ସବୁ ସୁଖ ପାଇଥାନ୍ତି ଏହି ୪ ରାଶିରେ ଜନ୍ମିତ ବ୍ୟକ୍ତି; ଜୀବନରେ କେବେ ବି ଧନର ଅଭାବ ରହେ ନାହିଁ

ସମସ୍ତେ ଜୀବନରେ ଖୁସି ରହିବାକୁ ଚାହିଁଥାନ୍ତି। ପାଖରେ ଧନସମ୍ପତ୍ତି ଥାଉ, ବିଳାସମୟ ଜୀବନ ନିର୍ବାହ କରିବାକୁ ସମସ୍ତେ ସ୍ବପ୍ନ ମଧ୍ୟ ଦେଖିଥାନ୍ତି। ହେଲେ ଅନେକ ଥର ପରିଶ୍ରମ କରିବା ସତ୍ତ୍ୱେ ବ୍ୟକ୍ତି ସେତେ ଧନ ଅର୍ଜନ କରିପାରେ ନାହିଁ। ଏପରିକି ତାଙ୍କୁ ଆଶା ମୁତାବକ ସଫଳତା ମିଳି ନ ଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଜୀବନରେ ସଫଳତା ପାଇବାକୁ ହେଲେ ଭାଗ୍ୟ ସାଥ୍‌ ଦେବା ମଧ୍ୟ ଜରୁରୀ।

ରାଶିମାନଙ୍କ ଜୀବନରେ ମହତ୍ତ୍ୱ ଅଧିକ। ଏହାଦ୍ୱାରା ବ୍ୟକ୍ତିର ସ୍ବଭାବ ବିଷୟରେ ଜଣାପଡ଼ିଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ଏଭଳି ୪ ରାଶି ରହିଛି ଯେଉଁମାନେ ଭାଗ୍ୟଶାଳୀ ହୋଇଥାନ୍ତି। ତାଙ୍କୁ ଜୀବନରେ ସମସ୍ତ ସୁଖସୁବିଧା ପ୍ରାପ୍ତ ହୋଇଥାଏ। ଟିକିଏ ପରିଶ୍ରମ କଲେ ତାଙ୍କୁ ସଫଳତା ମିଳିଥାଏ। ଆସନ୍ତୁ ଜାଣିବା:

ବୃଷ ରାଶି: ଏହି ରାଶିର ସ୍ବାମୀ ଶୁକ୍ର। ଏହି ରାଶିର ଜାତକଧାରୀଙ୍କ ଉପରେ ଶୁକ୍ରଙ୍କର କୃପା ରହିଥାଏ। ଏଣୁ ସେମାନଙ୍କ ପାଖରେ ଅର୍ଥର ଅଭାବ ଦେଖାଦେଇ ନ ଥାଏ। ଧନ ମାମଲାରେ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଯେତେ ବିପଦ ଆସୁ ନା କାହିଁକି ସେମାନେ ସବୁ ବିପଦରୁ ରକ୍ଷା ପାଇଯାଇଥାନ୍ତି।

ସିଂହ ରାଶି: ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ସିଂହ ରାଶିର ବ୍ୟକ୍ତିଙ୍କ ପାଖରେ ନେତୃତ୍ୱ ନେବାର ସମସ୍ତ କ୍ଷମତା ରହିଥାଏ। ଏହିଗୁଣ ଯୋଗୁ ସେମାନେ ସମାଜରେ ମାନସମ୍ମାନ ପାଇଥାନ୍ତି। ଚାକିରି ଏବଂ ବ୍ୟବସାୟରେ ବହୁତ ସଫଳତା ମିଳିଥାଏ। ଏହି ଲୋକମାନେ ସେମାନଙ୍କର ଜୀବନରେ ଧନସମ୍ପଦ ସହ ଉନ୍ନତି ପାଇଥାନ୍ତି।

ଧନୁ ରାଶି: ଏହି ରାଶିର ସ୍ବାମୀ ବୃହସ୍ପତି। ଏଥିଯୋଗୁ ଏମାନେ ଜ୍ଞାନୀ ଏବଂ ଶକ୍ତିଶାଳୀ ହୋଇଥାନ୍ତି। ଜ୍ଞାନ ଯୋଗୁ ଏମାନଙ୍କୁ ଜୀବନରେ ଉଚ୍ଚ ପଦ ଏବଂ ମାନସମ୍ମାନ ପ୍ରାପ୍ତ ହୋଇଥାଏ। ଏମାନେ ନିଜ କାମ ପ୍ରତି ସଚ୍ଚୋଟ ହୋଇଥାନ୍ତି। ପରିଶ୍ରମ ଏବଂ ନିଷ୍ଠା ଯୋଗୁ ଏହି ରାଶିଧାରୀ ଜୀବନରେ ସବୁକିଛି ହାସଲ କରିପାରିଥାନ୍ତି। ଏମାନଙ୍କଗୁଣ ଅନ୍ୟମାନଙ୍କୁ ବହୁତ ପ୍ରଭାବିତ କରିଥାଏ।

କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତି ଉପରେ ଶନିଙ୍କର କୃପା ରହିଥାଏ। କାହା ସହ ଏମାନେ ଖରାପ ବ୍ୟବହାର ଏବଂ ଧୋକା ଦିଅନ୍ତି ନାହିଁ। ସମାଜକଲ୍ୟାଣ ପାଇଁ ଏମାନେ ବହୁତ କାମ କରିଥାନ୍ତି। ଏମାନଙ୍କର ଇଚ୍ଛାଶକ୍ତି ବହୁତ ମଜଭୂତ ଥାଏ। ଏମାନେ ଦୂରଦର୍ଶୀ ହୋଇଥାନ୍ତି। ଏମାନଙ୍କ ଭିତରେ ନେତୃତ୍ୱ ନେବାର ଗୁଣ ରହିଥାଏ। ଏହି ଗୁଣ ଅନ୍ୟମାନଙ୍କୁ କୁମ୍ଭ ରାଶି ଜାତକଧାରୀଙ୍କ ପ୍ରତି ଆକର୍ଷିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ସ୍ବର୍ଗ କରିବା ପାଇଁ ଏହି ୩ଟି କଥାକୁ ମହତ୍ତ୍ୱ ଦେଇଛନ୍ତି ଚାଣକ୍ୟ, ଜାଣନ୍ତୁ କ’ଣ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନ ବିଷୟରେ ଅନେକ କିଛି ଉଲ୍ଲେଖ କରିଛନ୍ତି। ଏହାର ଏକ ଶ୍ଳୋକରେ ଘରକୁ ସ୍ବର୍ଗ ପରି କରିବା ପାଇଁ ତିନୋଟି...

ସ୍ତ୍ରୀ-ସ୍ବାମୀ ସମ୍ପର୍କ ସଫଳ ପାଇଁ ଚାଣକ୍ୟ କହିଛନ୍ତି କିଛି ଏପରି ଉପାୟ, ଜାଣନ୍ତୁ ସେ ସବୁ କ’ଣ

ଆଚାର୍ଯ୍ୟ ଚାଣକ୍ୟ ଧନ, ପ୍ରଗତି ଏବଂ ବୈବାହିକ ଜୀବନ ସମେତ ସମସ୍ତ ଦିଗ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ତାହା ସହ ଜଡିତ ସମସ୍ୟାର ସମାଧାନ...

୭୦ରୁ୯୦ ପ୍ରତିଶତ ଭାରତୀୟଙ୍କର ଭିଟାମିନ ଡି’ ଅଭାବ

ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ୭୦ ରୁ ୯୦ ପ୍ରତିଶତ ଭାରତୀୟଙ୍କଠାରେ ଭିଟାମିନ୍‌ ଡି’ଅଭାବ ରହିଛି। ଏହି କାରଣରୁ ସେମାନେ ଟାଇପ୍‌-୨ ଡାଇବେଟିସ୍‌ ଓ ଉଚ୍ଚରକ୍ତଚାପର...

ହୃତ୍‌ପିଣ୍ଡ ଉପରେ ପ୍ରଭାବ ପକାଏ ଆଣ୍ଠୁଗଣ୍ଠି ଯନ୍ତ୍ରଣା

ଏକ ଗବେଷଣାରୁ ବିଶେଷଜ୍ଞମାନେ ଏହା ଜାଣିବାକୁ ପାଇଛନ୍ତି। ବିଶେଷଜ୍ଞଙ୍କ ମତରେ, ସ୍ପଣ୍ଡିଲାଇଟ୍ସକୁ ଅଣଦେଖା କରିବା ଉଚିତ୍‌ ନୁହେଁ। ଏହାଦ୍ୱାରା ଗମ୍ଭୀର ରୋଗର ସାମ୍ନା କରିବାକୁ ପଡ଼ିଥାଏ।...

କଥାବାର୍ତ୍ତା ଶୈଳୀ ଓ ବୁଦ୍ଧିମତ୍ତା

କଥାରେ ଅଛି-କହିବ ମଧୁର ବଚନ, କହି ତୋଷିବ ଜନମନ। କଥାବାର୍ତ୍ତା ଶୈଳୀ ଉପରେ ହିଁ ନିଜର ବ୍ୟକ୍ତିତ୍ୱ ନିର୍ଭର କରିଥାଏ। ତେବେ ଏହାର ପ୍ରଭାବ ମଧ୍ୟ...

ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି କି? ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ହୋଇଯିବେ ଉତ୍ତୀର୍ଣ୍ଣ

ଅନେକଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ସୁଦ୍ଧା ବେଳେବେଳେ କେତେକ ସ୍ଥାନରେ ଫେଲ୍‌ ହୋଇଥାନ୍ତି। ବିଶେଷକରି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ମନରେ ଭୟ ରହିଥାଏ।...

ଧଳା ଜହର ଲୁଣ

”ଆମେ ଖାଉଥିବା ଲୁଣର ରାସାୟନିକ ନାମ ହେଲା ‘ସୋଡିୟମ କ୍ଲୋରାଇଡ୍‌’। ଏଥିରେ ଥିବା ସୋଡିୟମ୍‌ ହିଁ ଆମ ସ୍ବାସ୍ଥ୍ୟ ଉପରେ ଭଲମନ୍ଦ ପ୍ରଭାବ ଲାଗି ଦାୟୀ।...

ଏପରି କରନ୍ତୁ ପକ୍ଷାଘାତରୁ ରହିବେ ଦୂରେଇ…

ଗାଧୋଇବା ସମୟରେ କେତେକ ସାବଧାନତା ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଥାଏ। ଏପରି ସତର୍କତା ଅବଲମ୍ବନ ନ କଲେ ଶରୀର ଅସୁସ୍ଥ ହେବା ସହିତ ପକ୍ଷାଘାତ...

Advertisement
Archives

Model This Week