ନିଜଠାରୁ ବୟସରେ ସାନ ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି ଏସବୁ ଅଭିନେତ୍ରୀ; ସୁରୁଖୁରୁରେ ଚାଲିଛି ସଂସାର ଗାଡ଼ି…

ବମ୍ବେ: ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଉଲଟା ଚଷମା’ର ବବିତା ଜୀ ଏବଂ ଟପ୍ପୁଙ୍କ ଲଭଷ୍ଟୋରୀ ଆଜିକାଲି ଚର୍ଚ୍ଚାରେ। କହିବାର ତାତ୍ପର୍ଯ୍ୟ ଧାରାବାହିକରେ ବବିତା ଭୂମିକାରେ ନଜର ଆସୁଥିବା ମୁନ୍‌ମୁନ୍‌ ଦତ୍ତା ଏବଂ ଟପ୍ପୁ ଅର୍ଥାତ ରାଜ ଅନାଦକଟ ପରସ୍ପରକୁ ଡେଟ୍‌ କରୁଛନ୍ତି। ରାଜ ମୁନ୍‌ମୁନ୍‌ଙ୍କଠାରୁ ୯ ବର୍ଷ ସାନ। ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ କୌଣସି ଅଭିନେତ୍ରୀ ନିଜଠାରୁ ସାନ ଯୁବକଙ୍କୁ ଭଲପାଇବସିଛନ୍ତି। ବଲିଉଡ୍‌ଠାରୁ ଆରମ୍ଭ କରି ଟେଲି ପରଦାର ଅନେକ ଅଭିନେତ୍ରୀ ଏହି ତାଲିକାରେ ଅଛନ୍ତି। ଆସନ୍ତୁ ଜାଣିବା:

ଗୌହର ଖାନ୍‌: ଟେଲି ଅଭିନେତ୍ରୀ ଗୌହର ଖାନ୍‌ ଲକ୍‌ଡାଉନ୍‌ ସମୟରେ ଜୈଦ ଦରବାରଙ୍କୁ ବିବାହ କରିଥିଲେ। ଜୈଦ ଗୈହରଙ୍କଠାରୁ ୧୨ ବର୍ଷ ସାନ।

ସନାୟା ଇରାନୀ: ‘ଇସ୍‌ ପ୍ୟାର୍‌ କୋ କ୍ୟା ନାମ ଦୁଁ’ ଜରିଆରେ ଲୋକପ୍ରିୟ ହୋଇଥିବା ସନାୟା ଇରାନୀ ଏବଂ ମୋହିତ ସେହଗଲଙ୍କ ମଧ୍ୟରେ ଦୁଇ ବର୍ଷର ତଫାତ ରହିଛି। ସନାୟାଙ୍କ ସ୍ବାମୀ ମୋହିତ ତାଙ୍କଠାରୁ ୨ ବର୍ଷ ସାନ। ଉଭୟ ୨୦୧୬ରେ ବିବାହ କରିଥିଲେ।

କିଶ୍ୱର ମର୍ଚେଣ୍ଟ: ୨୦୧୬ରେ କିଶ୍ୱର ସୂୟଶଙ୍କୁ ବିବାହ କରିଥିଲେ। ଉଭୟ ଟେଲିଭିଜନଜଗତର ଆଇଡଲ୍‌ କପଲ୍‌। ସୂୟଶଙ୍କୁ ଏବେ ୩୨ ବର୍ଷ ହୋଇଥିବା ବେଳେ କିଶ୍ୱରଙ୍କୁ ୪୦ ବର୍ଷ। ଉଭୟଙ୍କ ମଧ୍ୟରେ ୮ ବର୍ଷର ତଫାତ ରହିଛି।

ଦେବିନା ବାନାର୍ଜୀ: ଦେବିନା ଏବଂ ସ୍ବାମୀ ଗୁରମିତ ଚୌଧୁରୀ ଟେଲିଭିଜନଜଗତର ହିଟ୍‌ ଯୋଡ଼ି। ଉଭୟ ଅନେକ ଧାରାବାହିକରେ କାମ କରିଛନ୍ତି। ଗୁରମିତ ଦେବିନାଙ୍କଠାରୁ ଦୁଇ ବର୍ଷ ସାନ।

ଟିଜେ ସିନ୍ଧୁ: କାନାଡିଆନ୍‌ ଅଭିନେତ୍ରୀ ଟିଜେ ସିନ୍ଧୁ କରନ୍‌ବୀର ବୋହରାଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହକୁ ୧୫ ବର୍ଷ ବିତିଛି। ଉଭୟ ପରସ୍ପରକୁ ବହୁତ ଭଲପାଆନ୍ତି। ହେଲେ ଟିଜେ କରନବୀରଙ୍କଠାରୁ ୨ ବର୍ଷ ବଡ଼।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?