ଜୀବନରେ କରୁଥିବା ଏଭଳି ଭୁଲ ମଣିଷକୁ କରିଦିଏ ବରବାଦ, ଆପଣ କରୁନାହାନ୍ତି ତ…

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ସମୟରେ ବେଶ ପ୍ରାସଙ୍ଗିକ। ନିଜର ନୀତି ଯୋଗୁ ସେ ଜଣେ ସାଧାରଣ ବାଳକଙ୍କୁ ସମ୍ରାଟ କରିପାରିଥିଲେ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଏପରି ଅନେକ ବିଷୟରେ କହିଛନ୍ତି ଯାହାର ପାଳନ କଲେ ବ୍ୟକ୍ତିଟିଏ ଜୀବନରେ ଖୁସିରେ ରହିବ। ସେଥିରୁ ଗୋଟିଏ ହେଉଛି ଭୁଲ। ସେ କୁହନ୍ତି ଏଭଳି କିଛି ଭୁଲ ରହିଛି ଯାହା ମଣିଷ ଜୀବନକୁ ପୁରା ବରବାଦ କରିଦିଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

କୁକର୍ମ କରି ରୋଜଗାର କରାଯାଇଥିବା ଧନ: ଚାଣକ୍ୟ କୁହନ୍ତି ଯେଉଁମାନେ ଖରାପ କର୍ମ କରି ଅଥବା ଛନ୍ଦକପଟ କରି ରୋଜଗାର କରିଥାନ୍ତି, ସେମାନଙ୍କ ପାଖରେ ବେଶି ଦିନ ଧନ ରହି ନ ଥାଏ। ସେମାନେ ସର୍ବଦା ବିପଦରେ ଫସିଥାନ୍ତି। କୁକର୍ମ କରି ରୋଜଗାର କରାଯାଇଥିବା ଧନ ଶୀଘ୍ର ନଷ୍ଟ ହୋଇଯାଏ।

ଦିନରେ ଶୋଉଥିବା ବ୍ୟକ୍ତି: ଚାଣକ୍ୟ କୁହନ୍ତି ଯେଉଁ ଲୋକ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇଥାନ୍ତି, ସେମାନଙ୍କ ଘରେ କେବେ ବି ମା’ ଲକ୍ଷ୍ମୀ ବାସ କରି ନଥାନ୍ତି। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଶୋଉଥିବା ବ୍ୟକ୍ତିଙ୍କ ଘରେ ସର୍ବଦା ଦରିଦ୍ରତା ଏବଂ ସଙ୍କଟ ଦେଖାଦେଇଥାଏ।

ଅଧିକ ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତି: ଯେଉଁ ଲୋକ ଆବଶ୍ୟକତାଠାରୁ ଅଧିକ ଭୋଜନ କରିଥାନ୍ତି ସେମାନେ ସର୍ବଦା ଦରିଦ୍ର ରହିଥାନ୍ତି। ଏହାଛଡ଼ା ସେମାନେ ସର୍ବଦା ଅସୁସ୍ଥ ରହିଥାନ୍ତି।

କଠୋର ବାଣୀ: ଯେଉଁ ଲୋକଙ୍କ ବାଣୀ କଠୋର, ତାଙ୍କ ପାଖରେ ଲକ୍ଷ୍ମୀ ରୁହନ୍ତି ନାହିଁ। ଏଭଳି ବ୍ୟକ୍ତି ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ଅପରିଷ୍କାର ଦାନ୍ତ: ଚାଣକ୍ୟ କୁହନ୍ତି ଦାନ୍ତ ସଫା ରହିବା ବହୁତ ଆବଶ୍ୟକ। ଯେଉଁଲୋକଙ୍କ ଦାନ୍ତ ଅପରିଷ୍କାର ଥାଏ, ସେମାନଙ୍କ ପାଖରେ ମା’ ଲକ୍ଷ୍ମୀ ରହି ନ ଥାନ୍ତି। ଏହି କାରଣରୁ ବ୍ୟକ୍ତି ସର୍ବଦା ଦରିଦ୍ର ହୋଇ ରହିଯାଏ।

ନିଜର ଆଖପାଖ ପରିଷ୍କାର ରଖନ୍ତୁ: ଚାଣକ୍ୟଙ୍କ ଅନୁଯାୟୀ ଘରକୁ ସଫା ରଖିବା ଆବଶ୍ୟକ। ଯେଉଁ ଲୋକ ଏପରି କରେ ତାଙ୍କ ଉପରେ ଲକ୍ଷ୍ମୀ କ୍ରୋଧିତ ହୋଇଯାଇଥାନ୍ତି। ସମାଜରେ ଏପରି ଲୋକଙ୍କୁ ମାନସମ୍ମାନ ମିଳି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri