କ୍ରଶର ୟୁନିଟ୍‌ରେ ଅନୁମତିଠୁ ଅଧିକ କଳାପଥର

ଯାଜପୁର,୧୮ା୧୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ପ୍ରାୟ ୯୦ଟି କଳାପଥର ଖାଦାନ ରହିଛି। ତନ୍ମମଧ୍ୟରୁ ୨୫ଟି ଲିଜ୍‌ ଦିଆଯାଇଥିବାବେଳେ ଅନ୍ୟ ଖାଦାନଗୁଡ଼ିକରୁ ଲୁଟ୍‌ ଚାଲିଛି। ଏହିକ୍ରମରେ ସ୍ଥାନୀୟ କ୍ରଶରଗୁଡିକରେ ଅନୁମତି ଓ ଆବଶ୍ୟକତାଠାରୁ ବହୁ ଗୁଣ ଅଧିକ କଳାପଥର ଗଚ୍ଛିତ ରହିଥିବା ସହ ବେପାର ହେଉଛି। ଏହି ବେଆଇନ ଉତ୍ତୋଳନ ଉପରେ ତହସିଲ ଓ ଲଘୁ ଖଣିଜ ବିଭାଗର କେତେଜଣ ଅଧିକାରୀ କେବଳ ଆଖି ବୁଜିନାହାନ୍ତି, ବରଂ ପରୋକ୍ଷରେ ସହଯୋଗ କରୁଥିବା ଅଭିଯୋଗ ହେଉଛି। ଏହାପରେ ଧର୍ମଶାଳା ତହସିଲଦାର ଶୁଭଙ୍କର ମହାନ୍ତି ତାଙ୍କ ପତ୍ରସଂଖ୍ୟା ୬୭୯୧/୧୬ା୧୨ା୨୦୨୩ରେ କ୍ରଶର ମାଲିକ ସଂଘର ସଭାପତିଙ୍କୁ ୧୦ ଦଫା ସମ୍ବଳିତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଉକ୍ତ ନିର୍ଦ୍ଦେଶ କେବଳ ଲୋକଦେଖାଣିଆ ହୋଇଥିଲେ ପୂର୍ବପରି ଆରୁହା, ଡଙ୍କାରୀ, ରାହାଡ଼ପୁର, ଲୁଣିବର, ବାରମାଣ, ବରଡ଼ା, ବାଜବାଟୀ ଓ ବିଛାଖଣ୍ଡି ପାହାଡରୁ ବିପୁଳ କୋଟି ଟଙ୍କାର କଳାପଥର ଚୋରି ଜାରି ରହିବ ବୋଲି ଚର୍ଚ୍ଚା ହେଉଛି।
ସାଟେଲାଇଟ୍‌ ମାପଚୁପ ପରେ ବେଆଇନ କଳାପଥର କାରବାର ନେଇ କେତେଜଣ ଖାଦାନ ଲିଜ୍‌ଧାରୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ୩୨୦ କୋଟି ଟଙ୍କାର ଜରିମାନା ହୋଇଛି। ତେବେ ଏହି କାର୍ଯ୍ୟାନୁଷ୍ଠାନ ପରେ କେତେଜଣ ଲିଜ୍‌ଧାରୀ ଅଣଲିଜ୍‌ ଖାଦାନଗୁଡିକରୁ ଚୋରି କରୁଛନ୍ତି। ସାଟେଲାଇଟ୍‌ ମାପଚୁପ ଓ ଜରିମାନାରୁ ବର୍ତ୍ତିବାକୁ ଏଭଳି ଚାଲାକି କରୁଛନ୍ତି। ସେହିପରି ଜରିମାନା ନିର୍ଦ୍ଦେଶ ଥାଇ ମଧ୍ୟ ସରକାରୀ ଲିଜ୍‌ ପାଇ ବିନା ଟିପି(ଟ୍ରାନଜିଟ ପାସ)ରେ ବିପୁଳ କଳାପଥର କ୍ରଶରଗୁଡିକୁ ଚାଲାଣ ହେଉଛି। ଆରୁହା ଓ ଡଙ୍କାରୀ କଳାପଥର ପାହାଡ଼ର ୮ଟି ସୈରାତରୁ ଏବେ ଜୋରସୋର ଲୁଟ୍‌ ଚାଲିଥିବା ଅଭିଯୋଗ ହୋଇଛି। ଏଥିରେ ଧର୍ମଶାଳା ଅଞ୍ଚଳର ବହୁ ପ୍ରଭାବଶାଳୀ ନେତାଙ୍କ ସମ୍ପୃକ୍ତି ରହିଥିବାରୁ ତହସିଲ ପ୍ରଶାସନ ହାତ ମାରିବାକୁ ସାହସ ଜୁଟାଇ ପାରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଏ ନେଇ କେତେଜଣ ଲିଜ୍‌ଧାରୀ ଖଣି ନିର୍ଦ୍ଦେଶକ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ତହସିଲଦାର କ୍ରଶର ୟୁନିଟଗୁଡିକ ଉପରେ ତନଖି କରିବାକୁ ଏକ ଗାଇଡ୍‌ଲାଇନ ପ୍ରସ୍ତୁତ କରିଛନ୍ତି। ଏନେଇ ସେ କ୍ରଶର ୟୁନିଟ ମାଲିକ ସଂଘର ସଭାପତିଙ୍କୁ ମଧ୍ୟ ଆଗୁଆ ସୂଚନା ଦେଇଛନ୍ତି। ଉକ୍ତ ଗାଇଡ୍‌ଲାଇନରେ କ୍ରଶର ୟୁନିଟ ସହ କଳାପଥର ଖାଦାନ ଚୁକ୍ତିକୁ ସଂଯୁକ୍ତ କରିବା, ଏନ୍‌ଓସି, ସିଟିଇ ଓ ସିଟିଓ ନବୀକରଣ, ଜିଏସ୍‌ଟି, କଳାପଥର ପରିବହନ ଗାଡି ବିଳମ୍ବିତ ରାତିରେ ନ ଚଳାଇବା, ଅନୁମତିଠାରୁ ଅଧିକ କଞ୍ଚାମାଲ କିମ୍ବା କ୍ରଶରରୁ ଉତ୍ପାଦିତ ସାମଗ୍ରୀ ୟୁନିଟ ପରିସରରେ ଗଚ୍ଛିତ ନ ରଖିବା, କ୍ରଶର ୟୁନିଟଗୁଡ଼ିକରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ ଆଦି ରହିଛି। ତେବେ ବର୍ତ୍ତମାନ କ୍ରଶରଗୁଡ଼ିକୁ ଚଢାଉ କରାଗଲେ ବିପୁଳ ପରିମାଣର କଞ୍ଚାମାଲ ଜବତ ହୋଇପାରିବ ଏବଂ ସରକାରକୁ ବହୁ କୋଟି ଟଙ୍କା ରାଜସ୍ବ ମିଳିବ ବୋଲି ମତପ୍ରକାଶ ପାଇଛି। ବିଶେଷକରି ଆରୁହା ଏବଂ ଡଙ୍କାରୀ ପାହାଡ଼ର ଅଣଲିଜ୍‌ ଅଞ୍ଚଳରୁ କଳାପଥର ଚୋରି ହୋଇ କେତେକ କ୍ରଶରରେ ମହଜୁଦ ରଖାଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଧର୍ମଶାଳା ତହସିଲଦାର ଶୁଭଙ୍କର ତାଙ୍କ ବିଜ୍ଞପ୍ତିରେ ଆହୁରି ପ୍ରକାଶ କରିଛନ୍ତି ଯେ, ସରକାରଙ୍କ ପ୍ରତ୍ୟେକ ରାଜସ୍ବକୁ ପ୍ରାଧାନ୍ୟ ଦେବା ସହ ଲଘୁ ଖଣିଜ ଦ୍ରବ୍ୟ ଚୋରା କାରବାର ଉପରେ ଅଙ୍କୁଶ ଲଗାଯିବ। ଏଥିପାଇଁ କ୍ରଶର ୟୁନିଟ ମାଲିକ ସଂଘର ସହଯୋଗ ଆବଶ୍ୟକ। ଏହାର ବ୍ୟତିକ୍ରମ ଘଟିଲେ ଆପରାଧିକ ମାମଲା ରୁଜୁ ହେବା ସହ ଜରିମାନା ଆଦାୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?