୨୦୨୧ ଆଇପିଏଲ୍‌ ସିଏସ୍‌କେର ଏହି ୪ ଧୁରନ୍ଧରଙ୍କ ପାଇଁ ହୋଇପାରେ ଶେଷ ସିଜିନ୍‌

ନୂଆଦିଲ୍ଲୀ,୮।୪: ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍କୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏହାକୁ ନେଇ ପ୍ରଶଂସକଙ୍କ ସହ ଖେଳାଳିଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଏକ ଶକ୍ତିଶାଳୀ ଦଳ ଭାବରେ ପରିଗଣିତ ହୋଇଛି। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ତିନିଥର ଆଇପିଏଲ ଟାଇଟଲ ଜିତିଛି ଦଳ। ହେଲେ ଗତ ସିଜନରେ ଏହା ସେତେଟା ଭଲ ପ୍ରଦର୍ଶନ କରିପାରି ନ ଥିଲା। ଏଥର ଧୋନୀ ପୁଣି ଥରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବାକୁ ଯଥାସମ୍ଭବ ଚେଷ୍ଟା କରିବ।
ତେବେ ଆସନ୍ତା ସିଜନରେ ଦଳର ଅନେକ ଖେଳାଳି ଆମକୁ ଦେଖିବାକୁ ମିଳି ନ ପାରନ୍ତି। ଅଧିନାୟକ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଏଣୁ ଏହା ତାଙ୍କର ଶେଷ ଆଇପିଏଲ୍‌ ହୋଇପାରେ ବୋଲି କୁହାଯାଉଛି। ଏହାଛଡ଼ା ଚେନ୍ନାଇ ସୁପର କିଙ୍ଗ୍ସର ଅନ୍ୟ କିଛି ଖେଳାଳି ଏହି ସିଜିନ ପରେ ଆଇପିଏଲକୁ ବିଦାୟ କହିପାରନ୍ତି। ଆସନ୍ତୁ ଜାଣିବା:

୧) ମହେନ୍ଦ୍ର ସିଂ ଧୋନୀ:
ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟେକ ଫର୍ମାଟରୁ ଅବସର ନେଇସାରିଛନ୍ତି। ଏହା ତାଙ୍କର ଶେଷ ଆଇପିଏଲ ସିଜନ ହୋଇପାରେ। ଏହି ସିଜନ ପରେ ଧୋନିଙ୍କୁ ଆଉ ପଡ଼ିଆରେ ଦେଖାଯାଇ ନ ପାରେ। ଗତ ଆଇପିଏଲ୍‌ରେ ଧୋନୀ ଅବସର ନେଇଥିବା ଶୁଣିବାକୁ ମିଳିଥିଲା। କିନ୍ତୁ ଧୋନୀ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ପରିପ୍ରେକ୍ଷୀରେ କ୍ରିକେଟ ସମୀକ୍ଷକ ଡାନି ମୋରିସନ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ସେ ବର୍ତ୍ତମାନ ଖେଳିବା ଜାରି ରଖିବେ ବୋଲି କହିଥିଲେ। ତେବେ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଧୋନୀ ଏପର୍ଯ୍ୟନ୍ତ ୧୧ଟି ସିଜନ ଅଧିନାୟକ କରିଛନ୍ତି। ଧୋନୀଙ୍କ ନେତୃତ୍ୱରେ ଦଳ ୨୦୧୦, ୨୦୧୧ ଏବଂ ୨୦୧୮ରେ ଆଇପିଏଲ୍‌ ଟାଇଟଲ ଜିତିଛ। ହେଲିକପ୍ଟର ସଟ ପାଇଁ ଜଣାଶୁଣା ୩୯ ବର୍ଷୀୟ ଧୋନୀ ୧୭୪ ଆଇପିଏଲ ମ୍ୟାଚରେ ୪୦୫୮ ରନ ସଂଗ୍ରହ କରିଛନ୍ତି।

୨) ଇମ୍ରାନ ତାହିର: ୪୨ ବର୍ଷୀୟ ଏହି କ୍ରିକେଟର ମଇଦାନରେ ନିଜର ଶକ୍ତି ପାଇଁ ଜଣାଶୁଣା। ଇମ୍ରାନ ଜଣେ ଅଭିଜ୍ଞ ବୋଲର। ସ୍ପିନ୍‌ର ଜାଲରେ ସେ ବ୍ୟାଟ୍ସମ୍ୟାନ୍‌ମାନଙ୍କୁ କିପରି ଫସାଇବେ ଜାଣନ୍ତି। ବୋଲିଂରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଇମ୍ରାନଙ୍କୁ ୨୦୧୮ରେ ବାଇଗଣୀ କ୍ୟାପ୍‌ ମିଳିଥିଲା। କିନ୍ତୁ ଗତ ସିଜନରେ ସେ କେବଳ ତିନୋଟି ମ୍ୟାଚ ଖେଳିଥିଲେ। ୫୮ ଟି ଆଇପିଏଲ ମ୍ୟାଚରେ ଇମ୍ରାନ ତାହିର ୮୦ ୱିକେଟ ନେଇଛନ୍ତି।

୩) ଡାରେନ ବ୍ରାଭୋ: ୱେଷ୍ଟଇଣ୍ଡିଜର ଏହି କ୍ରିକେଟର ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳନ୍ତି। ସେ ଜଣେ ଉତ୍କୃଷ୍ଟ ଅଲରାଉଣ୍ଡର। କିନ୍ତୁ ଗତ କିଛି ସିଜନରେ ବ୍ରାଭୋ ଭଲ ପ୍ରଦର୍ଶନ କରିନାହାନ୍ତି। ଏଣୁ ସେ ପୁଣି ଥରେ ଲୟକୁ ଆସିବାକୁ ବାଟ ଖୋଜୁଛନ୍ତି। ଏହି ସିଜନ ପରେ ତାଙ୍କୁ ଆଇପିଏଲରେ ଦେଖିବାକୁ ମିଳି ନ ପାରେ ବୋଲି କୁହାଯାଉଛି। ତେବେ ବ୍ରାଭୋ ୧୪୦ ମ୍ୟାଚ୍‌ରେ ୧୪୯୯ ରନ୍‌ ବ୍ୟତୀତ ୧୫୩ ଉଇକେଟ ନେଇଛନ୍ତି।

୪) ସୁରେଶ ରାଇନା: ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସୁରେଶ ରାଇନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଧୋନୀଙ୍କ ସହ ସେ ତାଙ୍କ ଅବସର ଘୋଷଣା କରିବେ ବୋଲି ତାଙ୍କ ପ୍ରଶଂସକମାନେ ଆଶା କରି ନ ଥିଲେ। ରାଇନା ତାଙ୍କ ଫର୍ମ ଏବଂ ଫିଟନେସ୍‌ ସହ ସଂଘର୍ଷ କରିଆସୁଛନ୍ତି। ଗତ କିଛି ସିଜନରେ ତାଙ୍କର ପ୍ରଦର୍ଶନ ସେତେଟା ଭଲ ନାହିଁ। ହୋଇପାରେ ସେ ଚଳିତ ସିଜିନ ପରେ ଆଇପିଏଲ୍‌କୁ ବିଦାୟ ନେଇପାରନ୍ତି। ରାଇନା ଆଇପିଏଲରେ ୧୯୩ ମ୍ୟାଚ୍‌ରେ ୫୩୬୮ ରନ କରି ଲିଗ୍‌ର ଦ୍ୱିତୀୟ ସର୍ବାଧିକ ରନ କରିଥିବା ଖେଳାଳି ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri