Posted inଜାତୀୟ

ଚୋରି କରିବାକୁ ଆସି ଭାବପ୍ରବଣ ହେଲେ ଚୋର: ଜିନିଷ ରଖି ଛାଡିଗଲେ ଚିଠି

ଲକ୍ଷ୍ନୌ,୨୪।୧୨: ଉତ୍ତର ପ୍ରଦେଶର ବାନ୍ଦାରେ ଚୋରିର ଏକ ରୋଚକ ଘଟଣା ଘଟିଛି। ଏକ ଦୋକାନକୁ ଚୋରି କରିବାକୁ ଯାଇଥିବା ଚୋର ଦୋକାନୀ ମାଲିକଙ୍କ ଦୁଃଖ ଦେଖି ଭାବପ୍ରବଣ ହୋଇପଡିଛନ୍ତି। କେବଳ ଏତିକି ନୁହେଁ, ଚୋର ଦୋକାନୀଙ୍କୁ ସବୁ ଜିନିଷ ରଖିଦେବା ସହ ଏକ ଚିଠି ଲେଖି ମଧ୍ୟ ଛାଡିଯାଇଛନ୍ତି। ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାଯୋଗ୍ୟ, ଜିଲାର ବିସାଣ୍ଡା ଥାନା ଅଞ୍ଚଳରେ ଚନ୍ଦ୍ରାଳୟ ଗାଁରେ ରହୁଥିବା ଦିନେଶ ତିଓ୍ବାରୀ ଗରିବ ଶ୍ରେଣୀର। ସେ ୪୦ ହଜାର ଟଙ୍କା ରୁଣ ନେଇ ଏକ ଓ୍ବେଲ୍ଡିଂ ଦୋକାନ କରିଥିଲେ। ପ୍ରତିଦିନ ଭଳି ଗତ ଡିସେମ୍ବର ୨୦ରେ ସକାଳୁ ସେ ଦୋକାନ ଖୋଲିବାକୁ ଯାଇଥିଲେ। ସେ ସେଠାରେ ପହଞ୍ଚିବା ପରେ ଦୋକାନ ତାଲା ଭାଙ୍ଗିଯାଇଥିବାର ଦେଖିବାକୁ ପାଇଥିଲେ। ଦୋକାନ ଭିତରୁ ଅନେକ ଉପକରଣ ଚୋରି ହୋଇଥିଲା। ପରେ ସେ ଏନେଇ ବିସଣ୍ଡା ଥାନାରେ ଜଣାଇଥିଲେ। କିନ୍ତୁ ଇନ୍ସପ୍ଟେର ନ ଥିବାରୁ ସେ ମାମଲା ରୁଜୁ କରି ପାରି ନ ଥିଲେ। ଡିସେମ୍ବର ୨୨ରେ ଗାଁର କିଛି ଲୋକ ଚୋରି ଉପକରଣ ସବୁ ଏକ ଖୋଲା ସ୍ଥାନରେ ପଡିଥିବାର ଦେଖିଥିଲେ। ଏନେଇ ସେମାନେ ଦିନେଶକୁ ସୂଚନା ଦେଇଥିଲେ।
ଦିନେଶ ସେଠାକୁ ଯାଇ ନିଜ ଜିନିଷ ପଡିଥିବାର ଦେଖିଲେ। ସେଠାରେ ଏକ ଚିଠି ଥିଲା, ଯେଉଁଥିଲେ ଲେଖାଯାଇଥିଲା, ଏହା ଦୀନେଶ ତିଓ୍ବାରୀଙ୍କ ଜିତିଷ। ବାହାର ଲୋକଙ୍କଠାରୁ ଆପଣଙ୍କ ବିଷୟରେ ଜାଣିବାକୁ ପାଇଲୁ। ଆପଣଙ୍କ ବିଷୟରେ ଜାଣି ବହୁ ଦୁଃଖ ଲାଗିଲା। ତେଣୁ ଆମେ ଚୋରି ଜିନିଷ ଫେରାଇ ଦେଉଛୁ। ଆମେ ବାହାର ଅଞ୍ଚଳର, କିନ୍ତୁ ଆମକୁ ସହଯୋଗ କରିଥିବା ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ଆମକୁ ଜଣେ ଗରିବ ଘର ଠିକଣା ଦେଇ ଠକି ଦେଇଛି ବୋଲି ଚିଠିରେ ଉଲ୍ଲେଖ ରହିଛି।
ତେବେ ଜିନିଷ ପାଇବା ପରେ ଦୀନେଶ ବେଶ୍‌ ଖୁସି ଅଛନ୍ତି। ଭଗବାନ ମୋ ଜୀବିକା ରକ୍ଷା କରିଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri