୪।୪: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ (MD) ବାଲକୃଷ୍ଣ ପୁନର୍ବାର ବିଭ୍ରାନ୍ତିକର ବିଜ୍ଞାପନ...

ମୋଦିଙ୍କୁ ଗାଳିଦେଲେ ଘରକୁ ଫେରିବନି: ବିରୋଧୀ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ମୁମ୍ବାଇ,୨୪/୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି।...

ମୁଁ ମୋଦିଙ୍କ ଭେଟିବାକୁ ଚାହେଁ, ମୋତେ ସମୟ ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୨୪।୪: ୨୦୨୪ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ମାନିଫେଷ୍ଟୋରେ ମୁସଲିମ ଲିଗର ଛାପ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri