୪ ଜିଲାରେ ହେବ ଅଣଧାନ ଫସଲ

ଭୁବନେଶ୍ୱର, ୧ା୬(ବ୍ୟୁରୋ): ଚଳିତ ଖରିଫ୍‌ରେ ରାଜ୍ୟର ମୋଟ ୧୨ ହଜାର ୨୦୭ ହେକ୍ଟର ଚାଷଜମିରେ ଫସଲର ବିବିଧୀକରଣର ଏକ ପାଇଲଟ୍‌ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହାକୁ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସୋମବାର ଅନୁମୋଦନ କରିଛନ୍ତି। ରାଜ୍ୟର ୪ଟି ଜିଲା କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲାର ୧୮ଟି ମେଗା ଉଠାଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧୦୧ଟି ଗ୍ରାମର ୧୨ ହଜାର ୨୦୭ ହେକ୍ଟର ଜମିକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ୧୨ଟି କ୍ଲଷ୍ଟରରେ ଏହି ଚାଷ କରାଯିବ। ପ୍ରତି କ୍ଲଷ୍ଟରରେ ୧୦୦୦ ହେକ୍ଟର ଚାଷ ଜମିରେ ଫସଲର ବିବିଧୀକରଣ କରାଯାଇ ଚାଷ କରାଯିବ। ମୃତ୍ତିକା ଓ ସ୍ଥାନୀୟ ଜଳବାୟୁ ଅନୁସାରେ ଚଳିତ ଖରିଫ୍‌ ଋତୁରେ ଫସଲର ବିବିଧୀକରଣ କରାଯାଇ ଅଣଧାନ ଅର୍ଥକରୀ ଫସଲ ଚାଷ ପାଇଁ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାର କୃଷକଙ୍କ ଆୟ ବହୁଗୁଣିତ କରିବା ଲକ୍ଷ୍ୟରେ ଫସଲର ବିବିଧୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଅଣଧାନ ଚାଷ ଯଥା ଡାଲି, ତୈଳବୀଜ, କପା, ମକା ଆଦି ଅର୍ଥକରୀ ଫସଲ ଚାଷ କରୁଥିବା ଚାଷୀଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ପ୍ରକାଶ ପାଇଲା ଚିଠା ଭୋଟର ତାଲିକା: ଦିଲ୍ଲୀରେ ବାଦ୍‌ ପଡିଛନ୍ତି ୪୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଦିଲ୍ଲୀର ମୋଟ ୧.୪୫ କୋଟି…

ମହଙ୍ଗା ମଧ୍ୟରେ ବଡ଼ ଆଶ୍ୱସ୍ତି: କମିଲା ଚିନି ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୩୧।୮: ବଢ଼ୁଥିବା ମହଙ୍ଗା ମଧ୍ୟରେ ଚିନି ଦରକୁ ନେଇ ଚିନ୍ତିତ ଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ମିଲ୍‌ରୁ ବାହାରୁଥିବା ଚିନିର ଦାମ ଅର୍ଥାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri