Posted inଜାତୀୟ

ବିକ୍ଷୋଭ ପାଇଁ ଅନିର୍ଦ୍ଦିଷ୍ଟ କାଳ ସ୍ଥାନ ଦଖଲ ହୋଇପାରିବନି

ନୂଆଦିଲ୍ଲୀ,୪ା୧୧: ବିକ୍ଷୋଭ କରିବା ପାଇଁ କେହି ଏକ ସ୍ଥାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦଖଲ କରିପାରିବେ ନାହଁି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଏପରିକି ବିକ୍ଷୋଭ ପାଇଁ ନିର୍ଦ୍ଧାରିତ ସ୍ଥାନଗୁଡ଼ିକ ନିମନ୍ତେ ନିର୍ଦ୍ଦିଷ୍ଟ ସମୟସୀମା ରହିବା ଉଚିତ। ଗତ ମାସରେ କେନ୍ଦ୍ରୀୟ ଦିଲ୍ଲୀର ଯନ୍ତରମନ୍ତର ଏବଂ ନିକଟରେ ରାମଲୀଳା ମଇଦାନରେ ବିରୋଧୀ ଦଳ ଓ ଅନ୍ୟମାନଙ୍କ ଦ୍ୱାରା ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ ବିରୋଧରେ ହୋଇଥିବା ବିଶାଳ ବିକ୍ଷୋଭକୁ ନେଇ ପିଟିଶନ୍‌ର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।
ଉତ୍ସବ ଋତୁରେ ରାମଲୀଳା ମଇଦାନରେ ଇଣ୍ଡିଆ ବ୍ଲକ୍‌ର ରାଲି ଯୋଗୁ ଉକ୍ତ ଅଞ୍ଚଳରେ ବ୍ୟବସାୟ ପ୍ରଭାବିତ ହେବାକୁ ଥିବାରୁ ଏହାକୁ ବନ୍ଦ କରିବା ପାଇଁ ବ୍ୟବସାୟୀ ସଂଘ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ଏହାର ଶୁଣାଣି କରି ଅଦାଲତ ଇଣ୍ଡିଆ ବ୍ଲକ୍‌କୁ ଆବେଦନର ପ୍ରତିବାଦୀ ଭାବେ ସାମିଲ କରିବାକୁ ବ୍ୟବସାୟୀ ସଂଘକୁ କହିଛନ୍ତି।
ଗତ ମାସରେ ସୁପ୍ରିମକୋର୍ଟ ପରିସରରେ ବିକ୍ଷୋଭ ବେଳେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜଣେ ମହିଳା ଖବରଦାତାଙ୍କୁ ଠେଲିଦେଇଥିବା ନେଇ ପିଟିଶନ ଦାଏର ହୋଇଥିଲା। ସୁପ୍ରିମକୋର୍ଟ ଏହା ଉପରେ କଂଗ୍ରେସ ଓ ଏହାର ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲଙ୍କୁ ଜବାବ ମାଗିଛନ୍ତି।
ଜାତୀୟ ରାଜଧାନୀରେ ନିକଟରେ ହୋଇଥିବା ବ୍ୟାପକ ଅଟକ, ପୋଲିସ ବର୍ବରତା, ମେଟ୍ରୋ ଷ୍ଟେଶନ ଓ ଇଣ୍ଟରନେଟ୍‌ ବନ୍ଦ ଆଦି ପ୍ରସଙ୍ଗକୁ ନେଇ ବ୍ୟବସାୟୀ ଓ ଅନ୍ୟମାନଙ୍କ ଦ୍ୱାରା ଦାଏର ଅନେକ ପିଟିଶନ୍‌ର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଏବଂ ଭି. ମୋହନାଙ୍କ ଖଣ୍ଡପୀଠ ମହିଳା ଖବରଦାତାଙ୍କ ପିଟିଶନ୍‌ ଉପରେ କଂଗ୍ରେସ, ରାହୁଲ ଗାନ୍ଧୀ ଓ ଖାର୍ଗେଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘ୍‌ଭି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆରମ୍ଭରୁ କିରାନା କମିଟି ଦିଲ୍ଲୀ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ, ସେ ଦିଲ୍ଲୀର ସମସ୍ତ ବ୍ୟବସାୟୀ ସଂଘର ପ୍ରତିନିଧିତ୍ୱ କରୁଛନ୍ତି। କନ୍ନଟପ୍ଲେସ୍‌ରେ ସବୁ ଦୋକାନ ବନ୍ଦ ରହିଛି ଓ ସେଠାରେ କେହି ନାହାନ୍ତି ବୋଲି ରୋହତଗୀ କହିଥିଲେ।
ସିଜେଆଇ କହିଥିଲେ, ଆପଣମାନେ ଆଗାମୀ ଦିନରେ ସବୁ ସମୟ ପାଇଁ ବିକ୍ଷୋଭ ସ୍ଥଳକୁ ଦଖଲ କରିପାରିବେ ନାହିଁ। ଅନ୍ୟ ବିକ୍ଷୋଭକାରୀ କୃଷକ, ଖବରଦାତା, ଆଇନଜୀବୀ ଆଦି କୁଆଡ଼େ ଯିବେ। ତେବେ ବ୍ୟବସାୟୀ ସଂଘ, ବାସହୀନମାନେ କୁଆଡ଼େ ଯିବେ ବୋଲି ସେ ପ୍ରଶ୍ନ କରିଥିଲେ। ପ୍ରତ୍ୟେକଙ୍କର ବିକ୍ଷୋଭ କରିବା ଅଧିକାର ରହିଛି। ନିର୍ଦ୍ଦିଷ୍ଟ ବିକ୍ଷୋଭ ପାଇଁ ନିର୍ଦ୍ଦିଷ୍ଟ ସମୟ ଦିଆଯିବା ଆବଶ୍ୟକ ବୋଲି ସିଜେଆଇ କହିଛନ୍ତି।
ବିକ୍ଷୋଭ କରିବା ଅଧିକାର ସହ ବ୍ୟବସାୟ ଏବଂ ଜୀବିକା ନିର୍ବାହ କରିବାର ଅଧିକାର ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକତା ଉପରେ ଖଣ୍ଡପୀଠ ଗୁରୁତ୍ୱ ଦେଇଛନ୍ତି। ଏଠାରେ ପରସ୍ପର ବିରୋଧୀ ଦାବି ରହିଛି। ଆନ୍ଦୋଳନ କରିବା ଅଧିକାର ଓ ବ୍ୟବସାୟ କରିବା ଅଧିକାର ଉଭୟ ସମ୍ବିଧାନ ଦ୍ୱାରା ସ୍ବୀକୃତିପ୍ରାପ୍ତ ଅଧିକାର। ଆମେ ଏଠାରେ କେବଳ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ କଥା କହୁନାହୁଁ, ଦିନ ମଜୁରିଆଙ୍କ ଜୀବିକା ନିର୍ବାହ ଉତ୍ସ କଥା କହୁଛୁ। ସେମାନେ ଦୈନନ୍ଦିନ ଖର୍ଚ୍ଚ ଯୋଗାଡ଼ କରିବାକୁ କୁଆଡ଼େ ଯିବେ ବୋଲି ସିଜେଆଇ ପ୍ରଶ୍ନ କରିଥିଲେ। ବ୍ୟବସାୟରେ ଅନେକ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ଦର୍ଶାଇ ରୋହତଗୀ ଉତ୍ସବ ଋତୁରେ ବିକ୍ଷୋଭ ଉପରେ ୨ ମାସ କଟକଣା ଲଗାଯାଉ ବୋଲି ଦାବି କରିଥିଲେ। ଏନେଇ ସରକାର ଚିନ୍ତା କରିବା ସହ ନୂଆ ଯୋଜନା ଆଣିବା ଆବଶ୍ୟକ ବୋଲି ରୋହତଗୀ କହିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୁଧବାର ଏହି ଜିଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା, ନିର୍ଦ୍ଦେଶନାମା ଜାରି କଲେ…

ଛତ୍ରପୁର,୩।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ୪ ତାରିଖ (ବୁଧବାର) ଗଞ୍ଜାମ ଜିଲାର ସମସ୍ତ…

କୋଟିଆରେ ଓଡ଼ିଶାର ଦୃଢ଼ ଆଭିମୁଖ୍ୟ: ପ୍ରଶାସନ-ପୋଲିସର ବିରୋଧ ପରେ ପଛଘୁଞ୍ଚା ଦେଲା ଆନ୍ଧ୍ର ପୋଲିସ୍

ପଟ୍ଟାଙ୍ଗି,୩।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନସ୍ଥ ବିବାଦୀୟ କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମରେ ପୁଣି ଥରେ ସୀମା ବିବାଦ ଉଗ୍ର ରୂପ ନେଇଛି।…

ଆସନ୍ତା ୭ରେ ଗଞ୍ଜାମ ଆସୁଛନ୍ତି ନବୀନ: ବାତ୍ୟା-ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ ବିଜେଡି ସୁପ୍ରିମୋ,ନିର୍ବାଚନ ପୂର୍ବରୁ…

ଭଞ୍ଜନଗର,୩।୧୧(ବାବୁଲା ପ୍ରଧାନ): ଗତ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାକୁ ସମ୍ପୂର୍ଣ୍ଣ ଶ୍ରୀହୀନ କରିଦେଇଛି। ପ୍ରାକୃତିକ ଦୁର୍ବିପାକ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ…

୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରା ଜାରିକଲେ ଅର୍ଥମନ୍ତ୍ରୀ, କିଣିବାକୁ ହେଲେ ଦେବାକୁ ହେବ….

ନୂଆଦିଲ୍ଲୀ,୩।୧୧: କର୍ନାଟକ ସଙ୍ଗୀତର ମହାନ ସଙ୍ଗୀତଜ୍ଞ ତଥା କର୍ନାଟକ ସଙ୍ଗୀତର ତ୍ରିମୂର୍ତ୍ତିଙ୍କ ମଧ୍ୟରୁ ଅନ୍ୟତମ ମୁଥୁସ୍ୱାମୀ ଦୀକ୍ଷିତାରଙ୍କ ୨୫୦ତମ ଜୟନ୍ତୀ ଅବସରରେ ୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରା…

ଧନତେରସରେ ସୁନା-ରୂପା କିଣିବାକୁ ଟଙ୍କା ନାହିଁ କି? ଘରକୁ ଆଣନ୍ତୁ ଏହି ୫ଟି ଜିନିଷ, ବର୍ଷସାରା ଟଙ୍କାର ଅଭାବ ରହିବନି

ହିନ୍ଦୁ ଧର୍ମରେ ଧନତେରେସ ଦିନ ନୂଆ ଜିନିଷ କିଣିବାର ବହୁତ ମହତ୍ତ୍ୱ ରହିଛି। ଏହି ଦିନ ମାଆ ଲକ୍ଷ୍ମୀ, ଭଗବାନ ଗଣେଶ, ଭଗବାନ କୁବେର ଏବଂ ଭଗବାନ…

ନ୍ୟୁଜିଲାଣ୍ଡ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଆଶ୍ୱସ୍ତି, ସୁସ୍ଥ ହେଲେ ଏହି ଷ୍ଟାର ବୋଲର

ନୂଆଦିଲ୍ଲୀ,୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳକୁ ମିଳିଛି ବଡ଼ ଆଶ୍ୱସ୍ତି । ଟିମ୍ ଇଣ୍ଡିଆର ଷ୍ଟାର୍‌ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ତିନୋଟି ଯାକ ଫର୍ମାଟ୍‌ ପାଇଁ…

ରାହୁଲଙ୍କୁ ଅମିତ ଶାହାଙ୍କ ଚ୍ୟାଲେଞ୍ଜ: ସବୁ ପ୍ରସଙ୍ଗରେ ସଂସଦରେ ଆଲୋଚନା….

ନୂଆଦିଲ୍ଲୀ,୩।୧୧ : ସଂସଦରେ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ମୋଦି ସରକାର ପ୍ରସ୍ତୁତ। ଏଥିରେ SIR ପ୍ରସଙ୍ଗ ମଧ୍ୟ ସାମିଲ ରହିଛି । ଏଥିପାଇଁ ଲୋକସଭାର ବିରୋଧୀ…

ରାଜନୀତିରେ ବଡ଼ ହଲଚଲ! ହଠାତ୍ ଇସ୍ତଫା ଦେଲେ ଏମପି…

ବଡଗାମ,୩ା୧୧: ଶ୍ରୀନଗର ଲୋକସଭା ସାଂସଦ ସୟଦ ଆଗା ରୁହୁଲ୍ଲା ମେହେଦି ମଙ୍ଗଳବାର ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି)ରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ଏକ ନୂଆ ରାଜନୈତିକ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?