ବରିଷ୍ଠ ନାଗରିକଙ୍କ ପାଇଁ ସବୁ ଜିଲାରେ ହେବ ଫିଜିଓଥେରାପି ସେଣ୍ଟର

ଭୁବନେଶ୍ୱର, ୨।୧୦(ବ୍ୟୁରୋ): ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟର ସବୁ ଜିଲାରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ୟୁନିଟ୍‌ କାର୍ଯ୍ୟ କରିବ। ଏଥିସହ ସବୁ ଜିଲାରେ ଫିଜିଓଥେରାପି ସେଣ୍ଟର କରାଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ଶନିବାର ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଯୋଗଦେଇ କହିଲେ, ରାଜ୍ୟରେ ସାମାଜିକ ସୁରକ୍ଷା ଭତ୍ତା ହିତାଧିକାରୀଙ୍କ ମଧ୍ୟରେ ପ୍ରାୟ ୩୦ଲକ୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ରହିଛନ୍ତି। ବରିଷ୍ଠ ନାଗରିକଙ୍କ ସେବାଯତ୍ନ ପାଇଁ ଅଧିକ ତାଲିମପ୍ରାପ୍ତ ମାନବସମ୍ବଳ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇ ଖୁବ୍‌ଶୀଘ୍ର ସେବାକାରୀଙ୍କ ପାଇଁ ଏକ ତାଲିମ ପ୍ରତିଷ୍ଠାନ ଆରମ୍ଭ ହେବ। ବରିଷ୍ଠ ନାଗରିକଙ୍କ ମଧ୍ୟରେ ଡିଜିଟାଲ ସାକ୍ଷରତା ବ୍ୟାପକ କରିବା ନିମନ୍ତେ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି। ରାଜ୍ୟ ସରକାର ପ୍ରତି ଜିଲାରେ ଆରମ୍ଭ କରୁଥିବା ସମନ୍ବିତ ଭିତ୍ତିଭୂମି କେନ୍ଦ୍ରଗୁଡ଼ିକରେ ବରିଷ୍ଠ ନାଗରିକଙ୍କ ପାଇଁ ବିଶେଷ ସୁବିଧା ସୁଯୋଗ ରହିବ। ଚିକିତ୍ସା, ରଚନାତ୍ମକ କାର୍ଯ୍ୟ, ଅବସର ବିନୋଦନ ନିମନ୍ତେ ସେଠାରେ ବିବିଧ ବ୍ୟବସ୍ଥା ରହିବ। ପ୍ରଥମ ପର୍ଯ୍ୟାୟରେ ୧୦ ଜିଲାରେ ଏହି କାର୍ଯ୍ୟ ଆଗେଇ ଚାଲିଥିବାବେଳେ ଜଟଣୀ ଓ ସମ୍ବଲପୁର କେନ୍ଦ୍ରରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ବୋଲି ମନ୍ତ୍ରୀ କହିଥିଲେ। ବିଭାଗୀୟ ଶାସନ ସଚିବ ଭାସ୍କର ଶର୍ମା ବରିଷ୍ଠ ନାଗରିକ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ବରିଷ୍ଠ ନାଗରିକଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ଦିଆଯିବା ଉଚିତ ବୋଲି କହିଥିଲେ। ବିଭାଗୀୟ ନିର୍ଦ୍ଦେଶକ ବ୍ରତତୀ ହରିଚନ୍ଦନ ବରିଷ୍ଠ ନାଗରିକଙ୍କ ସୁରକ୍ଷା ତଥା କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ ପ୍ରବର୍ତ୍ତିତ ‘ଅବଦାନ’ ଯୋଜନା ଉପରେ ସୂଚନା ଦେଇଥିଲେ। ଭର୍ଚୁଆଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲାର ବରିଷ୍ଠ ନାଗରିକ ସଙ୍ଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରାଫ୍ଟଚାର୍ଜରେ ସୀମିତ କାର୍ଯ୍ୟାନୁଷ୍ଠାନ

ଯାଜପୁର ଅଫିସ,୯ା୪: କୃଷି ବିଭାଗର ଅତିରିକ୍ତ ସଚିବଙ୍କୁ ଗତ ୨୯ ତାରିଖରେ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟର ପ୍ରଶାସନିକ ଅଧିକାରୀ ଦେଇଥିବା ତଥ୍ୟରେ ୨୦୧୪ରୁ ଏଯାଏ ୩୨...

ବସିଲା ସର୍ବଦଳୀୟ ବୈଠକ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପ୍ରତିନିଧି

ଭୁବନେଶ୍ୱର, ୨୧। ୧୧ (ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମ୍‌ ଛାତ୍ରୀଛାତ୍ର ଥିବା ୧୪ହଜାରରୁ ଊର୍ଦ୍ଧ୍ୱ ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ...

ବନ୍ୟାରେ ୯ ଜିଲାର ୧ଲକ୍ଷ ୩୦ ହଜାର ପ୍ରଭାବିତ

ଭୁବନେଶ୍ୱର,୯।୮(ବ୍ୟୁରୋ) : ବନ୍ୟା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ ୯ଟି ଜିଲା ସର୍ବାଧିକ କ୍ଷତିଗସ୍ତ ହୋଇଛି। ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ଗଜପତି,...

‘ଶୁଣାଣିରେ ଭାଗ ନେଇ ନ ଥିଲେ ସତ୍ୟପାଠ ଦାଖଲ କର’

କଟକ ଅଫିସ/କୁଜଙ୍ଗ (ଡି.ଏନ.ଏ.),୧୨ା୩ : ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଛି। ପ୍ରକଳ୍ପକୁ ବିରୋଧ...

କେନ୍ଦ୍ରାପଡ଼ା ପାଇଁ ଜଳ ହେବ ମହରଗ

କେନ୍ଦ୍ରାପଡ଼ା ଅଫିସ, ୧୨ା୩: ମହାନଦୀ ପରେ ଏବେ ବ୍ରାହ୍ମଣୀରେ ଜଳ ସଙ୍କଟ ଦେଖାଦେଇଛି। ବୈତରଣୀ ନଦୀର ଜୋକଡିଆଠାରେ ଦ୍ୱିତୀୟ ବ୍ୟାରେଜ କାର୍ଯ୍ୟକାରୀ ପରେ ଏହି ଜଳସଙ୍କଟ...

ବଙ୍ଗଳାଗୁଡ଼ା ପୋଲ ଭୁଶୁଡ଼ିଲା

କୋରାପୁଟ,୧୭ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ମଙ୍ଗଳବାର ଅପରାହ୍ନରେ କୋରାପୁଟ-ରାୟଗଡ଼ା ୩୨୬ ନଂ. ଜାତୀୟ ରାଜପଥର ବଙ୍ଗଳାଗୁଡ଼ା-ଲେନ୍ଦିରିମାଳିଗୁଡା ମଧ୍ୟରେ ଥିବା ଏକ ପୁରୁଣା ପୋଲ...

ବୋହୂ କରୋନା ଆକ୍ରାନ୍ତ ହେବା ପରେ ଘରୁ ମିଳିଲା ଶାଶୁ-ଶ୍ୱଶୁରଙ୍କ ମୃତଦେହ

ବ୍ରଜରାଜନଗର,୨୮ା୫: ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା କାଳୀନଗର କଲୋନୀ ଏକ କ୍ୱାର୍ଟର୍ସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଶୁକ୍ରବାର ପୋଲିସ ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ...

କୋଟପାଡ଼ରେ ବିଜେଡି ଆଗୁଆ

କୋଟପାଡ଼, ୨୩।୫(ଡି.ଏନ୍‌.ଏ.)- କୋଟପାଡ଼ ବିଧାନସଭା ଆସନରେ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ପଦ୍ମିନୀ ଦିଓ୍ବାନ ୩୧୨୬ ଭୋଟ ପାଇଥିବାବେଳେ କଂଗ୍ରେସର...

Advertisement
Archives

Model This Week