ହୋଟେଲ ମାଲିକଙ୍କ ଘରୁ ୧୦ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ପୋଛିନେଲେ ଚୋର: ଧରିପାରୁନି ପୋଲିସ

ରାୟଗଡ଼ା,୩୦।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରର ନିୟୁ କଲୋନୀରେ ରହୁଥିବା ହୋଟେଲ କୈଳାଶର ମାଲିକ ସୁବ୍ରତ ପତିଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣରେ ଚୋରି ହୋଇଛି। ସେ ତାଙ୍କ ମା’ ନିଶାମଣିଙ୍କ ସହ ଆଗ ଘରେ ରହୁଥିବାବେଳେ ପଛ ପଟ ଘରୁ ଗ୍ରିଲ ହୁକ କାଟି ତାଲା ଉପାଡ଼ି ସବୁ ଲୁଟି ନେଇଛନ୍ତି ଦୁର୍ବୁତ୍ତ। ପଛ ଘର ଭିତରେ ଥିବା ଦୁଇଟି ଆଲମିରା ଭାଙ୍ଗି ନଗଦ ୧୦ ଲକ୍ଷ ଟଙ୍କା, ପ୍ରାୟ ୨୦ ଭରି ସୁନା ଗହଣା ଏବଂ ୧ କେଜିରୁ ଉର୍ଦ୍ଧ୍ୱ ରୁପା ସାମଗ୍ରୀ ଚୋରି କରି ନେଇ ଯାଇଛନ୍ତି ଦୁର୍ବୁତ୍ତ।

ଶୁକ୍ରବାର ସକାଳୁ ଉଠି ପଛ ଘରକୁ ଯିବା ସମୟରେ ଘର କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ ସୁବ୍ରତ ଓ ତାଙ୍କ ମା’। ଅନ୍ୟ ଜାଗାରେ ଘର କାମ ଚାଲିଥିବାରୁ ଘର ମାଲିକ ସୁବ୍ରତ ସାମଗ୍ରୀ କିଣିବା ପାଇଁ ନଗଦ ଟଙ୍କା ରଖିଥିଲେ। ଏ ନେଇ ତୁରନ୍ତ ରାୟଗଡ଼ା ଟାଉନ ଥାନା ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ଏସଡିପିଓ ଗୌରହରି ସାହୁ, ଆଇଆଇସି କେକେବିକେ କହଁରଙ୍କ ସମେତ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ବୁତ୍ତମାନେ ଘର ପଛପଟରୁ ଆସିଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଥିବା ବେଳେ ଘର ଲାଗିଥିବା ସିସିଟିଭି ଫୁଟେଜରେ ଦୁର୍ବୁତ୍ତମାନଙ୍କ କିଛି ଦୃଶ୍ୟ କଏଦ ହୋଇଥିବା ଜଣାପଡିଛି ।ବର୍ତ୍ତମାନ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଦେବଙ୍କ କୃପା ଦୃଷ୍ଟି ପାଇଁ…

ଧାର୍ମିକ ଶାସ୍ତ୍ର ଅନୁଯାୟୀ, କର୍ମ, ନ୍ୟାୟ ଓ ଦଣ୍ଡର ଅଧିପତି ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ କେଉଁ ଜିନିଷ ଦାନ କଲେ ଶନିଦୋଷ...

ପାରମ୍ପରିକ ଖାଦ୍ୟ ପ୍ରତି କମୁଛି ଯୁବପିଢ଼ିଙ୍କ ଆଗ୍ରହ, ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଚାଲିଛି ପ୍ରତିଯୋଗିତା

ଭଞ୍ଜନଗର,୧୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମଳାସପଦର ମା’ ଅମ୍ବିକା ଏସ୍‌ଏଚ୍‌ଜି ରାଜ୍ୟ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି। ଯାହାକୁ...

ସବୁଠି FM ତାତି: ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ବିଜେଡି

ଭୁବନେଶ୍ୱର,୧୩ା୭: ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଛି ଘେରିଛି ଛାତ୍ର ଓ ଯୁବ ବିଜେଡି। ବାଲେଶ୍ବର ଫକୀର ମୋହନ(FM) କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପ୍ରତିବାଦରେ ଏହି...

ସରକାରଙ୍କୁ ପିସିସି ସଭାପତିଙ୍କ କଡ଼ା ଟାର୍ଗେଟ୍‌, କହିଲେ ଛାତ୍ରୀଙ୍କ ଅଭିଯୋଗକୁ ହାଲୁକା ଭାବେ ନିଆଯାଇ…

ଭୁବନେଶ୍ୱର,୧୩ା୭: ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ନେଇ ସରକାରଙ୍କୁ ପିସିସି ସଭାପତି ଭକ୍ତ ଦାସ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି,...

ଭୟଙ୍କର ଦୁର୍ଘଟଣା: ୧୦ ଫୁଟ ଉପରକୁ ଉଡ଼ି JCB ଉପରେ ଝୁଲିଲା କାର

ମୟୂରଭଞ୍ଜ: ୧୩।୭: ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ୧୦ ଫୁଟ ଉପରକୁ ଉଡିଲା କାର। ଯାଇଁ ସିଧା ଲାଗିଲା ଜେଶିବିରେ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ...

FM College Case: ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର,୧୩।୭: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀରୁ ଫେରିବା ପରେ ସେ...

ମୁମ୍ବାଇରୁ ଆସି ଟ୍ବିଟ୍‌ କଲେ ନବୀନ, କହିଦେଲେ ଏତେ ବଡ଼କଥା

ଭୁବନେଶ୍ବର,୧୩।୭: ବାଲେଶ୍ବରର ଏଫଏମ କଲେଜ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ତେବେ ଏମ୍ସରେ ଛାତ୍ରୀଜଣକ ଜୀବନମରଣ ନେଇ ଗତି କରୁଥିବାବେଳେ ମନ୍ତ୍ରୀମାନେ ସେଠାରେ...

ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ ସ୍ଲୁଇସ୍‌ ଗେଟ୍‌ ବନ୍ଦ

ସମ୍ବଲପୁର,୧୩ା୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ଟି ସ୍ଲୁଇସ୍‌ ଗେଟ୍‌କୁ ରବିବାର ବନ୍ଦ କରାଯାଇଛି। କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri