ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶରେ ହେବ ଆଉ ୩ ନୂଆ AIIMS

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆଜି ତାଙ୍କର ଲଗାତର ନବମ ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଏହି ବଜେଟ୍‌ରେ ଆତ୍ମନିର୍ଭରଶୀଳ ଭାରତ ପାଇଁ ୨୦୦୦ କୋଟିର ଘୋଷଣା ରହିଛି। ଏହା ସହିତ ୫୦୦୦୦୦ରୁ ଅଧିକ ଜନସଂଖ୍ୟା ଥିବା ସହରଗୁଡ଼ିକୁ ବିକଶିତ କରିବାର ଯୋଜନା ଘୋଷଣା କରାଯାଇଛି। ବଜେଟ୍‌ରେ ଜୈବ ଔଷଧ ଉପରେ ଧ୍ୟାନ ଦିଆଯାଇଛି। ଏଥିପାଇଁ ସରକାର ୧୦୦୦୦ କୋଟି ବ୍ୟୟବରାଦ କରିଛନ୍ତି। ଆଜି ଅର୍ଥମନ୍ତ୍ରୀ ଦେଶରେ ୩ଟି ନୂଆ ଏମ୍ସ ପାଇଁ ଘୋଷଣା କରିଛନ୍ତି।

ପୂର୍ବ ବଜେଟ୍‌ରେ ଭାରତୀୟ ଜନତା ପାର୍ଟି ସରକାର ପାଞ୍ଚ ବର୍ଷ ମଧ୍ୟରେ ୭୫,୦୦୦ ଡାକ୍ତରୀ ସିଟ୍ ଯୋଡିବା ଏବଂ ୨୦୧୪ ପରେ ପ୍ରତିଷ୍ଠିତ ଆଇଆଇଟିରେ ଭିତ୍ତିଭୂମିକୁ ସୁଦୃଢ଼ ​​କରିବା ପାଇଁ ଯୋଜନା ଘୋଷଣା କରିଥିଲେ। ୨୦୨୫ ପାଇଁ କେନ୍ଦ୍ର ସରକାର ଶିକ୍ଷା ପାଇଁ ୧,୨୮,୬୫୦.୦୫ କୋଟି ଟଙ୍କା ବ୍ୟୟ କରିଥିଲେ, ଯାହା ପୂର୍ବ ବର୍ଷ ତୁଳନାରେ ୬.୬୫ ପ୍ରତିଶତ ବୃଦ୍ଧି।

ଆହୁରି ଅଧିକ ପଢ଼ନ୍ତୁ… ବଜେଟ୍‌: ଉପକୃତ ହେବେ ଗ୍ରାମୀଣ ଯୁବକ

ଏହି ସମୟରେ ଭାରତୀୟ ପାର୍ଲାମେଣ୍ଟରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ୨୦୨୫-୨୬ ବିଦ୍ୟାଳୟ ଶିକ୍ଷାରେ ନିରନ୍ତର ଚ୍ୟାଲେଞ୍ଜକୁ ସୂଚିତ କରେ। ବିଦ୍ୟାଳୟ ସ୍ତରରେ ନାମଲେଖା ସାର୍ବଜନୀନ ହେବା ପାଖାପାଖି ଥିଲେ ମଧ୍ୟ, ଏହା ସ୍ଥିର ଶିକ୍ଷଣ ଫଳାଫଳରେ ପରିଣତ ହୋଇନାହିଁ, ବିଶେଷକରି ପ୍ରାଥମିକ ଶ୍ରେଣୀ ବ୍ୟତୀତ। ମାଧ୍ୟମିକ ସ୍ତରରେ ନିଟ୍ ନାମଲେଖା ହାର ଦ୍ରୁତ ଭାବରେ ହ୍ରାସ ପାଇଛି, ଯାହା ୫୨ ପ୍ରତିଶତରୁ ଅଧିକ।

ଆଜି ପାର୍ଲାମେଣ୍ଟରେ ଅର୍ଥମନ୍ତ୍ରୀ ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ  ଏକ ବଡ଼ ଘୋଷଣା କରିଛନ୍ତି। ବିଶେଷ କରି STEM (ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ, ଇଞ୍ଜିନିୟରିଂ ଏବଂ ଗଣିତ) ବିଭାଗରେ ଅଧ୍ୟୟନ କରୁଥିବା ଛାତ୍ରୀମାନଙ୍କ ରହଣି ସମସ୍ୟା ଦୂର କରିବା ପାଇଁ ଦେଶର ପ୍ରତ୍ୟେକ ଜିଲାରେ ଗୋଟିଏ ଲେଖାଏ କନ୍ୟା ଛାତ୍ରୀନିବାସ ପ୍ରତିଷ୍ଠା କରାଯିବ।

STEM ଶିକ୍ଷା ପାଇଁ ଦୀର୍ଘ ସମୟର ପାଠପଢ଼ା ଏବଂ ଲାବୋରେଟୋରୀ କାମର ଆବଶ୍ୟକତା ଥାଏ, ଯାହା ଛାତ୍ରୀମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ। ଏହି ଛାତ୍ରୀନିବାସଗୁଡ଼ିକ ସେମାନଙ୍କୁ ସୁରକ୍ଷିତ ଏବଂ ସୁବିଧାଜନକ ରହଣି ପ୍ରଦାନ କରିବ।

ଏହି ଯୋଜନା ମାଧ୍ୟମରେ ଆଷ୍ଟ୍ରୋଫିଜିକ୍ସ ଏବଂ ଆଷ୍ଟ୍ରୋନୋମି କ୍ଷେତ୍ରରେ ଛାତ୍ରୀମାନଙ୍କୁ ବାସ୍ତବ ଅନୁଭୂତି ପ୍ରଦାନ କରିବ, ଯାହା ସେମାନଙ୍କୁ ବିଜ୍ଞାନ କ୍ଷେତ୍ରରେ ଆଗକୁ ବଢ଼ିବାକୁ ପ୍ରେରଣା ଦେବ।

ଦୂରଦୂରାନ୍ତରୁ ଆସୁଥିବା ମେଧାବୀ ଛାତ୍ରୀମାନେ ରହିବା ସୁବିଧା ଅଭାବରୁ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି, ତାହା ଏହି ପଦକ୍ଷେପ ନିଶ୍ଚିତ କରିବ। ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣା ଦେଶର ନାରୀଶକ୍ତିକୁ ବୈଷୟିକ କ୍ଷେତ୍ରରେ ଆତ୍ମନିର୍ଭର କରିବା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?