Posted inଜାତୀୟ

ବିତର୍କ ନୁହେଁ, ତଦନ୍ତ ହେବ

ନୂଆଦିଲ୍ଲୀ,୧୮ା୧୨: ଭାରତର ନୂଆ ସଂସଦ ଭବନରେ ହୋଇଥିବା ସୁରକ୍ଷା ବିଭ୍ରାଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ବିରୋଧୀ ଏନେଇ ପାର୍ଲାମେଣ୍ଟ ଭିତରେ ବିତର୍କ କରାଯାଉ ବୋଲି ଦାବି କରୁଥିବାବେଳେ ମୋଦି ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ଉପରେ ବିତର୍କ ନୁହେଁ, ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନିଜ ଦଳର ଏମ୍‌ପିଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ବିତର୍କରୁ ପଳାୟନ କରୁଛନ୍ତି ବୋଲି ବିରୋଧୀ କଂଗ୍ରେସ ସମାଲୋଚନା କରିଛି।
ହିନ୍ଦୀ ଖବରକାଗଜରେ ରବିବାର ପ୍ରକାଶିତ ସାକ୍ଷାତ୍‌କାରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବୁଧବାର ଯାହା ଘଟିଲା, ତାହା ଅତ୍ୟନ୍ତ ଗମ୍ଭୀର। ଏହି ପ୍ରସଙ୍ଗରେ ବିତର୍କ ଅନାବଶ୍ୟକ। ଏନେଇ ଏକ ବିସ୍ତୃତ ତଦନ୍ତ କରାଯିବ। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏହା ଉପରେ ତନାଘନା ଚଳାଇବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏହି ଯନ୍ତ୍ରଣାଦାୟକ ବିଭ୍ରାଟ ପଛରେ ଥିବା ଲୋକଙ୍କ ପାଖରେ ପହଞ୍ଚତ୍ ସେମାନଙ୍କ ଉଦ୍ଦେଶ୍ୟ ଜାଣିବା ମଧ୍ୟ ସମାନ ଭାବେ ଜରୁରୀ। ଏପରି ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି କରିବାରୁ ସମସ୍ତେ କ୍ଷାନ୍ତ ରହିବା ଉଚିତ। ପାର୍ଲାମେଣ୍ଟରେ ଘଟିଥିବା ଘଟଣାକୁ ନୂ୍ୟନ ମନେକରିବା ଉଚିତ ନୁହେଁ। ବାଚସ୍ପତି ମଧ୍ୟ ଗମ୍ଭୀରତା ସହ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ଜୟରାମ ରମେଶ ମାଇକ୍ରୋବ୍ଲଗିଂ ସାଇଟ୍‌ ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ଡିସେମ୍ବର ୧୩ରେ ଲୋକ ସଭାରେ ଘଟିଥିବା ଅସ୍ବାଭାବିକ ଘଟଣା ଉପରେ ଶେଷରେ ପ୍ରଧାନମନ୍ତ୍ରୀ ନୀରବତା ଭଙ୍ଗ କରିଛନ୍ତି। ସେ ବିତର୍କକୁ ଏଡ଼ାଇଦେଇ ତଦନ୍ତ କଥା କହିଛନ୍ତି। କିନ୍ତୁ ‘ଇଣ୍ଡିଆ’ ବ୍ଲକ୍‌ର ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତି ଦାବିରେ ଅଟଳ। ପ୍ରଧାନମନ୍ତ୍ରୀ ବିତର୍କରୁ ପଳାୟନ କରିବା ପଛର କାରଣ ମଧ୍ୟ ସ୍ପଷ୍ଟ। ବିତର୍କ ହେଲେ ଅନୁପ୍ରବେଶକାରୀମାନଙ୍କୁ ସଂସଦରେ ପହଞ୍ଚତ୍ବାକୁ ଦେଇଥିବା ମହୀଶୂର ଆସନର ଭାଜପା ଏମ୍‌ପି ପ୍ରତାପ ସିମ୍‌ହାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିବ, ଯାହାକି ମୋଦି ଚାହୁଁ ନାହାନ୍ତି।
ପ୍ରକାଶ ଯେ, ସଂସଦ ଶୀତ ଅଧିବେଶନର ଅଷ୍ଟମ ଦିନ (୨୦୦୧ ଡିସେମ୍ବର ୧୩ ପାର୍ଲାମେଣ୍ଟ ଆକ୍ରମଣର ବର୍ଷ ପୂର୍ତ୍ତି) ଦୁଇଜଣ ବିକ୍ଷୋଭକାରୀ ଲୋକ ସଭା ଭିଜିଟର୍ସ ଗ୍ୟାଲେରିରୁ ଚାମ୍ବରକୁ ଡେଇଁଥିଲେ। ଏମ୍‌ପିମାନଙ୍କ ଡେସ୍କ ଉପରେ ଧାଇଁବା ସହ ଜୋତାରେ ଲୁଚାଇ ନେଇଥିବା କ୍ୟାନ୍‌ରୁ ହଳଦିଆ ଧୂଅଁା ବାହାରକରି ଆତଙ୍କ ସୃଷ୍ଟି କରିଥିଲେ। ସେମାନେ ସ୍ଲୋଗାନ ଦେଇଥିଲେ, ଏକଚ୍ଛତ୍ରବାଦ ଚାଲିବ ନାହିଁ। ଅନ୍ୟପକ୍ଷେ ବାଚସ୍ପତି ଓମ୍‌ ବିର୍ଲାଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ ପୋଲିସ ସମେତ ଏକାଧିକ ସୁରକ୍ଷା ଏଜେନ୍ସି ଏହାର ତଦନ୍ତ ଚଳାଇଛନ୍ତି। ବିରୋଧୀ ଦଳଗୁଡ଼ିକ ସୁରକ୍ଷାରେ ତ୍ରୁଟିକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ବିବୃତି ଓ ଇସ୍ତଫା ଦାବି କରୁଛନ୍ତି। ମୋଦି ଓ ଶାହାଙ୍କ ନୀରବତାକୁ ନେଇ ହଟ୍ଟଗୋଳ କରିଥିବା ୧୪ ଏମ୍‌ପିଙ୍କୁ ନିଲମ୍ବନ କରାଯାଇଛି। ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ ଅଦ୍ୟାବଧି ମୁଖ୍ୟ ଅଭିଯୁକ୍ତ ଲଲିତ ଝାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି। ସହଅଭିଯୁକ୍ତମାନଙ୍କ ମୋବାଇଲକୁ ଲଲିତ ଭାଙ୍ଗିଦେଇଥିବାରୁ ସେଗୁଡ଼ିକର ଭଙ୍ଗାରୁଜା ଯନ୍ତ୍ରପାତିକୁ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ଦେଶରେ ବଢ଼ିଚାଲିଥିବା ବେକାରି ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗୃହରେ ବିକ୍ଷୋଭ କରିଥିବା ଜେରାବେଳେ କହିଛନ୍ତି। ତେଣୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ପ୍ରସଙ୍ଗ କରି ମୋଦିଙ୍କୁ ଘେରିବା ପାଇଁ ଉଦ୍ୟମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ବେମୁଲାଙ୍କ ଆତ୍ମହତ୍ୟାର ପୁଣି ତଦନ୍ତ କରିବେ ତେଲଙ୍ଗାନା ସରକାର

ହାଇଦ୍ରାବାଦ, ୫।୫:ବହୁ ଚର୍ଚ୍ଚିତ ରୋହିତ ବେମୁଲା ଆତ୍ମହତ୍ୟା ମାମଲାରେ ସାଇବରାବାଦ ପୋଲିସ ପକ୍ଷରୁ ଜାରି ହୋଇଥିବା କ୍ଲୋଜର ରିପୋର୍ଟକୁ ନେଇ ରୋହିତଙ୍କ ପରିବାର ପକ୍ଷରୁ ଅସନ୍ତୋଷ...

ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ରୋଡ ଶୋ’ରେ ବାହାରିଲେ ମୋଦି

ଅଯୋଧ୍ୟା,୫।୫: ଜାନୁଆରୀ ୨୨ରେ ରାମ ମନ୍ଦିରର ଉଦଘାଟନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାମ ଲାଲାଙ୍କ ଦର୍ଶନ ପାଇବା ପାଇଁ...

ଗଧରେ ଚଢ଼ି ନାମାଙ୍କନ ଦାଖଲ ପାଇଁ ପହଞ୍ଚିଲେ ପ୍ରାର୍ଥୀ

ଗୋପାଳଗଞ୍ଜ,୫।୫ଚଳିତ ଲୋକ ସଭା ନିର୍ବାଚନରେ ବିଭିନ୍ନ ପ୍ରାର୍ଥୀଙ୍କ ଅଜବ ଗଜବ ରଙ୍ଗ ଥମିବାର ନାଁ ନେଉନାହିଁ। ବିହାରର ଗୋପାଳଗଞ୍ଜ ଲୋକ ସଭା ଆସନରୁ ଜଣେ ସ୍ବାଧୀନ...

ମେହେବୁବା ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ଶ୍ରୀନଗର,୫।୫: ଲୋକ ସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ରବିବାର (ମେ ୫) ପିଡିପି ସଭାପତି ମେହବୁବା ମୁଫତିଙ୍କୁ ଏକ ସୋ କଜ...

ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେଇଥିବା ମୌଲବୀ ଗିରଫ

ସୁରଟ,୫ା୫: ଭାଜପାର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କୁ ହତ୍ୟା ଧମକ ଦେବା ସହ ହିନ୍ଦୁ ସଂଗଠନର ଜଣେ ନେତାଙ୍କୁ ହତ୍ୟା ଯୋଜନା କରିଥିବା ଅଭିଯୋଗରେ ସୁରଟର...

ଗୁରୁଦ୍ୱାରାରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ଚଣ୍ଡିଗଡ଼,୫ା୫: ପଞ୍ଜାବର ଫିରୋଜପୁରସ୍ଥିତ ଗୁରୁଦ୍ୱାରାରେ ଜଣେ ୧୯ ବର୍ଷୀୟ ଯୁବକ ପ୍ରବେଶ କରି ପବିତ୍ର ଗୁରୁଗ୍ରନ୍ଥ ସାହିବ୍‌ର କେତେକ ପୃଷ୍ଠା ଚିରିଦେବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକେ...

ଅଯୋଧ୍ୟାରେ ମୋଦି, ନେଲେ ରାମଲାଲାଙ୍କ ଆଶିଷ

ଅଯୋଧ୍ୟା,୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଛନ୍ତି। ସେ ଭଗବାନ ଶ୍ରୀ ରାମଙ୍କୁ ପୂଜା କରି ଆଶୀର୍ବାଦ ନେଇଛନ୍ତି। ମେ’...

ହ୍ବିଲ ଚେୟାରରେ ନଜର ଆସିଲେ ତେଜସ୍ବୀ, ହଠାତ୍‌ ହୋଇ ପଡିଲେ ଅସୁସ୍ଥ

ପାଟନା,୫।୫: ଲୋକ ସଭା ନିର୍ବାଚନକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ବିହାରର ରାଜନୈତିକ କରିଡରରୁ ବଡ ଖବର ଆସୁଛି, ଯେଉଁଠାରେ ବିହାର ବିଧାନସଭାରେ ବିରୋଧୀଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri