Odisha Elections 2024

କ୍ରଶର ୟୁନିଟ୍‌ରେ ଅନୁମତିଠୁ ଅଧିକ କଳାପଥର

ଯାଜପୁର,୧୮ା୧୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ପ୍ରାୟ ୯୦ଟି କଳାପଥର ଖାଦାନ ରହିଛି। ତନ୍ମମଧ୍ୟରୁ ୨୫ଟି ଲିଜ୍‌ ଦିଆଯାଇଥିବାବେଳେ ଅନ୍ୟ ଖାଦାନଗୁଡ଼ିକରୁ ଲୁଟ୍‌ ଚାଲିଛି। ଏହିକ୍ରମରେ ସ୍ଥାନୀୟ କ୍ରଶରଗୁଡିକରେ ଅନୁମତି ଓ ଆବଶ୍ୟକତାଠାରୁ ବହୁ ଗୁଣ ଅଧିକ କଳାପଥର ଗଚ୍ଛିତ ରହିଥିବା ସହ ବେପାର ହେଉଛି। ଏହି ବେଆଇନ ଉତ୍ତୋଳନ ଉପରେ ତହସିଲ ଓ ଲଘୁ ଖଣିଜ ବିଭାଗର କେତେଜଣ ଅଧିକାରୀ କେବଳ ଆଖି ବୁଜିନାହାନ୍ତି, ବରଂ ପରୋକ୍ଷରେ ସହଯୋଗ କରୁଥିବା ଅଭିଯୋଗ ହେଉଛି। ଏହାପରେ ଧର୍ମଶାଳା ତହସିଲଦାର ଶୁଭଙ୍କର ମହାନ୍ତି ତାଙ୍କ ପତ୍ରସଂଖ୍ୟା ୬୭୯୧/୧୬ା୧୨ା୨୦୨୩ରେ କ୍ରଶର ମାଲିକ ସଂଘର ସଭାପତିଙ୍କୁ ୧୦ ଦଫା ସମ୍ବଳିତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଉକ୍ତ ନିର୍ଦ୍ଦେଶ କେବଳ ଲୋକଦେଖାଣିଆ ହୋଇଥିଲେ ପୂର୍ବପରି ଆରୁହା, ଡଙ୍କାରୀ, ରାହାଡ଼ପୁର, ଲୁଣିବର, ବାରମାଣ, ବରଡ଼ା, ବାଜବାଟୀ ଓ ବିଛାଖଣ୍ଡି ପାହାଡରୁ ବିପୁଳ କୋଟି ଟଙ୍କାର କଳାପଥର ଚୋରି ଜାରି ରହିବ ବୋଲି ଚର୍ଚ୍ଚା ହେଉଛି।
ସାଟେଲାଇଟ୍‌ ମାପଚୁପ ପରେ ବେଆଇନ କଳାପଥର କାରବାର ନେଇ କେତେଜଣ ଖାଦାନ ଲିଜ୍‌ଧାରୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ୩୨୦ କୋଟି ଟଙ୍କାର ଜରିମାନା ହୋଇଛି। ତେବେ ଏହି କାର୍ଯ୍ୟାନୁଷ୍ଠାନ ପରେ କେତେଜଣ ଲିଜ୍‌ଧାରୀ ଅଣଲିଜ୍‌ ଖାଦାନଗୁଡିକରୁ ଚୋରି କରୁଛନ୍ତି। ସାଟେଲାଇଟ୍‌ ମାପଚୁପ ଓ ଜରିମାନାରୁ ବର୍ତ୍ତିବାକୁ ଏଭଳି ଚାଲାକି କରୁଛନ୍ତି। ସେହିପରି ଜରିମାନା ନିର୍ଦ୍ଦେଶ ଥାଇ ମଧ୍ୟ ସରକାରୀ ଲିଜ୍‌ ପାଇ ବିନା ଟିପି(ଟ୍ରାନଜିଟ ପାସ)ରେ ବିପୁଳ କଳାପଥର କ୍ରଶରଗୁଡିକୁ ଚାଲାଣ ହେଉଛି। ଆରୁହା ଓ ଡଙ୍କାରୀ କଳାପଥର ପାହାଡ଼ର ୮ଟି ସୈରାତରୁ ଏବେ ଜୋରସୋର ଲୁଟ୍‌ ଚାଲିଥିବା ଅଭିଯୋଗ ହୋଇଛି। ଏଥିରେ ଧର୍ମଶାଳା ଅଞ୍ଚଳର ବହୁ ପ୍ରଭାବଶାଳୀ ନେତାଙ୍କ ସମ୍ପୃକ୍ତି ରହିଥିବାରୁ ତହସିଲ ପ୍ରଶାସନ ହାତ ମାରିବାକୁ ସାହସ ଜୁଟାଇ ପାରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଏ ନେଇ କେତେଜଣ ଲିଜ୍‌ଧାରୀ ଖଣି ନିର୍ଦ୍ଦେଶକ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ତହସିଲଦାର କ୍ରଶର ୟୁନିଟଗୁଡିକ ଉପରେ ତନଖି କରିବାକୁ ଏକ ଗାଇଡ୍‌ଲାଇନ ପ୍ରସ୍ତୁତ କରିଛନ୍ତି। ଏନେଇ ସେ କ୍ରଶର ୟୁନିଟ ମାଲିକ ସଂଘର ସଭାପତିଙ୍କୁ ମଧ୍ୟ ଆଗୁଆ ସୂଚନା ଦେଇଛନ୍ତି। ଉକ୍ତ ଗାଇଡ୍‌ଲାଇନରେ କ୍ରଶର ୟୁନିଟ ସହ କଳାପଥର ଖାଦାନ ଚୁକ୍ତିକୁ ସଂଯୁକ୍ତ କରିବା, ଏନ୍‌ଓସି, ସିଟିଇ ଓ ସିଟିଓ ନବୀକରଣ, ଜିଏସ୍‌ଟି, କଳାପଥର ପରିବହନ ଗାଡି ବିଳମ୍ବିତ ରାତିରେ ନ ଚଳାଇବା, ଅନୁମତିଠାରୁ ଅଧିକ କଞ୍ଚାମାଲ କିମ୍ବା କ୍ରଶରରୁ ଉତ୍ପାଦିତ ସାମଗ୍ରୀ ୟୁନିଟ ପରିସରରେ ଗଚ୍ଛିତ ନ ରଖିବା, କ୍ରଶର ୟୁନିଟଗୁଡ଼ିକରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ ଆଦି ରହିଛି। ତେବେ ବର୍ତ୍ତମାନ କ୍ରଶରଗୁଡ଼ିକୁ ଚଢାଉ କରାଗଲେ ବିପୁଳ ପରିମାଣର କଞ୍ଚାମାଲ ଜବତ ହୋଇପାରିବ ଏବଂ ସରକାରକୁ ବହୁ କୋଟି ଟଙ୍କା ରାଜସ୍ବ ମିଳିବ ବୋଲି ମତପ୍ରକାଶ ପାଇଛି। ବିଶେଷକରି ଆରୁହା ଏବଂ ଡଙ୍କାରୀ ପାହାଡ଼ର ଅଣଲିଜ୍‌ ଅଞ୍ଚଳରୁ କଳାପଥର ଚୋରି ହୋଇ କେତେକ କ୍ରଶରରେ ମହଜୁଦ ରଖାଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଧର୍ମଶାଳା ତହସିଲଦାର ଶୁଭଙ୍କର ତାଙ୍କ ବିଜ୍ଞପ୍ତିରେ ଆହୁରି ପ୍ରକାଶ କରିଛନ୍ତି ଯେ, ସରକାରଙ୍କ ପ୍ରତ୍ୟେକ ରାଜସ୍ବକୁ ପ୍ରାଧାନ୍ୟ ଦେବା ସହ ଲଘୁ ଖଣିଜ ଦ୍ରବ୍ୟ ଚୋରା କାରବାର ଉପରେ ଅଙ୍କୁଶ ଲଗାଯିବ। ଏଥିପାଇଁ କ୍ରଶର ୟୁନିଟ ମାଲିକ ସଂଘର ସହଯୋଗ ଆବଶ୍ୟକ। ଏହାର ବ୍ୟତିକ୍ରମ ଘଟିଲେ ଆପରାଧିକ ମାମଲା ରୁଜୁ ହେବା ସହ ଜରିମାନା ଆଦାୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ସହ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସ୍ତ୍ରୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ଭାଇ

ଥୁଆମୂଳରାମପୁର,୧୮ା୫(ଦୁର୍ଗା କୀର୍ତ୍ତି): ଦିନକୁଦିନ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ କିଛି ଅଞ୍ଚଳରୁ ହୃଦୟ ବିଦାରକ ଭଳି ଘଟଣା ସାମ୍ନାକୁ ଆସୁଛି...

ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପାରେ ଯୋଗଦେଇ ଥିବା ବିଜେଡି ନେତା ପୁଣି ବିଜେଡିକୁ ଫେରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ବାଂଶପାଳ ବ୍ଲକ ଶୁଆକାଟି...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ଖୁଲମଖୁଲା ବୁଲୁଛନ୍ତି ଝିଅର ହତ୍ୟାକାରୀ, ଗିରଫ ଦାବିରେ ଅନଶନରେ ବସିଲେ ମା’

କେନ୍ଦୁଝର,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ନିର୍ବାଚନ ସମୟରେ ସବୁ ଓ୍ବାରେଣ୍ଟ କାର୍ଯ୍ୟକାରୀ ହୁଏ ପୁରୁଣା କେସ୍‌ ଥିବା ଅପରାଧୀ ଧରା ହୁଅନ୍ତି। ତେବେ କେନ୍ଦୁଝରର ଲୋକପ୍ରିୟ ସମାଜସେବୀ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି

ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି।...

ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି ଟିମ୍‌: ସୂଚନା ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ମହାନିର୍ଦ୍ଦେଶକ ଜୟନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri