Posted inରାଜ୍ୟ

ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି: ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର,୮।୧୨ (ବ୍ୟୁରୋ): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଚାକିରି ଦେବାକୁ କହି ଜଣେ ମହିଳାଙ୍କୁ ୩୦ ହଜାର ଟଙ୍କା ଠକିବା ଅଭିଯୋଗକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ହେଲେ ବର୍ଷା ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଘଟଣା ସଂକ୍ରାନ୍ତରେ ବୁଧବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟି ତାଙ୍କ ନାଁରେ ମିଥ୍ୟା ଅଭିଯୋଗ ହୋଇଥିବା କହିଛନ୍ତି। ତେବେ ସମସ୍ତ ପ୍ରମାଣ ତଦନ୍ତକାରୀ ଅଧିକାରୀଙ୍କୁ ଦେବାକୁ ବର୍ଷାଙ୍କୁ ଡିସିପି ସିଂ କହିଛନ୍ତି। ଏଥିସହ ବର୍ଷା ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ମୋ ନାଁରେ ଯେଉଁମାନେ ଷଡ଼ଯନ୍ତ୍ର କରିଛନ୍ତି, ସେମାନଙ୍କ ବିରୋଧରେ ଆଇନର ଦ୍ୱାରସ୍ଥ ହେବି। ଶହୀଦନଗର ଥାନାରେ ସତ୍ୟକାଳୀ ବସ୍ତିରେ ରହୁଥିବା କଲ୍ୟାଣୀ ନାମ୍ନୀ ମହିଳା ବର୍ଷାଙ୍କ ନାମରେ ଉକ୍ତ ଠକେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ୪ ମାସ ତଳେ ଜନତା ମଇଦାନରେ ବର୍ଷାଙ୍କୁ ଭେଟିଥିଲେ କଲ୍ୟାଣୀ। ହେଲେ ବର୍ଷା ସମୟ ନ ଥିବା କହିବା ସହ ସାଙ୍ଗରେ ଥିବା ସହଯୋଗୀ ଆୟୁଷୀ ପ୍ରିୟଦର୍ଶିନୀଙ୍କ ସହ କଥା ହେବାକୁ କଲ୍ୟାଣୀଙ୍କୁ କହିଥିଲେ। ପରବର୍ତ୍ତୀ ସମୟରେ ଆୟୁଷୀ କଲ୍ୟାଣୀଙ୍କୁ ଏକ ପ୍ରତିଷ୍ଠିତ ସୁନା ଦୋକାନରେ ଚାକିରି କରାଇ ଦେବାକୁ କହିବା ସହ ଏଥିପାଇଁ ବର୍ଷାଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାଇବାକୁ କହିଥିଲେ। ଗତ ଜୁଲାଇ ୨୭ରେ ବର୍ଷାଙ୍କ ଆକାଉଣ୍ଟକୁ କଲ୍ୟାଣୀ ୩୦ ହଜାର ପଠାଇଥିଲେ। ଚାକିରି ନ ଦେବାରୁ ସେ ହାଇକକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲା ରୁଜୁ କରି ତଦନ୍ତ କରିବାକୁ କୋର୍ଟଙ୍କ ପକ୍ଷରୁ ଶହୀନଗର ଥାନାକୁ ଚିଠି ଆସିଥିଲା। ପରେ ପୋଲିସ ବର୍ଷା, ସହଯୋଗୀ ଆୟୁଷୀ ଓ ଜଣେ ସୁନା ଦୋକାନୀଙ୍କ ନାଁରେ ମାମଲା (ନଂ ୫୬୫/୨୨) ରୁଜୁ କରିଛି। ଥାନାଧିକାରୀ ମନୋଜ କୁମାର ଶତପଥୀ କହିଛନ୍ତି, ଭୁଲ୍‌ରେ ଟଙ୍କା ଆସିଥିବା ଭାବି ଉକ୍ତ ଆକାଉଣ୍ଟକୁ ୩୦ ହଜାର ଟଙ୍କା ଫେରାଇ ଦେଇଥିବାର ଟ୍ରାଞ୍ଜାକ୍ସନ ଦସ୍ତାବିଜ୍‌ ବର୍ଷା ଦେଇଛନ୍ତି। ମାମଲାର ସତ୍ୟତା ଜାଣିବାକୁ ଅଧିକ ତଦନ୍ତ କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri