ଏସ୍‌ଓପି ମାନୁନାହାନ୍ତି ମଦ ବିକ୍ରେତା

ଖୋର୍ଦ୍ଧା ଅଫିସ,୨୪ା୧୨: ଖୋର୍ଦ୍ଧା ଜିଲାରେ ମଦ ବିକ୍ରେତା ମାନୁନାହାନ୍ତି ଅବକାରୀ ବିଭାଗର ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରେସିଡିଓର (ଏସ୍‌ଓପି)। ଧାର୍ଯ୍ୟ ଦରଠାରୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଦୋକାନ ଆଗରେ କୌଣସି ଦର ତାଲିକା ଝୁଲା ଯାଉନାହିଁ। ଗ୍ରାହକ ବିଲ୍‌ ମାଗିଲେ ଦିଆଯାଉନାହିଁ। ଜଟଣୀ ଥାନା ଛକ ନିକଟ ଏକ ବାରରେ ଜଣେ ଗ୍ରାହକ ଧାର୍ଯ୍ୟ ଦର ଠାରୁ କାହିଁକି ଅଧିକ ଟଙ୍କା ନିଆଯାଉଛି, ବିଲ୍‌ କାହିଁକି ଦେବେ ନାହିଁ ବୋଲି ଦୋକାନୀ ସହ ଯୁକ୍ତିତର୍କ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି। ମଦ ବିକ୍ରେତା ଏବଂ ଅବକାରୀ ବିଭାଗର କେତେଜଣ ଅସାଧୁ କର୍ମଚାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଗ୍ରାହକ ଶୋଷଣର ଶିକାର ହେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏଭଳି କାରବାର ଚାଲିଥିବା ବେଳେ ସେଭଳି କୌଣସି ଅଭିଯୋଗ ନ ଥିବା କହି ଏହାକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ଆଗକୁ ନୂଆ ବର୍ଷ ଆସୁଥିବାରୁ ମଦ ଦୋକାନ ଆଗରେ ଗ୍ରାହକଙ୍କ ଭିଡ ଜମୁଛି। ମଦ ଦୋକାନଗୁଡିକ ଅବାକରୀ ବିଭାଗର ଏସ୍‌ଓପିକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ଏନେଇ ଜିଲା ଅବକାରୀ ଅଧୀକ୍ଷକ ଯଶକେତନ ବରିଆ କହିଛନ୍ତି, ମଦ ଦୋକାନଗୁଡିକୁ ଏସ୍‌ଓପି ଜାରି କରାଯାଇଛି। ଦୋକାନ ଆଗରେ ଦର ତାଲିକା ଏବଂ ସିସିଟିଭି ସର୍ଭେଲାନ୍ସରେ ରହିବ। କର୍ମଚାରୀମାନେ ୟୁନିଫର୍ମ ପରିଧାନ କରିବା ଲାଗି ଗାଇଡ୍‌ଲାଇନ ରହିଛି। ଜଟଣୀରେ ଭାଇରାଲ ଭିଡିଓ ହସ୍ତଗତ ହୋଇଛି। ଏହାକୁ ଯାଞ୍ଚ କରାଯିବ। ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ସମସ୍ତ ମଦ ଦୋକାନରେ ଯାଞ୍ଚ କରିବେ। ଏସ୍‌ଓପି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ପ୍ରମାଣିତ ହେଲେ ଅବକାରୀ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଦୁର୍ବୃତ୍ତ ତାଡ଼ିଲେ ଏଟିଏମ୍‌

ପଦ୍ମପୁର,୧୭।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗ ବଜାରରେ ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଏଟିଏମ୍‌ ଭାଙ୍ଗିଥିଲେ...

ଗଞ୍ଜାମରେ ପହଞ୍ଚିଲେ ଡିଜିପି : କଲେ କୋଭିଡ ପରିଚାଳନା ସମୀକ୍ଷା

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଓଡ଼ିଶା ପୋଲିସ ଡିଜି ଅଭୟ ବୁଧବାର ଅପରାହ୍ନରେ ଗଞ୍ଜାମ ଜିଲାରେ ପହଞ୍ଚିଛନ୍ତି। ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌ପିଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ବୈଠକରେ କୋଭିଡ-୧୯ ପରିଚାଳନା...

ବଳାତ୍କାର ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ

କଟକ ଅଫିସ, ୬।୧୦: ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ କରୁଣାକର କାଣ୍ଡିଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି କଟକ ପୋକ୍‌ସୋ କୋର୍ଟ। ଏଥିସହ...

କେନାଲରେ ପାଣି ଯୋଗାଇବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଜୁନାଗଡ, ୩।୧୨ (ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗ ପଞ୍ଚାୟତକୁ ଇନ୍ଦ୍ରାବତୀ ଡାହାଣ କେନାଲର ପାଣି ଯୋଗାଇବାକୁ ମଙ୍ଗଳବାର ସ୍ଥାନୀୟ ଚାଷୀ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର...

୩ ବର୍ଷ ବିତିଲା, ସରୁନି ମେଗା ଜଳଯୋଗାଣ ପ୍ରକଳ୍ପ

ବୋଲଗଡ଼,୨୫ା୪(ଡି.ଏନ୍‌.ଏ.): ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ପ୍ରକଳ୍ପ କରୁଛନ୍ତି। ତେବେ ବିଭାଗୀୟ ଅଧିକାରୀ ଏବଂ ଠିକାସଂସ୍ଥାର ଅବହେଳା...

ପଶ୍ଚିମ ଓଡିଶା କଳାକାର ମହାସଂଘର ଦାବି, ଧନୁଯାତ୍ରା କଳାକାରଙ୍କୁ ଆର୍ଥିକ ସହାୟତା ଦିଆଯାଉ

ବରଗଡ ଅଫିସ,୧୪।୧୨- ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବକୁ ଏଥର ବାତିଲ କରାଯାଇଛି। କରୋନା କଟକଣାକୁ ଆଖି ଆଗରେ ରଖି ଧନୁଯାତ୍ରା ମହୋତ୍ସବ ସମିତି...

ଆମାଜନ୍‌ ନାଁରେ ପୁଣି ଏତଲା

ପୁରୀ ଅଫିସ,୩।୧୨:ଅନ୍‌ଲାଇନରେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ‘ନିର୍ମାଲ୍ୟ’ ବିକ୍ରିକୁ ନେଇ ବିବାଦ ଥମୁନାହିଁ। ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ସୁଆର ମହାସୁଆର...

ପ୍ରଶ୍ନବାଚୀରେ ବିରଳ ଅଲିଭ ରିଡ୍‌ଲେଙ୍କ ସୁରକ୍ଷା

କେନ୍ଦ୍ରାପଡ଼ା ଅଫିସ, ୧ା୧୧:ବିଶ୍ୱ ପ୍ରସିଦ୍ଧ ଗହୀରମଥାର ସାମୁଦ୍ରିକ ଅଞ୍ଚଳରେ ଥିବା ପ୍ରଚୁର ଖାଦ୍ୟ ବିରଳ ଅଲିଭରିଡଲେ କଇଁଛଙ୍କୁ ଆକର୍ଷିତ କରୁଛି। ପ୍ରତିବର୍ଷ ୪ରୁ ୫ ଲକ୍ଷ...

Advertisement
Archives

Model This Week