ଶ୍ରୀମନ୍ଦିରର ୮ ଦ୍ୱାର ହେବ ରୁପା ଛାଉଣି

ପୁରୀ ଅଫିସ,୨୩ା୧୦: ଶ୍ରୀମନ୍ଦିରର ୩ଟି ଦ୍ୱାର (ଜୟ ବିଜୟ, କଳାହାଟ ଓ ବେହେରଣ) ରୁପା ଛାଉଣି ହେବ। ଜଣେ ଭକ୍ତ ଏଥିପାଇଁ ଆବଶ୍ୟକ ରୁପା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏବେ ଆହୁରି ୫ଟି ଦ୍ୱାର ରୁପା ଛାଉଣି କରାଯିବ ବୋଲି ଜଣାପଡ଼ିଛି। ଉପରୋକ୍ତ ୩ ଦ୍ୱାର ସମେତ ସାତପାହାଚ ଦ୍ୱାର, ପଶ୍ଚିମ ଭୋଗମଣ୍ଡପ, ନୃସିଂହ ମନ୍ଦିର, ମା’ ବିମଳା ଏବଂ ମା’ ମହାଲକ୍ଷ୍ମୀ ମନ୍ଦିରର ଗର୍ଭଦ୍ୱାରକୁ ରୁପା ଛାଉଣି କରାଯିବ। ଏଥିପାଇଁ ୧୫ ଜଣିଆ କମିଟି ଗଠନ ହୋଇଛି। କମିଟିର ପ୍ରଥମ ବୈଠକ ଆସନ୍ତା ୨୭ତାରିଖ ଅପରାହ୍ନରେ ନୀଳାଦ୍ରି ଭକ୍ତନିବାସରେ ବସିବ। ଏଥିରେ ମୁମ୍ବାଇର ରୁପା କାରିଗରମାନେ ଯୋଗଦେଇ ଏହାର ଡିଜାଇନ ଉପସ୍ଥାପନ କରିବେ। ବିସ୍ତୃତ ଭାବେ ଆଲୋଚନା ପରେ ଡିଜାଇନ ଚୂଡ଼ାନ୍ତ କରାଯିବ। ସେହିପରି ରୁପା ରଖାଯିବା ପାଇଁ ଷ୍ଟ୍ରଙ୍ଗ୍‌ରୁମ୍‌, କାରିଗରଙ୍କ ରହଣି, ସିସିଟିଭି କ୍ୟାମେରା ଲଗାଯିବା ଆଦି ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା ହେବ।
ମହାପ୍ରଭୁଙ୍କୁ ଦାନ ଦେବା ପାଇଁ ଭକ୍ତଙ୍କ ମଧ୍ୟରେ ଆଗ୍ରହ ବଢିଛି। ପୂର୍ବରୁ ୩ଟି ଦ୍ୱାର ରୁପା ଛାଉଣି ଲାଗି ଜଣେ ଭକ୍ତ ଇଚ୍ଛାପ୍ରକାଶ କରିଥିଲେ। ସେହିପରି ଅନ୍ୟ ଜଣେ ଭକ୍ତ ଠାକୁରଙ୍କ ଆଭୂଷଣ ପାଇଁ ସୁନା ଦାନ ଦେବେ ବୋଲି କହିବା ପରେ ବୁଧବାର ବୈଠକ ବସି ଏହାର ଡିଜାଇନକୁ ଅନୁମୋଦନ କରାଯାଇଛି। ଖୁବ୍‌ଶୀଘ୍ର ମହାପ୍ରଭୁଙ୍କର ଶ୍ରୀମୁଖ ପଦ୍ମ, ଝୋବାକଣ୍ଠି ଓ ତଡ଼ଗୀ ନିର୍ମାଣ କରାଯିବ। ପୁନଶ୍ଚ ଆହୁରି ୫ଟି ଦ୍ୱାର ରୁପା ଛାଉଣି ପାଇଁ ଦାତା ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଜଣାପଡ଼ିଛି। ପୂର୍ବରୁ ୩ଟି କବାଟ ପାଇଁ ଆଗ୍ରହ ପ୍ରକାଶ କରିଥିବା ଭକ୍ତ ଜଣଙ୍କ ହିଁ ଆଉ ୫ଟି ଦ୍ୱାର ରୁପା ଛାଉଣି ଲାଗି ଇଚ୍ଛା ପ୍ରକଟ କରିଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି। ଏହି ୮ ଦ୍ୱାରର କବାଟ ନୂତନ ଭାବେ ତିଆରି ହେବ। ଏହା ଉପରେ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରୁପା ଚାଦର ଆବରଣ କରାଯିବ। ଏଥିରେ ପ୍ରାୟ ଅଢେଇ ଟନ୍‌ ରୁପା ଲାଗିବ। କମିଟି ବୈଠକ ପରେ ନୀଳାଦ୍ରି ଭକ୍ତ ନିବାସ ପରିସରରେ କବାଟ ତିଆରି କରାଯିବ। ଏଥିପାଇଁ ବର୍ମାଟିକ୍‌ କାଠ ଆସୁଛି। କବାଟ ନିର୍ମାଣ ସରିବା ପରେ ଏଥିରେ ରୁପା ଛାଉଣି ହେବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri