Posted inଜାତୀୟ

ଚୋରି କରିବାକୁ ଆସି ଭାବପ୍ରବଣ ହେଲେ ଚୋର: ଜିନିଷ ରଖି ଛାଡିଗଲେ ଚିଠି

ଲକ୍ଷ୍ନୌ,୨୪।୧୨: ଉତ୍ତର ପ୍ରଦେଶର ବାନ୍ଦାରେ ଚୋରିର ଏକ ରୋଚକ ଘଟଣା ଘଟିଛି। ଏକ ଦୋକାନକୁ ଚୋରି କରିବାକୁ ଯାଇଥିବା ଚୋର ଦୋକାନୀ ମାଲିକଙ୍କ ଦୁଃଖ ଦେଖି ଭାବପ୍ରବଣ ହୋଇପଡିଛନ୍ତି। କେବଳ ଏତିକି ନୁହେଁ, ଚୋର ଦୋକାନୀଙ୍କୁ ସବୁ ଜିନିଷ ରଖିଦେବା ସହ ଏକ ଚିଠି ଲେଖି ମଧ୍ୟ ଛାଡିଯାଇଛନ୍ତି। ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାଯୋଗ୍ୟ, ଜିଲାର ବିସାଣ୍ଡା ଥାନା ଅଞ୍ଚଳରେ ଚନ୍ଦ୍ରାଳୟ ଗାଁରେ ରହୁଥିବା ଦିନେଶ ତିଓ୍ବାରୀ ଗରିବ ଶ୍ରେଣୀର। ସେ ୪୦ ହଜାର ଟଙ୍କା ରୁଣ ନେଇ ଏକ ଓ୍ବେଲ୍ଡିଂ ଦୋକାନ କରିଥିଲେ। ପ୍ରତିଦିନ ଭଳି ଗତ ଡିସେମ୍ବର ୨୦ରେ ସକାଳୁ ସେ ଦୋକାନ ଖୋଲିବାକୁ ଯାଇଥିଲେ। ସେ ସେଠାରେ ପହଞ୍ଚିବା ପରେ ଦୋକାନ ତାଲା ଭାଙ୍ଗିଯାଇଥିବାର ଦେଖିବାକୁ ପାଇଥିଲେ। ଦୋକାନ ଭିତରୁ ଅନେକ ଉପକରଣ ଚୋରି ହୋଇଥିଲା। ପରେ ସେ ଏନେଇ ବିସଣ୍ଡା ଥାନାରେ ଜଣାଇଥିଲେ। କିନ୍ତୁ ଇନ୍ସପ୍ଟେର ନ ଥିବାରୁ ସେ ମାମଲା ରୁଜୁ କରି ପାରି ନ ଥିଲେ। ଡିସେମ୍ବର ୨୨ରେ ଗାଁର କିଛି ଲୋକ ଚୋରି ଉପକରଣ ସବୁ ଏକ ଖୋଲା ସ୍ଥାନରେ ପଡିଥିବାର ଦେଖିଥିଲେ। ଏନେଇ ସେମାନେ ଦିନେଶକୁ ସୂଚନା ଦେଇଥିଲେ।
ଦିନେଶ ସେଠାକୁ ଯାଇ ନିଜ ଜିନିଷ ପଡିଥିବାର ଦେଖିଲେ। ସେଠାରେ ଏକ ଚିଠି ଥିଲା, ଯେଉଁଥିଲେ ଲେଖାଯାଇଥିଲା, ଏହା ଦୀନେଶ ତିଓ୍ବାରୀଙ୍କ ଜିତିଷ। ବାହାର ଲୋକଙ୍କଠାରୁ ଆପଣଙ୍କ ବିଷୟରେ ଜାଣିବାକୁ ପାଇଲୁ। ଆପଣଙ୍କ ବିଷୟରେ ଜାଣି ବହୁ ଦୁଃଖ ଲାଗିଲା। ତେଣୁ ଆମେ ଚୋରି ଜିନିଷ ଫେରାଇ ଦେଉଛୁ। ଆମେ ବାହାର ଅଞ୍ଚଳର, କିନ୍ତୁ ଆମକୁ ସହଯୋଗ କରିଥିବା ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ଆମକୁ ଜଣେ ଗରିବ ଘର ଠିକଣା ଦେଇ ଠକି ଦେଇଛି ବୋଲି ଚିଠିରେ ଉଲ୍ଲେଖ ରହିଛି।
ତେବେ ଜିନିଷ ପାଇବା ପରେ ଦୀନେଶ ବେଶ୍‌ ଖୁସି ଅଛନ୍ତି। ଭଗବାନ ମୋ ଜୀବିକା ରକ୍ଷା କରିଦେଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଗୁ ଶରୀରରେ ଅମ୍ଳଜାନସ୍ତର କମ୍‌ ହେଉଛି କି? ନ ଡ଼ରି ଏଭଳି କରନ୍ତୁ; ମିଳିବ ଲାଭ…

ନୂଆଦିଲ୍ଲୀ: ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରର ସାମ୍ନା କରୁଛି ଭାରତ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆବଶ୍ୟକୀୟ ଚିକିତ୍ସାକୁ ନେଇ ଅସୁବିଧା ପରିଲକ୍ଷିତ ହେଉଛି।...

ବିଦେଶ ଫେରନ୍ତାଙ୍କ ପାଇଁ ୭ ଦିନିଆ ହୋମ୍‌ କ୍ୱାରାଣ୍ଟାଇନ୍‌ ଅନିବାର୍ଯ୍ୟ…

ନୂଆଦିଲ୍ଲୀ, ୧୧।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ...

ଭାରତ ଆସି ପାରନ୍ତି ଇମ୍ରାନ୍‌: ନିମନ୍ତ୍ରଣ ଦେବେ ମୋଦି ସରକାର !

ନୂଆଦିଲ୍ଲୀ,୧୫।୧: ଚଳିତ ବର୍ଷ ଶେଷରେ ଭାରତରେ ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଭାରତ ସମେତ ପାକିସ୍ତାନ, ଚାଇନା, କାଜାକସ୍ତାନ, କିରଗିଜ୍‌ସ୍ତାନ,ରୁଷିଆ,...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କ ପରଲୋକ

ହାଇଦ୍ରାବାଦ,୨୮।୭: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କର ରବିବାର ପରଲୋକ ହୋଇଛି। ହାଇଦ୍ରାବାଦରେ ୭୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା...

ଫାଶୀ ପୂର୍ବରୁ ଜେଲ୍‌ ଅଧିକାରୀଙ୍କୁ କ’ଣ କହିଥିଲେ ମୁକେଶ, ବିନୟ

ନୂଆଦିଲ୍ଲୀ,୨୦।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ଦୋଷୀଙ୍କୁ ଶୁକ୍ରବାର ଭୋର ସାଢ଼େ ୫ଟାରେ ତିହାର ଜେଲ୍‌ରେ ଫାଶୀ ଦିଆଯାଇଛି। ବହୁ ପ୍ରତିକ୍ଷାର ଅନ୍ତ ଘଟି...

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯: ଭେଣ୍ଟିଲେଟରରେ ୨

ମୁମ୍ବାଇ,୧୯।୩: କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବେଳକୁ ବେଳ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୪୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଗୁରୁବାର ସୂଚନା ଦେଇଛନ୍ତି...

ମୋଦି ସରକାରଙ୍କୁ ସମର୍ଥନ କଲା କଂଗ୍ରେସ

ନୂଆଦିଲ୍ଲୀ,୩।୩: ୟୁକ୍ରେନରେ ରୁଷିଆ ଚଳାଇଥିବା ଦମନଲୀଳା ବିରୋଧରେ ଆଗତ ଗୋଟିଏ ପ୍ରସ୍ତାବ ଜାତିସଂଘର ସାଧାରଣ ମହାସଭାରେ ପାରିତ ହୋଇଛି। ଏ ପ୍ରସ୍ତାବରେ ରୁଷିଆର ପଦକ୍ଷେପକୁ ନିନ୍ଦା...

ପିପିଇ କିଟ୍‌ ପିନ୍ଧି ତଲାସି କରୁଛନ୍ତି ସିବିଆଇ ଅଧିକାରୀ

ନୂଆଦିଲ୍ଲୀ,୨୬।୬: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଆଗଧାଡିର ଯୋଦ୍ଧା ସାଜିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ପର୍ସନାଲ ପ୍ରୋଟେକଟିଭ୍‌ ଇକ୍ୟୁପମେଣ୍ଟ(ପିପିଇ) କିଟ୍‌ ଯୋଗାଇ ଦିଆଯାଉଥିଲା। କାରଣ...

Advertisement
Archives

Model This Week