ଚାକିରି-ବ୍ୟବସାୟରେ ସଫଳ ହେବାକୁ ଚାହାନ୍ତି କି? ଆପଣାନ୍ତୁ ଚାଣକ୍ୟଙ୍କ ଏହି ୪ ନୀତି…

ମନୁଷ୍ୟ ଜୀବନକୁ ସରଳ କରିବାକୁ ନେଇ ‘ଚାଣକ୍ୟ ନୀତି’ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି କାରଣରୁ ଆଜି ବି ଲୋକେ ଏହାକୁ ଅଧ୍ୟୟନ କରିବା ସହ ଦିଆଯାଇଥିବା ପରାମର୍ଶ ଏବଂ ପ୍ରତିକାରକୁ ନିଜ ଜୀବନରେ କାର୍ଯ୍ୟକାରୀ କରିଥାନ୍ତି। ଏହି କ୍ରମରେ ଯେକୌଣସି ବ୍ୟକ୍ତି ଅଫିସ ଏବଂ ବ୍ୟବସାୟରେ ସଫଳତା ହାସଲ କରିବାକୁ ନେଇ ଚାଣକ୍ୟ ଚାରୋଟି ମୂଳମନ୍ତ୍ର ଦେଇଛନ୍ତି। ଆସନ୍ତୁ ଜାଣିବା:

-ଚାଣକ୍ୟ କୁହନ୍ତି ସଫଳତା ପାଇବାର ପ୍ରଥମ ମୂଳମନ୍ତ୍ର ହେଲା କେବେ ବି ଅସଫଳତାକୁ ନେଇ ଭୟଭୀତ ନ ହେବା। ଯଦି କେହି ଗୋଟିଏ କାମ ଆରମ୍ଭ କରୁଛନ୍ତି ତେବେ ବିଫଳ ହେବା ଭୟ କରି ଅଧାରୁ ତାକୁ ଛାଡ଼ନ୍ତୁ ନାହିଁ। ସଫଳ ଏବଂ ବିଫଳ ହେବା ଜୀବନର ଚକ୍ର। ଯଦି ସଚ୍ଚୋଟତାର ସହ ନିଜ କାର୍ଯ୍ୟ କରିବେ ତେବେ ସଫଳତା ନିଶ୍ଚୟ ମିଳିବ।

-ଚାଣକ୍ୟ କୁହନ୍ତି ଯଦି କେବେ ସୁଯୋଗ ମିଳେ ତେବେ ହାତଛଡ଼ା କରିବା ଉଚିତ ନୁହେଁ। ମନୁଷ୍ୟକୁ ନିଜର ପ୍ରତିଭା ଦେଖାଇବାକୁ ଚେଷ୍ଟା କରିବା ଉଚିତ। ଯଦି ଦ୍ୱନ୍ଦ୍ୱ ଅଥବା ଆଳସ୍ୟ କଲେ ତେବେ ହାତରେ କିଛି ରହିବ ନାହିଁ। ଏଣୁ ବ୍ୟକ୍ତିକୁ ସୁଯୋଗ ମିଳିଲେ ଆଗକୁ ବଢ଼ିବାର ଚେଷ୍ଟା କରିବା ଉଚିତ।

-ପ୍ରଶ୍ନ ପଚାରିଲେ ସଙ୍କୋଚ କରନ୍ତୁ ନାହିଁ। ଚାଣକ୍ୟ କୁହନ୍ତି ଅନେକ ସମୟରେ ଲୋକଙ୍କୁ ଅଫିସରେ ନିଜ ମାଲିକଙ୍କୁ ପ୍ରଶ୍ନ ପଚାରିବାରେ ସଙ୍କୋଚ କରିଥାନ୍ତି। ଏପରି କରୁଥିବା ବ୍ୟକ୍ତି ଆଗକୁ ବଢ଼ିପାରେ ନାହିଁ। କାରଣ ସେମାନଙ୍କ ପାଖରେ ଜ୍ଞାନର ଅଭାବ ଥାଏ। ସେ ପଛରେ ରହିଯାଇଥାନ୍ତି।

-ଚାଣକ୍ୟ କୁହନ୍ତି ବ୍ୟକ୍ତିର ସବୁଠାରୁ ବଡ଼ ଶତ୍ରୁ ହେଉଛି ରାଗ। ରାଗ ବ୍ୟକ୍ତିର ବୁଝିବା-ଚିନ୍ତା କରିବା ଶକ୍ତିକୁ ଶେଷ କରିଦେଇଥାଏ। ଏଥିପାଇଁ କରିଥିବା କାମ ମଧ୍ୟ ଖରାପ କରିଦେଇଥାଏ। ଏଭଳି ଲୋକ ଅଫିସରେ ନୁହେଁ କି ବ୍ୟବସାୟରେ ସଫଳ ହୁଅନ୍ତି ନାହିଁ। ଏଥିପାଇଁ ସବୁବେଳେ ରାଗଠାରୁ ଦୂରରେ ରହିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ସେପ୍ଟେମ୍ୱର ୧୭ରେ ବଦଳିବ ବୁଧଙ୍କ ଚଳନ, ୪ ରାଶିର ଭାଗ୍ୟ ଚମକିବ, ଆଲମାରୀରେ ଭର୍ତ୍ତି ହୋଇଯିବ ଟଙ୍କା!

୨୦୨୬ ମସିହା ସେପ୍ଟେମ୍ୱର ୧୭ ତାରିଖରେ ବିଶ୍ୱକର୍ମା ପୂଜା ପାଳନ କରାଯିବ। ଏହି ଦିନ ବୁଧ ଗ୍ରହ ନିଜର ଦିଗ ପରିବର୍ତ୍ତନ କରୁଛନ୍ତି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ,…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri