ଅଭିନେତା ସବ୍ୟସାଚୀ ମିଶ୍ର ପ୍ରଥମ ରୋଜଗାରରେ କ’ଣ କରିଥିଲେ ଜାଣନ୍ତୁ

ଅଭିନେତା ସବ୍ୟସାଚୀ ମିଶ୍ର ନିଜ ପ୍ରଥମ ରୋଜଗାର
ସମ୍ପର୍କରେ ଯାହା କୁହନ୍ତି…
ସମ୍ବଲପୁରର ବୁର୍ଲାଠାରେ ମୋ ଜନ୍ମ। ହେଲେ ଚାକିରି କ୍ଷେତ୍ରରେ ବାପାଙ୍କ ବଦଳି ଯୋଗୁ ସ୍କୁଲ୍‌ ଶିକ୍ଷା ମୋର ବିଭିନ୍ନ ସ୍ଥାନରେ ହୋଇଥିଲା। ଶେଷରେ ଭୁବନେଶ୍ବର ୟୁନିଟ୍‌-୧ ସ୍ଥିତ ସରକାରୀ ବାଳକ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରିବା ପରେ ମହର୍ଷି କଲେଜରେ ଯୁକ୍ତ ୨ ବିଜ୍ଞାନ ପଢ଼ିଥିଲି। ଏହି ସମୟରେ ଦୂରଦର୍ଶନ ଓଡ଼ିଆ (ଡି.ଡି.- ୬)ରେ ଏକ ରଙ୍ଗାରଙ୍ଗ ପ୍ରୋଗ୍ରାମ ଦେଉଥିଲା। ପ୍ରୋଗ୍ରାମଟି ସରିବା ପରେ ମତାମତ ଜଣାଇବା ପାଇଁ ଟିଭି ସ୍କ୍ରିନ୍‌ରେ ଏକ ନମ୍ବର ଓ ଠିକଣା ଆସୁଥିଲା। ଯେହେତୁ ସ୍କୁଲ୍‌ ଓ କଲେଜ ଫଙ୍କ୍‌ସନରେ ମୁଁ ଅଭିନୟ ସାଙ୍ଗକୁ ଭଲ ନାଚି ପାରୁଥିଲି ତେଣୁ ଆଲବମ୍‌ରେ ଟ୍ରାଏ କରିବା ପାଇଁ ସେହି ନମ୍ବରରେ ଯୋଗାଯୋଗ କଲି। ସେମାନେ ମୋର କେତୋଟି ଫଟୋ ମାଗିଲେ। ବାସ୍‌ , ତା’ପରେ ମୋତେ ‘ବେଣୀ ନୁହେଁ ତତେ ଲୋ ଖୋସା ମାନିବ’ ଆଲବମ୍‌ରେ ଅଭିନୟ କରିବାର ସୁଯୋଗ ମିଳିଲା। ସେତେବେଳେ ଗୋଟେ ଦିନର ଶୁଟିଂ ପାଇଁ ୫୦୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ଯେଉଁଦିନ ମୋତେ ପ୍ରଥମ କରି ୫୦୦ ଟଙ୍କା ମିଳିଲା, ସେଦିନ ମୋର ଖୁସି କହିଲେ ନ ସରେ। ଟଙ୍କାଟିକୁ ନେଇ ବୋଉ ହାତରେ ଦେଇଥିଲି। ତା’ ପରଦିନ ବୋଉ ସେ ଟଙ୍କାରେ ମନ୍ଦିରରେ ଭୋଗ କରିବା ସହ କିଛି ମିଠା କିଣି ଆଣିଥିଲା। ଘରର ସମସ୍ତେ ମିଠା ଖାଇବା ସହ ଆମ ଘରେ ଯେଉଁମାନେ କାମ କରୁଥିଲେ, ସେମାନଙ୍କ ଘରକୁ ବି ମିଠା ପଠାଯାଇଥିଲା। ଏତେ ପରେ ବି ଆହୁରି କିଛି ଟଙ୍କା ବଳିଥିଲା। ମୋର ମନେ ଅଛି, ସେତେବେଳେ ଶହେ ଟଙ୍କାରେ ଭଲ ଭଲ ଟି-ଶାର୍ଟ ମିଳୁଥିଲା। ତେଣୁ ମୁଁ ଦୁଇ ଶହ ଟଙ୍କା ଦେଇ ମୋର ଆଗାମୀ ଆଲବମ୍‌ ପାଇଁ ଦୁଇଟି ଟି-ଶାର୍ଟ କିଣିଥିଲି। ଏହିପରି ଭାବେ ଆଲବମ୍‌ର ପ୍ରଥମ ରୋଜଗାରକୁ ଖର୍ଚ୍ଚ କରିଥିଲି। କ୍ରମେ ସୁଯୋଗ ମିଳିଚାଲିବାରୁ ଆଲବମ୍‌ ଜଗତରେ ମୋର ବେଶ୍‌ ନାଁ ବି ହେଲା। ସବୁ ପରେ ବି ମୋର ଏକ ଡର ଥିଲା। କାରଣ ମୋ ଅଭିନୟକୁ ବୋଉ ସିନା ସପୋର୍ଟ କରୁଥିଲା, ହେଲେ ବାପା ମୋ ସହିତ ଗୋଟେ ସର୍ତ୍ତ ରଖିଥିଲେ। ସେ କହିଥିଲେ, ତୁ ଯାହା କରୁଛୁ କର ହେଲେ ପାଠପଢ଼ାରେ ତୋର ଯେମିତି ହେଳା ନ ହୁଏ କି ପରୀକ୍ଷାରେ ୮୦% ରୁ କମ୍‌ ମାର୍କ ନ ରୁହେ। ଯେଉଁଦିନ ତୋର କିଛି ଖିଲାଫ୍‌ ଦେଖିବି, ସେଦିନଠୁ ତୋ ଅଭିନୟ ନାଚ ସବୁ ବନ୍ଦ କରିଦେବି। ସେଥିପାଇଁ ଅଭିନୟ ସହିତ ପାଠପଢ଼ାକୁ ବି ମୁଁ ଖୁବ୍‌ ଗୁରୁତ୍ୱ ଦେଉଥିଲି। ଆଉ ବାପାଙ୍କ ସର୍ତ୍ତ ଅନୁଯାୟୀ, କ୍ୟାରିୟରରେ ମୁଁ ସବୁବେଳେ ୮୦% ରୁ ଅଧିକ ମାର୍କ ରଖୁଥିଲି। ଏହିପରି ଭାବେ ଯୁକ୍ତ ୨ ଆଉ ତା’ପରେ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲି କମ୍ୟୁନିକେଶନ୍‌ରେ ଇଞ୍ଜିନିୟରିଂ ପଢ଼ା ସାରିଥିଲି। ସେତେବେଳକୁ ମୁଁ କେବଳ ଆଲବମ୍‌ ଆଉ ଷ୍ଟେଜ୍‌ ପ୍ରୋଗ୍ରାମ ହିଁ କରୁଥାଏ। ଏହି ସମୟରେ ମୋତେ ନ୍ୟାଶନାଲ ଇନ୍‌ଫରମେଟିକ୍ସ ସେଣ୍ଟରରେ ଚାକିରି କରିବାର ସୁଯୋଗ ମିଳିଲା। ମାତ୍ର ୪/୫ ମାସ ଏଠି ଚାକିରି କରିବା ପରେ ହଠାତ୍‌ ଏକ ଷ୍ଟେଜ୍‌ ପ୍ରୋଗ୍ରାମରେ ମୋ ପରଫରମାନ୍ସକୁ ଦେଖି ନିର୍ଦ୍ଦେଶକ ହର ପଟ୍ଟନାୟକ ମୋତେ ‘ପାଗଳପ୍ରେମୀ’ ଫିଲ୍ମରେ ଅଫର୍‌ ଦେଇଥିଲେ। ଏହି ଫିଲ୍ମ ହିଁ ମୋ ଜୀବନର ଗତିପଥକୁ ବଦଳାଇ ଦେଲା। ଏହାର ପ୍ରିମିୟର୍‌ ଶୋ’କୁ ବାପା ଯାଇଥାନ୍ତି। ସେଠାରେ ଦର୍ଶକଙ୍କର ମୋ ପ୍ରତି ସ୍ନେହ, ଆଦର ଓ ମୋ ଅଭିନୟକୁ ପ୍ରଶଂସା କରୁଥିବାର ଦେଖି ତାଙ୍କ ମନ ଟିକେ ବଦଳି ଯାଇଥିଲା। ତା ପରଠୁ ସେ ମୋତେ ଅଭିନୟ କରିବା ପାଇଁ ପୂରା ସପୋର୍ଟ କରିଥିଲେ। ସେବେଠାରୁ ମୁଁ ଆଉ ପଛକୁ ଫେରି ଚାହିଁନି। ବ୍ୟସ୍ତତା ଭିତରେ ଚାକିରି ପ୍ରତି ଆଉ ଧ୍ୟାନ ନ ଦେଇ ପାରିବାରୁ ବାଧ୍ୟହୋଇ ଚାକିରି ଛାଡ଼ିଦେଲି। ତେବେ ଏହି ‘ପାଗଳପ୍ରେମୀ’ ଫଲ୍ମରୁ ମୋତେ ଭଲ ପାରିଶ୍ରମିକ ମିଳିଥିଲା। ଯେଉଁଥିରେ ବାପା, ବୋଉ ତଥା ସବୁ ସମ୍ପର୍କୀୟଙ୍କ ପାଇଁ ନୂଆ ଲୁଗା କିଣିଥିଲି। ତା’ସହିତ ଭୁବନେଶ୍ବରର ଏକ ଅନାଥାଶ୍ରମର ଅନ୍ତେବାସୀଙ୍କ ପାଇଁ ଗୋଟେ ଦିନ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲି। ଏଥିସହିତ କିଛିଦିନ ପୂର୍ବରୁ ମୋର ଗୋଟେ ବାଇକ୍‌ କିଣା ହୋଇଥିଲା, ଯାହାର ଲୋନ୍‌ ମୁଁ ଏହି ଟଙ୍କାରେ ଶୁଝିଥିଲି। ଆଉ ବାକି ଯାହା ଟଙ୍କା ବଳିଥିଲା ତାକୁ ସଞ୍ଚୟ କରିଥିଲି। ଏମିତି ଭାବେ ଫିଲ୍ମର ପ୍ରଥମ ପାରିଶ୍ରମିକକୁ ମୁଁ ଖର୍ଚ୍ଚ କରିଥିଲି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…

ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…

ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି

ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର

ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…

ଶିକ୍ଷାରେ ନେତୃତ୍ୱ, ନେତୃତ୍ୱରେ ଶିକ୍ଷକ

କୁରୁକ୍ଷେତ୍ର ରଣଭୂମିରେ ଅର୍ଜୁନ ଯେତେବେଳେ ନିଜ କର୍ତ୍ତବ୍ୟ, ସମ୍ପର୍କ ଓ ଭବିଷ୍ୟତକୁ ନେଇ ଗଭୀର ଦ୍ୱନ୍ଦ୍ୱରେ ପଡ଼ିଥିଲେ, ସେତେବେଳେ ଭଗବାନ୍‌ କୃଷ୍ଣ ତାଙ୍କ ହାତରୁ ଗାଣ୍ଡୀବ ନେଇ…

ଅଙ୍କିତ ବାଲିୟାନ ହତ୍ୟାକାଣ୍ଡ: ୫ଦିନରେ ପୋଲିସ ଏନକାଉଣ୍ଟରରେ ୨ ସୁଟର ନିହତ

ଚଣ୍ଡିଗଡ଼,୩୧।୮: ଶାମଲି ପୋଲିସ ଏକ ଏନକାଉଣ୍ଟର ସମୟରେ ହରିୟାଣଭି ଗାୟକ ଅଙ୍କିତ ବାଲିୟାନଙ୍କ ହତ୍ୟାରେ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ଗୁଳି କରି ହତ୍ୟା କରିଛି। ଅଭିଯୁକ୍ତମାନଙ୍କୁ ସୁମିତ…

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri