ଖାଇବା ପୂର୍ବରୁ ଭାବନ୍ତୁ

ଆମେ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । କିନ୍ତୁ ଅନେକ ସମୟରେ ଆମେ ଖାଦ୍ୟ ଖାଇବା ପରେ ଅସୁସ୍ଥ ଅନୁଭବ କରିଥାଉ। କାରଣ ଏମିତି ସବୁ ଖାଦ୍ୟ ରହିଛି ଯାହାକୁ ଏକ ସମୟରେ ଖାଇଲେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖାଦେବା ସହ ଅନେକ ସମୟରେ ମୃତ୍ୟୁର କାରଣ ମଧ୍ୟ ସାଜିପାରେ …
କୋଲ୍ଡଡ୍ରିଙ୍କ୍ସ ସହିତ ମିଣ୍ଟ- ହୋଟେଲ୍‌ରେ ଖାଇବା ପରେ ମସଲା କୋଲ୍ଡଡ୍ରିଙ୍କ୍ସ (ବିଶେଷ କରି ପୋଦିନା, ଲେମ୍ବୁ ପଞ୍ଚ) ପିଇବାର ଚାର୍ମ ଅଲଗା। ଯଦି ଆପଣଙ୍କର ବି ଏହି ଅଭ୍ୟାସ ରହିଛି ତେବେ ସତର୍କ ହୋଇଯାଆନ୍ତୁ, କାରଣ କୋଲ୍ଡଡ୍ରିଙ୍କ୍ସ ସହିତ ପୋଦିନା ମିଶିବା ଦ୍ୱାରା ପ୍ରସ୍ତୁତ ହେଉଥିବା ସାଇନାଇଡ଼ ଏକ ପ୍ରକାର ବିଷ ଯାହାଦ୍ୱାରା ମୃତ୍ୟୁର ଆଶଙ୍କାକୁ ବି ଏଡ଼ାଇ ଦିଆଯାଇ ନ ପାରେ। ଏମିତିକି କୋଲ୍ଡଡ୍ରିଙ୍କ୍ସ ପିଇବାର ତୁରନ୍ତ ପରେ ପୋଦିନା ବା ମିଣ୍ଟଯୁକ୍ତ ଚ୍ବିଙ୍ଗ୍‌ଗମ୍‌ କିମ୍ବା ପାନ ମସଲା ମଧ୍ୟ ଖାଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ।
ଭେଣ୍ଡି ସହ କଲରା ଓ ମୂଳା – ଭେଣ୍ଡିରେ ତିଆରି ଖାଦ୍ୟ ଖାଇବା ସହ କେବେ ବି କଲରା ଓ ମୂଳା ଖାଆନ୍ତୁ ନାହିଁ । ଭେଣ୍ଡି ସହ କଲରା ଖାଇଲେ ଏହା ପେଟ ଭିତରେ ବିଷ ହୋଇ ଯିବାର ଆଶଙ୍କା ରହିଛି। ଏହା ମୃତ୍ୟୁର କାରଣ ମଧ୍ୟ ହୋଇପାରେ । ଆଉ ଭେଣ୍ଡି ସହ ମୂଳା ଖାଇଲେ ଏହା ଶରୀରରେ ଧଳା ଛଉ ଓ ବିଭିନ୍ନ ଚର୍ମରୋଗର କାରଣ ସାଜିଥାଏ ।
ଫଳ ସହିତ ମାଂସ- ଫଳ ଖାଇବା ପରେ ମିଲ୍‌ ବା ଫଳ ସହିତ ମିଲ୍‌ରେ ଶୁଖିଲା ଖାଦ୍ୟ, ମାଛ, ମାଂସ ବା ଆମିଷ ଜାତୀୟ ଖାଦ୍ୟ ଖାଇବା ଅନୁଚିତ। କାରଣ ଏହାଦ୍ୱାରା କିଛି ସମୟରେ ଆମର ପାଚନ ପ୍ରକ୍ରିୟାରେ ବାଧା ସୃୃଷ୍ଟି ହୋଇଥାଏ ବା ଖାଦ୍ୟ ନଳୀରେ ଖାଦ୍ୟ ଅଟକିଯାଇ ଶ୍ୱାସରୁଦ୍ଧ କରିପାରେ । ଏହାଛଡା ବିଭିନ୍ନ ପ୍ରକାର ପେଟ ସମସ୍ୟା ମଧ୍ୟ ଦେଖାଦେଇଥାଏ ।
ବର୍ଗର ଓ ଫ୍ରାଇଜ୍‌- ଆମେ ସାଧାରଣତଃ ବର୍ଗର ସହ ଫ୍ରାଇଜ୍‌ ଖାଇଥାଉ। କିନ୍ତୁ ପ୍ରକୃତରେ ଏହି ଦୁଇଟି ଜିନିଷକୁ ଏକା ସହିତ ଖାଇବା ଉଚିତ ନୁହେଁ ।
ଏହି ଦୁଇଟି ଖାଦ୍ୟ ମେଦ ବଢେଇବା ସହିତ ବର୍ଗରର ପୁର ଓ ଚିପ୍ସ ଦୁଇଟି ଯାକ ଡିପ୍‌ ଫ୍ରାଏ କରାଯାଇ ଥିବାରୁ ଏହା ରକ୍ତରେ ଶର୍କରା ମାତ୍ରା ବଢାଇଥାଏ ଓ ଶରୀରକୁ ହାଲିଆ ଓ ନିଦୁଆ କରିଥାଏ ।
ଫଳ ସହିତ ଦହି- ଦହିରେ ଛୋଟ ଛୋଟ କଟା ହୋଇଥିବା ଫଳର କମ୍ବିନେଶନ ଦେଖିବାକୁ ଯେତିକି ମନଲୋଭା, ଖାଇବାକୁ ବି ସେତିକି ଟେଷ୍ଟି। ହେଲେ ଆପଣ ଜାଣନ୍ତିକି ଏହି କମ୍ବିନେଶନ ସ୍ବାସ୍ଥ୍ୟ ପକ୍ଷେ ଅଦୌ ହିତକର ନୁହେଁ। କାରଣ ଉଭୟ ଅମ୍ଳଯୁକ୍ତ ଖାଦ୍ୟକୁ ମିଶାଇ ଖାଇବା ଦ୍ୱାରା ଶରୀରରେ ପ୍ରାକୃତିକ ଅମ୍ଳ କ୍ଷରଣ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ସାଇନସ୍‌ ଏବଂ କୋଷ୍ଟକାଠିନ୍ୟ ଭଳି ସମସ୍ୟାର ବି କାରଣ ସାଜିଥାଏ।
ପେସ୍ତାବାଦମ ଓ ଅଲିଭ ତେଲ- ପେସ୍ତାବାଦମ ଓ ଅଲିଭ ତେଲମିଶା ଖାଦ୍ୟ ଖାଇଲେ ଶରୀର ଅସୁସ୍ଥ ହେବାର ଆଶଙ୍କା ବେଶି ା କାରଣ ବାଦାମରେ ଥିବା ପ୍ରୋଟିନ୍‌ ଓ ସାରାଂଶ ଅଲିଭ ତେଲ ସହିତ ମିଶେ ନାହିଁ ା ତେଣୁ ଖାଦ୍ୟ ହଜମ ହେବାରେ ଅସୁବିଧା ହୋଇଥାଏ।
କ୍ଷୀର ସହ ଦହି- କେବେ ବି କ୍ଷୀର ସହ ଦହି ବା ଖଟା ଜିନିଷ ଖାଆନ୍ତୁ ନାହିଁ ା କାରଣ ଏଥିରେ ଥିବା ଏସିଡ୍‌ ଯୋଗୁ ବାନ୍ତି ଓ ପେଟ ଖରାପ ହୋଇପାରେ ା
ମାଛ ସହ କ୍ଷୀର- ମାଛ ଖାଇବା ସହିତ ବା ପରେ କ୍ଷୀର ପିଇବା ଅନୁଚିତ । କାରଣ ଏହା ଯୋଗୁ ସଙ୍ଗେ ସଙ୍ଗେ ତ୍ୱଚା ରୋଗ, ଆଲର୍ଜି ଓ ଗ୍ୟାସ୍‌ ଆଦି ହୋଇଥାଏ ା
କ୍ଷୀର ସହ କଲରା, ଲେମ୍ବୁ, ଲୁଣ – କ୍ଷୀର ସହ କଲରା, ଲେମ୍ବୁ, ଲୁଣ ଆଦି ମିଶେଇ ଖାଇବା ଉଚିତ ନୁହେଁ ା
ଏହାଦ୍ୱାରା ଆଲର୍ଜି, କାଛୁକୁଣ୍ଡିଆ, ଚର୍ମରୋଗ ଆଦିର କାରଣ ହୋଇଥାଏ ା


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri