ଏଣିକି ଏହିମାନେ ସୁଭଦ୍ରା ଯୋଜନାରୁ ପଡ଼ିବେ ବାଦ୍‌, କଟିଯିବ ତାଲିକାରୁ ନାଁ

ଭୁବନେଶ୍ୱର,୧୯ା୧୦ (ସୁଚିସ୍ମିତା ସାହୁ): ଛାତ୍ରୀମାନେ ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ଛାତ୍ରବୃତ୍ତି ପାଉଛନ୍ତି କି? କୌଣସି ମହିଳାଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ ୧୮ ହଜାର କିମ୍ବା ଏହାଠାରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ମିଳୁଛି କି? ଯଦି ଆପଣ ଏପରିକି ସରକାରୀ ସହାୟତା ପାଉଥିବେ ତେବେ ସୁଭଦ୍ରା ଯୋଜନାରୁ ବାଦ୍‌ ପଡ଼ିବେ। ‘ସୁଭଦ୍ରା ଯୋଜନା’ର ଏହି ଗାଇଡ୍‌ଲାଇନ୍‌ ଅନୁଯାୟୀ ଅଯୋଗ୍ୟ ଚିହ୍ନଟ ଲାଗି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶିକା ମୋନିସା ବାନାର୍ଜୀ ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ପତ୍ର ଲେଖିଛନ୍ତି। ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ‘ସୁଭଦ୍ରା’ ନିୟମାବଳୀ ଅନୁସାରେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ହିତାଧିକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତାହାଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍‌ ହୋଇଥିବା ଆବଶ୍ୟକ। ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ ୧୮,୦୦୦ ଟଙ୍କା କିମ୍ବା ତାହାଠାରୁ ଅଧିକ ଅର୍ଥ ସହାୟତା ଗ୍ରହଣ କରୁଥିବେ, ସେକ୍ଷେତ୍ରରେ ସଂପୃକ୍ତ ମହିଳା ଅଯୋଗ୍ୟ ଘୋଷିତ ହେବେ। ଏହି ପରିପ୍ରେକ୍ଷୀରେ ବିଭାଗକୁ ଅନେକ ଅଭିଯୋଗ ମିଳିଛି। ସେଥିରେ ଛାତ୍ରୀମାନଙ୍କୁ ଯେଉଁ ଛାତ୍ରବୃତ୍ତି ରାଶି ପ୍ରଦାନ କରାଯାଉଛି ତାହା କେବଳ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟୟ ହେଉଛି, ହେଲେ ଏହାକୁ ଅତିରିକ୍ତ ଅର୍ଥ ସହାୟତା ଭାବେ ହିସାବକୁ ନିଆଯାଇପାରୁନାହିଁ। ଏନେଇ ବିସ୍ତୃତ ଭାବେ ଯାଞ୍ଚ କରି ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ କେଉଁ ଛାତ୍ରୀମାନେ ୧୮ ହଜାର ଟଙ୍କାରୁ ଅଧିକ ଛାତ୍ରବୃତ୍ତି ନେଇଛନ୍ତି ତା’ର ସମସ୍ତ ତଥ୍ୟ ପ୍ରଦାନ କରିବା ଲାଗି ଉକ୍ତ ପତ୍ରରେ ଉଲ୍ଲେଖ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧସିଲା ରାସ୍ତା: ଗାଡ଼ି ଚଳାଚଳ ବନ୍ଦ, ବଢ଼ିଲା ଲୋକଙ୍କ ଦୁଃଖ

ମୋହନା,୨୯ା୧୦(ମନ୍ମଥ ମିଶ୍ର): ଅର୍ଣ୍ଣବଶର ପ୍ରକୋପରେ ଗତ ଦୁଇଦିନ ତୁହାକୁ ତୁହା ଲଗାଣ ବର୍ଷାଦ୍ୱାରା ମୋହନା ଅଞ୍ଚଳରେ ଜଳମଗ୍ନ ଦେଖିବାକୁ ମିଳିଛି। ବୁଧବାର ମଧ୍ୟରାତ୍ରିଠାରୁ ବର୍ଷା କମିବା ଦ୍ବାରା…

ଅର୍ଣ୍ଣବ ପ୍ରଭାବ: ଗାଁରେ ପଶିଲା ପାଣି, ଯୋଗାଯୋଗ ବିଚ୍ଛିନ୍ନ

ପୁରୁଷୋତ୍ତମପୁର,୨୯ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅଞ୍ଚଳରେ ଲଗାଣ ବର୍ଷା ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ଗତ ୩ ଦିନ ହେବ କ୍ରମାଗତ ଭାବେ ଲାଗିରହିଥିବା…

ମହାବାତ୍ୟାର ୨୭ ବର୍ଷ: ଯୁବକଙ୍କ ଆଖିଆଗରେ ଭାସି ଯାଇଥିଲେ ପାଣିଖିଆ ଗାଁ ୧୨ ଜଣ, ଏବେ ବି…

ମହାକାଳପଡ଼ା, ୨୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୯୯୯ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ମହାବାତ୍ୟାର କରାଳ ଦୃଶ୍ୟ ଏବେବି ଲୋକଙ୍କର ମନେପଡ଼େ। ଆଜିକୁ ୨୭ ବର୍ଷ ପୂର୍ବେ ସମୁଦ୍ରକୂଳିଆ…

ମହାବାତ୍ୟାକୁ ପୂରିଲା ୨୭ ବର୍ଷ: ଏବେବି ଜୀବନ୍ତ ହୋଇ ରହିଯାଇଛି ସେଦିନର କରାଳ ଦୃଶ୍ୟ

ରାଜନଗର,୨୯ା୧୦(ଭାସ୍କର ରାଉତରାୟ): ୧୯୯୯ ଅକ୍ଟୋବର ୨୯ର ମହାବାତ୍ୟା ଉପକୂଳବାସୀଙ୍କ ପାଇଁ ଦୁଃଖର ଦିନାଙ୍କ। ଏହି ଦିନର କାଳରାତ୍ରିରେ ମହାକାଳ ରଚିଥିଲା ମହାପ୍ରଳୟ। ୩୦୦ କିଲୋମିଟର ବେଗରେ ପବନ…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଅତ୍ୟାବଶ୍ୟକ ସାମଗ୍ରୀ ସଙ୍କଟ ଆଶଙ୍କା

ଦାରିଙ୍ଗବାଡ଼ି, ୨୯।୧୦ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଅନ୍ୟପଟେ, କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ…

ପୁଣି ସୃଷ୍ଟି ହେଲା ଲଘୁଚାପ: ୨୪ ଘଣ୍ଟାରେ…

ଭୁବନେଶ୍ୱର, ୨୯।୧୦: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ। ୨୪ ଘଣ୍ଟାରେ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତ…

ଦିଲ୍ଲୀ ଏସ୍‌ଆଇଆର୍‌ ମାମଲା: ନିର୍ବାଚନ ଆୟୋଗ ଫର୍ମ ୬, ୭, ୮ ବଦଳାଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୯ା୧୦ (ପି.ଟି.):ପୂର୍ୱରୁ ଭୋଟର ତାଲିକାରେ ଥିବା ନାଗରିକମାନଙ୍କୁ ପୁନଃ ନାମ ଦାଖଲ ପାଇଁ ନୂଆ ଭୋଟରଙ୍କ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ‘ଫର୍ମ-୬’ ପୂରଣ କରିବାକୁ ବାଧ୍ୟ କରାଯାଉଥିବାରୁ…

ବାତ୍ୟା ମୁକାବିଲାର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର, ୨୯।୧୦ (ସୁନିତ୍‌ ମିଶ୍ର): ବାତ୍ୟା ଅର୍ଣ୍ଣବକୁ ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?