ଅଭିନେତା ସବ୍ୟସାଚୀ ମିଶ୍ର ପ୍ରଥମ ରୋଜଗାରରେ କ’ଣ କରିଥିଲେ ଜାଣନ୍ତୁ

ଅଭିନେତା ସବ୍ୟସାଚୀ ମିଶ୍ର ନିଜ ପ୍ରଥମ ରୋଜଗାର
ସମ୍ପର୍କରେ ଯାହା କୁହନ୍ତି…
ସମ୍ବଲପୁରର ବୁର୍ଲାଠାରେ ମୋ ଜନ୍ମ। ହେଲେ ଚାକିରି କ୍ଷେତ୍ରରେ ବାପାଙ୍କ ବଦଳି ଯୋଗୁ ସ୍କୁଲ୍‌ ଶିକ୍ଷା ମୋର ବିଭିନ୍ନ ସ୍ଥାନରେ ହୋଇଥିଲା। ଶେଷରେ ଭୁବନେଶ୍ବର ୟୁନିଟ୍‌-୧ ସ୍ଥିତ ସରକାରୀ ବାଳକ ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରିବା ପରେ ମହର୍ଷି କଲେଜରେ ଯୁକ୍ତ ୨ ବିଜ୍ଞାନ ପଢ଼ିଥିଲି। ଏହି ସମୟରେ ଦୂରଦର୍ଶନ ଓଡ଼ିଆ (ଡି.ଡି.- ୬)ରେ ଏକ ରଙ୍ଗାରଙ୍ଗ ପ୍ରୋଗ୍ରାମ ଦେଉଥିଲା। ପ୍ରୋଗ୍ରାମଟି ସରିବା ପରେ ମତାମତ ଜଣାଇବା ପାଇଁ ଟିଭି ସ୍କ୍ରିନ୍‌ରେ ଏକ ନମ୍ବର ଓ ଠିକଣା ଆସୁଥିଲା। ଯେହେତୁ ସ୍କୁଲ୍‌ ଓ କଲେଜ ଫଙ୍କ୍‌ସନରେ ମୁଁ ଅଭିନୟ ସାଙ୍ଗକୁ ଭଲ ନାଚି ପାରୁଥିଲି ତେଣୁ ଆଲବମ୍‌ରେ ଟ୍ରାଏ କରିବା ପାଇଁ ସେହି ନମ୍ବରରେ ଯୋଗାଯୋଗ କଲି। ସେମାନେ ମୋର କେତୋଟି ଫଟୋ ମାଗିଲେ। ବାସ୍‌ , ତା’ପରେ ମୋତେ ‘ବେଣୀ ନୁହେଁ ତତେ ଲୋ ଖୋସା ମାନିବ’ ଆଲବମ୍‌ରେ ଅଭିନୟ କରିବାର ସୁଯୋଗ ମିଳିଲା। ସେତେବେଳେ ଗୋଟେ ଦିନର ଶୁଟିଂ ପାଇଁ ୫୦୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ଯେଉଁଦିନ ମୋତେ ପ୍ରଥମ କରି ୫୦୦ ଟଙ୍କା ମିଳିଲା, ସେଦିନ ମୋର ଖୁସି କହିଲେ ନ ସରେ। ଟଙ୍କାଟିକୁ ନେଇ ବୋଉ ହାତରେ ଦେଇଥିଲି। ତା’ ପରଦିନ ବୋଉ ସେ ଟଙ୍କାରେ ମନ୍ଦିରରେ ଭୋଗ କରିବା ସହ କିଛି ମିଠା କିଣି ଆଣିଥିଲା। ଘରର ସମସ୍ତେ ମିଠା ଖାଇବା ସହ ଆମ ଘରେ ଯେଉଁମାନେ କାମ କରୁଥିଲେ, ସେମାନଙ୍କ ଘରକୁ ବି ମିଠା ପଠାଯାଇଥିଲା। ଏତେ ପରେ ବି ଆହୁରି କିଛି ଟଙ୍କା ବଳିଥିଲା। ମୋର ମନେ ଅଛି, ସେତେବେଳେ ଶହେ ଟଙ୍କାରେ ଭଲ ଭଲ ଟି-ଶାର୍ଟ ମିଳୁଥିଲା। ତେଣୁ ମୁଁ ଦୁଇ ଶହ ଟଙ୍କା ଦେଇ ମୋର ଆଗାମୀ ଆଲବମ୍‌ ପାଇଁ ଦୁଇଟି ଟି-ଶାର୍ଟ କିଣିଥିଲି। ଏହିପରି ଭାବେ ଆଲବମ୍‌ର ପ୍ରଥମ ରୋଜଗାରକୁ ଖର୍ଚ୍ଚ କରିଥିଲି। କ୍ରମେ ସୁଯୋଗ ମିଳିଚାଲିବାରୁ ଆଲବମ୍‌ ଜଗତରେ ମୋର ବେଶ୍‌ ନାଁ ବି ହେଲା। ସବୁ ପରେ ବି ମୋର ଏକ ଡର ଥିଲା। କାରଣ ମୋ ଅଭିନୟକୁ ବୋଉ ସିନା ସପୋର୍ଟ କରୁଥିଲା, ହେଲେ ବାପା ମୋ ସହିତ ଗୋଟେ ସର୍ତ୍ତ ରଖିଥିଲେ। ସେ କହିଥିଲେ, ତୁ ଯାହା କରୁଛୁ କର ହେଲେ ପାଠପଢ଼ାରେ ତୋର ଯେମିତି ହେଳା ନ ହୁଏ କି ପରୀକ୍ଷାରେ ୮୦% ରୁ କମ୍‌ ମାର୍କ ନ ରୁହେ। ଯେଉଁଦିନ ତୋର କିଛି ଖିଲାଫ୍‌ ଦେଖିବି, ସେଦିନଠୁ ତୋ ଅଭିନୟ ନାଚ ସବୁ ବନ୍ଦ କରିଦେବି। ସେଥିପାଇଁ ଅଭିନୟ ସହିତ ପାଠପଢ଼ାକୁ ବି ମୁଁ ଖୁବ୍‌ ଗୁରୁତ୍ୱ ଦେଉଥିଲି। ଆଉ ବାପାଙ୍କ ସର୍ତ୍ତ ଅନୁଯାୟୀ, କ୍ୟାରିୟରରେ ମୁଁ ସବୁବେଳେ ୮୦% ରୁ ଅଧିକ ମାର୍କ ରଖୁଥିଲି। ଏହିପରି ଭାବେ ଯୁକ୍ତ ୨ ଆଉ ତା’ପରେ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲି କମ୍ୟୁନିକେଶନ୍‌ରେ ଇଞ୍ଜିନିୟରିଂ ପଢ଼ା ସାରିଥିଲି। ସେତେବେଳକୁ ମୁଁ କେବଳ ଆଲବମ୍‌ ଆଉ ଷ୍ଟେଜ୍‌ ପ୍ରୋଗ୍ରାମ ହିଁ କରୁଥାଏ। ଏହି ସମୟରେ ମୋତେ ନ୍ୟାଶନାଲ ଇନ୍‌ଫରମେଟିକ୍ସ ସେଣ୍ଟରରେ ଚାକିରି କରିବାର ସୁଯୋଗ ମିଳିଲା। ମାତ୍ର ୪/୫ ମାସ ଏଠି ଚାକିରି କରିବା ପରେ ହଠାତ୍‌ ଏକ ଷ୍ଟେଜ୍‌ ପ୍ରୋଗ୍ରାମରେ ମୋ ପରଫରମାନ୍ସକୁ ଦେଖି ନିର୍ଦ୍ଦେଶକ ହର ପଟ୍ଟନାୟକ ମୋତେ ‘ପାଗଳପ୍ରେମୀ’ ଫିଲ୍ମରେ ଅଫର୍‌ ଦେଇଥିଲେ। ଏହି ଫିଲ୍ମ ହିଁ ମୋ ଜୀବନର ଗତିପଥକୁ ବଦଳାଇ ଦେଲା। ଏହାର ପ୍ରିମିୟର୍‌ ଶୋ’କୁ ବାପା ଯାଇଥାନ୍ତି। ସେଠାରେ ଦର୍ଶକଙ୍କର ମୋ ପ୍ରତି ସ୍ନେହ, ଆଦର ଓ ମୋ ଅଭିନୟକୁ ପ୍ରଶଂସା କରୁଥିବାର ଦେଖି ତାଙ୍କ ମନ ଟିକେ ବଦଳି ଯାଇଥିଲା। ତା ପରଠୁ ସେ ମୋତେ ଅଭିନୟ କରିବା ପାଇଁ ପୂରା ସପୋର୍ଟ କରିଥିଲେ। ସେବେଠାରୁ ମୁଁ ଆଉ ପଛକୁ ଫେରି ଚାହିଁନି। ବ୍ୟସ୍ତତା ଭିତରେ ଚାକିରି ପ୍ରତି ଆଉ ଧ୍ୟାନ ନ ଦେଇ ପାରିବାରୁ ବାଧ୍ୟହୋଇ ଚାକିରି ଛାଡ଼ିଦେଲି। ତେବେ ଏହି ‘ପାଗଳପ୍ରେମୀ’ ଫଲ୍ମରୁ ମୋତେ ଭଲ ପାରିଶ୍ରମିକ ମିଳିଥିଲା। ଯେଉଁଥିରେ ବାପା, ବୋଉ ତଥା ସବୁ ସମ୍ପର୍କୀୟଙ୍କ ପାଇଁ ନୂଆ ଲୁଗା କିଣିଥିଲି। ତା’ସହିତ ଭୁବନେଶ୍ବରର ଏକ ଅନାଥାଶ୍ରମର ଅନ୍ତେବାସୀଙ୍କ ପାଇଁ ଗୋଟେ ଦିନ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲି। ଏଥିସହିତ କିଛିଦିନ ପୂର୍ବରୁ ମୋର ଗୋଟେ ବାଇକ୍‌ କିଣା ହୋଇଥିଲା, ଯାହାର ଲୋନ୍‌ ମୁଁ ଏହି ଟଙ୍କାରେ ଶୁଝିଥିଲି। ଆଉ ବାକି ଯାହା ଟଙ୍କା ବଳିଥିଲା ତାକୁ ସଞ୍ଚୟ କରିଥିଲି। ଏମିତି ଭାବେ ଫିଲ୍ମର ପ୍ରଥମ ପାରିଶ୍ରମିକକୁ ମୁଁ ଖର୍ଚ୍ଚ କରିଥିଲି।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?