ରାଜ୍ୟରେ ହେବ ‘ଶାଶୁ-ବୋହୂ’ ସମ୍ମିଳନୀ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): ଜନସଂଖ୍ୟା ନିୟନ୍ତ୍ରଣ ଓ ପରିବାର ନିୟୋଜନ ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ‘ଶାଶୁ-ବୋହୂ’ ସମ୍ମିଳନୀ ଆୟୋଜନ କରିବେ। ଏହା ବର୍ଷକୁ ଦୁଇଥର ହେବ। ଏହି ସମ୍ମିଳନୀ ଆୟୋଜନ ଦାୟିତ୍ୱ ଆଶାକର୍ମୀଙ୍କ ଉପରେ ନ୍ୟସ୍ତ କରାଯାଇଛି। ସମ୍ମିଳନୀରେ ଶାଶୁ ଓ ବୋହୂମାନଙ୍କୁ ପରିବାର ନିୟୋଜନ ସଂକ୍ରାନ୍ତରେ ସଚେତନ କରାଯିବ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।
ସୂଚନାନୁସାରେ, ପ୍ରଥମ ପର୍ଯ୍ୟାୟରେ ଚଳିତମାସ ଶେଷ ଆଡ଼କୁ ଏହି ‘ଶାଶୁ-ବୋହୂ’ ସମ୍ମିଳନୀ’ ଅନୁଷ୍ଠିତ ହେବ। କେନ୍ଦ୍ର ସରକାରଙ୍କ ୨୦୧୭ ମସିହା ସମ୍ମିଳନୀ ଢାଞ୍ଚାରେ ଏହାର ଆୟୋଜନ କରାଯିବ। ଏଥିରେ ନବ ବିବାହିତା, ଗର୍ଭବତୀ ମହିଳା ଓ ପରିବାର ନିୟୋଜନ ଶୈଳୀ ଆପଣାଇ ପିଲା ଜନ୍ମ କରୁଥିବା ମହିଳାମାନେ ଯୋଗଦେବେ। ନବ ବିବାହିତାଙ୍କୁ ବିବାହ ଉପହାର ଭାବେ କଣ୍ଡୋମ ଓ ଗର୍ଭନିରୋଧକ ବଟିକା ଦିଆଯିବ। ଜନସଂଖ୍ୟାରେ ସ୍ଥିରତା ଆଣିବା ପାଇଁ ଦୁଇଟି ପିଲା ଜନ୍ମର ଅବଧି ସଂକ୍ରାନ୍ତରେ ସଚେତନତା ସୃଷ୍ଟି ପାଇଁ ମହିଳାଙ୍କୁ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପରାମର୍ଶ ଦିଆଯିବ।
କେନ୍ଦ୍ର ସରକାର ୨୦୧୭ରେ ଦେଶର ୧୪୬ଟି ଜିଲାରେ ଜନ୍ମହାରକୁ ନିୟନ୍ତ୍ରଣ କରିବା ନିମନ୍ତେ ‘ମିଶନ ପରିବାର ବିକାଶ’ କାର୍ଯ୍ୟକ୍ରମ କରିଥିଲେ। ଓଡ଼ିଶାରେ ଜନ୍ମହାର ଜାତୀୟ ହାରରୁ କମ୍‌ ରହିଥିଲେ ମଧ୍ୟ ଆଧୁନିକ ଗର୍ଭନିରୋଧକ ଶୈଳୀର ଉପଯୋଗ, ଅବାଞ୍ଛିତ ମାତୃତ୍ୱ ଓ ଗର୍ଭପାତ ଆଦିରେ ସୁଧାର ଆସିପାରି ନ ଥିବାରୁ ଏଭଳି ସମ୍ମିଳନୀ ଏକ୍ଷେତ୍ରରେ ବେଶ୍‌ ସହାୟକ ହେବ। ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ‘ଶାଶୁ-ବୋହୂ’ ସମ୍ମିଳନୀ ଦ୍ୱାରା ଶାଶୁ ଓ ବୋହୂଙ୍କ ମଧ୍ୟରେ ଭାବଗତ ଆଦାନ ପ୍ରଦାନରେ ସୁଧାର ଆସିବା ସହ ପରିବାର ନିୟୋଜନ ପାଇଁ ବାଟ ଫିଟିବ। ମହିଳାଙ୍କ ଏହି ସମାବେଶ ଦ୍ୱାରା ଶାଶୁ ଓ ବୋହୂଙ୍କୁ ଗୋଟିଏ ପ୍ଲାଟ୍‌ଫର୍ମ ମିଳିବ, ଯେଉଁଠି ମହିଳା ସଦସ୍ୟମାନେ ନିଜ ନିଜର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା କରିବାର ସୁଯୋଗ ପାଇପାରିବେ। ଏହି କାର୍ଯ୍ୟକ୍ରମକୁ ଅଧିକ ରୁଚିପୂର୍ଣ୍ଣ ଢଙ୍ଗରେ କରିବା ନିମନ୍ତେ ପ୍ରୟାସ କରାଯାଉଛି ବୋଲି ନିର୍ଦ୍ଦେଶକ ଡା. ପାଣିଗ୍ରାହୀ କହିଛନ୍ତି। ସୂଚନାଯୋଗ୍ୟ, ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ(ଏନ୍‌ଏଫ୍‌ଏଚ୍‌ଏସ୍‌-୫) ଅନୁସାରେ ଓଡ଼ିଶାରେ ଗର୍ଭନିରୋଧକ ଶୈଳୀ ଭାବେ ବଟିକା ଉପଯୋଗ ୧୨%ରୁ ୧୦.୮ ପ୍ରତିଶତକୁ ହ୍ରାସ ପାଇଛି। ତେବେ କଣ୍ଡୋମ ଉପଯୋଗ ୩.୪%ରୁ ୫.୫%କୁ ବୃଦ୍ଧି ପାଇଛି। ହେଲେ ରାଜ୍ୟରେ ୨୦୧୧ରୁ ୨୦୨୦ ମସିହା ମଧ୍ୟରେ ସରକାରୀ ଭାବେ କଣ୍ଡୋମ ଯୋଗାଣ ହାର ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri