ମଦଦୋକାନରେ ହେବନି ପିଓଏସ୍‌ ବ୍ୟବସ୍ଥା

ଜଗତ୍‌ସିଂହପୁର ଅଫିସ, ୧୪।୯: ଦଶହରା ସମୟରେ ଜନଗହଳି କାରଣରୁ ଅନେକ ବ୍ୟତିକ୍ରମ ଲକ୍ଷ୍ୟ କରାଯାଏ। ଏହାକୁ ଦୃଷ୍ଟିରେ ରଖି ପାର୍ବଣ କିପରି ଶାନ୍ତି ଓ ଶୃଙ୍ଖଳାର ସହ ହେବ ସେନେଇ ପୋଲିସ, ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥାଏ। ୨୦୧୯ରେ ପାର୍ବଣକୁ ଠିକ ଭାବେ ପରିଚାଳନା ପାଇଁ ନିଆରା ପଦକ୍ଷେପ ନିଆଯାଇଥିଲା। ବିଶେଷକରି ମଦ ଦୋକାନରେ ପିଓଏସ୍‌ (ପଏଣ୍ଟ ଅଫ ସେଲ୍‌), ପୂଜା ମଣ୍ଡପରେ ଆଇନଗତ ଭାବେ ବିଦ୍ୟୁତ ସଂଯୋଗ, ବସ୍‌ ଷ୍ଟପ୍‌ ଅଞ୍ଚଳରେ ଅସ୍ଥାୟୀ ପରିସ୍ରାଗାର ଓ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକଗୁଡିକରେ ବ୍ଲକର ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୨୦୨୦ ଓ ୨୦୨୧ରେ କରୋନା ସଂକ୍ରମଣ କାରଣରୁ ଦୁର୍ଗାପୂଜା ଉପରେ କଟକଣା ଜାରି କରାଯାଇଥିଲା। ପରିସ୍ଥିତିରେ ସୁଧାର ଆସିଥିବାରୁ ଚଳିତବର୍ଷ ଦୁର୍ଗା ପୂଜା ଭଲଭାବେ ହେବାକୁ ଯାଉଛି। ଗତ ୩ ତାରିଖରେ ଏନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ୨୦୧୯ରେ ନିଆଯାଇଥିବା ପଦକ୍ଷେପକୁ ଅଣଦେଖା କରାଯିବା ଆଲୋଚନାର ବିଷୟ ପାଳଟିଛି ।
୨୦୧୯ ଦଶହରା, ରାବଣ ପୋଡି ଓ ଭସାଣୀ ଉତ୍ସବ ପାଳନ ସମୟରେ ପାର୍ବଣରେ ଜଗତ୍‌ସିଂହପୁର ସହରରେ ଥିବା ମଦ ଦୋକାନଗୁଡ଼ିକରେ ପଏଣ୍ଟ ଅଫ ସେଲ୍‌ ବ୍ୟବସ୍ଥା ଲାଗୁ କରାଯାଇଥିଲା। କୁହାଯାଇଥିଲା ଭାରତ ସରକାର ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଦଶହରା ସମୟରେ ମଦ ବିକ୍ରେତା ତଥା ଏହି କାରବାର ପରିଚାଳନା କରୁଥିବା ପରିଚାଳକ ଅଜଥା ଲେଜର କାମରୁ ନିସ୍ତାର ପାଇବେ। ମଦ ବିକ୍ରିରେ କେତେ ଟଙ୍କା ଆସିଲା, କେତେ ଗଲା ଏବଂ କର୍ମଚାରୀଙ୍କୁ କେତେ ଟଙ୍କା ଦରମା ଆଦି ଦିଆଗଲା ସେ ସବୁ ଲେଖା ଦେଖା କରିବାକୁ ପଡିବ ନାହିଁ। ଯେଉଁମାନେ ମଦ କିଣିବେ ସେମାନଙ୍କ ଯୋଗାଯୋଗ ସଂକ୍ରାନ୍ତୀୟ ତଥ୍ୟ ଓ କିଣା ଦର ଇତ୍ୟାଦି ସାର୍ବଜନୀନ ହୋଇପାରିବ। ଏହାଦ୍ୱାରା ଚୋରି ରୋକାଯିବା ସହ ଟଙ୍କା ପରିଚାଳନାରେ ସହାୟକ ହୋଇପାରିବ। କେବଳ ଏତିକି ନୁହେଁ ଦଶହରା ସମୟରେ ସହରରେ ମଦୁଆଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା। ଏକ ଗାଡି ବ୍ୟବସ୍ଥା ହୋଇଥିଲା, ଯାହାର ବିଭିନ୍ନ ପାର୍ଶ୍ୱରେ ମଦୁଆ ଧରା ଗାଡି ବୋଲି ଉଲ୍ଲେଖ ଥିଲା। ଗାଡିରେ ସ୍ବତନ୍ତ୍ର ଭାବେ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ। ସେମାନେ ପାଟ୍ରୋଲିଂ ସମୟରେ ଯେଉଁଠି ମଦୁଆଙ୍କୁ ଦେଖିଥିଲେ ଉଠାଇ ନେଉଥିଲେ। ଏହାଦ୍ୱାରା ମଦୁଆଙ୍କ ଉତ୍ପାତ କମିଥିଲା। ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ପଏଣ୍ଟରେ ବ୍ଲକର (ଗାଡି ଧୀର ହେବା ଉଦ୍ଦେଶ୍ୟରେ) ବ୍ୟବସ୍ଥା ହୋଇଥିଲା। ଜଗତ୍‌ସିଂହପୁରରେ ୨୩ଟି ପୂଜା କମିଟି ମେଢ କରିଥାନ୍ତି। ସେମାନେ ପୂର୍ବରୁ ବିଦ୍ୟୁତ୍‌ ସାର୍ଟିଫିକେଟ୍‌ ନେଉ ନ ଥିଲେ। ୨୦୧୯ରେ ଏହି ସାର୍ଟିଫିକେଟ୍‌ ଦିଆଯିବା ବ୍ୟବସ୍ଥା ହୋଇଥିଲା। ଏହି ସାର୍ଟିଫିକେଟ୍‌ ବଳରେ ପୂଜା ମଣ୍ଡପ କର୍ମକର୍ତ୍ତାମାନେ ଆଇନଗତ ସହାୟତା ପାଇପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା। ବିଶେଷକରି କୌଣସି ପ୍ରକାର ଅଘଟଣ ହେଲେ ବୀମାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆଇନଗତ ସହାୟତା ମିଳିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। କେବଳ ଏତିକି ନୁହେଁ, ପ୍ରଶାସନ ତଥା ବିଦ୍ୟୁତ ବିଭାଗ ମଧ୍ୟ ସମ୍ଭାବ୍ୟ ପରିସ୍ଥିତିରୁ ବର୍ତ୍ତି ପାରିଥିଲେ। ଜଗତ୍‌ସିଂହପୁର ବସ୍‌ ଷ୍ଟପରେ ଅସ୍ଥାୟୀ ପରିଶ୍ରାଗାର କରାଯାଇଥିଲା। କିନ୍ତୁ ଏସବୁ ଉପରେ ଚଳିତବର୍ଷ କୋହଳ ମନୋଭାବ ପୋଷଣ କରାଯାଇଛି। କେବଳ ୨୦୧୯ ପରି ଚଳିତବର୍ଷ ମଧ୍ୟ ପୂଜା ମଣ୍ଡପଗୁଡିକରେ ଡିଜେ ବାଜିବା ଉପରେ କଟକଣା ବଳବତ୍ତର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା, ଅଳଙ୍କାର ସହ ବାଇକ୍‌ ନେଇଗଲେ

କୋକସରା,୨୧।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ କନ୍ଦାବୁଟ୍ରା ଗାଁର ଲଛମନ ବେହେରାଙ୍କ ଘରୁ ଟଙ୍କା, ସୁନା ଅଳଙ୍କାର ସହ ଏକ ବାଇକ୍‌ ଚୋରି ହୋଇଥିବା...

‘ମ୍ୟାଜିକ୍‌ ପ୍ୟାନ୍‌’ରେ କଶ୍ମୀର ଖାଦ୍ୟ

ଭୁବନେଶ୍ୱର,୭।୩(ବ୍ୟୁରୋ): ରାଜଧାନୀରେ ବର୍ଷତମାମ ବିଭିନ୍ନ ସମୟରେ ମେଳା ପଡ଼ିଥାଏ। ଏସବୁ ମେଳାରେ ଖାଦ୍ୟ ଷ୍ଟଲ ମଧ୍ୟ ଖୋଲିଥାଏ। ରାଜ୍ୟ ତଥା ରାଜ୍ୟ ବାହାର ଖାଦ୍ୟର ପସରା...

ଓଡ଼ିଶା ଲୋକ ସଭା ଟ୍ରେଣ୍ଡ୍‌: ବିଜେଡି ୯, ଭାଜପା ୬ରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଗୁରୁବାର ସାରା ଦେଶରେ ଭୋଟ ଗଣତି ଚାଲିଥିବାବେଳେ ଭାଜପା ଆଗୁ ରହିଛି। ଓଡ଼ିଶାର ୨୧ଟି ଲୋକ ସଭା ଆସନରୁ ୧୫ଟିର ଫଳାଫଳ ଆସୁଛି।...

‘୨୦୨୪ ସୁଦ୍ଧା ପ୍ରତି ଘରେ ପହଞ୍ଚତ୍ବ ପାଇପ ଯୋଗେ ପାନୀୟଜଳ’

ପୁରୀ ଅଫିସ,୧୨ା୯: ବର୍ତ୍ତମାନ ସୁଦ୍ଧା ଭାରତର ସାଢେ ୧୮ ପ୍ରତିଶତ ପରିବାରକୁ ପାଇପ ଯୋଗେ ପାନୀୟଜଳ ପହଞ୍ଚତ୍ ପାରିଛି। ଆଗାମୀ ସାଢେ ୪ ବର୍ଷ ମଧ୍ୟରେ...

ଲକ୍‌ଡାଉନ୍‌ ସମୟରେ ସାହିଦାଣ୍ଡରେ ଭତ୍ତା ବଣ୍ଟନ: ଶତାଧିକ ହିତାଧିକାରୀଙ୍କ ଗହଳି

ଦେବଗଡ଼,୨୫।୩:(ଡି.ଏନ୍‌.ଏ.): କରୋନା ଭୟାବହତାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ରାଜ୍ୟକୁ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ଜନସାଧାରଣଙ୍କ ଗହଳି ଲାଗି କଟକଣା ଲାଗୁ କରାଯାଇଛି। ତେବେ ଦେବଗଡ଼ ପୌରାଞ୍ଚଳର...

ମଦଭାଟି ବନ୍ଦ ପାଇଁ ମହିଳାଙ୍କ ଦାବି

ସୋନପୁର, ୩।୧୨(ନି.ପ୍ର.) ସୁବର୍ଣ୍ଣପୁର ଜିଲା ତରଭା ବ୍ଲକର ମରାଡୁଗୋଛା ମଦଭାଟି ବନ୍ଦ ପାଇଁ ପଞ୍ଚାୟତର ଲୋକପ୍ରତିନିଧି ଓ ମହିଳାମାନେ ସୋମବାର ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିକଟରେ...

୭୧୦ ଶିଶୁ, ୧୭୩ ଗର୍ଭବତୀଙ୍କୁ ଦିଆଯିବ ଟିକା

ଫୁଲବାଣୀ ଅଫିସ, ୩୦ା୧୧ -କନ୍ଧମାଳ ଜିଲାରେ ମିଶନ ଇନ୍ଦ୍ରଧନୁଷ୍‌ ୨.୦ କାର୍ଯ୍ୟକ୍ରମ ଆସନ୍ତା ୨ତାରିଖରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମ ୪ଟି ପର୍ଯ୍ୟାୟରେ ଜିଲାରେ କାର୍ଯ୍ୟକାରୀ...

ଆଜି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୧୧୨୯

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ମଙ୍ଗଳବାର ରାଜ୍ୟରେ ୧,୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୬୫୭...

Advertisement
Archives

Model This Week