Posted inଜାତୀୟ

ବିତର୍କ ନୁହେଁ, ତଦନ୍ତ ହେବ

ନୂଆଦିଲ୍ଲୀ,୧୮ା୧୨: ଭାରତର ନୂଆ ସଂସଦ ଭବନରେ ହୋଇଥିବା ସୁରକ୍ଷା ବିଭ୍ରାଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ବିରୋଧୀ ଏନେଇ ପାର୍ଲାମେଣ୍ଟ ଭିତରେ ବିତର୍କ କରାଯାଉ ବୋଲି ଦାବି କରୁଥିବାବେଳେ ମୋଦି ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ଉପରେ ବିତର୍କ ନୁହେଁ, ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନିଜ ଦଳର ଏମ୍‌ପିଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ବିତର୍କରୁ ପଳାୟନ କରୁଛନ୍ତି ବୋଲି ବିରୋଧୀ କଂଗ୍ରେସ ସମାଲୋଚନା କରିଛି।
ହିନ୍ଦୀ ଖବରକାଗଜରେ ରବିବାର ପ୍ରକାଶିତ ସାକ୍ଷାତ୍‌କାରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବୁଧବାର ଯାହା ଘଟିଲା, ତାହା ଅତ୍ୟନ୍ତ ଗମ୍ଭୀର। ଏହି ପ୍ରସଙ୍ଗରେ ବିତର୍କ ଅନାବଶ୍ୟକ। ଏନେଇ ଏକ ବିସ୍ତୃତ ତଦନ୍ତ କରାଯିବ। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏହା ଉପରେ ତନାଘନା ଚଳାଇବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏହି ଯନ୍ତ୍ରଣାଦାୟକ ବିଭ୍ରାଟ ପଛରେ ଥିବା ଲୋକଙ୍କ ପାଖରେ ପହଞ୍ଚତ୍ ସେମାନଙ୍କ ଉଦ୍ଦେଶ୍ୟ ଜାଣିବା ମଧ୍ୟ ସମାନ ଭାବେ ଜରୁରୀ। ଏପରି ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି କରିବାରୁ ସମସ୍ତେ କ୍ଷାନ୍ତ ରହିବା ଉଚିତ। ପାର୍ଲାମେଣ୍ଟରେ ଘଟିଥିବା ଘଟଣାକୁ ନୂ୍ୟନ ମନେକରିବା ଉଚିତ ନୁହେଁ। ବାଚସ୍ପତି ମଧ୍ୟ ଗମ୍ଭୀରତା ସହ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ଜୟରାମ ରମେଶ ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ଡିସେମ୍ବର ୧୩ରେ ଲୋକ ସଭାରେ ଘଟିଥିବା ଅସ୍ବାଭାବିକ ଘଟଣା ଉପରେ ଶେଷରେ ପ୍ରଧାନମନ୍ତ୍ରୀ ନୀରବତା ଭଙ୍ଗ କରିଛନ୍ତି। ସେ ବିତର୍କକୁ ଏଡ଼ାଇଦେଇ ତଦନ୍ତ କଥା କହିଛନ୍ତି। କିନ୍ତୁ ‘ଇଣ୍ଡିଆ’ ବ୍ଲକ୍‌ର ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତି ଦାବିରେ ଅଟଳ। ପ୍ରଧାନମନ୍ତ୍ରୀ ବିତର୍କରୁ ପଳାୟନ କରିବା ପଛର କାରଣ ମଧ୍ୟ ସ୍ପଷ୍ଟ। ବିତର୍କ ହେଲେ ଅନୁପ୍ରବେଶକାରୀମାନଙ୍କୁ ସଂସଦରେ ପହଞ୍ଚତ୍ବାକୁ ଦେଇଥିବା ମହୀଶୂର ଆସନର ଭାଜପା ଏମ୍‌ପି ପ୍ରତାପ ସିମ୍‌ହାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିବ, ଯାହାକି ମୋଦି ଚାହୁଁ ନାହାନ୍ତି।
ପ୍ରକାଶ ଯେ, ସଂସଦ ଶୀତ ଅଧିବେଶନର ଅଷ୍ଟମ ଦିନ (୨୦୦୧ ଡିସେମ୍ବର ୧୩ ପାର୍ଲାମେଣ୍ଟ ଆକ୍ରମଣର ବର୍ଷ ପୂର୍ତ୍ତି) ଦୁଇଜଣ ବିକ୍ଷୋଭକାରୀ ଲୋକ ସଭା ଭିଜିଟର୍ସ ଗ୍ୟାଲେରିରୁ ଚାମ୍ବରକୁ ଡେଇଁଥିଲେ। ଏମ୍‌ପିମାନଙ୍କ ଡେସ୍କ ଉପରେ ଧାଇଁବା ସହ ଜୋତାରେ ଲୁଚାଇ ନେଇଥିବା କ୍ୟାନ୍‌ରୁ ହଳଦିଆ ଧୂଅଁା ବାହାରକରି ଆତଙ୍କ ସୃଷ୍ଟି କରିଥିଲେ। ସେମାନେ ସ୍ଲୋଗାନ ଦେଇଥିଲେ, ଏକଚ୍ଛତ୍ରବାଦ ଚାଲିବ ନାହିଁ। ଅନ୍ୟପକ୍ଷେ ବାଚସ୍ପତି ଓମ୍‌ ବିର୍ଲାଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ ପୋଲିସ ସମେତ ଏକାଧିକ ସୁରକ୍ଷା ଏଜେନ୍ସି ଏହାର ତଦନ୍ତ ଚଳାଇଛନ୍ତି। ବିରୋଧୀ ଦଳଗୁଡ଼ିକ ସୁରକ୍ଷାରେ ତ୍ରୁଟିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ବିବୃତି ଓ ଇସ୍ତଫା ଦାବି କରୁଛନ୍ତି। ମୋଦି ଓ ଶାହାଙ୍କ ନୀରବତାକୁ ନେଇ ହଟ୍ଟଗୋଳ କରିଥିବା ୧୪ ଏମ୍‌ପିଙ୍କୁ ନିଲମ୍ବନ କରାଯାଇଛି। ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ଅଦ୍ୟାବଧି ମୁଖ୍ୟ ଅଭିଯୁକ୍ତ ଲଲିତ ଝାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ସହଅଭିଯୁକ୍ତମାନଙ୍କ ମୋବାଇଲକୁ ଲଲିତ ଭାଙ୍ଗିଦେଇଥିବାରୁ ସେଗୁଡ଼ିକର ଭଙ୍ଗାରୁଜା ଯନ୍ତ୍ରପାତିକୁ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ଦେଶରେ ବଢ଼ିଚାଲିଥିବା ବେକାରି ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗୃହରେ ବିକ୍ଷୋଭ କରିଥିବା ଜେରାବେଳେ କହିଛନ୍ତି। ତେଣୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ପ୍ରସଙ୍ଗ କରି ମୋଦିଙ୍କୁ ଘେରିବା ପାଇଁ ଉଦ୍ୟମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?