ଲଙ୍କାଧୂଆଁ ଦେଇ ନାଗସାପକୁ ଜଗିଲେ ୮ ଘଣ୍ଟା, ବର୍ଷାଦିନରେ ସମସ୍ୟା ଆଣୁଛି…

ଭଞ୍ଜନଗର,୨୬ା୭(ବାବୁଲା ପ୍ରଧାନ): ବର୍ଷାଋତୁରେ ଗାତଗୁଡ଼ିକରେ ପାଣି ଭର୍ତ୍ତି ହୋଇଯାଉଛି। ଫଳରେ ସାପମାନେ ଗାତ ଭିତରୁ ବାହାରି ଏଣେତେଣେ ଘୂରି ବୁଲୁଛନ୍ତି। ଏହି ସମୟରେ ସେମାନଙ୍କ ଆକ୍ରମଣରେ ଲୋକେ ମୃତ୍ୟୁବରଣ କରୁଛନ୍ତି। ଏଥିସହ ଲୋକେ ମଧ୍ୟ ସାପକୁ ବାଡ଼ାଇ ମାରିଦେଉଛନ୍ତି। ତେଣୁ ଅନ୍ୟ ଋତୁ ଅପେକ୍ଷା ବର୍ଷାଋତୁରେ ସାପ ସମସ୍ୟା ଅଧିକ ଦେଖିବାକୁ ମିଳୁଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର କର୍ମଚାରୀ କାଳୀପ୍ରସାଦ ତ୍ରିପାଠୀଙ୍କ ସ୍କୁଟିରେ ଏକ ନାଗସାପ ଶନିବାର ସକାଳ ୧୦ଟାରେ ପଶିଯାଇଥିଲା। ଏନେଇ ଛାତ୍ରମାନେ ଦେଖି ହୋ-ହଲ୍ଲା କରିବା ପରେ କାଳୀପ୍ରସାଦ ଆସି ସାପକୁ ଗାଡ଼ିରୁ ବାହାର କରିବା ପାଇଁ ଅନେକ ଚେଷ୍ଟା କରିଥିଲେ। କିନ୍ତୁ ସାପ ଗାଡିରୁ ବାହାରି ନ ଥିଲା। ସାପକୁ ଗାଡ଼ିରୁ ବାହାର କରିବା ପାଇଁ ଗାଡ଼ିକୁ ଲଙ୍କାଧୂଆଁ ଦେଇ ଫିନାଇଲ ପକାଇଥିଲେ। ପାଣି ଢାଳିଥିଲେ। ତଥାପି ସାପ ବାହାରି ନ ଥିଲା। ଶେଷରେ କାଳୀ ଗାଡ଼ିକୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୀର୍ଘ ୮ ଘଣ୍ଟା ଜଗିରହିଥିଲେ। ଶେଷରେ କାଳୀ ଭୟଭୀତ ଅବସ୍ଥାରେ ଗାଡ଼ିକୁ ନେଇ ଗ୍ୟାରେଜରେ ଦେଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଇତିହାସ ବିଭାଗ ଅଧ୍ୟାପକ ଡ. ସୀମାଞ୍ଚଳ ବେହେରାଙ୍କ ବାଇକ୍‌ରେ ମଧ୍ୟ ସାପ ଗତ ସପ୍ତାହରେ ପଶିଯାଇଥିଲା। ଏଥିପାଇଁ ମଧ୍ୟ ସୀମାଚଳ କାଳୀଙ୍କ ଭଳି ଫର୍ମୂଲା ପ୍ରୟୋଗ କରିଥିଲେ। କିନ୍ତୁ ସାପ ବାହାରି ନ ଥିଲା। ଏହା ପରେ ସାପଟି କିଛି ଘଣ୍ଟା ପରେ ବାହାରି ଯାଇଥିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଲ୍ସ ପିନ୍ଧି ନାଚୁଥିଲେ ଅକ୍ଷୟ କୁମାର: ଆଉ ତା’ପରେ ଘଟିଲା

ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଫିଲ୍ମ ‘ଭୂତ ବଙ୍ଗଳା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ହରର କମେଡି ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ୩ ଦିନ ଧରି…

ଫୁଲବାଣୀ,୨ା୫(ରାକେଶ କୁମାର ରାଉତ): ଫୁଲବାଣୀରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଭଡ଼ାଘରୁ ସ୍ବୟଂ ଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଦେଖି ଲୋକଙ୍କ…

ଲକ୍ଷ ଲକ୍ଷ ମୋବାଇଲ ଫୋନରେ ହଠାତ ଏକକାଳୀନ ବାଜି ଉଠିଲା ସାଇରନ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨।୫: ୨ ମଇ, ୨୦୨୬ ଦିନ, ସକାଳ ୧୧ଟା୪୧ ସମୟରେ, ସାରା ଦେଶରେ ଲକ୍ଷ ଲକ୍ଷ ମୋବାଇଲ ଫୋନରେ ଏକ ଜରୁରୀକାଳୀନ ସାଇରନ ବାଜିଲା। ଏହା ଭାରତ…

ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ: ଆଉ ତା’ପରେ…

ସୋର,୨।୫(ଜନ୍ମେଜୟ ମିଶ୍ର): ସୋର ତହସିଲର ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଛି ବାଲି ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଲେ ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂ l…

ଚତୁର୍ଥୀ ପୂର୍ବରୁ ଶାଶୁ ଘରୁ କନ୍ୟାକୁ ଉଠାଇ ନେଲା ପୋଲିସ, ବର ମାରିଲା ଛୁ

ନୟାଗଡ଼, ୨।୫(ଲୋକନାଥ ମିଶ୍ର): ନୟାଗଡ଼ ଚାଇଲ୍ଡ ହେଲ୍ପ ଲାଇନ ଦ୍ୱାରା ଇଟାମାଟି ଥାନା ଅଧୀନସ୍ଥ ଡେଂଗେରାଗୋଡି ଅଞ୍ଚଳରେ ଚତୁର୍ଥୀ ପୂର୍ବରୁ ଶାଶୁଘରୁ କନ୍ୟାକୁ ଉଠାଇ ନେଲା ପୋଲିସ…

US-Iran War: ଶେଷ ହେଲା ଆମେରିକା-ଇରାନ ଯୁଦ୍ଧ? US ସାଂସଦଙ୍କୁ ଚିଠି ଲେଖିଲେ ଟ୍ରମ୍ପ, ଜାଣନ୍ତୁ ଡିଲକୁ ନେଇ କ’ଣ କହିଛନ୍ତି

ଓ୍ବାଶିଂଟନ,୨।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଇନ ପ୍ରଣୟନକାରୀମାନଙ୍କୁ ସୂଚନା ଦେଇଛନ୍ତି ଯେ ଇରାନ ବିରୁଦ୍ଧରେ ଯୁଦ୍ଧ ଶେଷ ହୋଇଛି; ତେଣୁ, ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ…

ସୁପ୍ରିମକୋର୍ଟରୁ TMCକୁ ଶକ୍ତ ଝଟକା, କୋର୍ଟ କହିଲେ, ‘କେନ୍ଦ୍ରୀୟ କର୍ମଚାରୀଙ୍କୁ ବିଶ୍ୱାସ କରନ୍ତୁ’

ନୂଆଦିଲ୍ଲୀ,୨।୫: ଶନିବାର ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ ବିରୋଧରେ ତୃଣମୂଳ କଂଗ୍ରେସ (TMC) ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ…

ଚାକିରି ରେଗୁଲାର କରାଇଦେବା ନାଁରେ ଚାହୁଁଥିଲେ ଯୌନ ସୁଖ: ରସିକିଆ ସମ୍ପାଦକ ବାବୁଙ୍କ ନାଁରେ ମାମଲା ରୁଜ୍ଜୁ

ଅତାବିରା,୨।୫(ଯୁଧିଷ୍ଠିର ମହାପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ନାଁରେ ଆସିଲା ଯୌନ କେଳେଙ୍କାରୀର ଅଭିଯୋଗ। ବରଗଡ଼ ଜିଲା ଅତାବିରା ଆରଏମସି ସମ୍ପାଦକ ଶଶାଙ୍କ ଶେଖର ସାହାଣି ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri