ତୃତୀୟ ଲହର ଟାର୍ଗେଟରେ କରୋନା ଯୋଦ୍ଧା, ୧୦୦୦ରୁ ଅଧିକ ଡାକ୍ତର ଆକ୍ରାନ୍ତ…

ନୂଆଦିଲ୍ଲୀ, ୬।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଥିବାବେଳେ ଏହା ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ତୃତୀୟ ଲହର କରୋନା ଯୋଦ୍ଧାଙ୍କୁ ଟାର୍ଗେଟ କରିଛି। ଇତି ମଧ୍ୟରେ ଦେଶରେ ୧୦୦୦ରୁ ଅଧିକ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଦିଲ୍ଲୀ, ମୁମ୍ବାଇ, ପାଟନା, ଲକ୍ଷ୍ନୌରେ ଅଧିକରୁ ଅଧିକ ଡାକ୍ତର ଏବଂ ମେଡ଼ିକାଲ ଷ୍ଟାଫ୍‌ କରୋନରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି।

ମୁମ୍ବାଇରେ ଗତ ୩ ଦିନରେ ୨୬୦ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ସିୟୋନ ହସ୍ପିଟାଲରେ ୩୦ ଜଣ ଡାକ୍ତରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି।

ଚଣ୍ଡିଗଡ଼ରେ ୨ ଦିନରେ ୧୯୬ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପିଜିଆରେ ୧୪୬ ମେଡ଼ିକାଲ ଷ୍ଟାଫ୍‌ କରୋନା ପଜିଟିଭ୍‌ ହୋଇଛନ୍ତି। ଅନ୍ୟ ହସ୍ପିଟାଲରେ ୫୦ ଜଣ କରୋନା ଆକ୍ରାନ୍ତ ରହିଛନ୍ତି।

ରାଞ୍ଚିରେ ୧୭୯ ଡାକ୍ତର ଏବଂ ମେଡ଼ିକାଲ ଷ୍ଟାଫ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦିଲ୍ଲୀରେ ୧୨୦ ଡାକ୍ତର ଏବଂ ଅନ୍ୟ ହସ୍ପିଟାଲ କର୍ମଚାରୀଙ୍କ୍‌ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏମ୍ସ୍‌ର ୫୦ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଫଦରଜଙ୍ଗ ହସ୍ପିଟାଲରେ ୨୬ ଡାକ୍ତର, ରାମ ମନୋହର ଲୋହିଆ ହସ୍ପିଟାଲରେ ୩୮ ଜଣ ଡାକ୍ତରଙ୍କ ସହିତ ମୋଟ ୪୫ ଜଣ ଆକ୍ରାନ୍ତ ହୋଇଛନ୍ତି। ହିନ୍ଦୁ ରାଓ ହସ୍ପିଟାଲରେ ୨୦ ଏବଂ ଲୋକନାୟକ ହସ୍ପିଟାଲରେ ୭ ଡାକ୍ତରଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି।

ପାଟନାରେ ୨୦୦ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଲକାତାରେ ୭୦ ଜଣ ଡାକ୍ତରଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସହିତ ୨୫ ଜଣ ହସ୍ପିଟାଲ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଟିଆଲା ମେଡିକାଲ କଲେଜର ୧୦୦ ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
କରୋନାର ଦ୍ୱିତୀୟ ଲହରରେ ଲକ୍ଷେରୁ ଅଧିକ ଡାକ୍ତର ଏବଂ ମେଡ଼ିକାଲ ଷ୍ଟାଫ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୦୦୦ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ୨୦୨୪ ପାଇଁ ଭାଜପାର ପ୍ରସ୍ତୁତି, ନଡ୍ଡାଙ୍କ ସମୀକ୍ଷା ବୈଠକ…

ନୂଆଦିଲ୍ଲୀ, ୨୭।୯ : ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗନ ପ୍ରକାଶ ନାଡ୍ଡା ମଙ୍ଗଳବାର ଦିଲ୍ଲୀରେ ରାଜ୍ୟ ଦାୟିତ୍ୱରେ ଥିବା ମୁଖ୍ୟଙ୍କ ସହିତ ବୈଠକ...

୨ ଛାତ୍ରଙ୍କ ଆକାଉଣ୍ଟକୁ ଆସିଲା ୯୬୦ କୋଟି…

ପାଟନା,୧୬।୯: ବିହାରରେ ୨ ଛାତ୍ରଙ୍କ ଆକାଉଣ୍ଟକୁ ୯୬୦ କୋଟି ଟଙ୍କା ଆସିଛି। ଏହାକୁ ନେଇ ବ୍ୟାଙ୍କ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖବର ପ୍ରଚାରିତ ହେବା ପରେ...

ବିଜ୍ଞାପନ ଖର୍ଚ୍ଚରେ ଭାଜପାକୁ ପଛରେ ଛାଡ଼ିଲେ ଦିଦି

କୋଲକାତା,୨୫।୩ : ଆସନ୍ତା ୨୭ ତାରିଖରୁ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ଫେସବୁକରେ...

ତାଣ୍ଡବ ମେକର୍ସ, ସୈଫ ଅଲି ଖାନଙ୍କ ବିରୋଧରେ ମାମଲା ରୁଜ୍ଜୁ

ଲକ୍ଷ୍ନୌ,୧୮।୧: ବିବାଦରେ ଘେରି ହୋଇଯାଇଛି ନିକଟରେ ରିଲିଜ ହୋଇଥିବା ଆମାଜନ ପ୍ରାଇମ୍‌ର ନୂଆ ଓ୍ବେବ ସିରିଜ୍‌ ‘ତାଣ୍ଡବ’। ଏହାର ମେକର୍ସ ଓ ଓଟିଟି ପ୍ଲାଟଫର୍ମ ବିରୋଧରେ...

ନିୟମ ଉଲ୍ଲଂଘନ କଲେ ପୋଲିସ ଦେବେ ୨ ଗୁଣା ଜରିମାନା

ନୂଆଦିଲ୍ଲୀ,୫।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ସାଧାରଣ ଜନତା ମୋଟା ଅଙ୍କର ଜରିମାନା ଗଣୁଥିବା ଦେଖିବାକୁ ମିଳିଛି। ହେଲେ ବୁଧବାର ଦିଲ୍ଲୀ ଜଏଣ୍ଟ...

ଅଧିକ ସନ୍ତାନ ଥିବା ମାତାପିତାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

ଆଇଜଲ୍‌,୨୨।୬: ଦେଶରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବିଭିନ୍ନ ପ୍ରକାର ଯୋଜନା କରାଯାଉଛି। କିନ୍ତୁ ମିଜୋରାମ ଜଣେ ମନ୍ତ୍ରୀ ଏକ ଅଜବ ଘୋଷଣା କରି ଚର୍ଚ୍ଚାରେ ଅଛନ୍ତି।...

ମହଙ୍ଗା ପଡ଼ିଲା ଇନ୍‌ଷ୍ଟାଗ୍ରାମ ପୋଷ୍ଟ: ପ୍ରତିକ୍ରିୟା ରଖିଲେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ,୧୯।୧୧: ଇନ୍‌ଷ୍ଟାଗ୍ରାମ ପୋଷ୍ଟ ପାଇଁ ଗୁଜରାଟ ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ଆଇଏଏସ୍‌ ଅଫିସରଙ୍କୁ ମହଙ୍ଗା ପଡିଛି। ଆଇଏଏସ୍‌ ଅଧିକାରୀ ଅଭିଷେକ ସିଂଙ୍କୁ ନିର୍ବାଚନ କମିଶନ...

‘ପ୍ରତ୍ୟେକ ସ୍ଥାନରେ ପୋଲିସ ରହି ପାରିବ ନାହିଁ’

ମୁମ୍ବାଇ,୧୧।୯:“ପ୍ରତ୍ୟେକ ଅପରାଧସ୍ଥଳରେ ପୋଲିସ କଦାପି ଉପସ୍ଥିତ ରହିପାରିବ ନାହିଁ। ସୂଚନା ମିଳିବାର ୧୦ ମିନିଟ୍‌ ମଧ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା।...

Advertisement
Archives

Model This Week