Advertisement

ସଲମାନ-ଐଶ୍ୱର୍ଯ୍ୟାଙ୍କଠାରୁ ରଣବୀର-କଟ୍ରିନା; ବିବାହ ପୂର୍ବରୁ ଲିଭ୍‌ ଇନ୍‌ରେ ରହିଛନ୍ତି ଏସବୁ କଳାକାର

ବମ୍ବେ: କେବେ ପ୍ରେମ ତ କେବେ ବିବାହକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ କଳାକାର। ସେମାନଙ୍କ ମଧ୍ୟରୁ ଅନେକେ ବିବାହ ପୂର୍ବରୁ ଲିଭ୍‌ ଇନ୍‌ରେ ରହି ପାର୍ଟନରଙ୍କୁ ପରଖିଛନ୍ତି। ହେଲେ ପରବର୍ତ୍ତୀ ସମୟରେ ତାଙ୍କଠାରୁ ଅଲଗା ହୋଇଯାଇଛନ୍ତି। ଆସନ୍ତୁ ଜାଣିବା ସେଭଳି କିଛି ଲୋକପ୍ରିୟ କଳାକାରଙ୍କ ବିଷୟରେ ଯେଉଁମାନେ ବିବାହ ପୂର୍ବରୁ ଲିଭ୍‌ ଇନ୍‌ରେ ରହିସାରିଛନ୍ତି।

ରଣବୀର କପୁର-କଟ୍ରିନା କୈଫ: କଥିତ ପ୍ରେମିକ ସଲମାନଙ୍କଠାରୁ ଅଲଗା ହେବା ପରେ ଏହି ସୁନ୍ଦରୀ ଅଭିନେତ୍ରୀ ରଣବୀରଙ୍କୁ ଡେଟ୍‌ କରିଥିଲେ। ଉଭୟ ବିବାହ ବି କରିଥାନ୍ତେ। ଏଥିପାଇଁ ସେମାନେ ଛଅ ବର୍ଷ ଧରି ଲିଭ୍‌ ଇନ୍‌ରେ ରହି ଜଣେ ଅନ୍ୟଜଣଙ୍କୁ ପରଖିଥିଲେ। ହେଲେ ପରେ ସେମାନଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ଏବେ ସେମାନେ ନିଜ ନିଜ ଜୀବନରେ ଆଗକୁ ତ୍ବଢ଼ିସାରିଛନ୍ତି।

ଜନ ଆବ୍ରାହମ-ବିପାଶା ବସୁ: ଏହି ଦୁଇ ବଲିଉଡ୍‌ ତାରକାଙ୍କ ବ୍ରେକ୍‌ଅପ୍‌ ସମସ୍ତଙ୍କୁ ଚମକାଇଦେଇଥିଲା। ଉଭୟ ଲିଭ୍‌ ଇନ୍‌ରେ ରହୁଥିଲେ। ପାଖାପାଖି ୯ ବର୍ଷ ଧରି ସେମାନେ ଏକାଠି ରହିଥିଲେ। ଏବେ ସେମାନେ ଅନ୍ୟତ୍ର ବିବାହ କରି ଖୁସିରେ ଅଛନ୍ତି।

ସୁଶାନ୍ତ ସିଂହ ରାଜପୁତ-ଅଙ୍କିତା ଲୋଖଣ୍ଡେ: ଏହି ଲୋକପ୍ରିୟ ଟେଲିଭିଜନ ଯୋଡ଼ି ଲିଭ୍‌ ଇନ୍‌ରେ ରହିଥିଲେ। ପ୍ରଶଂସକ ଉଭୟ ବିବାହ କରିବେ ବୋଲି ଚାହିଁ ବସିଥିବା ବେଳେ ୨୦୧୬ରେ ସେମାନେ ଅଲଗା ହୋଇଯାଇଥିଲେ।

ନେହା କକ୍କଡ-ହିଂମାଶ କୋହଲି- ଲୋକପ୍ରିୟ ବଲିଉଡ ଗାୟିକା ନେହା ହିମାଂଶଙ୍କ ସହ ଲିଭ୍‌ ଇନ୍‌ରେ ଥିଲେ। ହେଲେ ପରେ ତାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ଏବେ ନେହା ରୋହନପ୍ରିତଙ୍କୁ ବିବାହ କରି ଆଗକୁ ବଢ଼ିଯାଇଛନ୍ତି।

ଐଶ୍ୱର୍ଯ୍ୟା ରାୟ-ସଲମାନ: ବେଶ ବିବାଦୀତ ଥିଲା ଏହି ଯୋଡ଼ିଙ୍କ ସମ୍ପର୍କ। ଯେତେବେଳେ ଉଭୟ ପ୍ରେମରେ ଥିଲେ, କିଛି ମାସ ଯାଏ ଲିଭ୍‌ଇନ୍‌ରେ ରହିଥିଲେ। ଏବେ ଐଶ ବଚ୍ଚନ ପରିବାରର ବୋହୂ।


Enter your email to get our daily news in your inbox.

All Right Reserved By Dharitri.Com

୨୧ତମ ବିବାହ ବାର୍ଷିକୀରେ ସ୍ବାମୀଙ୍କୁ ଶୁଭକାମନା ଜଣାଇଲେ ମାଧୁରୀ

ମୁମ୍ବାଇ: ବଲିଉଡର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଆଜିକାଲି ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ବ୍ୟସ୍ତ ରହୁଛନ୍ତି। ଆଜି ମାଧୁରୀ ତାଙ୍କର ୨୧ତମ ବିବାହ ବାର୍ଷିକୀ...

ମାହିରଙ୍କୁ ଡେଟ୍‌ କରୁଛନ୍ତି ନିମ୍ରିତ !

ବମ୍ବେ: ଡେଟ୍‌ କରୁଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିମ୍ରିତ କୌର ଆହ୍ଲୁଓ୍ବାଲିଆ। ବିଗ୍‌ବସ୍‌ ଘରେ ଏପରି କିଛି ବ୍ୟକ୍ତିଗତ କଥା ଉପରୁ ପରଦା ଉଠାଇଛନ୍ତି...

ରାଗରେ ରୋହିତଙ୍କ ଉପରେ ବୋତଲ ଭାଙ୍ଗିଲେ ଶିଳ୍ପା

ବମ୍ବେ: ରାଗିଗଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ହାତରେ କାଚ ବୋତଲ ଭାଙ୍ଗିଦେଲେ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର...

ଦ୍ୱିତୀୟ ସନ୍ତାନ ଚାହୁଁଛନ୍ତି ଭାରତୀ, ହେଲେ ଏଥିପାଇଁ ମନଦୁଃଖ

ବମ୍ବେ: ଦ୍ୱିତୀୟ ସନ୍ତାନ ଚାହୁଁଛନ୍ତି କମେଡିକୁଇନ୍‌ ଭାରତୀ ସିଂହ। ହେଲେ ପରିସ୍ଥିତି ଏଭଳି ଯେ ତାଙ୍କୁ ବର୍ଷେ କିମ୍ବା ଦୁଇ ବର୍ଷ ଅପେକ୍ଷା କରିବାକୁ ହେବ।...

ଅପେକ୍ଷାରେ ଆଲିୟା

ଆଲିୟାଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ ଏବେ ରିଲିଜ ଅପେକ୍ଷାରେ ରହିଛି। ଏହି ଖୁସିରେ ସେ ଏକ ଡିନର ପାର୍ଟିର ଆୟୋଜନ କରିଥିଲେ। ଏଥିରେ ତାଙ୍କର କେତେ ଜଣ...

ଅଙ୍ଗ ଦାନ କରିବେ ଅମିତାଭ ବଚ୍ଚନ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ସେ ପ୍ରାୟତଃ ପ୍ରଶଂସକଙ୍କ ଯୋଡି ହୋଇ ରହିଥାନ୍ତି। ଅନେକ ସମୟ ନିଜ ଫଟୋ ଶେୟାର...

ଭାଇଙ୍କ ପାଇଁ କନ୍ୟା ଖୋଜି ବାହାରିଲେ ନେହା, ଜାଣନ୍ତୁ କିଏ ହେବେ ଭାଉଜ

ମୁମ୍ବାଇ: ଚଳିତ ସପ୍ତାହ ଶେଷସୁଦ୍ଧା ବିଗ ବସ୍‌-୧୪ରେ ଅନେକ ଅତିଥିଙ୍କୁ ଦେଖିବାକୁ ମିଳିବ। କାମ୍ୟା ପଞ୍ଜାବୀ ଏବଂ ଦେବୋଲିନା ଭଟ୍ଟାଚାର୍ଯ୍ୟ ଶୋ’ରେ ତୀକ୍ଷ୍ଣ ପ୍ରଶ୍ନ ପଚାରିବାକୁ...

ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରିଥିବା ବାନ୍ଦ୍ରା ଡିସିପି କରୋନା ଆକ୍ରାନ୍ତ

ମୁମ୍ବାଇ,୨୯।୮-ବଲିଉଡ ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ତେବେ ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଥମେ ଘଟଣାର...

Advertisement
Archives

Model This Week