ରାସ୍ତାକଡ଼ରେ ଅଚଳ ଗାଡ଼ି, ଘର ଆଗରେ ଭଙ୍ଗା ଫର୍ନିଚର ରହିବନି

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ରାଜଧାନୀ ରାସ୍ତାକଡ଼ରେ ଆଉ ରହିବନି ଅଚଳ ଗାଡ଼ି। ଗାଡ଼ି ମାଲିକମାନେ ମନଇଚ୍ଛା ଅଚଳ ଗାଡ଼ିକୁ ଥୋଇ ପାରିବେ ନାହିଁ। ସେହିଭଳି ଲୋକଙ୍କ ଘର ଆଗରେ ଭଙ୍ଗା ଗାଡି ଓ ଫର୍ନିଚର ଗଦା ହୋଇପାରିବନି। ଏନେଇ ବିଏମ୍‌ସି ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯିବା ସହ ରାସ୍ତାକଡରେ ଅଚଳ ହୋଇ ପଡ଼ି ରହିଥିବା କେତେକ ଗାଡ଼ି ଓ ଘର ଆଗରେ ଥିବା ଭଙ୍ଗା ସାମଗ୍ରୀ ଉପରେ ନୋଟିସ ଲଗାଇଛି। ନୋଟିସ ଲଗାଇବାର ୭ଦିନ ମଧ୍ୟରେ ମାଲିକ ନିଜ ଅବ୍ୟବହୃତ ଗାଡ଼ି ବା ସାମଗ୍ରୀକୁ ସେଠାରୁ ହଟାଇବେ। ନ ମାନିଲେ ବିଏମ୍‌ସି ସେଗୁଡ଼ିକୁ ଉଠାଇ ନେଇ ଡିସ୍‌ପୋଜାଲ କରିଦେବ ବୋଲି ଟୁଇଟ୍‌ କରି ସୂଚନା ଦେଇଛି।
ଅନେକ ସମୟରେ ଏହି ଭଙ୍ଗା ଗାଡ଼ି ଅସାମାଜିକଙ୍କ ଅପରାଧୀଙ୍କ ଆଡ଼ାସ୍ଥଳୀ ସାଜୁଛି। ଏହା ସହରକୁ ଅସୁନ୍ଦର କରିବା ସହ ମଶାଙ୍କ ଦାଉ ବି ବିଢ଼ୁଛି। ରାସ୍ତା କଡରେ ବିଭିନ୍ନ ଜାଗାରେ ଏମିତି ଗାଡିଗୁଡିକ ଖତ ହୋଇ ପଡିଥିବାରୁ ସେଗୁଡିକ ଜାଗା ମାଡି ରଖୁଛି। ଫଳରେ ଡ୍ରେନ ସଫା ହୋଇ ପାରୁନାହିଁ କି ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ବି ଯାଇପାରୁନି। ତେଣୁ ସହରର ସ୍ବଚ୍ଛତା ଓ ସୁବିଧାକୁ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଯାଇ ବିଏମ୍‌ସି ଭୁବନେଶ୍ୱର ଭୋଇ ନଗରର ଦୁଇଟି ସ୍ଥାନରେ କାର ଓ ଟ୍ରାକ୍ଟରରେ ନୋଟିସ ଲଗାଇଥିଲା। ରାତିରେ ଲାଗିଥିବା ନୋଟିସକୁ ସକାଳ ବେଳକୁ କେହି ଚିରି ଦେଇଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ବିଏମ୍‌ସିର ଏହି ନାଲି ଆଖିକୁ ଖାତିର କରି ନାହାନ୍ତି ଗାଡ଼ି ମାଲିକ। ବିଏମ୍‌ସି ଏମିତି କରେ ପୁଣି ଭୁଲିଯାଏ ବୋଲି କେତେଜଣ ମାଲିକ କହିଛନ୍ତି। ଏଭଳି ସ୍ଥିତିରେ ସହରକୁ ସଫା ଓ ସୁନ୍ଦର କରିବାର ଏହି ପ୍ରୟାସ ସଫଳ ହେବ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅପରପକ୍ଷେ ସହରର ସୌନ୍ଦର୍ଯ୍ୟକରଣକୁ ଦୃଷ୍ଟିରେ ରଖି ବିଏମ୍‌ସି ଲୋକଙ୍କ ଘର ଆଗରେ ଗଦା ହୋଇଥିବା ଭଙ୍ଗା ଗାଡି ଓ ଫର୍ନିଚରକୁ ଉଠାଇବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ସହରରେ ଗଦା ହୋଇଥିବା ଏହି ଅନାବଶ୍ୟକ ଜିନିଷକୁ ଖୋଜି ସେଥିରେ ନୋଟିସ ଲଗାଉଛି। ଏଭଳି ଅନାବଶ୍ୟକ ଗାଡି, ଘର ଆସବାବପତ୍ର ରହୁଥିବା ସ୍ଥାନରେ ଅଳିଆ ଜମା ହେବା ସହ ଲୋକଙ୍କ ପାଇଁ ତାହା ଡଷ୍ଟବିନ୍‌ ପାଲଟିଯାଉଛି। ଫଳରେ ସ୍ଥାନଟି ପୂତିଗନ୍ଧମୟ ବା ଅପରିଷ୍କାର ହୋଇରହୁଛି। ଏହାକୁ ରୋକିବା ପାଇଁ ଏଭଳି ପ୍ରୟାସ କରାଯାଉଥିବା ମେୟର ସୁଲୋଚନା ଦାସ କହିଛନ୍ତି। ସେ କହିଛନ୍ତି, ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ପ୍ରୟାସ ଜାରି ରହୁଥିବାବେଳେ କେତେଜଣ ଅମାନିଆ ନିଜ ସୁବିଧା ପାଇଁ ଗାଡ଼ିକୁ ଘର ସମ୍ମୁଖରେ ପକାଇ ରଖିଛନ୍ତି। ଏହାଦ୍ୱାରା ଜାଗାଟି ସଫା କରିହେଉନାହିଁ। ଅସାମାଜିକ ବ୍ୟକ୍ତିଙ୍କ ଅଡ୍ଡାସ୍ଥଳୀ ପାଲଟିଛି। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ୭ଦିନ ମଧ୍ୟରେ ଗାଡ଼ି ନ ହଟାଇଲେ ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ମେୟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

ଘସିପୁରାରୁ ଲଢିବେ ସୌମ୍ୟ! କହିଲେ ଏହି ଦଳ ଦେଇଛି ଅଫର…

ଭୁବନେଶ୍ୱର,୩୦।୪: ନିର୍ବାଚନ ଲଢିବା ନେଇ ବଡ଼ ସଙ୍କେତ ଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ୨ଦିନ ପୂର୍ବରୁ ନିର୍ବାଚନ ଲଢିବେନି ବୋଲି କହିଥିଲେ ସୌମ୍ୟ। ସେ କହିଥିଲେ, ‘ମୋର...

Featured Video Play Icon

ଭାଜପା ଛାଡ଼ିଲେ ଅମୀୟ ଦାଶ

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ଏକାମ୍ରର ଭାଜପା ନେତା ଅମୀୟ ଦାଶ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ପାଖକୁ ପଠାଇଛନ୍ତି। ଅମୀୟ ଭାଜପା...

ଆଜି ପରି କାଲି ବି ଜାଳିବ, ରେଡ ଓ୍ବାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୩୦।୪: ଆକାଶରୁ ନିଆଁ ବର୍ଷୁଛି। ଏମିତି ଲାଗୁଛି ଯେମିତି ବାହାରକୁ ବାହାରିଲେ ମୁହଁପୋଡି ହୋଇଯିବ। ତେବେ ପ୍ରଥମ ଥର ରାଜ୍ୟ ତାପମାତ୍ରା ୪୬ ଡିଗ୍ରୀ ଛୁଇଁଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri