ଜାତୀୟ ରାଜପଥ, ରାଜ୍ୟ ରାଜପଥରେ କଡ଼ାକଡ଼ି ହେବ ଯାଞ୍ଚ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ନଭେମ୍ବରରୁ ଫେବୃୟାରୀ ମଧ୍ୟରେ ପ୍ରାୟ ୩୦ ପ୍ରତିଶତ ସଡ଼କ ଦୁର୍ଘଟଣା ଘଟୁଛି। ରାଜ୍ୟ ପରିବହନ ବିଭାଗ ପରିସଂଖ୍ୟାନର ୧ ମାସର ବିଶ୍ଳେଷଣରୁ ଏହା ଜଣାପଡ଼ିଛି। ଏହି ମାସଗୁଡ଼ିକରେ କୁହୁଡି ଦ୍ୱାରା କମ୍‌ ଦୃଶ୍ୟମାନ ଯୋଗୁ ଦୁର୍ଘଟଣା ହୋଇଥାଏ। ଏହାଛଡ଼ା ବଡ଼ଦିନ ଏବଂ ନୂଆବର୍ଷ ସମେତ ରାଜ୍ୟରେ ଛୁଟି ଦିନରେ ପିକ୍‌ନିକ୍‌ ସ୍ପଟ୍‌ ଏବଂ ପର୍ଯ୍ୟଟନସ୍ଥଳୀକୁ ଯିବା କାରଣରୁ ରାସ୍ତାରେ ଯାନବାହନ ଚଳାଚଳ ବୃଦ୍ଧି ପାଇଥାଏ। ଏହି ସମୟରେ ମଦ୍ୟପାନ କରି ଗାଡ଼ି ଚଳାଇବା ଏବଂ ଦ୍ରୁତ ଗତିରେ ଗାଡ଼ି ଚଲାଇବା ଯୋଗୁ ଅନେକ କ୍ଷେତ୍ରରେ ଦୁର୍ଘଟଣା ଘଟି ମୃତ୍ୟୁସଂଖ୍ୟା ବଢ଼ିଯାଉଛି। ଏହାକୁ ଦୃଷ୍ଟିରେ ରଖି ନଭେମ୍ବର ପହିଲାରୁ ରାଜ୍ୟ ପରିବହନ ପ୍ରାଧିକରଣ କର୍ତ୍ତୃପକ୍ଷ (ଏସ୍‌ଟିଏ) ୨ ମାସର ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ୍‌ ଆରମ୍ଭ କରିଛନ୍ତି।
ଯେଉଁମାନେ ମୋଟର ଯାନ ନିୟମକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିନା ହେଲ୍‌ମେଟ, ସିଟ୍‌ବେଲ୍ଟ ବିନା ଗାଡି ଚଳାଇବା, ମଦ୍ୟପାନ କରି ଗାଡ଼ି ଚଳାଇବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲର ବ୍ୟବହାର, ନାବାଳକ/ନାବାଳିକାମାନେ ଗାଡ଼ି ଚଳାଇବା, ରାସ୍ତାରେ ଗାଡ଼ି ଚାଲିବା ଯୋଗ୍ୟ କି ନାହିଁ ସେଥିପାଇଁ ଗାଡ଼ିର ଫିଟ୍‌ନେସ ଯାଞ୍ଚ, ଭୁଲ ପାର୍ଶ୍ୱରେ ଡ୍ରାଇଭିଂ, ବିନା ପଞ୍ଜୀକରଣରେ ଡ୍ରାଇଭିଂ ଏବଂ ବିପଦପୂର୍ଣ୍ଣ ପାର୍କିଂ ଉପରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ଧ୍ୟାନ ଦେବ।
ଦୁର୍ଘଟଣାପ୍ରବଣ ଜୋନ୍‌, ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥର ପ୍ରମୁଖ ଜଙ୍କ୍‌ଶନ ନିକଟରେ ପୋଲିସ ସହିତ ମିଳିତ ଭାବେ ଏହି ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ୍‌ କରାଯିବ ବୋଲି ପରିବହନ ଅତିରିକ୍ତ କମିଶନର ଲାଲମୋହନ ସେଠୀ କହିଛନ୍ତି। ଶୀତ ଋତୁରେ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ରୋକିବା ପାଇଁ ଯାନବାହନ ଚାଳକଙ୍କ ମଧ୍ୟରେ ଏକ ଦାୟିତ୍ୱବୋଧକ ମନୋଭାବ ସୃଷ୍ଟି କରିବା ଏହି ଡ୍ରାଇଭ୍‌ର ମୂଳ ଉଦ୍ଦେଶ୍ୟ। ନଭେମ୍ବରରୁ ଫେବୃୟାରୀ ମଧ୍ୟରେ ଅଧିକ ଦୁର୍ଘଟଣା ଏବଂ ମୃତ୍ୟୁ ଘଟିଥିବା ଦେଖାଯାଇଛି। ତେଣୁ ଏହା କିପରି ହ୍ରାସ ପାଇବ ସେ ଦିଗରେ ଏହା ଏକ ପ୍ରୟାସ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri