ଶ୍ରାବଣ ମାସରେ ନିଶ୍ଚୟ ଲଗାନ୍ତୁ ଏହି ୫ ଗଛ; ଚମକିବ ଭାଗ୍ୟ…

ଆରମ୍ଭ ହୋଇଛି ଶ୍ରାବଣ ମାସ। ଏହି ମାସଟି ଭଗବାନ ଶିବଙ୍କ ମାସ ବୋଲି କୁହାଯାଏ। ଏହାଛଡ଼ା ପର୍ଯ୍ୟାବରଣ ଏବଂ ଭାଗ୍ୟ ଦୃଷ୍ଟିକୋଣରୁ ଏହି ମାସରେ ଅନେକ ଗଛ ଲଗାଯିବାର ମାନ୍ୟତା ରହିଛି। ଆସନ୍ତୁ ଜାଣିବା ଶ୍ରାବଣ ମାସରେ କେଉଁ ଗଛ ଲଗାଇବା ଦ୍ୱାରା ଭାଗ୍ୟ ମଜଭୂତ ହୋଇଥାଏ।

-ତୁଳସୀ: ତୁଳସୀ ଗଛ ଶ୍ରାବଣ ମାସରେ ଲଗାଇବା ଉଚିତ। ଏହାକୁ କାର୍ତ୍ତିକରେ ମଧ୍ୟ ଲଗାଇପାରିବେ। ଏହି ଗଛ ଲଗାଇବା ଦ୍ୱାରା ଜୀବନରେ ସଫଳତା, ସୁଖସମୃଦ୍ଧି ଏବଂ ଉତ୍ତମ ସ୍ବାସ୍ଥ୍ୟ ମିଳିଥାଏ। ତେବେ ପ୍ରତ୍ୟେହ ଏହି ଗଛର ଚାରିପଟେ ବୁଲିବା ସହ ନିୟମିତ ଭାବେ ଘିଅର ଦୀପ ଜାଳିବା ଉଚିତ।

-କଦଳୀ: ଶ୍ରାବଣ ମାସ ଏକାଦଶୀ ନଚେତ ଗୁରୁବାର ଦିନ ଘରର ପଛରେ ନଚେତ ଛାତର ପଛପଟେ କଦଳୀ ଗଛ ଲଗାନ୍ତୁ। ଏହି ଗଛକୁ କେବେହେଲେ ଘରର ଆଗରେ ଲଗାଇବା ଉଚିତ ନୁହେଁ। ବୈବାହିକ ଜୀବନର ସମସ୍ୟା ଦୂର କରିବା ଲାଗି ନିୟମିତ ଭାବେ କଦଳୀ ଗଛରେ ପାଣି ଦେବା ଭଲ ବୋଲି କୁହାଯାଏ।

-ଡାଳିମ୍ବ: ଶ୍ରାବଣ ମାସରେ ଘରର ସମ୍ମୁଖରେ ଅଥବା ମୁଖ୍ୟ ଦ୍ୱାର ନିକଟରେ ରାତି ସମୟରେ ଡାଳିମ୍ବ ଗଛ ଲଗାଇବା ଶୁଭ। ଏହାକୁ ଲଗାଇବା ଦ୍ୱାରା ଘରର ପରିବେଶ ଭଲ ରହିଥାଏ। ସମସ୍ତ ନକରାତ୍ମକ ଶକ୍ତି କମ୍‌ ହୋଇଥାଏ। ଏହାଛଡ଼ା ଘର ଉପରେ କୌଣସି ତନ୍ତ୍ର-ଯନ୍ତ୍ରର ପ୍ରଭାବ ପଡ଼ି ନ ଥାଏ ବୋଲି ମାନ୍ୟତା ରହିଛି।

-ଅଁଳା: ଶ୍ରାବଣ ମାସର ଶନିବାର ଦିନ ଅଁଳା ଗଛ ଲଗାଇବା ଉଚିତ। ଘରର ମୁଖ୍ୟ ଦ୍ୱାରର ବାମପଟେ ଏହାକୁ ଲଗାଇବା ଶୁଭ। ନିୟମିତ ଭାବେ ଏହି ଗଛର ମୂଳରେ ସୋରିଷ ତେଲର ଦୀପ ଜାଳନ୍ତୁ। ଏପରି କରିବା ଦ୍ୱାରା ଶନି ସମ୍ବନ୍ଧୀୟ କଷ୍ଟ ଦୂର ହୋଇଥାଏ। ସ୍ବାସ୍ଥ୍ୟ ଭଲ ରୁହେ। ବିଜୟାଦଶମୀ ଦିନରେ ଏହି ଗଛକୁ ପୂଜା କଲେ ଧନର ଅଭାବ ରୁହେ ନାହିଁ।

-ଅଶ୍ୱସ୍ଥ ଗଛ: ଶ୍ରାବଣ ମାସର ଗୁରୁବାର ଦିନ ଅଶ୍ୱସ୍ଥ ଗଛ ଲଗାଇବା ଶୁଭ। ହେଲେ ଘରେ କେବେହେଲେ ଏହି ଗଛ ଲଗାନ୍ତୁ ନାହିଁ। ପାର୍କ ନଚେତ ରାସ୍ତା କଡ଼ରେ ଏହାକୁ ଲଗାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri