ଆସିବ ନୂଆ ଭୂତଳ ଜଳ ନିୟମ

ଭୁବନେଶ୍ୱର,୩ା୫(ବ୍ୟୁରୋ):ମନଇଚ୍ଛା ଆଉ ଭୂଗର୍ଭରୁ ପାଣି ଶୋଷି ହେବନି। ଏହାକୁ ନିୟନ୍ତ୍ରଣ କରିବାକୁ ସରକାର ନୂଆ ଆଇନ ଆଣିବାକୁ ଯାଉଛନ୍ତି। ତଦନୁଯାୟୀ ଭୂଗର୍ଭ ଜଳ ବ୍ୟବହାର ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ଶିଳ୍ପ, ବ୍ୟବସାୟିକ, ଓ୍ବାଟର ପାର୍କ, ବୃହତ୍‌ ଓ କ୍ଷୁଦ୍ର ଶିଳ୍ପ, ଆପାର୍ଟମେଣ୍ଟ ଏପରି କି ଘରୋଇ ବ୍ୟବହାର ପାଇଁ ବୋର୍‌ଓ୍ବେଲ କିମ୍ବା କୂପ ଖୋଳିବା ଲାଗି ଅନୁମତି ନେବାକୁ ହେବ। ଏଥିପାଇଁ ନିର୍ଦ୍ଧାରିତ ଫି’ ଦେବାକୁ ପଡ଼ିବ।

ବର୍ଷା ପରିମାଣ ହ୍ରାସ ପାଉଥିବାରୁ ନଦୀ, ହ୍ରଦ, ଝରଣା, ପୋଖରୀ ଆଦି ଜଳଉତ୍ସ ବର୍ଷର ଅଧିକାଂଶ ଦିନ ଶୁଖିଲା ପଡୁଛି। ରାଜ୍ୟର ଅନେକ ଅଞ୍ଚଳରେ ଭୂତଳ ଜଳସ୍ତର ଚିନ୍ତାଜନକ ଭାବେ ତଳକୁ ଖସୁଛି। କେତେକ ସ୍ଥାନରେ ଗଭୀର ନଳକୂପରୁ ମଧ୍ୟ ପାଣି ବାହାରୁନାହିଁ। ଶିଳ୍ପଠାରୁ ଆରମ୍ଭ କରି ବ୍ୟବସାୟିକ, ଘରୋଇ ବ୍ୟବହାର ପାଇଁ ମନଇଚ୍ଛା ପାଣି ଶୋଷାଯାଉଥିବାରୁ ପରିସ୍ଥିତି ସଙ୍ଗିନ ହେଲାଣି। ରାଜ୍ୟରେ କେଉଁ ଶିଳ୍ପ କେତେ ପାଣି ନେଉଛନ୍ତି ତାହାର ମଧ୍ୟ କିଛି ହିସାବ ନାହିଁ। ଭୂତଳ ଜଳସଙ୍କଟକୁ ଦେଖି ରାଜ୍ୟ ସରକାର ଖୁବ୍‌ଶୀଘ୍ର ଭୂତଳ ଜଳ ଅଧିନିୟମ(ରୁଲ୍ସ)-୨୦୨୨ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।
ଭୂଗର୍ଭସ୍ଥ ଜଳ ସମ୍ପର୍କିତ ସମସ୍ତ କାର୍ଯ୍ୟ ତଦାରଖ କରିବାକୁ ଭୂତଳ ଜଳ କର୍ତ୍ତୃପକ୍ଷ (ଗ୍ରାଉଣ୍ଡ ଓ୍ବାଟର ଅଥରିଟି) ଗଠନ ହେବ। ଏଥିରେ ଜଳସମ୍ପଦ ବିଭାଗ ସଚିବ ଚେୟାରମ୍ୟାନ ରହିବେ ଏବଂ ଭୂତଳ ଜଳ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ମେମ୍ବର କନ୍‌ଭେନର, ଆରଡବ୍ଲ୍ୟୁଏସ୍‌ଏସ୍‌ ଅଧିକାରୀ, ଆଇଆଇଟି ଏକ୍ସପର୍ଟ ଏହାର ସଦସ୍ୟ ରହିବେ। ଯେଉଁମାନେ ବୋରଓ୍ବେଲ ଖୋଳିବାକୁ ଚାହିଁବେ ସେମାନେ ଭୂତଳ ଜଳ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବେ। ଏକ ବିଶେଷଜ୍ଞ ଟିମ୍‌ କ୍ଷେତ୍ର ପରିଦର୍ଶନ କର ଆବେଦନକାରୀ ବୋର୍‌ଓ୍ବେଲ ଖନନ ପାଇଁ ଯୋଗ୍ୟ କି ନୁହନ୍ତି ତାହା ଯାଞ୍ଚ କରିବ। ଯଦି ସମ୍ପୃକ୍ତ ଅଞ୍ଚଳରେ ପାଇପ୍‌ ଯୋଗେ ପାନୀୟ ଜଳ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବ ତେବେ ସେସବୁ ସ୍ଥାନରେ ବୋର୍‌ଓ୍ବେଲ କିମ୍ବା ଡଗ୍‌ଓ୍ବେଲ ପାଇଁ ଅନୁମତି ମିଳିବ ନାହିଁ। ସେହି ଯୋଗ୍ୟ ଆବେଦନକାରୀଙ୍କୁ ଏକ ଫି’ ଜମା କରିବାକୁ ପଡ଼ିବ। ପ୍ରାଥମିକ ଭାବେ ୩ ବର୍ଷ ପାଇଁ ଅନୁମତି ଦିଆଯିବ। ସେହିପରି ଘରୋଇ ବ୍ୟବହାର ପାଇଁ ବୋର୍‌ଓ୍ବେଲ ଖୋଳିସାରିଥିବା ଘର ମାଲିକଙ୍କୁ ମଧ୍ୟ ପଞ୍ଜୀକରଣ କରିବାକୁ ପଡ଼ିବ। ଏଥିପାଇଁ ସେମାନଙ୍କୁ ଏକ ନୋମିନାଲ ଫି’ ଦେବାକୁ ହେବ। ରାଜ୍ୟରେ କେତେ ବୋର୍‌ଓ୍ବେଲ ଅଛି ସେନେଇ ମଧ୍ୟ ଏକ ସର୍ଭେ କରାଯିବ।
ବ୍ୟବସାୟିକ, ବୃହତ୍‌, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଆପାର୍ଟମେଣ୍ଟ ପାଇଁ ଛାତ ଉପର ବର୍ଷା ଜଳ ସଂରକ୍ଷଣ (ରୁଫ୍‌ ଟପ୍‌ ରେନ୍‌ଓ୍ବାଟର ହାର୍ଭେଷ୍ଟିଂ)ବାଧ୍ୟତାମୂଳକ କରାଯିବ। ଅନୁମତି ନେବାର ୩ ବର୍ଷ ମଧ୍ୟରେ ଏହା କରିବାକୁ ପଡ଼ିବ। ନଚେତ ଜଳ ଉତ୍ତୋଳନ ପାଇଁ ଅନୁମତି ମିଳିବ ନାହିଁ। ଏଥିସହିତ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ପାଇଁ ଅବ୍‌ଜରଭେଶନ ଓ୍ବେଲ ନିର୍ମାଣକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ସେମାନେ ଭୂଗର୍ଭରୁ ନେଉଥିବା ପାଣିକୁ ସରକାରୀ ଅଧିକାରୀମାନେ ପ୍ରତି ୩ ମାସରେ ଥରେ ଯାଞ୍ଚ କରି ସ୍ଥିତି ଅନୁଧ୍ୟାନ କରିବେ। ନୂତନ ନିୟମ କାର୍ଯ୍ୟକାରୀ ହେବା ପରେ ବଡ଼ ଶିଳ୍ପାନୁଷ୍ଠାନଗୁଡ଼ିକ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପରିବର୍ତ୍ତେ ଭୂତଳ ଜଳ କର୍ତ୍ତୃପକ୍ଷଙ୍କ ନିକଟରୁ ଅନୁମତି ନେବେ ଓ ସେଠାରେ ହିଁ ଟ୍ୟାକ୍ସ ଦେବେ। ଚିଠା ରୁଲ୍ସ କାର୍ଯ୍ୟ ଶେଷ ହୋଇଛି। ବିଭିନ୍ନ ବିଭାଗରୁ ମତାମତ ଲୋଡ଼ାଯାଇଛି। ଖୁବ୍‌ଶୀଘ୍ର ନୂତନ ନିୟମ କାର୍ଯ୍ୟକାରୀ କରାଯିବ ବୋଲି ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଭୂତଳ ଜଳ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟର ୭ ବ୍ଲକରେ ଭୂଗର୍ଭସ୍ଥ ଜଳସ୍ତର ବିପଜ୍ଜନକ ଭାବେ ହ୍ରାସ ପାଉଛି। ସେହି ବ୍ଲକ୍‌ଗୁଡିକ ହେଲା ବାହାନଗା, ବାଲିଆପାଳ, କୋରେଇ, ଗରଦପୁର, ବୋଲଗଡ଼, ନୂଆପଡ଼ା, ଭୁବନେଶ୍ୱର। ଏହିସବୁ ବ୍ଲକରେ ଭୂଗର୍ଭ ଜଳ ୭୦ରୁ ୯୦% ବ୍ୟବହାର କରାଯାଉଛି। ଏହାଛଡ଼ା ୪୪ଟି ବ୍ଲକରେ ସେମିକ୍ରିଟିକାଲ ସ୍ତରକୁ ଯାଉଥିବା ନେଇ ସତର୍କ କରାଯାଇଛି। ଉକ୍ତ ବ୍ଲକ୍‌ଗୁଡ଼ିକରେ ଯଦି ଭୂଗର୍ଭସ୍ଥ ଜଳ ସଞ୍ଚରଣ ବୃଦ୍ଧି ନ ହୁଏ ତେବେ ଆଗାମୀ ଦିନରେ ପାଣି ଟୋପାଏ ପାଇଁ ଡହଳବିକଳ ହେବାକୁ ପଡ଼ିବ। ଗ୍ରାଉଣ୍ଡ ଓ୍ବାଟର ରିସୋର୍ସ ଆସେସ୍‌ମେଣ୍ଟ(ଜିଡବ୍ଲୁଆର୍‌ଏ) ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧୮,୯୭,୧୫୦.୫୩ ହେକ୍ଟର ମିଟର ଜଳ ସଞ୍ଚରଣ ହେଉଥିବା ବେଳେ ୧,୫୩,୧୭୩.୧୬ ହେକ୍ଟର ମିଟର ଜଳ ତଳକୁ ଖସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ବିଜେଡିରେ ବର୍ଷା-ଭାଜପାରେ ଅନୁଭବ; ରୋଚକ ହେଉଛି ଓଡ଼ିଶାର ରାଜନୀତି

ଭୁବନେଶ୍ୱର,୧୮।୪: ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଦୈନଦିନ ଅନେକ ରୋଚକ ଘଟଣା ସବୁ ଦେଖିବାକୁ ମିଳୁଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri